ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଛିଣ୍ଡୱାରା ବିଧାନସଭା ଆସନ ଓ ତାଙ୍କ ପୁଅ ନକୁଲ ନାଥ ଛିଣ୍ଡୱାରା ଲୋକସଭା ସିଟ୍ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଛିଣ୍ଡୱାରାରୁ ସାଂସଦ ଥିବା କମଲନାଥ ଡିସେମ୍ବର ମାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କରିବାର ୬ ମାସ ଭିତରେ ବଧାନସଭାକୁ ନିର୍ବାଚିତ ହେବା ନିୟମ ରହିଛି। ଏଣୁ ଛିଣ୍ଡୱାରା ବିଧାୟକ ନିଜ ପଦରୁ ଇସ୍ତଫା ଦେବା ସହ କମଲନାଥଙ୍କ ପାଇଁ ରାସ୍ତା ଛାଡ଼ିଥିଲେ। ଫଳରେ […]
ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ସିବିଆଇ ସୁପ୍ରିମକୋର୍ଟରେ ବିରୋଧ କରିଛି। ନିର୍ବାଚନ ସମୟ ହୋଇଥିବାରୁ ଲାଲୁ ଜାମିନର ଦୁରୁପଯୋଗ କରିବା ସହ ନିର୍ବାଚନ ପ୍ରଚାରରେ ସାମିଲ୍ ହେବେ ବୋଲି ଆଶଙ୍କା କରି ସିବିଆଇ ଏହାକୁ ବିରୋଧ କରିଛି। ଯାଦବ ଦୀର୍ଘଦିନ ଧରି ହସ୍ପିଟାଲରେ ରହିବା ସହ ସେହିଠାରୁ ରାଜନୀତି ଗୋଟି ଚଳାଉଛନ୍ତି। ତାଙ୍କୁ ଯଦି ଜାମିନ ପ୍ରଦାନ କରାଯାଏ, ସେ ଏହାର ଦୁରୁପଯୋଗ କରିବା ଆଶଙ୍କା ରହିଛି। ଏଣୁ ତାଙ୍କୁ ଜାମିନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ବିବେକ ଓବରୟ ଅଭିନୀତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଫଳରେ ଆସନ୍ତା ୧୧ ତାରିଖରେ ଏହି ଫିଲ୍ମ ରିଲିଜ ହେବା ସୁନିଶ୍ଚିତ ହୋଇଛି। ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେସ୍ୟରେ ଏହି ଫିଲ୍ମ ନିର୍ମାଣ ହୋଇଥିବା ଅଭିଯୋଗ କରି ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ନେତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି […]