ନୁଆଦିଲ୍ଲୀ: ପୁଣି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ମହାରାଷ୍ଟ୍ରର କିଛି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ଟଙ୍କାରେ ପହଞ୍ଚି ଥିବାବେଳେ ମୁମ୍ବାଇରେ ୯୦ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଦେଶର ୪ଟି ସହରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୮୨ ଟଙ୍କା ୭୨ ପଇସା ଏବଂ ଡିଜେଲ ୭୪ ଟଙ୍କା ୨ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପ୍ରତି ଲିଟର ପେଟ୍ରୋଲ ୯୦ […]
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ଗଜ’ ଆସନ୍ତାକାଲି ତାମିଲନାଡୁର କଡାଳୁର ଓ ପାମ୍ବନ୍ ମଝିରେ ଉପକୂଳ ଛୁଇଁବ। ଏହାର ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ପରିସ୍ଥିତିର ମୁକାବିଲା ଲାଗି ତାମିଲନାଡୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି। ପଡ଼ୋଶୀ ପୁଡୁଚେରୀରେ […]
ଅତ୍ୟାଧୁନିକ ସାଟେଲାଇଟ୍ ଜି-ସାଟ୍ ୨୯କୁ ସଫଳତାର ସହ ମହାକାଶରେ ଅବସ୍ଥାପିତ କରିଛି ଇସ୍ରୋର ବାହୁବଳୀ କୁହାଯାଉଥିବା ସବୁଠୁ ଓଜନିଆ ରକେଟ୍ ଜିଏସ୍ଏଲ୍ଭି ମାର୍କ ଥ୍ରୀ ଡି-ଟୁ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱାନ ଉତ୍କ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୫ଟା ୮ ମିନିଟରେ ଏହି ଉତ୍କ୍ଷେପଣ କରାଯାଇଥିଲା। ଜି ସାଟ୍- ୨୯ ଏକ ମଲ୍ଟି ବ୍ୟାଣ୍ଡ୍ ଓ ମଲ୍ଟି ବିମ୍ ଯୋଗାଯୋଗ ଉପଗ୍ରହ। ଏହା ସାହାଯ୍ୟରେ ଜାମ୍ମୁ ଓ କାଶ୍ମୀର ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳର ପାହାଡ଼ିଆ ଓ ଅଗମ୍ୟ […]
ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜନ୍ମ ଜନ୍ମର ସାଥୀ ହୋଇଛନ୍ତି ବଲିଉଡ୍ର ଦୀପିକା ଓ ରଣବୀର କପୁର। ଇଟାଲିର ଲେକ୍ କୋମୋରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଜନ୍ମ ଜନ୍ମର ସାଥି ହେବାର ଶପଥ ନେଇ ଦୀପିକା ସାଜିଛନ୍ତି ରଣବୀରଙ୍କ ଦୁଲହନିଆ। କୋଙ୍କଣି ପ୍ରଥାରେ ବିବାହ କରି ମସ୍ତାନୀଙ୍କୁ ନିଜର ବନେଇଛନ୍ତି ବାଜିରାଓ। ଶୁଭ ମୁହୂର୍ତ୍ତ ଅନୁଯାଇ ସକାଳ ୭ଟାରେ ପରିବାର ଏବଂ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିହାର ସଂପନ୍ନ ହୋଇଛି। ଆସନ୍ତାକାଲି ପୁଣି […]
ମୁମ୍ବାଇ: କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଉଭୟଙ୍କୁ ଡେଙ୍ଗୁ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଡାକ୍ତର କହିଥିଲେ। ଏବେ ସେମାନଙ୍କ […]
ନୂଆଦିଲ୍ଲୀ: ବନ୍ୟା ଜଳରେ ଭାସିଗଲା ଟୁରିଷ୍ଟ୍ ବସ୍। ହିମାଚଳ ପ୍ରଦେଶ ମନାଲିରେ ଏପରିକି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ବସ୍ରେ କେହି ଲୋକ ନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଟୁରିଷ୍ଟ୍ ବସ୍ଟି ବିସ୍ ନଦୀର ବନ୍ୟା ଜଳରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବସ୍ରେ କେହି ଲୋକ ନଥିଲେ। ବସ୍ଟି ପୂରା ଖାଲି ଥିଲା। ପ୍ରକୃତରେ ବସ୍ଟି ଭାସି ଯିବା ସମୟରେ ବସ୍ ମଧ୍ୟରେ କେହି ଲୋକ ଥିଲେ କି ନାହିଁ […]
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା ଟାର୍ଗେଟରୁ ଦୁଇଗୁଣା ଟପିବାକୁ ନେଇ ସନ୍ଦେହ ଦେଖା ଦେଇଛି। ଏଥର ପାଖାପାଖି ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ଆସିବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ୨ ଦିନ ବାକି ଥାଇ ୪ ଲକ୍ଷ ୧୯ ହଜାର କୋଟିର ପ୍ରତିଶ୍ରୁତି ଆସିଗଲା ବୋଲି ସରକାର ଘୋଷଣା କଲେ। ଏବେ ଏହି ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜି ପାଇଁ ପ୍ରତିଶ୍ରୁତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖଣିଜ, ଧାତୁ ଓ […]
ନୂଆଦିଲ୍ଲୀ: ରାଫେଲ୍ ଚୁକ୍ତି ସମ୍ପର୍କିତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖଛନ୍ତି ସୁପ୍ରିମକୋର୍ଟ। ଆଜି ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ଏହି ମାମଲାର ଶୁଣାଣି କରାଯାଉ ବୋଲି ଆବେଦନକାରୀମାନେ ପୂର୍ବରୁ ଅପିଲ୍ କରିଥିଲେ। ଆଜି ଶୁଣାଣି ବେଳେ ମାମଲା ଲଢୁଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, ପୂର୍ବରୁ ବିମାନର ଦାମ୍ ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି। ଏଣୁ ଏବେ ଏହାର […]
ମୁମ୍ବାଇ: କଳାକାରମାନେ ବିଭିନ୍ନ ସମୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଥାନ୍ତି। ତେବେ କଳାକାରମାନଙ୍କୁ ସେମାନଙ୍କର ସମାଲୋଚକମାନେ ହିଁ ଟ୍ରୋଲ୍ କରିଥାନ୍ତି। ବିଶେଷ କରି କିଛି କଳାକାର ଅଛନ୍ତି ସେମାନେ କୌଣସି ପୋଷ୍ଟ କରିବା ମାତ୍ରେ ହିଁ ଟ୍ରୋଲିଂର ଶିକାର ହୋଇଥାନ୍ତି। ସେମିତ ଜଣେ ଅଭିନେତା ହେଲେ ଉଦୟ ଚୋପ୍ରା। ନିକଟରେ ଉଦୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି। […]
ସୁଦାମା ଓ କୃଷ୍ଣ ବାଲ୍ୟବନ୍ଧୁ ଥିଲେ। ହେଲେ ସୁଦାମା କୃଷ୍ଣଙ୍କୁ କେବେ ବି କିଛି ମାଗି ନ ଥିଲେ। ସୁଦାମାଙ୍କ ପାଇଁ କୃଷ୍ଣ ଥିଲେ ଭଗବାନ ବି ଆଉ ବନ୍ଧୁ ବି। ଯେତେବେଳେ ସୁଦାମା କୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଯାଉଥିଲେ ସେତେବେଳେ ତାଙ୍କୁ ବହୁ ପଥକଷ୍ଟ ହେଉଥିଲା। ସୁଦାମାଙ୍କ ଗୋଡ଼ରେ କଣ୍ଟାରେ ଫୁଟି ରକ୍ତସ୍ରାବ ହେଉଥିଲା। ତଥାପି ବି ସେ କହୁଥିଲେ ‘ଜୟ ଶ୍ରୀକୃଷ୍ଣ’। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ ନାମ ଜପି ଜପି ସେ […]
– ଓମ୍ପ୍ରକାଶ ସାହୁ ଲଙ୍କାପତି ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲା। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ ଓ ସେ କ’ଣ କହୁଛନ୍ତି ଶୁଣ।’ ଲକ୍ଷ୍ମଣ ବଡ଼ଭାଇଙ୍କ ଆଦେଶ ପାଳନ କରି ରାବଣ ପାଖକୁ ଗଲେ। ଜୀବନର ଶେଷ ସମୟରେ ରାବଣ ମନେ ମନେ ଲକ୍ଷ୍ମଣଙ୍କ […]