ଜାମ୍ମୁ କାଶ୍ମୀର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର ହୋଇଛି। ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ଖବରପାଇ ପୁଲିସ୍, ସିଆରପିଏଫ ଓ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିବା ପରେ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିରେ ଦୁଇଜଣ ହିଜବୁଲ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଅନନ୍ତନାଗରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।
ନୂଆଦିଲ୍ଲୀ: ବରିଷ୍ଠ ଟିଡିପି ନେତା ତଥା ଅଭିନେତା ନନ୍ଦମୁରି ହରିକ୍ରିଷ୍ଣାଙ୍କ ପରଲୋକ ଘଟିଛି। ବିଳମ୍ବିତ ରାତିରେ ଗାଡ଼ିରେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ନାଲଗୋଣ୍ଡା ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ହରିକ୍ରିଷ୍ଣା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କ ପୁଅ। ଏଥିସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଭିଣୋଇ। ହରିକ୍ରିଷ୍ଣା ଅନେକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। […]
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୮ଶହ ମିଟର ଦୌଡ଼ରେ ମଂଜିତ୍ ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧ ମିନିଟ ୪୬.୩୫ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରି ଭାରତକୁ ସଫଳତା ଦେଇଛନ୍ତି। ଏହି ଇଭେଣ୍ଟରେ ଅନ୍ୟତମ ଭାରତୀୟ ଧାବକ ଜିନ୍ସନ୍ ଜନ୍ସନ୍ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପଟେ ଏସିଆନ୍ ଗେମ୍ସରେ ଭାରତକୁ ତୀରନ୍ଦାଜୀରେ ସଫଳତା ମିଳିଛି। ତୀରନ୍ଦାଜର କମ୍ପାଉଣ୍ଡ ଇଭେଣ୍ଟରେ ଉଭୟ […]