ଭୁବନେଶ୍ୱର :ଘର ହେଉ କି ସ୍କୁଲ କେଉଁଠି ବି ସୁରକ୍ଷିତ ନୁହେଁ କୋମଳମତି ଝିଅଟିଏ। କିଛି ଦିନ ହେବ ନାବାଳିକାଙ୍କ ବିରୁଦ୍ଧରେ ଉଦ୍ବେଗଜନକ ଭାବେ ବଢିଛି ଯୌନ ଅପରାଧ। କେଉଁଠି ଦୁଷ୍କର୍ମ ତ ଅାଉ କେଉଁଠି ଦୁଷ୍କର୍ମ ପରେ ହତ୍ୟା । ଏଭଳି ଘଟଣା ଅାମ ସାମାଜିକ ମୂଳଦୁଅାକୁ ଦୋହଲାଇ ଦେଇଥିବା ବେଳେ ତେଜିବାକୁ ଅାରମ୍ଭ କରିଛି ପ୍ରତିବାଦର ସ୍ୱର । ଅାଉ ଏହି ଅଭିଯାନରେ ନିଜକୁ ସାମିଲ କରିଛି ତରଙ୍ଗ ସିନେ ପ୍ରଡକସନ୍ସ୍। କୋମଳମତି ଝିଅଟିର […]
ବିଶାଖାପାଟଣା : ହାତରେ ଖଡି , ସିଲଟ ଧରି ପିଲାମାନେ ପଢୁଛନ୍ତି ଓଡ଼ିଆ ପାଠ। ଓଡିଅା ବର୍ଣ୍ଣମାଳା ଠାରୁ ପଣିକିଅା ଅାଉ ତା ସାଙ୍ଗକୁ ପିଲାଙ୍କୁ ଶିଖାଯାଉଛି ଓଡିଅାରେ କଥାବର୍ତ୍ତା। ତେବେ ଏହା ଓଡିଶାରେ ଥିବା କୌଣସି ସ୍କୁଲରେ ନୁହେଁ, ଏହା ଦେଖିବାକୁ ମିଳିଛି ଅାନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ। ଯେଉଁଠି ନିଜ ପିଲାମାନଙ୍କୁ ନିଜ ମାତୃଭାଷା ଶିଖାଇବା ପାଇଁ ଅଣ୍ଟା ଭିଡିଛନ୍ତି ଅଭିଭାବକ ଓ ସ୍ୱେଚ୍ଛାସେବୀ। ଓଡ଼ିଶା ଠାରୁ ସିନା ଏମାନେ ଦୂରରେ ରହିଛନ୍ତି। ହେଲେ ମାତୃଭୂମୀ […]
ଲକ୍ଷ୍ନୌ : ବିବେକ ତିୱାରୀଙ୍କ ହତ୍ୟା ମାମଲାରେ ଅାସିଛି ପୋଷ୍ଟ ମର୍ଟମ୍ ରିପୋର୍ଟ । ବାମ ପାଖ ବେକରେ ବିବେକଙ୍କୁ ଗୁଳି ବାଜିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ବେକର ପ୍ରାୟ ୧୧ ସେଣ୍ଟିମିଟର୍ ଭିତରେ ମିଳିଥିଲା ଗୁଳି। ଲକ୍ଷ୍ନୌ ଗୋମତିନଗରରେ ହୋଇଥିବା ଏହି ଗୁଳିକାଣ୍ଡ ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ପ୍ରାଥମିକ ତଦନ୍ତରୁ ଏସ୍ଅାଇଟିକୁ ମିଳିଥିବା ତଥ୍ୟ ଅନୁସାରେ ବିବେକଙ୍କ କାର୍ର ବୋନେଟ୍ ଉପରେ ଚଢ଼ି […]
ନୂଆଦିଲ୍ଲୀ : ବ୍ୟାରିକେଡର ଗୋଟେ ପଟେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲା ଚାଷୀ ଅାଉ ଅନ୍ୟ ପଟେ ସେମାନଙ୍କୁ ଅଟକାଉଥିଲା ପୁଲିସ। ହେଲେ ଅଣାୟତ୍ତ ହେଲା ସ୍ଥିତି ବ୍ୟାରିକେଡ ଭାଙ୍ଗି ଧସେଇ ପସିବାକୁ ଉଦ୍ୟମ କଲେ ଚାଷୀ । ଅାଉ ତାପରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଲୁହ ବୁହା ବାଷ୍ପ ପ୍ରୟୋଗ ସହ ୱାଟର କ୍ୟାନନର ପ୍ରହାର । ଦିଲ୍ଲୀରେ କିଶାନ କ୍ରାନ୍ତି ପଦଯାତ୍ରାବେଳେ ଅାଜି ଦେଖାଦେଇଥିଲା ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି। ୬ ଦଫା ଦାବି ନେଇ […]
ଭୁବନେଶ୍ୱର: କେସିଆର୍ ହେଉଛନ୍ତି ଏନ୍ଡିଏ ଏବଂ ବିଜେପିର ‘ବି’ ଟିମ୍। ଭାରତ ବର୍ଷରେ ଯେଉଁ ମହାଗଠବନ୍ଧନ ହେଉଛି ତାକୁ ଦୁର୍ବଳ କରିବା ପାଇଁ କେସିଆର୍ ଟେଣ୍ଡର୍ ନେଇଛନ୍ତି। କେସିଆର୍ଙ୍କ ଓଡ଼ିଶା ଗସ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନେଇ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ତେଲେଙ୍ଗାନା ଏଆଇସିସି ଇନ୍-ଚାର୍ଜ ତଥା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ। କେସିଆର୍ ପୂର୍ବରୁ ବିଜେପି ସହିତ ଥିଲେ। ଉଭୟ କେସିଆର୍ ଓ ନବୀନଙ୍କ ମୁଣ୍ଡ ଉପରେ ଚିଟ୍ଫଣ୍ଡ […]
କୋଲକତା : କୋଲକତାରେ ବିସ୍ଫୋରଣ। ସହରର ଜନଗହଳିପୂର୍ଣ୍ଣ ଦମ୍ଦମ୍ ଅଞ୍ଚଳରେ ବିସ୍ଫୋରଣ ଘଟି ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ନଗରବଜାର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏକ ଫଳ ଦୋକାନ ବାହାରେ ଘଟିଥିଲା ଏହି ବିସ୍ଫୋରଣ। ଘଟଣାସ୍ଥଳରେ ପହଞ୍ଚିଛି କୋଲକତା ପୁଲିସ ଏକ୍ସପର୍ଟ ଟିମ୍ । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି
ଜାକର୍ତ୍ତା: ପୁଣି ଇଣ୍ଡୋନେସିଆରେ ଭୂମିକମ୍ପ। ସୁନାମୀର ତାଣ୍ଡବ ପରେ ପୁଣି ଇଣ୍ଡୋନେସିଆରେ ଭୁମିକମ୍ପର ଝଟ୍କା ଅନୁଭୂତ ହୋଇଛି। ଇଣ୍ଡୋନେସିଆର ସୁମ୍ବା ଦ୍ୱୀପରେ ଆଜି ଏହି ଭୁମିକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହି ଭୁମିକମ୍ପର ତୀବ୍ରତା ୫.୯ ରେକର୍ଡ ହୋଇଛି। ଆଜି ଅନୁଭୂତ ହୋଇଥିବା ଭୂମିକମ୍ପକୁ ନେଇ କୌଣସି ସୁନାମି ଆଲର୍ଟ ଜାରି କରାଯାଇ ନାହିଁ। ଏଥିସହ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ। ସକାଳ ୭ଟା ୧୬ ମିନିଟ୍ ସମୟରେ ଦକ୍ଷିଣ-ପଶ୍ଚିମ […]
ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ଦିବସ ପାଳନ କରୁଛି। ୧୮୬୯ ମସିହାରେ ଆଜି ଦିନରେ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ସତ୍ୟ ଓ ଅହିଂସାର ପୂଜାରୀ ବାପୁଙ୍କ ସମାଧିପୀଠ ଦିଲ୍ଲୀର ରାଜଘାଟ୍ ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ଅନ୍ୟ ରାଜନୈତିକ ନେତାମାନେ ମଧ୍ୟ ରାଜଘାଟ୍ […]
ଶ୍ରୀନଗର: ଜମ୍ମୁଓ କାଶ୍ମୀରର ପୁଲୱାମା ଜିଲ୍ଲା ଟ୍ରାଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗୁଇନ୍ଦା ସୂଚନା ମିଳିବା ପରେ ଅରମପୋରା ଗାଁକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ତଲାସୀବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀ ଜବାବୀ ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀରର କୁଖ୍ୟାତ ଆତଙ୍କବାଦୀ ଜାକିର ମୁସାର ସହଯୋଗୀ ରହିଛି। ମୃତ ଆତଙ୍କବାଦୀମାନେ […]
ପାଟନା: ବିହାରରେ ଆସନ ବୁଝାମଣା ନେଇ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ଓ ବିଜେପି ମଧ୍ୟରେ ଅସନ୍ତୋଷ ଦୂର ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ଏଲ୍ଜେପି ନେତା ରାମବିଳାଶ ପାଶ୍ୱାନ ଓ ପୁଅ ଚିରାଗ ପାଶ୍ୱାନଙ୍କ ଆଲୋଚନା ପରେ ଦୁଇ ଦଳ ମଧ୍ୟରେ ଅଡ଼ୁଆ ତୁଟିଛି। ଏହାପରେ ଆଜି ଏନ୍ଡିଏ ଅଂଶୀଦାର ଦଳଗୁଡ଼ିକ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିବାର ଯୋଜନା ରହିଛି। ଏଥିରେ ବିହାରରେ ଆସନ ବୁଝାମଣା ଓ […]
ଲକ୍ଷ୍ନୌ: ପୁଣି ଥରେ ହନୁମାନଙ୍କ ଜାତିକୁ ନେଇ ତେଜିଛି ରାଜନୀତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏବେ ତାଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଉତ୍ତରପ୍ରଦେଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ହନୁମାନଙ୍କ ଜାତି ଜାଠ ବୋଲି କହିଛନ୍ତି। ଜାଠଙ୍କ କାର୍ଯ୍ୟଧାରା ଏବଂ ସ୍ୱାଭାବ ହନୁମାନଙ୍କ ସହ ସାମଞ୍ଜସ୍ୟ ରହିଛି। ତେଣୁ ହନୁମାନ ଜାଠ ସଂପ୍ରଦାୟରୁ ଆସିଛନ୍ତି ବୋଲି କହିଛନ୍ତି ୟୁପି ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ। ଏହାପୂର୍ବରୁ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା ଲାଗିଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୋର୍ଟରେ ଆତ୍ମ ସମର୍ପଣ ହେବା ଲାଗି ମାଗିଥିବା ୩୦ ଦିନର ସମୟକୁ ଆଜି ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଫଳରେ ଆସନ୍ତା ୩୧ ତାରିଖ ସୁଦ୍ଧା ତାଙ୍କୁ କୋର୍ଟଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଅଦାଲତରେ ଆସନ୍ତା ୩୧ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଥିଲା। […]