ରାଉରକେଲା: ପଞ୍ଜାବ ମେଗାରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଧରାପଡ଼ିଛି। ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ୍ ଅଭିଯୁକ୍ତ ରାଜା ରିଜିଆନୀକୁ ଗିରଫ କରିଛି। ପାର୍ସଲ୍ ପଠାଇଥିବା ରାଜା ବାସନ୍ତୀ କଲୋନୀରେ ରହେ। ଜମି ବିବାଦକୁ ନେଇ ପଞ୍ଜାବରେ ରହୁଥିବା ତାଙ୍କ ଭାଇ ସହ ଗଣ୍ଡଗୋଳ ଲାଗି ରହିଥିଲା। ତେଣୁ ଭାଇକୁ ମାରିବାକୁ ରାଜା ଏକ କୋରିଅର୍ରେ ପାର୍ସଲ୍ ବୋମା ପଞ୍ଜାବ ପଠାଇଥିଲା। ହେଲେ ପାର୍ସଲ୍ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାହା ଫାଟି ଯାଇଥିଲା। ଏଥିରେ ଦୁଇ ଜଣ […]
ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର ନ ହେବା ଯାଏ ମାମଲାଗୁଡ଼ିକର ଜରୁରୀ ଶୁଣାଣି ହେବ ନାହିଁ। ଦାୟିତ୍ୱ ନେବା ପରେ ଏହା କହିଛନ୍ତି ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ। ତେବେ ଅଧିକାଂଶ ଜନସ୍ୱାର୍ଥ ମାମଲାର ଶୁଣାଣି ଲାଗି ସେ ନିଜ ପାଖରେ ରଖିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍ ଗୋଗୋଇଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍। କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ବିଲକୁ ଆଗତ କରିବା ପରେ ଆଲୋଚନା ଆରମ୍ଭ ହୋଇଛି। ବିଲ୍କୁ ନେଇ ଆଜି ଭୋଟିଂ ମଧ୍ୟ ହୋଇପାରେ। ଏନେଇ ବିଜେପି ନିଜ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି। ଗୃହରେ ଉପସ୍ଥିତ ରହିବା ପାଇଁ ଦଳୀୟ ସାଂସଦଙ୍କୁ ହ୍ୱିପ୍ ଜାରି ହୋଇଛି। କଂଗ୍ରେସ ମଧ୍ୟ ହ୍ୱିପ୍ ଜାରି କରିଛି। ତେବେ ଅଧିକ ଅଧ୍ୟୟନ ପାଇଁ ଏହି […]
ନୂଆଦିଲ୍ଲୀ : ଜାତିସଂଘର ସମ୍ମାନଜନକ ପୁରସ୍କାର ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ଅାଜି ଜାତିସଂଘ ପକ୍ଷରୁ ‘ଚାମ୍ପିଅନ୍ସ ଅଫ୍ ଦ୍ ଅାର୍ଥ ‘ ସମ୍ମାନରେ ମୋଦିଙ୍କୁ ସମ୍ମାନିତ କରାଯାଇଛି । ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ଏହି ସମ୍ମାନ ମିଳିଛି । ଜାତିସଂଘର ପରିବେଶ ବିଭାଗ ମୁଖ୍ୟ ଇରିକ୍ ସୋଲିହିମ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ମୋଦିଙ୍କ ପ୍ରଚେଷ୍ଟାକୁ […]
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ। ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି। ଗତକାଲି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ ଜଷ୍ଟିସ ମିଶ୍ର ତାଙ୍କର ଉତ୍ତରାଧିକାରୀ […]
ଦିସପୁର: ଆସାମରେ ଉଦ୍ଘାଟିତ ହେଲା ବହୁ ପ୍ରତିକ୍ଷୀତ ବୋଗିବିଲ୍ ବ୍ରିଜ୍। ଆଜି ଏହି ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିବ୍ରୁଗଡ଼ ନିକଟ ବୋଗିବିଲରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ଡବଲ ଡେକର୍ ବ୍ରିଜର ଲମ୍ବ ହେଉଛି ୪ କିଲୋମିଟର ୯୪୦ ମିଟର। ୫ ହଜାର ୯୦୦କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ଭାରତର ସବୁଠାରୁ ଲମ୍ବା ରେଳ ରୋଡ୍ ବ୍ରିଜରେ ପରିଣତ ହୋଇଛି। ଏହି ବ୍ରିଜ୍ ଦ୍ୱାରା ବ୍ରହ୍ମପୁତ୍ର ନଦୀର […]
ମେଲ୍ବର୍ଣ୍ଣ: ଆସନ୍ତାକାଲି ମେଲ୍ବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ୧୧ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ନବାଗତ ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମା ପୁଣି ଥରେ ଦଳକୁ ଫେରିଛନ୍ତି। ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ଦୁଇ ଓପନର୍ କେ.ଏଲ. ରାହୁଲ୍ ଓ ମୁରଲୀ ବିଜୟଙ୍କୁ […]
ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିବା ପରେ ଶେଷ ହୋଇଛି କିଷାନ କ୍ରାନ୍ତି ଯାତ୍ରା। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର କିଷାନ ଘାଟରେ ପହଞ୍ଚିବା ପରେ ଏହି ଯାତ୍ରା ଶେଷ ହୋଇଥିବା ଘୋଷଣା କରାଯାଇଛି। ଗତକାଲି ଉତ୍ତର ପ୍ରଦେଶର ଗାଜିପୁରରେ ଅାନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇଥିଲେ । ଫଳରେ ଅାନ୍ଦୋଳନ ପାଇଁ ଅାସୁଥିବା ଚାଷୀ ବ୍ୟାରିକେଡ ଭାଙ୍ଗି ପଶିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଭାରତୀୟ କିଷାନ ୟୁନିୟନ ନେତୃତ୍ୱରେ ଗତକାଲି ହଜାର […]
ଜାକର୍ତା: ଇଣ୍ଡୋନେସିଆରେ ଆସିଥିବା ପ୍ରଳୟଙ୍କାରୀ ସୁନାମି କାରଣରୁ ଏବେ ଯାଏ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି। ଏବଂ ୧୪୦୦ ଲୋକ ଗୁରତର ଆହତ ହୋଇଥିବା ବେଳେ ୧୨୮ଜଣ ଏବେବି ନିଖୋଜ୍ ଅଛନ୍ତି। ଏହି ସୂଚନା ଦେଇଛନ୍ତି ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ। ଏହି ସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସୁନାମି ମାଡ଼ରେ ଶହ ଶହ ଘର ଓ ହୋଟେଲ୍ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଚାଇଲ୍ଡ ଅଫ୍ ଦ ଲିଜେଣ୍ଡ୍ରି କ୍ରାକାଟୋଆ ନାଁରେ ଜଣାଶୁଣା ଆଗ୍ନେୟଗିରିରୁ […]
ମୁମ୍ବାଇ: ବୁଲନ୍ଦଶହର ଘଟଣା ଉପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ନାସିରୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ମୋଦିଙ୍କୁ ସମାଲୋଚନା କରିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦିଓ ଇମ୍ରାନଙ୍କ ମନ୍ତବ୍ୟକୁ ନାସିରୁଦ୍ଦିନ ସମାଲୋଚନା କରିଛନ୍ତି, ତା ସତ୍ତ୍ୱେ ନାସିରୁଦ୍ଦିନଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଛି। ସହଯୋଗୀ ଅଭିନେତା ଅନୁପମ ଖେର […]
ଚଣ୍ଡିଗଡ଼: ହରିୟାଣାର ରୋହତକରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଗାଡ଼ି ନଷ୍ଟ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ସକାଳେ ଘନ କୁହୁଡ଼ି ଯୋଗୁ ରୋହତକ-ରେବାରୀ ଜାତୀୟ ରାଜପଥରେ ଝାଝରଠାରେ ଦୁର୍ଘଟଣା ଘଟିଛି। କୁହୁଡ଼ି ଯୋଗୁ ହଠାତ ଦୃଶ୍ୟମାନ ଦୂରତା କମିଯିବାରୁ ରାଜପଥ ଉପରେ ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ୨ […]
କୋଲକାତା: ପଶ୍ଚିମବଙ୍ଗରେ ସମ୍ବିଧାନ ସୁରକ୍ଷା ଓ ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା କରିବା ନେଇ ବିଜେପି ନଛୋଡ଼ବନ୍ଧା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରଥଯାତ୍ରା ଉପରେ କୋଲକାତା ହାଇକୋର୍ଟର ଡିଭିଜନାଲ୍ ବେଞ୍ଚ୍ ରହିତାଦେଶ ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦଳ। ଆଜି ବିଜେପି ପକ୍ଷରୁ କୋଲକାତା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ତେବେ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ମନା କରିଦେଇଛନ୍ତି। ରେଜିଷ୍ଟ୍ରାର ମନା କରିବା ପରେ ପଶ୍ଚିମବଙ୍ଗର ବସିରହାଟରେ ବିଜେପି କର୍ମୀମାନେ […]
ନୂଆଦିଲ୍ଲୀ : ଅାଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟୀତ୍ୱ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ। ସୁପ୍ରିମକୋର୍ଟର ୪୬ ତମ ମୁଖ୍ୟ ବିଚାରପତି ଭାବେ ସେ ଅାଜି ଶପଥ ନେବେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିତାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି। ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ […]
ଥିରୁଭନନ୍ତପୁରମ୍: ସବରିମାଳାରେ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି ରହିଛି। ଆଜି ୧୦ରୁ ୫୦ ବର୍ଷ ବୟସ ଭିତରର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାଲାପୁରମର ବିନ୍ଦୁ ଏବଂ କୋଜେକୋଡେର ଦୁର୍ଗା ମନ୍ଦିରକୁ ଯିବା ଲାଗି ମହିଳା ଦ୍ୱୟ ପାମ୍ବାରେ ପହଞ୍ଚିଥିଲେ। ସେଠାରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨ ଜଣଙ୍କୁ ପୁଲିସ୍ କଡ଼ା ସୁରକ୍ଷା ବଳୟରେ ନେଇଥିଲା। ଘଣ୍ଟା ଘଣ୍ଟା ପରିଶ୍ରମ କରି ପାହାଡ଼ ଚଢ଼ି […]
ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି। ସହଯୋଗୀ ଦଳରୁ ଜଣେ ଏବଂ ଜଣେ ପୂର୍ବତନ ରାଜା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମୋଟ୍ ୨୩ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲ୍ୟାଣ ସିଂହ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଲୋକଦଳରୁ ନିର୍ବାଚିତ ସୁବାସ ଗର୍ଗ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ୧୮ […]
କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ୨୦୧୯ ନିର୍ବାଚନ ପୂର୍ବରୁ କେସିଆର୍ଙ୍କ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟ ସଚିବାଳୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ମମତାଙ୍କ ପୂର୍ବରୁ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେସିଆର୍ଙ୍କ ଭେଟ୍ଘାଟ୍ ହୋଇଥିଲା। ଏହାକୁ କେବଳ ଏକ ସୌଜନ୍ୟମୂଳକ […]