• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

delhi airport
ଦିଲ୍ଲୀ ବିମାନ ବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌, ଲୋକେ ଆତଙ୍କିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ୍‌ ଜବତ ହୋଇଛି। ଆଜି ସକାଳେ ଟର୍ମିନାଲ୍‌ ୩ ରୁ ଏହି ବ୍ୟାଗ୍‌ ଜବତ ହୋଇଥିଲା। ଏହି ଘଟଣା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ୩ଟା ବେଳେ ଟର୍ମିନାଲ୍‌ ୩ରେ ଏହି ସନ୍ଦିଗ୍ଧ ବ୍ୟାଗ୍‌ ଥିବାନେଇ ଏୟାରପୋର୍ଟ ପୁଲିସ୍ ଷ୍ଟେସନକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟାଗ୍‌କୁ ଜବତ […]

debit card
ଲକ୍ଷାଧିକ ଭାରତୀୟଙ୍କ ଡେବିଟ୍, କ୍ରେଡିଟ୍ କାର୍ଡ ତଥ୍ୟ ଚୋରି

ବେଙ୍ଗାଲୁରୁ: ଦିନକୁ ଦିନ ଆମେ ଯେତିକି ଡିଜିଟାଲ୍‌ ହେଉଛେ ସେତିକି ବିପଦ ଆଡ଼କୁ ଠେଲି ହୋଇ ଯାଉଛେ। କାରଣ ଟଙ୍କା ଉଠାଇବା, କ୍ୟାସଲେସ ମୁଡରେ କିଛି କିଣିବା ପାଇଁ ଆପଣଙ୍କ ପକେଟରେ ରହୁଥିବା ଡେବିଟ୍ କିମ୍ୱା ଏଟିଏମ କାର୍ଡର ତଥ୍ୟ ଚୋରି ହୋଇଯାଇଛି। ପାଖାପାଖି ୧.୩ ମିଲିୟନ(୧୩ ଲକ୍ଷ) ଲୋକଙ୍କ ଡେବିଟ୍ ଓ କ୍ରେଡିଟ୍‌ କାର୍ଡର ଡାଟା (ତଥ୍ୟ) ଚୋରି ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ୯୮ ପ୍ରତିଶତ ଡେବିଟ୍ କାର୍ଡ ଭାରତୀୟଙ୍କର ରହିଛି।  ଏବେ ଏହି ଡାଟା […]

cyclone
ମାଡ଼ି ଆସୁଛି ବାତ୍ୟା ‘ମହା’

ନୂଆଦିଲ୍ଲୀ: ପୁଣି ଆସୁଛି ଆଉ ଏକ ବାତ୍ୟା। ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ମହା’ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି […]

yoga -blood pressure
ଏହି ୩ଟି ପ୍ରାଣାୟମ ଉଚ୍ଚ ରକ୍ତଚାପ ପାଇଁ ରାମବାଣ

‌ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଚ୍ଚ ରକ୍ତଚାପ ( ହାଇ ବ୍ଲଡ୍ ପ୍ରେସର) ଥରେ ପ୍ରଭାବ ବିସ୍ତାର କଲେ ଶୀଘ୍ର ଏହାର ଉପଶମ ହୋଇପାରେ ନାହିଁ । ଏହାପରେ ସଂପୃକ୍ତ ବ୍ୟକ୍ତି ଔଷଧ ଖାଇବାକୁ ଲାଗେ। ଆଉ ମଧ୍ୟ ଯଦି ଏହି ବ୍ଲଡପ୍ରେସର ଦୀର୍ଘ ଦିନ ଧରି ଲାଗି ରହେ ଏହା ହାର୍ଟଆଟାକ୍‌ ପାଇଁ ବାଟ ତିଆରି କରେ। ଏଣୁ ଆଜି […]

bull
ଷଣ୍ଢ ଖାଇଗଲା ୪ ଭରି ସୁନା !

ଚଣ୍ଡୀଗଡ଼: ସୁନା ପ୍ରତି କାହାର ବା ଲୋଭ ନ ଥାଏ। ହଠାତ୍‌ ସୁନା କଥା ଶୁଣିଲେ ଆମ ମୁହଁର ପରିପ୍ରକାଶ ଟିକେ ଅଲଗା ପ୍ରକାର ହୋଇଯାଇଥାଏ। ହେଲେ କଷ୍ଟସଞ୍ଚିତ ୪ ଭରି ସୁନା ଯଦି ଷଣ୍ଢ ଖାଇଯିବ ତେବେ କେମିତି ଲାଗିବ ? ହଁ, ହରିଆଣାରେ ଜଣେ ବ୍ୟକ୍ତିଙ୍କର ୪ ଭରି ସୁନା ଷଣ୍ଢ ଖାଇ ଦେଇଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ହରିଆଣାର ସିରସାରେ ଘଟିଛି ଏହି ଅଜବ ଘଟଣା, ଯାହା ସମସ୍ତଙ୍କୁ […]

ghost
ଏହି ଘରେ ୧୦ ଘଣ୍ଟା ରହିଲେ ମିଳିବ ୧୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। କିଛି ଲୋକ ଭୂତ-ପ୍ରେତ ଉପରେ ବିଶ୍ୱାସ କରୁ ନ ଥିବାବେଳେ ଆଉ କିଛି ଲୋକ ଭୂତ-ପ୍ରେତ ନାଁ ଶୁଣିଲେ ମାତ୍ରେ ଭୟରେ ଥରି ଉଠନ୍ତି। ଯଦି ଆପଣ ଭୂତ-ପ୍ରେତ ବିଶ୍ୱାସ କରୁ ନାହାନ୍ତି, ହୁଏତ ଏହି ଖବର ଆପଣଙ୍କ ପାଇଁ ଖୁସି ଆଣିପାରେ। କାହିଁକି ନା କିଛି ଘଣ୍ଟାରେ ଆପଣ ହୋଇପାରନ୍ତି ଲକ୍ଷପତି ! ଆପଣ ଯାହାବି ଶୁଣିଲେ ସତ। ଆସନ୍ତୁ ଜାଣିବା ଏମିତି କ’ଣ ଘଟଣା ଯାହା […]

shakib ..
୨ ବର୍ଷ ପାଇଁ ବାସନ୍ଦ ହେଲେ ସାକିବ୍‌

ଦୁବାଇ: ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନ କରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସିବ। ତେବେ ଏହା ପୂର୍ବରୁ ବାଂଲାଦେଶ ପାଇଁ ଏହା ସବୁଠାରୁ ବଡ଼ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗସ୍ତରେ ବାଂଲାଦେଶ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି […]

talking on phone
ଦୀପାବଳି ପାଇଁ ଏହି ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ଦେଉଛି ମାଗଣା କଲ୍‌ ସୁବିଧା

ନୂଆଦିଲ୍ଲୀ: ଫେଷ୍ଟିଭ୍‌ ସିଜନ୍‌ରେ ମୋବାଇଲ୍‌ କମ୍ପାନୀଠୁ ଆରମ୍ଭ କରି ଡ୍ରେସ୍‌ ଦୋକାନୀ, ଜୁଏଲାରୀ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଅଫର ଦେଇଥାନ୍ତି। ଏହି ଅବସରରେ ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଏମିତି ଏକ ଟେଲିକମ୍‌ କମ୍ପାନୀ ଯିଏକି ଏହାର ଗ୍ରାହକଙ୍କ ପାଇଁ ଦୁଇ ଦିନ ମାଗଣା କଲ୍‌ ସୁବିଧା ଆଣିଛି। ଏହି ଅଫର୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ କଲ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ଟେଲିକମ୍‌ କମ୍ପାନୀ ହେଲା […]

exam
ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ପାଟନା: ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଯିଏ ଯେଉଁଠି ପାଇଲା ସେଇଠି ବସି ପରୀକ୍ଷା ଦେଲା। ଖାଲି ଏତିକି ନୁହେଁ ଖୁଲମ୍‌ଖୁଲା କପି ବି ଚାଲିଥିଲା। ଏଭଳି କିଛି ଦୃଶ୍ୟ ଗତକାଲି ବିହାରର ବେଟିହାରେ ଦେଖିବାକୁ ମିଳିଥିଲା। ରାମ ଲଖନ ସିଂହ ଯାଦବ କଲେଜ (ଆର୍‌ଏଲ୍‌ଏସ୍‌ୱାଇ) ପରିସରରେ ଥିବା କରିଡର୍‌ ଓ ଖୋଲା ପଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଗତକାଲି ଏହି କଲେଜକୁ ଛାତ୍ରଛାତ୍ରୀମାନେ ଆସିଥିଲେ। ହେଲେ ଅଧିକ […]

railways
ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ଇଷ୍ଟର୍ଣ୍ଣ ରେଲ୍‌ୱେର Railway Recruitment Cell (RRC), ଖାଲି ପଡ଼ିଥିବା ଗ୍ରୁପ୍‌ ସି ଲେଭେଲ୍‌ ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକ୍‌ନିସିଆନ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ୨୦୧୯, ଡିସେମ୍ବର ୧ ସୁଦ୍ଧା ଆବେଦନ କରିପାରିବେ। […]

man injured
ରାସ୍ତାରେ ଚାଲିକି ଯାଉଥିଲେ, ହଠାତ୍‌ ଘଟିଲା ଏମିତି କିଛି...

ଜୟପୁର: କୁହାଯାଏ ଯେ ପାଦେ ପାଦେ ମୃତ୍ୟୁର ଭୟ ଥାଏ। କେତେବେଳେ ଯେ ଅଘଟଣ ଘଟିପାରେ ତାହା କେହି କହିପାରିବେ ନାହିଁ। ଏମତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହୀରେ। ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ହଠାତ୍‌ ତାଙ୍କ ସହ ‌ଏମିତି କିଛି ଘଟିଲା ଆପଣ ବି ଜାଣିଲେ ବିଶ୍ୱାସ କରିପାରିବେ ନାହିଁ। ସିରୋହୀର ଫୁଟ୍‌ପାଥ୍‌ରେ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା […]

diwali..
ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ସେମାନଙ୍କ ଘର ଗୁଡ଼ିକୁ ଲିଚୁ ମାଳ ଓ ବିଭିନ୍ନ ପ୍ରକାର ଲାଇଟ୍‌ରେ ସଜାଇଛନ୍ତି। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ତେବେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ବାଣ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଗତକାଲିଠାରୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ପ୍ରାୟ ୩୦୦ ଦୋକାନୀଙ୍କୁ ବାଣ […]

kyarr
ଭୟଙ୍କର ହେଉଛି ବାତ୍ୟା ‘କ୍ୟାର’

ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘କ୍ୟାର’ ଭୟଙ୍କର ରୂପ ନେଉଛି। ବାତ୍ୟା ‘କ୍ୟାର’ ଏବେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି।  ଓଡ଼ିଶାକୁ ବାତ୍ୟା ଭୟ ନାହିଁ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଏହାର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିଛି। ଏବେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଘଣ୍ଟାକୁ ୯ କିଲୋମିଟର ବେଗରେ ଏହା  ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ […]

accident
ଛୁଆକୁ ଧରି ରାସ୍ତା ପାର୍‌ ହେଉଥିଲେ ଦମ୍ପତି; ମୃତ୍ୟୁ ଦୂତ ସାଜି ମାଡ଼ି ଆସିଲା କାର୍‌, ଆଉ ତା’ପରେ...

ନୂଆଦିଲ୍ଲୀ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆରିଜୋନାର ଫୋନିକ୍ସରେ। ଏଠାରେ ଏକ ବ୍ୟସ୍ତବହୁଳ ସଡ଼କରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ମୃତ୍ୟୁ ଦୂତ ସାଜି ଆସିଥିବା ଏକ ଜିପ୍‌ ସହ ଧକ୍କା ହୋଇ କିଭଳି ଭାବରେ ଅନ୍ୟ ଏକ କାର୍‌ ଦେବଦୂତ ସାଜି ଲୋକଙ୍କ ଜୀବନ ବଞ୍ଚାଇଲା, ଯାହାର ଭିଡିଓକୁ ଦେଖିଲେ ଆପଣ ବି କିଛି […]

virat
ପତ୍ନୀ ଅନୁଷ୍କାଙ୍କ ସହ ଛୁଟି କଟାଉଛନ୍ତି ବିରାଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଛୁଟି ମନାଉଛନ୍ତି। କୋହଲି ଏବେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। କୋହଲି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ। ଲଗାତାର କ୍ରିକେଟ୍ ଖେଳି ଆସୁଥିବା କୋହଲି ବିସିସିଆଇକୁ କିଛି ଦିନର ବିଶ୍ରାମ ମାଗିଥିଲେ। କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମା ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେବେ। ବ୍ରେକରେ ଯିବା ମାତ୍ରକେ […]

pak
ପାକ୍‌ ବିଦେଶ ମନ୍ତ୍ରାଳୟ ଅଫିସ ଭିତରେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ଟିକ୍‌ଟକ୍‌, ଭିଡିଓ ଭାଇରାଲ

ଇସଲାମାବାଦ: ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର୍‌ ହରୀମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ହରୀମଙ୍କୁ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଅଫିସର ଏକ କନ୍‌ଫରେନ୍ସ ରୁମ୍‌ ଭିତରେ ଟିକ୍‌ଟକ୍‌ କରୁଥିବା ଦେଖିବାକୁ ମିଳିଛି। ସୋଶାଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାପରେ ଲୋକମାନେ ତାଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି। ଟିକ୍‌ଟକ୍‌ରେ ହରୀମଙ୍କ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି। ସବୁଠାରୁ ବଡ଼ କଥା, ଅଫିସ ଭିତରେ ସେ ଖୁଲମ୍‌ଖୁଲା ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ଅଫିସର […]

congress
ମାତ୍ର ୫୬୭ ଖଣ୍ଡ ଭୋଟରେ ହାରିଲେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ସବୁ ପ୍ରସଙ୍ଗରେ କଂଗ୍ରେସର ତୁଣ୍ଡ ସାଜି ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା ବରିଷ୍ଠ ରାଜନେତା ରଣଦୀପ ସୂର୍ଯ୍ୟେୱାଲା ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଦଳର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧିଙ୍କ ସହଯୋଗୀ କୁହାଯାଉଥିବା ସୂର୍ଯ୍ୟେୱାଲାଙ୍କୁ କଂଗ୍ରେସ ହରିଆଣାର କୈଠାଲରୁ ପ୍ରାର୍ଥୀ କରିଥିଲା। ଏଠାରେ ସେ ବିଜୟୀ ହେବେ ବୋଲି ସମସ୍ତେ ଆଶା ମଧ୍ୟ କରିଥିଲେ। ଭୋଟ ଗଣତି ଆରମ୍ଭରୁ ସୂର୍ଯ୍ୟେୱାଲା ଲିଡ୍‌ କରୁଥିଲେ। ହେଲେ ୫ମ ରାଉଣ୍ଡ ପରେ ସ୍ଥିତି ବଦଳି […]

bjp
ଇସ୍ତଫା ଘୋଷଣା କଲେ ହରିଆଣା ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଜେପି ହରିଆଣାରେ ସରକାର ଗଠନ କରିପାରିବ ନାହିଁ ବୋଲି ଜାଣି ସାରିଲାଣି। ତେବେ ଗୋଟିଏପଟେ ହରିଆଣାରେ ସରକାର ଗଠନ କରିବା ପାଇଁ ବିଜେପି ଜୋରଦାର କସରତ ଚଲାଇ ଥିବାବେଳେ ଅନ୍ୟପକ୍ଷେ ହରିଆଣା ବିଜେପି ମୁଖ୍ୟ ସୁଭାଷ ବରଲା ଇସ୍ତଫା ଘୋଷଣା କରିଛନ୍ତି। ଟ୍ରେଣ୍ଡ ଅନୁଯାୟୀ, ୯୦ଟି ଆସନରୁ ବିଜେପି ୪୦ଟି ଆସନ ମଧ୍ୟରେ ସୀମିତ ରହିବ ବୋଲି ଜଣାପଡ଼ିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ […]

sonali
ଫେଲ୍‌ ମାରିଲା ଟିକ୍‌ଟକ୍ ଷ୍ଟାରଙ୍କ ଯାଦୁ !

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହୋଇଯାଇଛି। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ହରିଆଣା ବିଧାନସଭାର ୯୦ଟି ଆସନରୁ  ବିଜେପି ୩୭, କଂଗ୍ରେସ ୩୩, ଜେଜେପି ୧୦, ଆଇଏନଏଲଡି ୨ ଓ ଅନ୍ୟାନ୍ୟ ଦଳ ୮ଟି ଆସନରେ ଆଗୁଆ ଅଛନ୍ତି। ତେବେ ହରିଆଣାରେ ବିଜେପିକୁ ଏକ ପ୍ରକାର ଝଟ୍‌କା ଲାଗିଥିବା କୁହାଯାଉଛି। କାହିଁକି ନା ବିଜେପିର ଅନେକ ମନ୍ତ୍ରୀ ସମେତ ପ୍ରମୁଖ ଚେହେରା ନିର୍ବାଚନ ହାରିଥିବା ଜଣାପଡ଼ିଛି। ହରିଆଣାର ଆଦମପୁରରୁ ଟିକ୍‌ଟକ୍‌ରେ ଷ୍ଟାର ବନିଥିବା ସୋନାଲି […]

jjp
କାହା ପାଇଁ ଲକି ହେବେ ଦୁଷ୍ୟନ୍ତ ?

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେବାପରେ ଉଭୟ ବିଜେପି-କଂଗ୍ରେସ ସରକାର ଗଠନ କରିବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି। ବିଜେପି ପୁଣିଥରେ ଏଠାରେ […]

amit shah
ବିଜେପି ହାତରୁ ଖସିଯିବ କି ହରିଆଣା ?

ନୂଆଦିଲ୍ଲୀ: ହରିଆଣା ବିଜେପି ହାତରୁ ଖସି ଯିବାର ସମ୍ଭାବନା ସୃଷ୍ଟି ହେବାରୁ ଏବେ ଏହା ଦଳର ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇଛି। କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ହରିଆଣାରେ କୌଣସି ଦଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବେ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ଓ ବିଜେପି ସରକାର ଗଠନ ପାଇଁ […]

Haryana
ହରିଆଣାରେ ସରକାର ଗଠନ କରିବାକୁ କଂଗ୍ରେସର କସରତ

ନୂଆଦିଲ୍ଲୀ: ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେଉଛି। ଏଥିପାଇଁ ଏବେ ଠାରୁ କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି। ବିଶେଷ କରି ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ଉପରେ କଂଗ୍ରେସ ଆଖି ପକାଇଛି। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ବିଜେପି ୩୮, କଂଗ୍ରେସ ୨୯, ଜେଜେପି ୧୨, ଆଇଏନଏଲଡି ୨, ବିଏସ୍‌ପି ୧ ଓ ଅନ୍ୟାନ୍ୟ ଦଳ […]

haryana
‘ନା ବିଜେପି, ନା କଂଗ୍ରେସ ୪୦ ଅତିକ୍ରମ କରିପାରିବ’

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ହରିଆଣାରେ ୯୦ଟି ଆସନରୁ ବିଜେପି ୪୧ଟି ଆସନ, କଂଗ୍ରେସ ୨୯ଟି, ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନ, ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକ ଦଳ(ଆଇଏନ୍‌ଏଲ୍‌ଡି)୧ଟି ଆସନ ଓ ଅନ୍ୟାନ୍ୟ ଦଳ ୯ଟି […]

pm modi
ଆରମ୍ଭ ହେଲା ଭୋଟ୍‌ ଗଣତି; ମହାରାଷ୍ଟ୍ର, ହରିଆଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ଉଭୟ ରାଜ୍ୟରେ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ବିଜେପି ଆଗୁଆ ରହିଛି । ମହାରାଷ୍ଟ୍ର ୨୮୮ଟି ଆସନରୁ ବିଜେପି-ଶିବସେନା ମେଣ୍ଟ ୧୫୫ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଏନ୍‌ସିପି ମେଣ୍ଟ ୭୯ଟି ଆସନରେ, ଭିବିଏ(ଭନ୍‌ଚିତ୍‌ ବହଚଜନ ଅଗାଡ଼ୀ) ୨ଟି […]

social media
ଖୁବ୍‌ ଶୀଘ୍ର ସୋଶାଲ ମିଡିଆର ଅପବ୍ୟବହାର ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଅନେକ ସମୟରେ ସୋଶାଲ ମିଡିଆରେ ଘୃଣା ମନ୍ତବ୍ୟ, ଫେକ୍‌ ନ୍ୟୁଜ, ଦେଶ ବିରୋଧୀ କାର୍ଯ୍ୟ ଓ ଅନ୍ୟକୁ ଅପମାନିତ କରିବା ଭଳି ମନ୍ତବ୍ୟ ପୋଷ୍ଟ କରାଯାଉଛି। ଏସବୁ ଉପରେ ରୋକ ଲଗାଇବା ପାଇଁ ୨୦୨୦ ଜାନୁଆରୀ ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାର ନୂଆ ଆଇନ୍‌ ପ୍ରଣୟନ କରିବେ। ଅର୍ଥାତ୍‌ ସୋଶାଲ ମିଡିଆର ଅପବ୍ୟବହାର ଉପରେ ଏଣିକି ରୋକ ଲାଗିବ। ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଏସମ୍ପର୍କରେ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ସୋଶାଲ ମିଡିଆର […]