• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

indonesia
ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ୮୨ ମୃତ, ଅନେକ ଆହତ

ଜାକର୍ତ୍ତା: ସପ୍ତାହ ପରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ଲୋମ୍ବକ୍‌ ଦ୍ୱୀପରେ ରବିବାର ସନ୍ଧ୍ୟାରେ ଏହି ବଡ଼ ଧଣଣର ଭୂକମ୍ପ ଅନୁଭୂତ ହୋଇଥିଲା।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରେକର୍ଡ଼ କରାଯାଇଛି। ଭୂକମ୍ପରେ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଭୂକମ୍ପର ପ୍ରଭାବ ବାଲି ଦ୍ୱୀପରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂକମ୍ପକୁ ନେଇ ପ୍ରଥମେ ସୁନାମି ଆଲର୍ଟ ଜାରି କରାଯାଇଥିଲ॥ ଫଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ।  ତେବେ ପରେ […]

sajid
ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍‌ ଖାନ୍‌ ମାତ୍ର ୪୨ ବର୍ଷରେ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି। ୱାଜିଦ୍‌ଙ୍କ ପରଲୋକ ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଗଳା ଓ କିଡ୍‌ନୀଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ସେ କରୋନାରେ ସଂକ୍ରମିତ ଥିଲେ ବୋଲି ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ତାଙ୍କ ମା’ ରଜିଆ ଖାନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହାପରେ  ତାଙ୍କୁ ମୁମ୍ୱାଇର ଚେମ୍ୱୁର ସ୍ଥିତ ସୁରାଣା […]

Kim Jong
ଉତ୍ତର କୋରିଆରେ ନୂଆ ନିୟମ : ଏହି କାମ କଲେ ମିଳିବ ମୃତ୍ୟୁ

ଉତ୍ତର କୋରିଆରେ ଏକଛତ୍ରବାଦୀ ନିଷ୍ପତ୍ତି ପାଇଁ ବେଶ୍ ଜଣାଶୁଣା ସୁପ୍ରିମ୍ କମାଣ୍ଡର କିମ୍‌ ଜୋଙ୍ଗ ଉନ ନିଜ ଦେଶରେ ନିୟମକୁ ଆହୁରି କଠୋର କରିଛନ୍ତି। କିଛି ସମୟ ପୂର୍ବରୁ ଉତ୍ତର କୋରିଆରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ଗଣମାଧ୍ୟମ ସହ ଜଡିତ ବିଷୟବସ୍ତୁ ସେୟାର୍ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

sonali
ଫ୍ରେଣ୍ଡସିପ୍‌ ଡେ’ରେ ସୋନାଲି ଶେୟାର କଲେ ନିଜର ଫଟୋ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ହାଇଗ୍ରେଡ୍‌ କ୍ୟାନସର୍‌ ହୋଇଥିବା ଖବର ପ୍ରଶଂସକମାନଙ୍କୁ ବ୍ୟଥିତ କରିଛି। ସୋନାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି। ଏହି ଫଟୋରେ ସୋନାଲି ପୂରା ଲଣ୍ଡା ହୋଇଯାଇଛନ୍ତି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- Boldisbeautiful। ସୋନାଲିଙ୍କ ସହ ଏହି ଫଟୋରେ ହ୍ରିତିକ୍‌ ରୋଶନ୍‌ଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌ ବି ଅଛନ୍ତି। ଫ୍ରେଣ୍ଡସିପ୍‌ ଡେ’ […]

mouse
ଛୁଆକୁ ବଞ୍ଚାଇବା ପାଇଁ ସାପ ସହ ମୂଷାର ଲଢ଼େଇ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପ ଓ ମୂଷା ଯୁଦ୍ଧର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍‌ରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସୁଶାନ୍ତ ଲେଖିଛନ୍ତି,‘ଏହି ସାପଟି କେବେବି ମୂଷା ଛୁଆ ପାଖକୁ ଆସିବ ନାହିଁ। ମା’ ତା’ର ଛୁଆ ପାଇଁ ସବୁକିଛି କରିପାରିବ। ପୃଥିବୀରେ ‘ମାତୃତ୍ୱ’ ଠାରୁ ବଡ ଆଉ କିଛି ନାହିଁ।’ This snake was never seen again. Shamed […]

naveen
ନବୀନଙ୍କ ରହସ୍ୟମୟ ପୃଷ୍ଠା ଖୋଲିଲା ଜୀବନୀ ପୁସ୍ତକ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ,ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଛବିକୁ ଅାୟୁଧ କରି ଓଡ଼ିଶାରେ ସର୍ବାଧିକ ସମୟ କ୍ଷମତା ଡୋରି ଧରିଅାସିଥିବା ମୁଖ୍ୟମନ୍ତ୍ରୀ। ହେଲେ ଏହା ପଛର ରହସ୍ୟ କଣ? କେମିତି ରାଜ୍ୟ ରାଜନୀତିରେ ହେଲା ନବୀନଙ୍କ ଏଣ୍ଟ୍ରି? କାହିଁକି ତାଙ୍କ ଅପ୍ରତିଦ୍ୱନ୍ଦ୍ୱୀ ଦବ୍‌ଦବା ।  ଏ ସବୁ ଉପରେ ଅାଲୋକପାତ କରିଛି ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ଜୀବନୀ ପୁସ୍ତକ- ନବୀନ ପଟ୍ଟନାୟକ । ଅପାରଗ ଓ କୁଶାସନକୁ ନେଇ ଯେତେବେଳେ ଓଡ଼ିଶାବାସୀ ଅତିଷ୍ଠ , ସେତିକିବେଳେ […]

police
କରୋନାରେ ଆଖି ବୁଜିଲେ ଏଏସ୍‌ଆଇ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ  କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟରଙ୍କର  କରୋନା ଭାଇରସରେ ମୃତ୍ୟୁ ଘଟିଛି। ମୃତ ଏଏସଆଇଙ୍କ ନାଁ ବିକ୍ରମ (୫୪ ବର୍ଷ)। ବିକ୍ରମ ସୁଲତାନପୁରୀ ଥାନାରେ କାର୍ଯ୍ୟ କରୁଥିଲେ। ମେ’୨୮ ରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ବିକ୍ରମଙ୍କୁ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।  ପୂର୍ବରୁ ଏଏସଆଇ ଶଶିମଣି ପାଣ୍ଡେ ଓ କନେଷ୍ଟବଲ ଅମିତ ଦୁହେଁ ଏହି ଭାଇରସରେ ମୃତ୍ୟୁ ଘଟିଥିଲା। We pay […]

rain
୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ସେଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, କଟକ, ସମ୍ବଲପୁର, ସୁନ୍ଦରଗଡ଼ ଓ ପୁରୀ। ଏହି ୧୨ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗକୁ ଲାଗି ଲଘୁଚାପ ହେବାର ସମ୍ଭାବନା ଥିବାରୁ ଓ […]

birds
ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ସ୍ଥାନୀୟ ଲୋକେ

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ। ବୈଶାଖ ମାସରୁ ଅାସି କାର୍ତ୍ତିକ ଯାଏ ସେମାନେ ରହନ୍ତି ଏହି ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ସହିତ ଏହି ବିଦେଶୀ ପକ୍ଷୀଙ୍କ ଏକ ନିଅାରା ସଂପର୍କ ହୋଇଗଲାଣି। ତେଣୁ ଏହି ବିଦେଶୀ ଅତିଥିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସ୍ଥାନୀୟ ଲୋକେ। ବଡ଼ି ଭୋର୍‌ରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କର୍ଲାଜୋରି ଗାଁରେ ବିଦେଶୀ ଅତିଥିଙ୍କ କିଚିରି ମିଚିର ଶବ୍ଦ ଶୁଭେ। ସେମାନଙ୍କ କଳରବରେ ହିଁ […]

andhrapradesh
ବିସ୍ଫୋରଣରେ ଏଯାଏ ୩ ଓଡ଼ିଶାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ

ଅାନ୍ଧ୍ରପ୍ରଦେଶ  : ଅାନ୍ଧ୍ରପ୍ରଦେଶ କର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତିନି ମୃତକ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଂଜନ ନାହାକ। ଅାଗରୁ ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅାଜି ସକାଳେ ଭୀମଙ୍କ ମୃତଦେହ ମିଳିଛି।  ଭୀମଙ୍କ ଗାଁ ହେଉଛି ରମ୍ଭା ଅଞ୍ଚଳର ଝାରିଡ଼ି ରାଧାଗୋବିନ୍ଦପୁର। ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ଘର ମଧ୍ୟ ରମ୍ଭା ଅଞ୍ଚଳର ବି.ଟି. ନୂଆଁଗାଁରେ। ବିସ୍ଫୋରଣରେ […]

virat
ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ୧୪୯ ଏବଂ ଦ୍ୱିତୀୟ […]

chian snaching
ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା

ଅନୁଗୁଳ : ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା। ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦରେ ଗ୍ରାମବାସୀଙ୍କ ମାଡ଼ରେ ଲୁଟେରା ଗୁରୁତର। ଜଣେ ମହିଳା ଚାଲି ଚାଲି ଆସୁଥିବାବେଳେ ବାଇକ୍‌ରେ ଅାସି ଦୁର୍ବୃତ୍ତ ଜଣକ ଚେନ୍‌ ଛିଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣକ ପାଟି କରିବାରୁ ଲୋକେ ଜମା ହୋଇଯାଇଥିଲେ।  ପିଛା କରିବା ଫଳରେ ଲୁଟେରା ଜଣକ କିଛିବାଟ ଯାଇ ଗାଡ଼ିରୁ ପଡିଯାଇଥିଲେ। ଏହାପରେ ଲୋକେ ତାକୁ ନିର୍ଧୁମ ଛେଚି […]

chief
ସପ୍ତାହକ ପାଇଁ ଦିଲ୍ଲୀ ସୀମାକୁ ସିଲ୍‌ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା କାୟା ବିସ୍ତାର କରି ଚାଲିଛି। ଏହାକୁ ଦେଖି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସପ୍ତାହ ପାଇଁ ଦିଲ୍ଲୀ ସୀମାକୁ ସିଲ କରିଛନ୍ତି। ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି,  ଦିଲ୍ଲୀର ସୀମାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ୍‌ କରାଯିବ।  କିନ୍ତୁ ଏହି ସମୟରେ ପାସ୍‌ ଦ୍ୱାରା କେବଳ ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକମାନେ ଯିବା ଆସିବା କରିପାରିବେ। ରାଜ୍ୟବାସୀଙ୍କଠାରୁ ପରାମର୍ଶ ନେବାପରେ ଆମେ ଏକ […]

police
୨୪ ଘଣ୍ଟାରେ ୯୧ ପୋଲିସ କର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ପୋଲିସ ନିଜର ପରିବାରକୁ ଛାଡି ରାସ୍ତାରେ ଡ୍ୟୁଟି କରୁଛନ୍ତି। ଖରା ବର୍ଷାକୁ ଖାତିର ନକରି ଲୋକମାନଙ୍କର ନିରନ୍ତର ସେବା କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରରେ କରୋନା ଭାଇରସରେ ଅଧିକ ପ୍ରଭାବିତ ହେଉଛନ୍ତି ପୋଲସ କର୍ମଚାରୀ। ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ […]

modi
‘ଭାଇରସ୍‌ ଅଦୃଶ ହୋଇପାରେ କିନ୍ତୁ ଆମ କରୋନା ଯୋଦ୍ଧା ଅପରାଜେୟ’

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୁବିଲି କାର୍ଯ୍ୟକ୍ରମକୁ ଆଜି ପିଏମ୍‌ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ୱୋଧିତ କରିଛନ୍ତି। ସମ୍ୱୋଧନ କରିବା ସମୟରେ ମୋଦି କହିଛନ୍ତି,  ଦେଶର ସ୍ୱାସ୍ଥ୍ୟସେବା ଦ୍ରୁତ ଗତିରେ ବଦଳୁଛି। କରୋନା ଭାଇରସ ବିରୋଧରେ ଭାରତ ଯେଉଁଭଳି ଭାବରେ ଲଢ଼ୁଛି, ତାହାକୁ ସମଗ୍ର ବିଶ୍ୱ ଦେଖୁଛି। ସେ କହିଛନ୍ତି,  ଭାଇରସ୍‌ ଅଦୃଶ ହୋଇପାରେ କିନ୍ତୁ ଆମର କରୋନା ଯୋଦ୍ଧାମାନେ ଅପରାଜେୟ । କରୋନା ଯୁଦ୍ଧରେ ଆମ ଡାକ୍ତର ଓ ମେଡକାଲ […]

bollywood actress
ଦେହଜୀବୀଙ୍କ ଦୁଃଖ କାହାଣୀ...କାମ ସରିବା ପରେ ଫିଙ୍ଗି ଦିଅନ୍ତି ନାରୀମାଂସ ଲୋଭୀ ରାକ୍ଷସ

ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ ପାଖ ମଧ୍ୟ ମାଡ଼ନ୍ତି ନାହିଁ। କିଛି ଲୋକ ଅଛନ୍ତି ଏମାନଙ୍କ ସହ ଏଭଳି ବ୍ୟବହାର କରନ୍ତି ଯେମିତି କି ସେମାନଙ୍କର ସମାଜରେ କିଛି ଅଧିକାର ନାହିଁ। ପ୍ରକୃତରେ […]