• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

lata
ଆଜି ଲତା ମଙ୍ଗେସ୍‌କରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଗାୟିକା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୮୯ତମ ଜନ୍ମ ଦିବସ। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ଲତାଙ୍କ କଣ୍ଠସ୍ୱରକୁ ନେଇ ଏବେବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସେଥିପାଇଁ ପାଖାପାଖି ୪ଟି ପିଢ଼ିରେ ତାଙ୍କର ଫ୍ୟାନ୍ ରହିଛନ୍ତି। ଖୁବ୍ କମ୍ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଲତା ମଙ୍ଗେସ୍‌ଗର। ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା […]

nbt
ଏନ୍‌କାଉଣ୍ଟର୍‌ରେ ୬ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ସେନାର ଅପରେସନ୍ ଅଲ୍ ଆଉଟ୍‌ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଆଜି ଭୋର୍‌ରୁ ଉପତ୍ୟକାରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ୬ ଜଣ ହିଜ୍‌ବୁଲ୍ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିକାଣ୍ଡରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସୋପିଆ‌ନ୍‌ରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଏ ନେଇ ପୂରା ଅଞ୍ଚଳରେ କର୍ଡନ୍‌ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ […]

sabarimala
ସାବରୀମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଉ ଏକ ଐତିହାସିକ ରାୟ। କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର ଭିତରକୁ ସବୁ ବୟସର ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ସପକ୍ଷରେ ମତ ଦେଇଥିଲା ବେଳେ ଜଣେ ବିଚାରପତି ସାବରୀମାଳା ମନ୍ଦିରର ଯୁକ୍ତି ସପକ୍ଷରେ ମତ ଦେଇଥିଲେ। […]

Gauri-Lankesh-murder
ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ୧୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା ଏସ୍ଆଇଟି

ବେଙ୍ଗଳୁରୁ: ବହୁଚର୍ଚ୍ଚିତ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ଏସ୍ଆଇଟି ପକ୍ଷରୁ ୯ ହଜାର ୨୩୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ୧୮ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ବେଙ୍ଗଳୁରୁରେ ଗୌରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଥିରେ ଦକ୍ଷିଣପନ୍ଥୀ ସଂଗଠନ ସନାତନ ସଂସ୍ଥାର ହାତ ଅଛି ବୋଲି ଏସ୍ଆଇଟି କହିଛି। ଦୀର୍ଘ ୫ ବର୍ଷ ଧରି ଯୋଜନା କରିବା ପରେ ଗୌରୀଙ୍କୁ ତାଙ୍କ ଘର ସାମନାରେ ହତ୍ୟା କରାଯାଇଥିଲା ବୋଲି ଚାର୍ଜସିଟ୍‌ରେ ଲେଖାଯାଇଛି। ବେଙ୍ଗଳୁରୁ […]

abi
କୋଣାର୍କ ପ୍ରତି ଅାୟରଙ୍କ ମନ୍ତବ୍ୟ ମାମଲା

ନୂଆଦିଲ୍ଲୀ : କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଅାୟର ମିତ୍ରଙ୍କ ଅନ୍ତରୀଣ ସୁରକ୍ଷା ଅକ୍ଟୋବର ୫ ଯାଏ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଅାୟର ଯଦି ହାଇକୋର୍ଟ ଯାଅାନ୍ତି, ତେବେ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଜିତ ଅାୟର ମିତ୍ରଙ୍କ ଓକିଲ ୟତିନ୍ଦର ଚୌଧୁରୀ ଏହି ସୂଚନା ଦେଇଛନ୍ତି । କୋଣାର୍କ ପ୍ରତି ମନ୍ତବ୍ୟ ନେଇ ଅାୟରଙ୍କ ନାଁରେ ମାମଲା ହୋଇଥିଲା । ଓଡ଼ିଶା ପୁଲିସ ଗିରଫ କରିବା ପରେ ଜାମିନରେ […]

yrf-up
ରିଲିଜ ହେଲା ଅପକମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର

ବଲିଉଡର ଅପ୍‌କମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର କରିଛି  ଧମାକା। ରିଲିଜ ହେଉ ହେଉ ଫିଲ୍ମର ଟ୍ରେଲରକୁ ମିଳିଛି ସଫଳତା। ବ୍ରିଟିଶ୍‌ ରାଜ ସମୟରେ ଭାରତରେ ଜଳ ଦସ୍ୟୁମାନଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମଟି । ଟ୍ରେଲରରେ ଦେଖିବାକୁ ମିଳିଛି ଜବରଦସ୍ତ ଅାକ୍ସନ ସିନ୍ ସହ ମିଷ୍ଟର ପରଫେକ୍ସନିଷ୍ଟ ଅାମିର ଖାନ ଓ ବିଗ୍ ବି ଅମିତାଭଙ୍କ ଦମଦାର ଡାଏଲଗ୍ସ । ୧୭୯୫ର  ହିନ୍ଦୁସ୍ଥାନ। ବ୍ୟବସାୟ କରିବାକୁ ଅାସିଥିଲା ଇଷ୍ଟଇଣ୍ଡିଅା । କଂପାନୀ ହେଲେ […]

army-surjical-up
ସର୍ଜିକାଲ ଷ୍ଟ୍ରାଇକର ନୂଅା ଭିଡିଓ ଜାରି

ନୂଆଦିଲ୍ଲୀ : ଦୁଇ ବର୍ଷ ତଳେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ନୂଅା ଭିଡିଓ ଜାରି ହୋଇଛି । ଏଥିରେ ପାକ୍ ଅଧିକୃତ କାଶ୍ମୀରରେ କିପରି ସେନା ପକ୍ଷରୁ ଅାକ୍ରମଣ କରାଯାଉଛି ତାହା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ୨୦୧୬ ସେପ୍ଟେମ୍ବର ୨୯ରେ  ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୧୫୦ଜଣ ସ୍ୱତନ୍ତ୍ର ପାରା କମାଣ୍ଡୋ ସାମିଲ ହୋଇଥିଲେ। ପାକିସ୍ତାନ ସୀମାର ପ୍ରାୟ ୩ କିଲୋମିଟର ଭିତରକୁ ଯାଇ ଅାକ୍ରମଣ କରିଥିଲା ଭାରତୀୟ […]

sc
ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲା

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ୩ ଜଣିଅା ଖଣ୍ଡପୀଠ ହିଁ ଏହି ମାମଲାର ଶୁଣାଣି କରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୫ ଜଣିଅା ବୃହତ ବେଞ୍ଚକୁ ମାମଲା ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି କୋର୍ଟ। ଅାସନ୍ତା ଅକ୍ଟୋବର ୨୯ରୁ ଅାରମ୍ଭ ହେବ ମାମଲାର ଶୁଣାଣି । ମସଜିଦ୍‌ରେ ନମାଜ ପାଠ, ଇସଲାମର ଅଭିନ୍ନ ଅଂଶ, ଏହି ପ୍ରସଙ୍ଗରେ ମାମଲାକୁ ବୃହତ ବେଂଚକୁ ପଠାଇବାକୁ ହୋଇଥିଲା ଅାବେଦନ । ଏହି ମାମଲାରେ […]

tanushree
ନାନା ପାଟେକର୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଫିଲ୍ମ ‘ଆଶିକ୍‌ ବନାୟା ଆପ୍‌ନେ’ରୁ କ୍ୟାରିୟର ଆରମ୍ଭ କରିଥିବା ତନୁଶ୍ରୀ, ସୁଟିଂ ସେଟ୍‌ରେ ତାଙ୍କ ସହ ଦୁର୍ବ୍ୟବହାର ହୋଇଥିବା କଥା କହିଛନ୍ତି। ସେ କହିଛନ୍ତି, ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ବେଳେ ନାନା ପାଟେକର୍‌ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ନାନାଙ୍କ ବ୍ୟବହାର ପାଇଁ ସେ ଫିଲ୍ମରୁ ଓହରି ଆସିଥିଲେ। ଏହି ଘଟଣାରେ ତନୁଶ୍ରୀ […]

Aloe-Vera1
ଘିକୁଆଁରୀର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧିୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଘି କୁଆଁରୀରେ ଆମିନୋଏସିଡ୍‌, ଆଇରନ୍, ପଟାସିୟମ୍‌, କ୍ୟାଲ୍‌ସିୟମ୍‌ ରହିଛି। ଏଥିରେ ଭିଟାମିନ୍‌ B, C, E ଓ ଫଲିକ୍‌ ଏସିଡ୍‌ ମଧ୍ୟ ରହିଛି। ଏହାର ଆନାଲ୍‌ଜେସିକ୍‌ ଓ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ମଧ୍ୟ ରହିଛି। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହା ଉପରେ ଏବେ ମଧ୍ୟ ଗବେଷଣା ଜାରି ରହିଛି। ତେବେ ପଢ଼ନ୍ତୁ ଏହାକୁ […]