• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

parineeti
ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପରିଣୀତି

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଅଭିନୟରେ ଏତେଟା ସଫଳତା ମିଳି ନ ଥିଲେ ମଧ୍ୟ ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି। କ୍ୟାରିୟର୍‌ରେ ଆଗକୁ ଯିବା ପାଇଁ ଆଜି ବି ସେ ଏକ ଭଲ ଫିଲ୍ମର ସନ୍ଧାନରେ ରହିଛନ୍ତି। ବର୍ତ୍ତମାନ ସେ ଟେନିସ୍‌ ତାରକା ସାଇନା ନେହ୍ୱାଲଙ୍କ ବାୟୋପିକ ପାଇଁ କଠିନ ପରିଶ୍ରମ କରୁଛନ୍ତି। ଆଜି ହେଉଛି ପରିଣୀତିଙ୍କ ଜନ୍ମଦିନ। ଅକ୍ଟୋବର ୨୨ ତାରିଖ ୧୯୮୮ରେ ହରିୟାଣାର ଅମ୍ୱାଲାରେ ସେ ଜନ୍ମଗ୍ରହଣ କରିଥିଲେ। […]

job
ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଗୁଆହାଟୀ: ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି। ସୋମବାର ଦିନ ଆସାମ କ୍ୟାବିନେଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୧, ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ। ଯେଉଁ ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥିବ ସେମାନଙ୍କୁ ସରକାରୀ ଚାକିରି ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ କହିଛନ୍ତି। ୨୦୧୭ ସେପ୍ଟେମ୍ବରରେ ଆସାମ ବିଧାନସଭାରେ ‘ଆସାମର ଜନସଂଖ୍ୟା ଓ ନାରୀ ସଶକ୍ତିକରଣ ପଲିସି’ ପାରିତ ହୋଇଥିଲା। […]

hopital
ଠିକ୍‌ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଏବଂ ଏଥିପାଇଁ ରୋଗୀଙ୍କ ମୃତ୍ୟୁ ଘଟିବା ଖବର ଅଧିକାଂଶ ସମୟରେ ଶୁଣିବାକୁ ମିଳେ। ହେଲେ ସହରରେ ରହୁଥିବା ଜଣେ ଅଭିନେତ୍ରୀଙ୍କ ସହ ବି ଏମିତି ହୋଇପାରେ ! ହଁ, ଏମିତି ହୋଇଛି ମହାରାଷ୍ଟ୍ରର ଜଣେ ଅଭିନେତ୍ରୀଙ୍କ ସହ।  ଠିକ୍‌ ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ଅଭିନେତ୍ରୀଙ୍କର ମୃତ୍ୟୁ ଘଟିଛି।  କଥାଟା ବିଶ୍ୱାସ ହେଉ ନ ଥିଲେ ବି ସତ। ରବିବାର ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଏହି ଅଭାବନୀୟ ଘଟଣା […]

363362-p-chidambaram
ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌, ହେଲେ ଜେଲ୍‌ରେ ରହିବେ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୨୧ରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଜାମିନ୍‌ ପାଇଥିଲେ ହେଁ ଚିଦାମ୍ବରମ ଏବେ ଜେଲରୁ ମୁକୁଳି ପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ସେ ଗିରଫ ହୋଇଛନ୍ତି। ତାଙ୍କୁ ୨୪ ତାରିଖ ଯାଏ […]

barabati
ବାରବାଟୀ ଷ୍ଟାଡିୟମର ଫ୍ଲଡ୍‌ଲାଇଟ୍‌ ମରାମତି କାମ ଆରମ୍ଭ

କଟକ: ଆସନ୍ତା ଡିସେମ୍ବରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ଉପରୁ ସସପେନ୍ସ ଉଠିଛି। ‘ଫୋନି’ ବାତ୍ୟାରେ ଷ୍ଟାଡିୟମରେ କ୍ଷତି ହୋଇଥିବା ଫ୍ଲଡ୍‌ଲାଇଟ୍‌ର କାମ ଆରମ୍ଭ ହୋଇଛି। ଗତକାଲି କଟକରେ କପିଲ୍ ଦେବଙ୍କ ଡେଭମସ୍କୋ କମ୍ପାନୀ ପହଞ୍ଚି ଫ୍ଲଡ୍‌ଲାଇଟ୍‌ ଗୁଡ଼ିକ ତଦାରଖ କରିଛି। କେଉଁ ଖୁଣ୍ଟରେ କେତେ ବଲ୍‌ର ଆବଶ୍ୟକତା ରହିଛି ଏବଂ କେଉଁଠି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ତାହା ଦେଖିଛନ୍ତି କପିଲଙ୍କ ଡେଭମସ୍କୋ କମ୍ପାନୀ। ୧୫ଦିନ ଭିତରେ […]

pearl
ଖନନ ବେଳେ ମିଳିଲା ୮ ହଜାର ବର୍ଷର ପୁରୁଣା ମୋତି

ଆବୁ ଧାବି: ଆବୁ ଧାବିରେ ମିଳିଛି ବିଶ୍ୱର ସର୍ବପୁରାତନ ମୋତି। ଏହି ମୋତି ୮ ହଜାର ବର୍ଷର ପୁରୁଣା ଓ ଏହା ବିଶ୍ୱର ସର୍ବ ପୁରାତନ ମୋତି ବୋଲି ଦାବି କରାଯାଉଛି। ମାରାଓ୍ୱା ଆଇଲ୍ୟାଣ୍ଡରେ ଖନନ ବେଳେ ଏକ ଘର ଭିତରୁ ଏହି ପୁରାତନ ମୋତି ମିଳିଛି। ଅକ୍ଟୋବର ୩୦ରେ ଏହାକୁ ଆବୁ ଧାବିରେ ପ୍ରଦର୍ଶନ କରାଯିବ ବୋଲି ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି। ଖାଲି ଏତିକି ନୁହେଁ ଖନନ ବେଳେ UAEର ସର୍ବପୁରାତନ ସଭ୍ୟତାର ସନ୍ଧାନ ମଧ୍ୟ ମିଳିଛି। […]

nupur
ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତି କାହିଁକି ?

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ନୁପୁର ଅଳଙ୍କାର ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ନିଜ ଗହଣା ବିକ୍ରି କରି ସେ ପେଟ ପୋଷୁଛନ୍ତି। ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’, ‘ସ୍ଵରାଗିଣୀ’ ଭଳି ବହୁ ଲୋକପ୍ରିୟ ଧାରାବାହିକରେ ନୁପୁର କାମ କରିଛନ୍ତି। ଗତ ସେପ୍ଟେମ୍ବର ୨୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲା। ଆର୍‌ବିଆଇ ଏହି ବ୍ୟାଙ୍କର ନେଣଦେଣ ଉପରେ ୬ ମାସ […]

terror attack
ଦୀପାବଳିରେ ଆତଙ୍କବାଦୀ ହମଲା ଆଶଙ୍କା, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଆଜି ଏହି ସୂଚନା ଦେଇଛି। ଆତଙ୍କବାଦୀମାନେ ନେପାଳ ଏବଂ କାଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏନେଇ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି। ଏନ୍‌ଆଇଏର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି। ପାଖାପାଖି ୫ ଜଣ […]

cockroach--11
ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ୱାଶିଂଟନ୍‌: ସୋଶାଲ୍‌ ମିଡିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡିଓ ଭାଇରାଲ ହେଉଛି। ଏବେ ଏକ ଅସରପାର ଭିଡିଓକୁ ନେଇ ଚର୍ଚ୍ଚା। ଅସରପାର ଏମିତି କିଛି କାରନାମା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅସରପାର ଏଭଳି କାରନାମାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ  ଗୋଟିଏ ପ୍ରଶ୍ନ, ଅସରପା ଏମିତି କେମିତି କରିପାରିବ ! ଆମେରିକାର ନ୍ୟୁୟର୍କରେ ଏହି ଅଜବ ଘଟଣା ଘଟିଛି। ନ୍ୟୁୟର୍କ ସହରର ସଡ଼କରେ ଜଳନ୍ତା ସିଗାରେଟ୍‌ ସହ ଏକ […]

fire
ହୁତୁ ହୁତୁ ହୋଇ ଜଳିଗଲା ହୋଟେଲ୍

ଇନ୍ଦୋର: ହୁତୁ ହୁତୁ ହୋଇ ଜଳିଗଲା ମଧ୍ୟପ୍ରଦେଶ ଇନ୍ଦୋରର ବିଜୟ ନଗରରେ ଥିବା ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ତେବେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ଭୟାବହ ଅଗ୍ନିକାଣ୍ଡରେ ହୋଟେଲଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଦମକାଳ ବାହିନୀ ପହଞ୍ଚି ନିଆଁକୁ […]

jio
ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ନୂଆଦିଲ୍ଲୀ: ଦିୱାଲି(ଦୀପାବଳି)ରେ ଆପଣ କାହାକୁ ଗିଫ୍ଟ ଦେବାକୁ ଭାବିଛନ୍ତି କି? ତେବେ ଆଉ ଡେରି କାହିଁକି ଘରେ ବସି ଆପଣ ଏହି ଗିଫ୍ଟ କରିପାରିବେ। ତାହା ବି ପୁଣି ଶସ୍ତାରେ। ଫେଷ୍ଟିଭ୍‌ ସିଜ୍‌ନ୍‌କୁ ଦୃଷ୍ଟିରେ ରଖି ‘ରିଲାଏନ୍ସ ଜିଓ’ ଏହାର ଜିଓ ଫୋନ୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି। ଏହି ଅଫରରେ ଆପଣଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓର 4G ସ୍ମାର୍ଟଫୋନ୍‌ ମିଳିପାରିବ। ଏହି ଫୋନ୍‌ ପ୍ରଥମେ ଯେତେବେଳେ ଲଞ୍ଚ ହୋଇଥିଲା ଏହାର ମୂଲ୍ୟ ୧୫୦୦ ଟଙ୍କା […]

representational image
ବେଡ୍‌ ତଳେ ସଢ଼ୁଥିଲା ସ୍ତ୍ରୀର ମୃତଦେହ, ହତ୍ୟା କରି ସ୍ୱାମୀ ଯାଉଥିଲା ଅଫିସ...

ନୂଆଦିଲ୍ଲୀ: ବିବାହ ସମୟରେ ଉଭୟ ପତି, ପତ୍ନୀ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥାନ୍ତି। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସ୍ତ୍ରୀକୁ ହତ୍ୟା କରିଲା।  ଅବଶ୍ୟ ପଶ୍ଚାତାପରେ ହେଉ କିମ୍ବା ବିରହ ଦୁଃଖରେ ପତି ମଧ୍ୟ ଆତ୍ମହତ୍ୟା କରିଛନ୍ତି।  କିନ୍ତୁ  ସବୁଠୁ ଆଶ୍ଚର୍ଯ୍ୟର କଥା, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ସ୍ୱାଭାବିକ ଭାବେ ଅଫିସ ଯାଇଥିଲେ। ଉତ୍ତରାଖଣ୍ଡର ଉଧମସିଂହ ନଗର […]

Soured milk
ଖଟା ହୋଇଥିବା କ୍ଷୀରକୁ ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

ସାଧାରଣତଃ କ୍ଷୀର ଖଟା ହୋଇଗଲେ ଏହାକୁ ଆମେ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ। ତେବେ ଏହାକୁ ନ ଫିଙ୍ଗି ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତୁ। ତେବେ ଆସନ୍ତୁ ଜାଣିବା ଖଟା କ୍ଷୀରକୁ କେମିତି ବ୍ୟବହାର କରିପାରିବେ… ୧. ସମସ୍ତେ ଜାଣନ୍ତି କ୍ଷୀରରେ ଅନେକ ଭିଟାମିନ୍ ସହିତ କ୍ୟାଲସିୟମ୍‌ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ […]

leopard
ଫିଲ୍ମ ଷ୍ଟାଇଲରେ ହେଟାବାଘ କବଳରୁ ଏମିତି ଖସିଗଲା କଲରାପତରିଆ

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ମଧ୍ୟରେ ଅଳ୍ପ କିଛି ସମୟର ଗ୍ୟାପ୍‌ ରହିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଆସିଛି। ଯଦି ଆପଣ ଭାବୁଛନ୍ତି ଏମିତି ହେବା ଅସମ୍ଭବ, ତାହାଲେ ଆପଣ କଲରାପତରିଆ ବାଘର ଏହି ଭାଇରାଲ ଭିଡିଓ ଦେଖନ୍ତୁ। କିଭଳି ଏକ କଲରାପତରିଆ ବାଘ ପଛରେ ପଡ଼ିଥିବା ଏକ ହେଟାବାଘ କବଳରୁ ନିଜକୁ ରକ୍ଷା ପାଇଁ କଲରାପତରିଆ ବୋକା ପାଲଟି ଯାଉଛି ଓ ଶେଷରେ ନିଜ ଜୀବନକୁ କେମିତି ବଞ୍ଚାଉଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ […]

eat food
ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଆପଣ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି? ଯଦି ହିଁ, ଏ ଅଭ୍ୟାସ ତୁରନ୍ତ ବଦଳାନ୍ତୁ। କାରଣ ଏ ଅଭ୍ୟାସ ଆପଣଙ୍କୁ ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପକାଇପାରେ। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ସମାନ ଖାଦ୍ୟ ଖାଇବା କାହିଁକି ଉଚିତ୍‌ ନୁହେଁ ଏବଂ ଏଥିପାଇଁ କେଉଁସବୁ କ୍ଷତି ହୋଇଥାଏ। ୧. ଆମ ଶରୀର କାର୍ଯ୍ୟକ୍ଷମ ହେବା ପାଇଁ ଅଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ର ଆବଶ୍ୟକତା ରହିଥାଏ। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅଲଗା ଅଲଗା ପ୍ରକାରର […]

film
ପୁଣି ଫସିଲା ‘ବାଲା’ !

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ କପିରାଇଟ୍‌ ଉଲ୍ଲଂଘନ ମାମଲାରେ ପୁଣି ଥରେ ଫସି ଯାଇଛି। ପ୍ରଥମେ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖା ଦେଇଥିଲା ଆଉ ଏବେ ଏହାର ଗୀତ ‘ଡୋଣ୍ଟ ବି ସାଏ’କୁ ନେଇ ମେକର୍ସ ଫସି ଯାଇଛନ୍ତି। ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ Dr. Zeus (ବଲ୍‌ଜିତ୍ ସିଂହ ପଡନ୍‌) ଏହି ଫିଲ୍ମରେ ତାଙ୍କ ଅରିଜିନାଲ୍‌ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ମୋଦକ ଫିଲ୍ମସ୍‌, ବାଦ୍‌ଶାହ୍‌, […]

kashmir
ସ୍ଥିତି ନ ସୁଧୁରିବା ଯାଏ କାଶ୍ମୀରରେ କୌଣସି ବିରୋଧ ପ୍ରଦର୍ଶନ କରାଯାଇପାରିବନି

ଶ୍ରୀନଗର: ସ୍ଥିତି ନ ସୁଧୁରିବା ଯାଏ କାଶ୍ମୀରରେ ଧାରଣା ସମେତ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ। କଶ୍ମୀରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ବୋଲି କାଶ୍ମୀର ପୁଲିସ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅ ଜମ୍ମୁ-କଶ୍ମୀର ଧାରା ୩୭୦ ଉଚ୍ଛେଦକୁ ନେଇ ବିକ୍ଷୋଭ କରିବାରୁ ଗିରଫ ହୋଇଥିଲେ। ୬୦ରୁ ୮୦ ବର୍ଷ ବୟସ ବର୍ଗର କିଛି ମହିଳା ଏକାଡେମିସିଆନ୍‌ ଏବଂ ସାମାଜିକ କର୍ମୀଙ୍କୁ ଏହି […]

rohit
ହେଟମେୟରଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ରାଞ୍ଚି: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଚମତ୍କାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହା ରୋହିତଙ୍କ ତୃତୀୟ ଶତକ। ସେହିପରି ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୬ଷ୍ଠ ଶତକ। ତେବେ ଆଜିର ଇନିଂସ୍‌ରେ ରୋହିତ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମେ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜର […]

stomach pain
ମହିଳାଙ୍କ ପେଟରେ ଯନ୍ତ୍ରଣା ହେଲା, ଡାକ୍ତର ପ୍ରେସ୍କ୍ରିପ୍ସନ୍ ଲେଖିଲେ-‘କଣ୍ଡୋମ ବ୍ୟବହାର କର’

ରାଞ୍ଚି: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ, ଆମେ ଯାଇଥାଉ ଡାକ୍ତରଙ୍କ ପାଖକୁ। ତାଙ୍କରି ପରାମର୍ଶ କ୍ରମେ ଚିକିତ୍ସା କରିଥାଉ। ହେଲେ ଡାକ୍ତର ଯଦି ଆପଣଙ୍କୁ ଅଜବ ପରାମର୍ଶ ଦେବେ, ତାହେଲେ ଆପଣ କ’ଣ କରିବେ ! ଏମିତି ଦ୍ୱନ୍ଦ୍ୱରେ ପଡ଼ିଥିଲେ ରାଞ୍ଚିର ଜଣେ ମହିଳା, ଯିଏକି ତାଙ୍କ ପେଟ ଯନ୍ତ୍ରଣା ସମସ୍ୟା ଦେଖେଇବାକୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ହେଲେ ଡାକ୍ତରବାବୁ ତାଙ୍କୁ  ମେଡିସିନ୍‌ ଦେବା ବଦଳରେ  ପ୍ରେସ୍‌କ୍ରିପସନ୍‌ରେ ଯାହା ଲେଖିଲେ, ତାହା ଶୁଣିଲେ ଆପଣ  ଆଶ୍ଚର୍ଯ୍ୟ ହୋଇଯିବେ। ଗତ […]

breast-cancer-11
ଜାଣନ୍ତୁ ସ୍ତନ କର୍କଟର ଲକ୍ଷଣ ସମ୍ପର୍କରେ

ଭୁବନେଶ୍ୱର: ଦିନକୁ ଦିନ କ୍ୟାନ୍ସର କାୟା ବଢ଼ି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନ୍ସର ରହିଛି। ସେଥିରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ। ଏହା ଭାରି ବିପଜ୍ଜନକ। ତେବେ ସ୍ତନ କର୍କଟକୁ ନେଇ ମୁଖ୍ୟ ସମସ୍ୟା ହେଉଛି ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଏସମ୍ପର୍କରେ କିଛି ଆଲୋଚନା କରିବାକୁ ଚାହାନ୍ତି ନାହିଁ। ଏହା ପଛରେ ରହିଛି ରକ୍ଷଣଶୀଳ ମନୋବୃତ୍ତି। ଏହାକୁ ସେମାନେ ଲଜ୍ଜାଜନକ ବୋଲି ଭାବନ୍ତି। ତେବେ ଆଜି ଆମେ ଏହି ରୋଗର ଲକ୍ଷଣ, ବିଭିନ୍ନ […]

Johnson
ବେବି ପାଉଡର୍‌ ନା ବିଷ !

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ଘରେ ଘରେ ପରିଚିତ ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ଏହି ବେବି ପାଉଡରରେ ଏସବେଷ୍ଟୋସ୍‌(asbestos) ରହିଥିବାର ପ୍ରମାଣ ମିଳିଛି। ଏହାପରେ କମ୍ପାନୀ ବଜାରରୁ ୩୩ ହଜାର ବେବି ପାଉଡର ବୋତଲ ଫେରାଇ ନେବ ବୋଲି ଘୋଷଣା କରିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଏହି ସୂଚନା ଦେଇଛି। ଏସବେଷ୍ଟୋସ୍‌ ଏକ ବିଷାକ୍ତ କେମିକାଲ। […]

prince william
ପାକିସ୍ତାନରୁ ଫେରିବା ବେଳେ ହଟହଟ୍ଟା ହେଲେ ବ୍ରିଟେନ ରାଜକୁମାର ଦମ୍ପତ୍ତି

ଇସଲାମାବାଦ: ପାକିସ୍ତାନରୁ ୫ ଦିନିଆ ଗସ୍ତ ସାରି ସ୍ୱଦେଶ ଫେରିବା ବେଳେ ଆକାଶମାର୍ଗରେ ହଇରାଣ ହୋଇଛନ୍ତି ବ୍ରିଟେନ ରାଜକୁମାର ଦମ୍ପତ୍ତି। ଏମିତିକି ରାଜକୁମାର ଦମ୍ପତ୍ତିଙ୍କୁ ସୁରକ୍ଷା ଯୋଗାଇଦେବାକୁ ଯାଇ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି ବ୍ରିଟେନ ସୁରକ୍ଷା ଅଧିକାରୀ। ଶୁକ୍ରବାର ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବ୍ରିଟେନର ରାଜକୁମାର ପ୍ରିନ୍ସ ଓ୍ୱିଲିଅମ ଏବଂ ତାଙ୍କ ସ୍ତ୍ରୀ କେଟ ମିଡ୍ଡେଲଟନ ଶୁକ୍ରବାର ୫ ଦିନିଆ ଗସ୍ତ ସାରି ରୟାଲ ଏୟାରଫୋର୍ସର ବିମାନ ଯୋଗେ ସ୍ୱଦେଶ ଫେରୁଥିଲେ। ଏଥିପାଇଁ ସେମାନେ […]

exam
ମୁଣ୍ଡରେ କାଗଜ ପେଟି ପିନ୍ଧି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ: ପରୀକ୍ଷା ସମୟରେ କପି ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପରେ ବି କପି ରୋକା ଯାଇପାରୁନି। ତେବେ କପି ରୋକିବା ପାଇଁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କପି ନ କରିବା ପାଇଁ ଛାତ୍ରଛାତ୍ରୀ ମୁଣ୍ଡରେ କାର୍ଟୁନ୍‌ ବା କାଗଜ ପେଟି ପିନ୍ଧି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ଏହି ଘଟଣା ଘଟିଛି। କର୍ଣ୍ଣାଟକର ଏକ ପ୍ରି-ୟୁନିଭର୍ସିଟି କଲେଜରେ ପାଖାପାଖି ୫୦ […]

spiritual guru
‘କଲ୍‌କି ଭଗବାନ’ଙ୍କ ନିକଟରୁ ମିଳିଲା ୫୦୦ କୋଟିର ଅଘୋଷିତ ସମ୍ପତ୍ତି

ଚେନ୍ନାଇ: ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମ ଓ ଟ୍ରଷ୍ଟରେ ଆୟକର ବିଭାଗ ଚଢ଼ଉ କରି ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଛି। ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ସମସ୍ତେ ‘କଲ୍‌କି ଭଗବାନ’ ନାଁରେ ଜାଣନ୍ତି। ନିଜକୁ ‘କଲ୍‌କି ଭଗବାନ’ କହୁଥିବା ଏହି ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇ ଏତେ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରାଯାଇଛି। ଆୟକର ବିଭାଗ ଚଢ଼ଉ କରି ୪୩.୯ କୋଟି ନଗଦ ଟଙ୍କା, […]

virat
ରାଞ୍ଚି ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକାର ଟେଷ୍ଟ୍‌ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରାଞ୍ଚିରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ତା’ର ଚୂଡ଼ାନ୍ତ ୧୧ ଜଣିଆ ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ପେସ୍‌ ବୋଲର ଇଶାନ୍ତ ଶର୍ମାଙ୍କ ସ୍ଥାନରେ ବାମହାତୀ ସ୍ପିନର ଶାହବାଜ ନଦୀମଙ୍କୁ ସୁଯୋଗ ଦିଆଯାଇଛି। ନଦୀମଙ୍କର ଏହା ଡେବ୍ୟୁ ଟେଷ୍ଟ୍‌। ନଦୀମ ଘରୋଇ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ […]