• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

terrorists killed
ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ; ଜଣେ ପୁଲିସ୍‌ କର୍ମଚାରୀ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଫତେହ କଦଲ୍‌ ଅଞ୍ଚଳର ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ଉକ୍ତ ଘରକୁ ଘେରାଉ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲେ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀଙ୍କ […]

kamal-naath
ସଚିବାଳୟରେ ବନ୍ଦେ ମାତରମ୍ ଗାନ ଉପରେ ରୋକ

ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ ଦେଖାଦେଇଛି। ସଚିବାଳୟରେ ମାସର ପ୍ରଥମ ଦିନ ‘ବନ୍ଦେ ମାତରମ୍’ ଗାନ୍ ଉପରେ ରୋକ ଲାଗିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ବନ୍ଦେ ମାତରମ୍‌କୁ ଏକ ନୂଆ ରୂପରେ ବ୍ୟବହାର କରାଯିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା ଖୁବ୍ କମ ଦିନରେ ସେ ଘୋଷଣା କରିବେ ବୋଲି କମଲନାଥ କହିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ବିଜେପି ବିଧାୟକଙ୍କ ପକ୍ଷରୁ ଆଜି ଭୋପାଳ ସଚିବାଳୟ […]

ram-mandir
ରାମ ମନ୍ଦିର ନିର୍ମାଣ ନେଇ ମୋଦିଙ୍କ ବୟାନ ପରେ ଭିଏଚ୍‌ପିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଭିଏଚ୍‌ପି (ବିଶ୍ୱ ହିନ୍ଦୁ ପରିଷଦ)। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ବଦଳାଇବା ଜରୁରୀ ବୋଲି ଭିଏଚ୍‌ପିର କାର୍ଯ୍ୟକାରୀ ସଭାପତି ଆଲୋକ ବର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ଏନେଇ ଅଧ୍ୟାଦେଶ ଯଥାଶୀଘ୍ର ଆଣିବା ଆବଶ୍ୟକ। ୬୯ ବର୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ଅପେକ୍ଷା କରିଛନ୍ତି ଲୋକେ। ଅକ୍ଟୋବରରେ ରାମ ମନ୍ଦିର ମାମଲା […]

youtube
ପୂରା ବିଶ୍ୱରେ କିଛି ସମୟ ପାଇଁ ଡାଉନ୍‌ ହେଲା ୟୁଟ୍ୟୁବ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ୱେବ୍‌ସାଇଟ୍‌ ୟୁଟ୍ୟୁବ୍‌ ଆଜି ସକାଳେ କିଛି ସମୟ ପାଇଁ ଅଚାନକ ବନ୍ଦ ହୋଇଯାଇଥିଲା। ୟୁଜର୍ସ ମାନେ ଲଗ୍‌ଇନ୍‌, ଅପଲୋଡ୍‌ କରିବା ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏପରିକି ୟୁଜର୍ସ କୌଣସି ଭିଡିଓକୁ ଦେଖି ପାରୁନଥିଲେ କି ସେୟାର ମଧ୍ୟ କରି ପାରୁନଥିଲେ। ଏନେଇ ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି। ୟୁଟ୍ୟୁବ୍‌ର ସ୍କ୍ରିନ୍‌ ଉପରେ ‘500 Internal Server Error’ ଦେଖିବାକୁ ମିଳିଥିଲା। ଏହି ସମସ୍ୟା ପ୍ରାୟ ପାଖାପାଖି ୪୫ ମିନିଟ୍‌ […]

lokshabha
ଏଆଇଏଡିଏମ୍‌କେର ୨୬ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଗୃହରେ ହଟ୍ଟଗୋଳ କରିବା ସାସଂଦଙ୍କୁ ମହଙ୍ଗା ପଡ଼ିଛି । ଲୋକସଭା କାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଓ ହଟ୍ଟଗୋଳ ଅଭିଯୋଗରେ ଏଆଇଏଡିଏମ୍‌କେ (ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ)ର ୨୬ଜଣ ସାଂସଦଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କୁ ୫ ଦିନ ଯାଏ ଗୃହ କାର୍ଯ୍ୟରୁ ସସ୍‌ପେଣ୍ଡ କରାଯାଇଛି। ଆଜି ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ କାବେରୀ ନଦୀ ଜଳ ବିବାଦକୁ ନେଇ ଏଆଇଏଡିଏମ୍‌କେ ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ବିରୋଧ କରିଥିଲେ। […]

Untitled-1
ରାଫେଲ୍‌ ଡିଲ୍‌ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ: ଲୋକସଭାରେ ରାଫେଲ୍‌ ତାତି ଦେଖିବାକୁ ମିଳିଛି। ରାଫେଲ୍ ଡିଲ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସଂସଦରେ ରାଫେଲ୍‌ ଡିଲ୍ ନେଇ ଉତ୍ତର ଦେବାର ସାହସ ପ୍ରଧାନମନ୍ତ୍ରୀଙ୍କ ନାହିଁ ବୋଲି ରାହୁଲ କହିଛନ୍ତି। କେବଳ ତାହା ନୁହେଁ ଏହି ପ୍ରସଙ୍ଗରେ ପୂରା ଦେଶ ପିଏମ୍‌ଙ୍କୁ ପ୍ରଶ୍ନ କରୁଛି ବୋଲି କହିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜ ଉତ୍ତର ରଖୁନଥିବା ସେ ଅଭିଯୋଗ କରିଛନ୍ତି।

pm
ମନ୍ କି ବାତ୍‌ରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ୨୦୧୮ର ଅନ୍ତିମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।    କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି  ପ୍ରଧାନମନ୍ତ୍ରୀ। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ପ୍ରସଙ୍ଗ ଉଠାଇ ଭାରତର ପ୍ରଦର୍ଶନ କୁ ପ୍ରଶଂସା ମଧ୍ୟ କରିଛନ୍ତି। ମୋଦି ମକର ସଂକ୍ରାନ୍ତିର ଶୁଭକାମନା ଜଣାଇବା ସହିତ ୨୦୧୯ ନୂଆ […]

rajysahba
ତିନ ତଲାକ୍ ବିଲ୍‌ର ଆସନ୍ତାକାଲି ରାଜ୍ୟସଭା ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ୍ ବିଲ୍। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜ ହେବ। କଂଗ୍ରେସ ରାଜ୍ୟସଭାରେ ଅନ୍ୟ ବିରୋଧୀ ଦଳର ସମର୍ଥରେ ବିଲ୍‌ର ବର୍ତ୍ତମାନର ରୂପରେଖକୁ ନେଇ ବିରୋଧ କରିବାରୁ ପ୍ରସ୍ତୁତ ହେଉଛି। ଲୋକସଭାରେ ବିଲ୍ ପାସ୍ ହୋଇଥିଲେ ବି ୧୦ଟି ପ୍ରମୁଖ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ। ଏହି ଦୃଷ୍ଟିକୋଣରୁ ରାଜ୍ୟସଭାରେ ବି ବିରୋଧୀ […]

test
ମେଲବୋର୍ଣ୍ଣ ଟେଷ୍ଟ୍: ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାସ୍ତ କରିଛି ଭାରତ। ଆଜି ଖେଳର ଅନ୍ତିମ ଦିନରେ ୨୫୮ ରନରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୩ ରନ୍ କରି ୨୬୧ ରନରେ ଅଲ୍‌ ଆଉଟ ହୋଇ ଯାଇଥିଲା। ବର୍ଷା ଯୋଗୁ ଆଜିର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଗତକାଲି ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍‌ ହରାଇ ୨୫୮ ରନ୍ କରିଥିଲା। ପ୍ରଥମ ଇନିଂସ […]

accident
ଏକାସାଙ୍ଗେ ଚାଲିଗଲା ଗୋଟିଏ ପରିବାରର ୯ଜଣଙ୍କ ଜୀବନ

ରାୟପୁର: ଛତିଶଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ ଘଟିଛି। ରାୟପୁର ଠାରୁ ୭୦ କି.ମି. ଦୂରରେ ରାଜ୍‌ନାନ୍ଦଗାଓଁ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଏକ ବୋଲେରୋରେ ଡଙ୍ଗରଗଡ଼ ସ୍ଥିତ ଏକ ମନ୍ଦିରରେ ଭଗବାନଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଟ୍ରକ୍‌କୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ରାଜ୍‌ନାନ୍ଦଗାଓଁ-ଡର୍‌ଗ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବୋଲେରୋ […]

bus accident
ଘାଟି ତଳକୁ ଖସି ପଡିଲା ଯାତ୍ରୀବାହୀ ବସ୍ : ୨୦ଜଣ ଯାତ୍ରୀ ମୃତ, ୧୬ ଅାହତ

ଜମ୍ମୁ-କାଶ୍ମୀର  : ଜାମ୍ମୁ ଓ କାଶ୍ମୀରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ବନିହାଲରୁ ରାମବାନ୍ ଯାଉଥିବା ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି। ଏଥିରେ ୨୦ଜଣ  ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଜଣ ଅାହତ ହୋଇଛନ୍ତି। ଅାହତ ମାନଙ୍କୁ ହେଲିକପ୍ଟରରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥର କେଲା  ନିକଟରେ ବସ୍‌ଟି ଖାଇ ତଳକୁ ଖସିଯାଇଥିଲା। ସ୍ଥାନୀୟ ଲୋକ ଓ ପ୍ରଶାସନ ପକ୍ଷରୁ […]

lalu-up 2
IRCTC ଦୁର୍ନୀତି ମାମଲା : ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ଜାମିନ୍

ନୂଆଦିଲ୍ଲୀ : IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପରିବାର ଅାଶ୍ୱସ୍ତ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀଙ୍କୁ ମିଳିଛି ଜାମିନ୍ । ସିବିଅାଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ ଦିଲ୍ଲୀ ପତିଅାଲା ହାଉସ୍ କୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି । ତେବେ ଲାଲୁଙ୍କୁ ଏହି ମାମଲାରେ ଜାମିନ୍ ମିଳିନି । ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେ କୋର୍ଟରେ ହାଜର ହୋଇପାରିନାହାନ୍ତି । ଅନ୍ୟପଟେ ଇଡି ପକ୍ଷରୁ […]

rawat-up
୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍ । ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେଲା କାର୍ଯ୍ୟସୂଚୀ । ୯୦ ଅାସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୨ ଓ ୨୦ରେ ହେବ ଭୋଟ୍ । ୨୩୦ ଅାସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ଓ ୪୦ ଅାସନ ବିଶିଷ୍ଟ ମିଜୋରାମ୍ ବିଧାନସଭା ପାଇଁ ନଭେମ୍ବର ୨୮ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। […]

10 Quintals of Heroin
ସୀମା ନିକଟରେ ୧୦ କ୍ୱିଣ୍ଟାଲ ହେରୋଇନ ପୋଡ଼ିଲା ପାକିସ୍ତାନ : ଦୁର୍ଗନ୍ଧରେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଭାରତର ଗାଁ ଲୋକେ

ଅମୃତସର ସହ ସଂଲଗ୍ନ ଭାରତ-ପାକ୍ ସୀମା ନିକଟରେ ଥିବା ଖୋଲା ସ୍ଥାନରେ ପ୍ରାୟ ୧୦ କ୍ୱିଣ୍ଟାଲ ହିରୋଇନ୍ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ପୋଡିଲା ଶତ୍ରୁ ଦେଶ । ଏତେ ପରିମାଣର ନିଶାଦ୍ରବ୍ୟ ପୋଡ଼ିବା ଦ୍ୱାରା ଆକାଶକୁ ଆଚ୍ଛାଦନ କରି ପକାଇଥିଲା ବିଷାକ୍ତ କଳାଧୂଆଁ ।