• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pm modi
ପାୱାର୍‌-ମୋଦି ଭେଟ୍‌ଘାଟ୍‌ ମହାରାଷ୍ଟ୍ର ସ୍କ୍ରିପ୍ଟରେ ପରିବର୍ତ୍ତନ ଆଣିଲା କି ?

ମୁମ୍ବାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ,  ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ବିଜେପି ସହ ମିଶି  ଏନ୍‌ସିପି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏସବୁ ଭିତରେ ଏନ୍‌ସିପି ଓ ପାୱାର ଫ୍ୟାମିଲ୍‌ରେ ଫାଟ ସୃଷ୍ଟି ହେବାନେଇ ଚର୍ଚ୍ଚା ଜୋର ଧରିଛି। ଗତ ୧୮ […]

Devendra Fadnavis
ମହାରାଷ୍ଟ୍ରରେ ବିଜେପି-ଏନ୍‌ସିପି ମେଣ୍ଟ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍‌ନାଭିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ, ଏହାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ବିଜେପି ଓ ଏନ୍‌ସିପି ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଦ୍ୱିତୀୟ ଥର ପାଇଁ  ବିଜେପିର ଦେବେନ୍ଦ୍ର ଫଡ୍‌ନାଭିସ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କହିବାକୁ ଗଲେ ରାତାରାତି ମହାରାଷ୍ଟ୍ର ମହାନାଟକରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଗତକାଲି ବାଲ୍ ଠାକ୍‌ରେଙ୍କ ଉତ୍ତରାଧିକାରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ […]

jharkhand
ନକ୍ସଲ ହମ୍‌ଲାରେ ୩ ପୁଲିସ୍‌ କର୍ମୀ ସହିଦ

ରାଞ୍ଚି: ପୁଲିସ୍‌ ଉପରକୁ ନକ୍ସଲଙ୍କ ଆକ୍ରମଣ। ଝାଡଖଣ୍ଡର ଲେତେହାର ଜିଲ୍ଲାରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣ ପୁଲିସ୍‌ କର୍ମୀ ସହିଦ ହୋଇଛନ୍ତି। ଏକ ୪ ଚକିଆ ଗାଡ଼ିରେ ପୁଲିସ୍‌ କର୍ମୀ ଯାଉଥିବା ସମୟରେ ଶୁକ୍ରବାର ସନ୍ଧ୍ୟା ୮.୩୦ ବେଳକୁ ସଶସ୍ତ୍ର ନକ୍ସଲବାହିନୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ନକ୍ସଲମାନେ ପୁଲିସ୍‌ ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ। ଏଥିରେ ସହିଦ ହୋଇଥିବା ପୁଲିସ୍‌ କର୍ମୀଙ୍କ ମଧ୍ୟରେ ଜଣେ ସବ୍‌ ଇନ୍ସପେକ୍ଟର ପାହ୍ୟାର ପୁଲିସ୍‌ ଓ ଜଣେ […]

mars
ମଙ୍ଗଳରେ ମିଳିଲା ‘ଡେଡ୍‌ ବଡ଼ି’, ବୈଜ୍ଞାନିକ କଲେ ଏମିତି ଦାବି...

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଜୀବ ସତ୍ତା ଅଛି ନା ନାହିଁ ? ଏହାକୁ ନେଇ ଅନେକ ରିସର୍ଚ୍ଚ ହେବାସହ ବହୁ ଲୋକ ବହୁ କଥା ଦାବି କରିଛନ୍ତି। ଏବେ ପୁଣି ସାମ୍ନାକୁ ଏପରି ଏକ ଘଟଣା ଆସିଛି ଯାହାକୁ ନେଇ ପୁଣିଥରେ ମଙ୍ଗଳ ଗ୍ରହରେ ଜୀବ ସତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଆମେରିକାର ବୈଜ୍ଞାନିକଙ୍କୁ ମଙ୍ଗଳ ଗ୍ରହରେ ‘ଡେଡ୍‌ ବଡି’ ମିଳିଛି। ଏହାର ମୁଣ୍ଡ, ଶରୀର ଓ ପାଦ ରହିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା […]

bride
ପାଲିଙ୍କି ବଦଳରେ ହେଲିକପ୍ଟରରେ ଝିଅକୁ ବିଦା କଲେ ବାପା

ଜୟପୁର: ଯେତେ ପଛେ କଷ୍ଟ ହେଉନାହିଁ କାହିଁକି ବାପା-ମା’ ସବୁବେଳେ ସେମାନଙ୍କ ପିଲାଙ୍କର ସବୁ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି। ଆଉ ଯେତେବେଳେ ଝିଅକୁ ବିବାହ କରାଇଥାନ୍ତି ସେତେବଳେ ତ ଝିଅର ଆବଶ୍ୟକତାଠୁ ଆରମ୍ଭ କରି ସବୁ କିଛି ସ୍ୱପ୍ନ ପୂରଣ କରିବାରେ ବାପା-ମା’ ଲାଗି ପଡ଼ନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଝୁନଝୁନୁ ଅଞ୍ଚଳରେ। ଝିଅର ସ୍ୱପ୍ନ ଥିଲା ବିବାହ ପରେ ପାଲିଙ୍କି ବଦଳରେ ହେଲିକପ୍ଟରେ ବିଦାୟୀ ନେବେ। ଯେଉଁ […]

vicky
ଭିକି କହିଲେ- ନୋ କଣ୍ଡୋମ୍‌ସ୍‌ ପ୍ଲିଜ୍‌

ମୁମ୍ବାଇ: ବ୍ଲକ୍‌ବଷ୍ଟର ଫିଲ୍ମ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ୍‌’ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବଲିଉଡ୍‌ ଅଭିନେତା ଭିକି କୌଶଲ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଅଭିନେତ୍ରୀ  କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କର ଆଫାୟର୍ସ ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏସବୁ ଭିତରେ ଭିକି କଣ୍ଡୋମ୍‌ସ୍‌ ଉପରେ ଆଧାରିତ ଏକ ଫିଲ୍ମରେ କାମ କରିଦେବା ପାଇଁ ରୋକ୍‌ଠୋକ୍‌ ମନା କରିଦେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଶୁଣିବାକୁ ମିଳୁଛି ଯେ, ଭିକି ଏମିତି ଏକ […]

sona
ଇଣ୍ଡିଆନ୍ ଆଇଡଲ୍‌ରୁ ଅନୁ ମଲ୍ଲିକ ଆଉଟ୍‌, ସୋନା କହିଲେ ଧନ୍ୟବାଦ...

ଭୁବନେଶ୍ୱର: ଗତ ରବିବାର କଟକ ବାଲିଯାତ୍ରା ପଡ଼ିଆରୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେବା ପରେ ଗତକାଲି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଇଣ୍ଡିଆନ୍ ଆଇଡଲର ବିଚାରକ ଭୂମିକା ନିଭାଉଥିବା ଅନୁ ମଲ୍ଲିକଙ୍କ ନାମରେ ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାବେଳେ ବର୍ତ୍ତମାନ ସେ ଏହି ଶୋ’ରୁ ବିଦା ହୋଇଛନ୍ତି। ଏନେଇ ସୋନା ପୂର୍ବରୁ ମଧ୍ୟ ଅଭିଯୋଗ ଆଣିଥିବାବେଳେ ପୁଣିଥରେ ବାଲିଯାତ୍ରା ମଞ୍ଚରେ ତା’କୁ ଦୋହରାଇଥିଲେ। ଏହାପରେ […]

pay tm
Paytm ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଆପଣଙ୍କର ଏହି ଛୋଟ ଭୁଲ୍‌ ପାଇଁ ଖାଲି ହୋଇପାରେ ବ୍ୟାଙ୍କ୍‌ ଖାତା

ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କୁ ବିଭିନ୍ନ ଅଫର୍‌, କ୍ୟାସ୍‌ବ୍ୟାକ୍‌ ଇତ୍ୟାଦିର ଲୋଭ ଦେଖାଇ ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଜଡ଼ିତ ସମସ୍ତ ତଥ୍ୟ ଚୋରି କରୁଛନ୍ତି କିଛି ଠକ। ଠକାମିର ଶିକାର ହେଉଥିବା ଲୋକେ ଏସବୁ ଜାଣିବା ପରେ ସେମାନଙ୍କ ପାଖରେ ଆଉ କୌଣସି ବାଟ ନ ଥାଏ କିଛି ପଦକ୍ଷେପ ନେବା ପାଇଁ। ଯଦି ଆପଣ Paytm ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। କାହିଁକି ନା ଆଜିକାଲି Paytmକୁ […]

bsnl
ଗ୍ରାହକଙ୍କୁ ଝଟ୍‌କା ଦେଇପାରେ BSNL

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଏୟାର୍‌ଟେଲ୍‌ ଓ ଭୋଡାଫୋନ୍‌ ପରେ ଏବେ ବିଏସ୍‌ଏନ୍‌ଏଲ୍‌ ଏହାର ଗ୍ରାହକଙ୍କୁ ଝଟ୍‌କା ଦେଇପାରେ। କାରଣ ବିଏସ୍‌ଏନ୍‌ଏଲ୍‌ ଏହାର ପ୍ଲାନ୍‌କୁ ନେଇ ରିଭ୍ୟୁ କରୁଛି। ଏହାପରେ ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ବିଏସ୍‌ଏନ୍‌ଏଲ୍‌ ଏହାର Tariff ପ୍ଲାନ୍‌ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ସୂଚନା ମିଳିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଇଡିଆ, ଏୟାର୍‌ଟେଲ୍‌ ଓ ଭୋଡାଫୋନ୍‌ ସେମାନଙ୍କର Tariff ଆସନ୍ତା ଡିସେମ୍ବରରୁ […]

ranu mondal
ସାମ୍ନାକୁ ଆସିଲା ରାନୁଙ୍କ ମେକ୍‌ଅପ୍‌ର ଅରିଜିନାଲ୍‌ ଫଟୋ

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ ନିକଟରେ ମେକ୍‌ଅପ୍‌ ନେଇ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଏପରିକି ତାଙ୍କର ଏହି ମେକ୍‌ଅପ୍‌ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଫଟୋରେ ରାନୁ ପୂରାପୂରି ହେଭି ମେକ୍‌ଅପ୍‌ ନେଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ବହୁତ ଟ୍ରୋଲ୍‌ ମଧ୍ୟ ହେବାକୁ ପଡ଼ିଥିଲା। ତେବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ରାନୁଙ୍କ ଏହି ମେକ୍‌ଅପ୍‌ ଫଟୋ ଫେକ୍‌ ବୋଲି ମେକ୍‌ଅପ୍‌ […]

bride
ଗହଣା ବଦଳରେ ଟମାଟୋ ପିନ୍ଧିଲେ ପାକିସ୍ତାନୀ ଦୁଲ୍‌ହନ୍‌

ଇସଲାମାବାଦ: ବିବାହରେ ସୁନ୍ଦର ଦେଖାଯିବା ପାଇଁ ଦୁଲ୍‌ହନ୍‌ ସୁନା ଗହଣାରେ ନିଜକୁ ସଜେଇଥାଏ। ହେଲେ ସୁନା ଗହଣା ବଦଳରେ ଟମାଟୋ ବା ବିଲାତିରେ ନିଜକୁ ସଜେଇବା ! କଥାଟା ଶୁଣିକି ଟିକେ ଅଜବ ଲାଗୁଛି ନା ? ଏମିତି ଏକ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି ହସକୁ ବନ୍ଦ କରିପାରିବେ ନାହିଁ। ଘଟଣାଟି ଏମିତି…. ପାକିସ୍ତାନ ଲାହୋରର ଏକ ଦୁଲ୍‌ହନ୍‌ ନିଜ ବିବାହ ଦିନ ସୁନା ଅଳଙ୍କାର […]

railway
ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ରେଲ୍‌ୱେରେ ଚାକିରି ଅଫର୍‌, ହେବନି କୌଣସି ପରୀକ୍ଷା

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ସାଉଥ୍‌ ସେଣ୍ଟ୍ରାଲ୍‌ ରେଲ୍‌ୱେ ୪୧୦୩ ପଦ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦ ପାଇଁ ୧୦ମ ପାସ୍‌ କରିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନଭେମ୍ବର ୯ ତାରିଖରୁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଡିସେମ୍ବର […]

goutam
ଗୌତମ ଗମ୍ଭୀର ନି‌ଖୋଜ ! ଲାଗିଲା ଏମତି ପୋଷ୍ଟର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନି‌ଖୋଜ ନେଇ ନୂଆଦିଲ୍ଲୀରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗଛ ଓ କାନ୍ଥରେ ଏହିସବୁ ପୋଷ୍ଟର ଲାଗିଥିବା ନଜର ଆସିଛି। ପୋଷ୍ଟରରେ ଲେଖା ଯାଇଛି, ‘କ’ଣ ଆପଣ ଗୌତମ ଗମ୍ଭୀରଙ୍କୁ କେଉଁଠି ଦେଖିଛନ୍ତି କି ? ଶେଷଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବା ଦେଖିବାକୁ ମିଳିଥିଲା। ସେବେଠୁ ସେ ନିଖୋଜ ଅଛନ୍ତି। ପୂରା ଦିଲ୍ଲୀ ତାଙ୍କୁ ଖୋଜୁଛି’। ସୂଚନାଥାଉ କି, ଗତ ସପ୍ତାହରେ […]

pak leader
ଭାରତରେ ଶରଣ ଦେବା ପାଇଁ ମୋଦିଙ୍କୁ ନିବେଦନ କଲେ ପାକିସ୍ତାନୀ ନେତା

ଲଣ୍ଡନ: ପାକିସ୍ତାନର ପ୍ରମୁଖ ରାଜନୈତିକ ଦଳ ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ(ଏମ୍‌କ୍ୱିଏମ୍‌)ର ପ୍ରତିଷ୍ଠାତା ଅଲ୍‌ତାଫ୍ ହୁସେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନ କରିଛନ୍ତି। ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ଭାରତରେ ଶରଣ ଦେବାସହ ଆର୍ଥିକ ସହାୟତା କରିବା ପାଇଁ ଅଲ୍‌ତାଫ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ୧୯୯୨ ମସିହାରୁ ଅଲ୍‌ତାଫ୍ ଲଣ୍ଡନରେ ନିର୍ବାସିତ ଭାବେ ଜୀବନଯାପନ କରୁଛନ୍ତି। ଅଲ୍‌ତାଫ୍‌ କହିଛନ୍ତି, ‘ଯଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁମତି ଦେବେ ତେବେ ମୁଁ, ମୋ […]

rakhi
ସ୍ୱାମୀଙ୍କ ପରେ ଏବେ ସାମ୍ନାକୁ ଆସିଲେ ରାକ୍ଷୀଙ୍କ ଝିଅ ! ଫ୍ୟାନ୍ସ କହିଲେ...

ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ପୁଣି ଏବେ ଚର୍ଚ୍ଚାରେ। ରାକ୍ଷୀଙ୍କର ହଠାତ୍ ବିବାହ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିବା ବେଳେ ପୁଣି ଏବେ ତାଙ୍କର ଝିଅକୁ ନେଇ ସମସ୍ତେ ଟିକେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି। ଖାଲି ଏତିକି ନୁହେଁ ଏହି ଝିଅଟି ରାକ୍ଷୀଙ୍କୁ ତାଙ୍କ ମମ୍‌ ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଭିଡିଓ ରାକ୍ଷୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ […]

aditi
ଦିନେ ରାହୁଲଙ୍କ ସହ ଏହି ବିଧାୟିକାଙ୍କ ନାଁ ଯୋଡ଼ା ହୋଇଥିଲା, ହେଲେ ଏବେ....

ରାୟବରେଲି: ଦିନେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ସହ କଂଗ୍ରେସର ଏହି ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ଶେଷରେ କଂଗ୍ରେସର ଏହି ବିଧାୟିକା ତାଙ୍କର ଜୀବନ ସାଥୀ ପାଇଛନ୍ତି। ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ୍‌ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ […]

selfie
କାଳ ହେଲା ସେଲ୍‌ଫି ନିଶା, ବ୍ରେକ୍‌ ଡ୍ୟାନ୍ସ ମେସିନ୍‌ରେ ଫସିଗଲେ ଯୁବକ

ବିଶାଖାପାଟନମ୍‌: ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏଭଳି ଏକ ଅଘଟଣ ଘଟିଛି ତେଲାଙ୍ଗାନର ନିଜାମାବାଦ୍‌ ଜିଲ୍ଲାରେ। ସୂଚନା ଅନୁସାରେ, ନିଜାମାବାଦ୍‌ ଜିଲ୍ଲାର ବିଙ୍ଗାଲ୍‌ ପଞ୍ଚାୟତ ଲିମାଦ୍ରୀକୁଟା ଗାଁରେ ଥିବା ଏକ ମନ୍ଦିରରେ ପ୍ରତ୍ୟେକ ବର୍ଷ ଯାତ୍ରା ବା ମେଳା ହୋଇଥାଏ। ୩ ରୁ ୪ ଦିନ ଧରି ଏହି […]

crocodile
କୁମ୍ଭୀର ମୁହଁରୁ ଭଉଣୀକୁ ରକ୍ଷା କଲା ଭାଇ

ନୂଆଦିଲ୍ଲୀ: ନିଜର ସାହାସିକତା ପାଇଁ ଆଜି ସାରା ବିଶ୍ୱରେ ଜଣେ ୧୫ ବର୍ଷୀୟ ପିଲାକୁ ପ୍ରଶଂସା କରାଯାଉଛି। ବିପଦଜନକ ସ୍ଥିତିରେ ଭୟଭୀତ ନ ହୋଇ ଏବଂ ସଂଯମତା ରକ୍ଷା କରି ଏହି ପିଲା ଜଣକ ଗୋଟିଏ ବିରାଟ କୁମ୍ଭୀର ମୁହଁରୁ ନିଜର ୧୨ ବର୍ଷୀୟ ଭଉଣୀକୁ ରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି। ପିଲାଟିର ଏହି ଧୈର୍ଯ୍ୟ ଓ ସାହାସ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଫିଲିପାଇନ୍ସର ପାଲୱାନ ଠାରେ ଥିବା ହ୍ରଦ ନିକଟ ଦେଇ ୧୨ […]

train
ବଢ଼ିବ ଟ୍ରେନ୍‌ରେ ଖାଇବା ମୂଲ୍ୟ

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍‌ରେ ଅନ୍‌ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍‌ ଏସି ଏବଂ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କା ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ […]

thyroid 1
ଜାଣନ୍ତୁ ଥାଇରଏଡ୍‌ର ଲକ୍ଷଣ ସମ୍ପର୍କରେ...

ଥାଇରଏଡ୍‌କୁ ସାଧାରଣ ଭାଷାରେ ଏକ ରୋଗ ବୋଲି କୁହାଯାଇଥାଏ। କିନ୍ତୁ ଏହା ଭୁଲ୍‌। ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍‌ ହର୍ମୋନ୍‌ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍‌ ହର୍ମୋନ୍‌ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ ଡାକ୍ତରୀ ଭାଷାରେ ଓଭର୍‌ ଆକ୍ଟିଭ୍‌ ଥାଇରଏଡ୍‌ ବା ହାଇପର୍‌ ଥାଇରଏଡ୍‌ଜିମ୍‌ କୁହାଯାଏ। ଥାଇରଏଡ୍‌ ଗ୍ରନ୍ଥି ଅଧିକ ଆକ୍ଟିଭ୍‌ ହେଲେ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର […]

egg
୩ଟି ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା, ଭାଇରାଲ୍‌ ହେଲା ହୋଟେଲ୍‌ ବିଲ୍‌

ମୁମ୍ବାଇ: ବଜାରରେ ୩ଟି ସିଝା ଅଣ୍ଡାର ଦାମ କେତେ ହୋଇଥିବ? ଯଦି ଆମେ ରାସ୍ତା କଡ଼ର ଦୋକାନ କଥା କହିବା ତେବେ ୨୦ ଟଙ୍କା ମଧ୍ୟରେ ୩ଟି ସିଝା ଅଣ୍ଡା ସହଜରେ ମିଳିଯିବ। ହେଲେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶେଖର ୩ଟି ସିଝା ଅଣ୍ଡା ଖାଇ ପଞ୍ଚ ତାରକା ହୋଟେଲର ଗୋଟିଏ ଲଞ୍ଚ ପ୍ଲେଟର ବିଲ୍‌ ଦେଇଛନ୍ତି। ଗୁଜରାଟ ଅହମଦାବାଦର ହୟାତ ରିଜେନସି ନାମକ ଏକ ପଞ୍ଚତାରକା ହୋଟେଲ୍‌ରେ ସିଝା ଅଣ୍ଡା ଖାଇବା ପରେ ଏହି […]

Turkmenistan 4
ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ନୂଆଦିଲ୍ଲୀ: ଆମେ ଯେଉଁଠି ରହୁ ସେହି ସ୍ଥାନକୁ ହିଁ ଆମେ ଆମର ଦୁନିଆ ଓ ସଂସାର ବୋଲି ଭାବି ନେଉ। ହେଲେ  ଦୁନିଆ ଖାଲି ସେତିକିରେ ସୀମିତ ନୁହେଁ । ହେଲେ ଆମେ ଏଠି ଆପଣଙ୍କୁ ଦୁନିଆ ନୁହେଁ, ନର୍କର ପ୍ରବେଶ ପଥ ବିଷୟରେ କହିବାକୁ ଯାଉଛୁ। ହଁ, ଲୋକେ ଏହାକୁ ନର୍କର ପ୍ରବେଶ ପଥ ବୋଲି ଭାବି ନେଇଛନ୍ତି।  ନର୍କର ଏହି ପ୍ରବେଶ ପଥରେ ଏକ ବହୁତ ବଡ଼ ଗାତ ଅଛି, ଯେଉଁଠି ଦୀର୍ଘ ୪୭ […]

dutee
TIME 100 Next ତାଲିକାରେ ଓଡ଼ିଆ ଆଥ୍‌ଲେଟ୍ ଦୂତି ଚାନ୍ଦ

ଭୁବନେଶ୍ୱର: ଓଡ଼ିଆ ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ନାଁ TIME 100 Next 2019 ତାଲିକାରେ ସ୍ଥାନ ପାଇଛି। ଏହି ତାଲିକାରେ ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୨୫ରେ ଏହାର ସମ୍ପୂର୍ଣ୍ଣ ତାଲିକା TIME ମାଗାଜିନ୍‌ରେ ପ୍ରକାଶ ପାଇବ। ଟାଇମ୍ ପକ୍ଷରୁ ଏଭଳି ତାଲିକା ପ୍ରଥମ ଥର ପାଇଁ ପ୍ରକାଶ ପାଇବାକୁ ଯାଉଛି। ଏହି ତାଲିକାରେ ବ୍ୟବସାୟ, କ୍ରୀଡ଼ା, ମନୋରଞ୍ଜନ, ରାଜନୀତି, […]

accident
ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ସିକର: ରାଜସ୍ଥାନର ସିକର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସମସ୍ତ ମୃତାହତ ମାନେ ଏକ ଗାଡ଼ିରେ ଖଟୁଶ୍ୟାମ୍‌ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଖଟୁଶ୍ୟାମ୍‌-ରିଙ୍ଗାସ୍‌ ରୋଡ୍‌ରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]

monkey 22
ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

ବେଜିଂ: ଆଜିକାଲି ଅନ୍‌ଲାଇନ୍‌ ସପିଂ କରିବା ଏକ ସାଧାରଣ କଥା ହୋଇଗଲାଣି, ଯାହାକୁ ଦେଖ ସିଏ ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମାଙ୍କଡ଼ମାନେ ଅନ୍‌ଲାଇନ୍‌ରେ ସପିଂ କରିବା ? କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ଘଟିଛି ଚୀନ୍‌ରେ। ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇ କହିବେ ଏମିତି କେମିତି ହୋଇପାରିଲା ? ଚୀନ୍‌ର ଜିଙ୍ଗସୁ ପ୍ରଦେଶ ସ୍ଥିତ ୟାଙ୍ଗ୍‌ଚେଙ୍ଗ୍‌ ଚିଡ଼ିଆଖାନାରେ ଏହି ଅଜବ ଘଟଣା […]