ଦୁବାଇ : ଏସିଅା କପ୍ ସୁପର ଫୋର ପର୍ଯ୍ୟାୟରେ ଅାଜି ହାଇଭୋଲଟେଜ୍ ମୁକାବିଲା। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ ଟିମ୍ ଇଣ୍ଡିଅାର ଟକ୍କର। ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଏସିଅା କପ୍ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିବା ପରେ ଭାରତର ମନୋବଳ ଦୃଢ ରହିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି। ଅାଜିର ମ୍ୟାଚ ନେଇ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ […]
ବିଶାଖାପାଟଣା: ୟାରାଡ଼ା ବିଚ୍ରେ ବୁଡ଼ିଯାଇଥିବା ୭ଜଣ ଛାତ୍ରଙ୍କ ଏବେ ମଧ୍ୟ ପତ୍ତା ମିଳୁନି। ବିଶାଖାପାଟଣା ନିକଟସ୍ଥ ଏକ ସ୍କିଲ୍ ସେଣ୍ଟର୍ର ୧୦ ଜଣ ଛାତ୍ର ଗତକାଲି ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ସେମାନେ ପିକ୍ନିକ୍ ଆସିଥିବାବେଳେ ଏହି ଘଟଣା ଘଟିଥିଲା। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନୌସେନା ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ନୂଆଦିଲ୍ଲୀ: ସିବିଆଇ ବିବାଦ ମାମଲାରେ ସିଭିସି ଦାଖଲ କରିଥିବା ତଦନ୍ତ ରିପୋର୍ଟ ଉପରେ ଆସନ୍ତା ଶୁକ୍ରବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ। ୧୨ ଦିନ ତଦନ୍ତ କରିବା ପରେ ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ ଆଜି ଏକ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଏହାର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଛନ୍ତି। ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ସ୍ୱତନ୍ତ୍ର […]
ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲର ଭାରତୀୟ ପାର୍ଟନର ଚୟନକୁ ନେଇ ଚାଲିଥିବା ବିବାଦରେ ନୂଅା ମୋଡ଼। ରାଫେଲର ପାର୍ଟନର ହେବା ଲାଗି ଅନିଲ ଅମ୍ବାନିଙ୍କ ରିଲାଏନସ ଡିଫେନ୍ସ ନାଁ ଭାରତ ସରକାର ସୁପାରିଶ କରିଥିବା ନେଇ ଗତକାଲି ବୟାନ ଦେଇଥିଲେ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନସୁଅା ଓଲାନ୍ଦ । ତେବେ ଫ୍ରାନସ ସରକାର ଅାଜି ତାଙ୍କ ବୟାନକୁ ଖଣ୍ଡନ କରିଛନ୍ତି। ଭାରତୀୟ ପାର୍ଟନର ଚୟନ ଲାଗି ରାଫେଲ ନିର୍ମାତା ଦାସୋକୁ ପୁରା କ୍ଷମତା ଥିଲା। […]
ଶିମ୍ଲା: ହିମାଚଳ ପ୍ରଦେଶ ଶିମ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଗାଡ଼ି ଓଲଟି ଯିବା ଫଳରେ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି। କୁଡ୍ଡୁରୁ ୩ କି.ମି. ଦୂରରେ ଅବସ୍ଥିତ ସ୍ନେଲ୍ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ଟିମ୍ ପହଞ୍ଚିଛନ୍ତି। ତେବେ ପ୍ରକୃତରେ କେଉଁ କାରଣ ପାଇଁ ଦୁର୍ଘଟଣା […]
ଦୁବାଇ : ଅାଜି ଠାରୁ ଅାରମ୍ଭ ହୋଇଛି ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ଭାରତ ଅାଗରେ ୧୭୪ ରନ୍ର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗଲାଦେଶ । ସମସ୍ତ ୱିକେଟ ହରାଇ ବାଙ୍ଗଲାଦେଶ ୧୭୩ ରନ୍ କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ୟଶ୍ପ୍ରୀତ ବୁମ୍ରା ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସେପଟେ ଦ୍ୱିତୀୟ […]
ଭୋପାଳ: ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ଇସ୍ତାହାର ‘ବଚନ ପତ୍ର’ ପ୍ରକାଶ କରିଛି କଂଗ୍ରେସ। ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ। ଦଳ ନିଜ ଇସ୍ତାହାରରେ ମୁଖ୍ୟତଃ ଚାଷୀଙ୍କୁ ଗୁରୁତ୍ୱ ଦେଇଛି। ସରକାରକୁ ଆସିଲେ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ୫୦ ପ୍ରତିଶତ କମ କରିବା ନେଇ ଘୋଷଣା କରିଛି କଂଗ୍ରେସ। ଏହାସହ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଉପରୁ ଭ୍ୟାଟ୍ ହ୍ରାସ ନେଇ ପ୍ରତିଶ୍ରୁତି ଦେଇଛି […]
ରାୟପୁର: ନଭେମ୍ବର୍ ୧୨ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଛତିଶଗଡ଼ରେ ଆଜି ପ୍ରଚାର ଶେଷ ହୋଇଛି। ପ୍ରଚାରର ଶେଷ ଦିନରେ ହାଇ ଭୋଲ୍ଟେଜ୍ କ୍ୟାମ୍ପେନିଂ ଦେଖିବାକୁ ମିଳିଛି। କଂଗ୍ରେସ୍ ପାଇଁ ନିଜେ ସଭାପତି ରାହୁଲ ଗାନ୍ଧି କାଙ୍କେର, ରାଜନନ୍ଦଗାରେ ନିର୍ବାଚନୀ ସଭା କରିଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ପ୍ରଚାର କରିଛନ୍ତି। ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହଙ୍କ ସରକାର ବଡ଼ ବଡ଼ ଦୁର୍ନୀତିରେ ବୁଡ଼ି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ନୁଆଦିଲ୍ଲୀ: ଆସନ୍ତା ୨୯ ତାରିଖ ପାଳନ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-UGC ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତି କରିଛି। ଭାରତୀୟ ସେନାର ସବୁଠୁ ବଡ଼ ସଫଳତାକୁ ଏହି ଅବସରରେ ପାଳନ କରିବାକୁ ଯୋଜନା ହୋଇଛି। ଏନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଚିଠି ଜାରି କରାଯାଇଛି। ସର୍ଜିକାଲ୍ ଷ୍ଟ୍ରାଇକ୍ ବେଳେ ଭାରତୀୟ ଯବାନଙ୍କ ବୀରତ୍ୱକୁ ମନେ ପକାଇବା ସହ ବିଶେଷ ଭାବେ ପ୍ରସ୍ତୁତ ପ୍ୟାରେଡ୍ ମଧ୍ୟ ଏହି […]
ନୂଆଦିଲ୍ଲୀ: ସିଭିସିଙ୍କ ପଚରଉଚରାବେଳେ ନିଜ ପକ୍ଷ ରଖିଛନ୍ତି ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା। ସେ ଲାଞ୍ଚ ନେଇନାହାନ୍ତି କି, ସେ ସମୟରେ ସେ ଭାରତରେ ନଥିଲେ ବୋଲି ଆସ୍ଥାନା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଛ। ଯେଉଁ ସମୟରେ ହାଇଦ୍ରାବାଦର ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ ଓ ଲାଞ୍ଚ ନେଇ ବୁଝାମଣା କରିଥିଲେ ବୋଲି ଅଭିଯୋଗ ହୋଇଛି, ସେ ସମୟରେ […]
ନୂଆଦିଲ୍ଲୀ : ହେବନି ଭାରତ ସହ ପାକିସ୍ତାନର ଅାଲୋଚନା । ନ୍ୟୁୟର୍କରେ ହେବାକୁ ଥିବା ଉଭୟ ଦେଶର ଅାଲୋଚନା ରଦ୍ଦ । ଅାଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର । ଜମ୍ମୁ ଓ କାଶ୍ମୀରରେ ପୁଲିସ କର୍ମୀଙ୍କୁ ହତ୍ୟା ପରେ ବର୍ତ୍ତମାନ ପାଇଁ ଅାଲୋଚନାକୁ ରଦ୍ଦ ରଖିଛନ୍ତି ଭାରତ ସରକାର । ପାକିସ୍ତାନର ବର୍ବରତା ସାମ୍ନାକୁ ଅାସିଛି । ଯେଉଁଥି ପାଇଁ ଏହି ଅାଲୋଚନାରୁ ଭାରତ ଓହରି […]