• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Capture
ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା, ଶେଷ ଶବ୍ଦ ଥିଲା...

ନୂଆଦିଲ୍ଲୀ: ବଞ୍ଚିବା ପାଇଁ ଦୁଇ ଦିନ ଧରି ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍‌ରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଏହି ଯୁବତୀଙ୍କ ଶରୀରରେ ଗୁରୁବାର ଦିନ ଅଭିଯୁକ୍ତମାନେ ନିଆଁ ଲଗାଇ ଦେଇଥିଲେ। ସେଇଦିନ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୯୦ ଭାଗ […]

hospital
ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୪୦ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ହୃଦ୍‌ଘାତ ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଏହି ୨୩ ବର୍ଷୀୟ ଯୁବତୀଙ୍କ ଶରୀରରେ ଗୁରୁବାର ଦିନ ଅଭିଯୁକ୍ତମାନେ ନିଆଁ ଲଗାଇ ଦେଇଥିଲେ। ସେଇଦିନ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]

hyderabad
ଛାତ୍ରଙ୍କ ଧମକ- ‘ଅଭିଯୁକ୍ତଙ୍କୁ ଫାଶୀ ଦିଅ, ନ ହେଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି।  ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ନେଇ କୋଣ ଅନୁକୋଣରୁ ଦାବି ଉଠିଛି। ଏସବୁ ଭିତରେ ରବିବାର ଦିନ ତେଲେଙ୍ଗାନାର ଜଣେ ଛାତ୍ର ବିଲ୍ଡିଂର ଛାତ ଉପରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତେଲେଙ୍ଗାନାର ଖମ୍ମମ୍‌ ଅଞ୍ଚଳର ଏହି ଗ୍ରାଜୁଏଟ୍‌ […]

rape
ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ବଡ଼ ଖୁଲାସା

ହାଇଦ୍ରାବାଦ: ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାରେ ସମସ୍ତଙ୍କୁ ଚକିତ କଲା ଭଳି ଏକ ବଡ଼ ଖୁଲାସା ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜଣାପଡ଼ିଥିଲା ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଏସବୁ କରିଥିଲେ। ପୁଣି ଆଉ ଏକ ବଡ଼ ଖୁଲାସା ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଗଣଦୁଷ୍କର୍ମ ଓ ହତ୍ୟା ପୂର୍ବରୁ ଅଭିଯୁକ୍ତମାନେ ଟୋଣ୍ଡୁପାଲ୍ଲି ଗାଁରୁ ମଦ, କିଛି ସାକ୍ନସ୍‌ ଓ କୋଲ୍ଡ୍‌ ଡ୍ରିକ୍ସ […]

jio
ମହଙ୍ଗା ହେଲା ଜିଓର Tariff ପ୍ଲାନ୍‌, ହେଲେ ମିଳିବ ବହୁ ସୁବିଧା

ମୁମ୍ବାଇ: ଏଣିକି ମୋବାଇଲ୍‌ରେ କଥା ହୁଅନ୍ତୁ କିମ୍ବା ଇଣ୍ଟରେନେଟ୍‌ ବ୍ୟବହାର କରନ୍ତୁ ଏଥିପାଇଁ ଆପଣଙ୍କୁ  ଅଧିକ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍‌ ପୂର୍ବରୁ ଆପଣଙ୍କ ଯେଉଁ ଶସ୍ତାରେ ଏସବୁ ସୁବିଧା ମିଳି ଯାଉଥିଲା ବର୍ତ୍ତମାନ ତାହା ମହଙ୍ଗା ହୋଇଛି। ଭୋଡାଫୋନ୍‌, ଏୟାରଟେଲ୍‌, ଆଇଡିଆ ପରେ ଏବେ ରିଲାଏନ୍ସ ଜିଓ ଏହାର Tariff plansରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ରବିବାର ଦିନ ଏନେଇ ଜିଓ ଘୋଷଣା କରିଛି। ତେବେ ଜିଓ ଏକ ନୂଆ “ଅଲ୍‌-ଇନ୍‌-ୱାନ୍‌” ପ୍ଲାନ୍‌ […]

congress
ପ୍ରିୟଙ୍କା ଗାନ୍ଧିଙ୍କ ବଦଳରେ ଭୁଲ୍‌ରେ ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ନାଁ ନେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ରାଲିରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଦଳରେ ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ନାଁରେ ନାରାବାଜିକୁ ନେଇ କଂଗ୍ରେସକୁ ବହୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ରାଲିରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଦଳରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଜିନ୍ଦାବାଦ୍‌ ନାରା ଶୁଣିବାକୁ ମିଳିଛି। ଖୋଦ୍‌ କଂଗ୍ରେସର ଜଣେ ନେତା ଏହି ନାରା ଦେଇଛନ୍ତି। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ବିଲ୍‌କୁଲ୍‌ ସତ। ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଏକ ପବ୍ଲିକ୍‌ ରାଲିରେ ଏପରି ନାରାବାଜି ହୋଇଛି। ଯାହାର ଭିଡିଓ […]

surat
ଆକାଶରେ ଉଡ଼ିଲା ପୁଳା ପୁଳା ନୋଟ୍‌

ସୁରତ: ଆକାଶରେ ଉଡ଼ିଲା ପୁଳା ପୁଳା ନୋଟ୍‌। ଗୋଟେ କି ଦୁଇଟି ନୁହେଁ ଶହ ଶହ ୨ ହଜାର ଟଙ୍କିଆ ନୋଟ୍‌କୁ ଉଡ଼ା ଯାଇଛି। ଏପରି କିଛି ଘଟଣାକୁ ନେଇ ଗୁଜରାଟ ଜାମନଗର ଅଞ୍ଚଳ ଏବେ ଚର୍ଚ୍ଚାକୁ ଆସିଛି। ସ୍ଥାନୀୟ ବ୍ୟବସାୟୀ ଜାଡେଜା ପରିବାରର ପୁଅ ଋଷିରାଜ ଜାଡେଜାଙ୍କ ବିବାହ କାର୍ଯ୍ୟକ୍ରମରେ ବିଡ଼ା ବିଡ଼ା ନୋଟ୍‌ ଉଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।   ମିଳିଥିବା ସୂଚନା ଅନୁସାରେ, ଏହି ବିବାହ କାର୍ଯ୍ୟକ୍ରମରେ ୯୦ ଲକ୍ଷ ଟଙ୍କା ଉଡ଼ା ଯାଇଛି। […]

hyderbad lady doctor murder
ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ ପୁଣି ଘଟଣାସ୍ଥଳକୁ ଫେରିଥିଲେ ୨ ଅଭିଯୁକ୍ତ

ହାଇଦ୍ରାବାଦ: ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସତେ ଯେମିତି ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍‌ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ୍‌ ସୂଚନା ଅନୁଯାୟୀ, ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ଜାଳି ଦେଇ ହତ୍ୟା କରିଥିବା କଥାଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ […]

plane
ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ପାଇଲଟ୍‌ଙ୍କ ସମେତ ୯ ମୃତ

ୱାଶିଂଟନ୍‌: ଆମେରିକାର ସାଉଥ୍‌ ଡାକୋଟା ଡକୋଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୯ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶନିବାର ଦିନ ଏହି ଦୁର୍ଘଟଣା ଘଟିଛି। ଖରାପ ପାଣିପାଗ ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଚାମ୍ବର୍‌ଲେନ୍‌ ଏୟାରପୋର୍ଟରୁ ଏକ Pilatus PC-12, ସିଙ୍ଗଲ୍‌ ଇଞ୍ଜିନ୍‌ ଟର୍‌ବୋପ୍ରୋପ୍‌ ପ୍ଲେନ୍‌ ଉଡାଣ ଭରିବାର କିଛି ସମୟ ପରେ […]

Capture 1
‘ମୋ ପୁଅକୁ ବି ଜିଅନ୍ତା ଜାଳି ଦିଅ’

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଲୋକଙ୍କ ରାଗ ଦେଖିବାକୁ ମିଳିଛି। ରାସ୍ତାରୁ ଆରମ୍ଭ କରି ସୋଶାଲ୍‌ ମିଡିଆ ପର୍ଯ୍ୟନ୍ତ ସବୁଠି ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କ ପରିବାର ଲୋକ କହିଛନ୍ତି, ଯଦି ସେମାନେ(ଅଭିଯୁକ୍ତମାନେ) ଏଭଳି ପୈଶାଚିକ କାଣ୍ଡ କରିଛନ୍ତି ସେମାନଙ୍କୁ ତୁରନ୍ତ ଫାଶୀ ଦଣ୍ଡାଦେଶ ଦିଆଯାଉ ନ ହେଲେ ଜିଅନ୍ତା ଜାଳି […]

talking on phone
ବିନା ନେଟ୍‌ୱର୍କରେ ବି କରିପାରିବେ ଫୋନ୍‌ କଲ୍‌

ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ ଆମେ କୌଣସି ସ୍ଥାନକୁ କଲ୍‌ କରି ପାରିନଥାଉ। ହେଲେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏଣିକି ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ ବି ଆପଣ କଲ୍‌ କରିପାରିବେ। ଭାରତରେ ଏପରି କିଛି ସର୍ଭିସ୍‌ ଲଞ୍ଚ୍‌ ହେବାକୁ ଯାଉଛି, ଯେଉଁଥିରେ ଉପଭୋକ୍ତାମାନେ ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ WiFiରେ କଲ୍ କରିପାରିବେ। ଏୟାରଟେଲ୍‌ ଏହାର ଗ୍ରାହକଙ୍କ ପାଇଁ ଏହି ଖୁସି ଖବର ଆଣିଛି। ମିଳିଥିବା ସୂଚନା […]

Capture 1
ମହିଳା ଡାକ୍ତରଙ୍କ ମୃତଦେହ ମିଳିବାର ୨ ଦିନ ପରେ ମିଳିଲା ଆଉ ଜଣେ ମହିଳାଙ୍କ ଡେଡ୍‌ବଡି

ହାଇଦ୍ରାବାଦ: ହାଇଦ୍ରାବାଦର ଶମଶାବାଦ ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ହତ୍ୟା କରିବାର ଦୁଇ ଦିନ ପରେ ପୁଣି ସେହି ଅଞ୍ଚଳରୁ ଅନ୍ୟ ଜଣେ ମହିଳାଙ୍କ ମୃତଦେହ ମିଳିଛି। ତେବେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଅଜଣା ମହିଳା ଜଣକ ଜଳି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ମୃତଦେହ ଦେଖିବା ପରେ ଏସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରିଥିଲା। ପ୍ରକୃତରେ ମହିଳା […]

fas tag 1
ଡିସେମ୍ବର ୧ ନୁହେଁ ୧୫ରୁ ଲାଗୁ ହେବ ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୧ରୁ ନୁହେଁ ବରଂ ଡିସେମ୍ବର ୧୫ରୁ ଦେଶର ସମସ୍ତ ଟୋଲ୍‌ଗେଟ୍‌ରେ ଫାସ୍‌ଟ୍ୟାଗ୍‌ ଲାଗୁ ହେବ। ଏନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଡିସେମ୍ବର ୧ ପରିବର୍ତ୍ତେ ୧୫ରୁ ଫାସ୍‌ଟ୍ୟାଗ୍‌ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଡିସେମ୍ବର ୧ରୁ ଟୋଲ୍‌ପ୍ଲାଜାରେ ଫାସ୍‌ଟ୍ୟାଗ୍‌ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଜନସାଧାରଣଙ୍କୁ ଫାସ୍‌ଟ୍ୟାଗ୍‌ ସଂଗ୍ରହ ପାଇଁ ଅଧିକ ସମୟ ଦେବା ପାଇଁ […]

gdp
କମିଲା ଦେଶର ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ଫଳରେ ମୋଦି ସରକାରଙ୍କୁ ଏକ ଝଟ୍‌କା ଲାଗିଥିବା କୁହାଯାଉଛି। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଥିଲା। ଏଥିସହିତ ଅକ୍ଚୋବର ମାସରେ ୮ଟି […]

spider
ଘରେ ବୁଢ଼ିଆଣୀ ଜାଲ ରହିଛି କି ? ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

Natural way to keep spiders out of House: ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଆମେ ଚିନ୍ତାରେ ପଡ଼ିଥାଉ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥା’ନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ.. ୧. ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର […]

bjp mp
ଦୁଇ ଘଣ୍ଟାରେ ୨ ଥର କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ‘ଦେଶଭକ୍ତ’ କହିବା ପ୍ରସଙ୍ଗରେ ଆଜି ଦୁଇ ଘଣ୍ଟାରେ ଦୁଇ ଥର ସଂସଦରେ କ୍ଷମା ମାଗିଛନ୍ତି ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର। ତେବେ ପ୍ରଜ୍ଞା ଠାକୁର ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଆଗରେ ସେ କହିଛନ୍ତି, ‘ମୁଁ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିନାହିଁ। ମୋର ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ତା’ହେଲେ ସେଥିପାଇଁ ଅନୁତପ୍ତ ବୋଲି ଦ୍ୱିତୀୟ ଥର […]

actor
ଟ୍ରେନ୍‌ରେ ଏମିତି ଅବସ୍ଥାରେ ଯାତ୍ରା କଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା, ଅଭିନେତ୍ରୀଙ୍କ କଥା ଉଠିଲେ ପ୍ରଥମେ ଆମ ମନକୁ ଚାଲିଆସେ ସେମାନଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ ଶୈଳୀ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ବଲିଉଡ୍‌ର ଏମିତି ଜଣେ ଅଭିନେତା ଯିଏ ତାଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀ ଭୁଲି ଟ୍ରେନ୍‌ରେ ଜଣେ ସାଧାରଣ ଲୋକଙ୍କ ଭଳି ଯାତ୍ରା କରିଛନ୍ତି। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ। ଏଠି ଆମେ ଆଉ କାହା କଥା କହୁନୁ, କହୁଛୁ ବଲିଉଡ୍‌ ଅଭିନେତା ସଞ୍ଜୟ ମିଶ୍ରାଙ୍କ ବିଷୟରେ। ଯିଏକି […]

fadnavis
ଅଡ଼ୁଆରେ ଦେବେନ୍ଦ୍ର ଫଡ୍‌ନାଭିସ୍‌

ନାଗପୁର: ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ପାଇଁ ଅଡ଼ୁଆ। ଏମିତି ଲାଗୁଛି ସତେ ଯେମିତି ତାଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଗୁରୁବାର ଦିନ ନାଗପୁରର ଏକ ସ୍ଥାନୀୟ ଅଦାଲତ ଦ୍ୱାରା ଇସ୍ୟୁ ହୋଇଥିବା ଏକ ସମନ୍‌କୁ ନାଗପୁର ପୁଲିସ୍‌ ତାଙ୍କ ନିକଟକୁ ପଠାଇଛନ୍ତି। ତାଙ୍କ ବିରୋଧରେ ଥିବା ଦୁଇଟି ଅପରାଧିକ ମାମଲାରେ ସମ୍ପୃକ୍ତି ନେଇ ନିର୍ବାଚନୀ affidavitରେ ସେ ଲୁଚାଇବା ଘଟଣାରେ ଫଡ୍‌ନାଭିସ୍‌ଙ୍କୁ ଏହି ସମନ୍‌ ଜାରି କରାଯାଇଛି।ନାଗପୁର ସ୍ଥିତ ତାଙ୍କ […]

phone
ଡିସେମ୍ବର ୧ରୁ ମହଙ୍ଗା ହୋଇପାରେ ମୋବାଇଲ୍‌ରେ କଥା ହେବା

ନୂଆଦିଲ୍ଲୀ: ଏଣିକି ମୋବାଇଲ୍‌ରେ କଥା ହେବା, ଇଣ୍ଟରନେଟ୍‌ ବ୍ୟବହାର କରିବା ମହଙ୍ଗା ହୋଇପାରେ। ଚଳିତ ବର୍ଷ ଡିସେମ୍ବର ୧ରୁ ଗ୍ରାହକଙ୍କୁ ଫୋନ୍‌ କଲ୍ ସହ ଇଣ୍ଟରନେଟ୍‌ ବ୍ୟବହାର କରିବା ମହଙ୍ଗା ପଡ଼ିପାରେ। କାରଣ ଭୋଡାଫୋନ୍‌, ଆଇଡିଆ, ଏୟାରଟେଲ୍‌ ସେମାନଙ୍କର Tariff ପ୍ଲାନ୍‌ ଡିସେମ୍ବର ୧ରୁ ବୃଦ୍ଧି କରିବା ନେଇ ଯୋଜନା ଚଳାଇଛନ୍ତି। ପୂର୍ବରୁ ଏହି ଟେଲିକମ୍‌ କମ୍ପାନୀ Tariff ପ୍ଲାନ୍‌ ବୃଦ୍ଧି ନେଇ ଘୋଷଣା କରି ସାରିଛନ୍ତି। Adjusted Gross Revenue (AGR)ର ବକେୟାକୁ ପୂରଣ କରିବା […]

museum
ଚୋରି କରି ନେଲେ ୭୮୦୦ କୋଟି ଟଙ୍କାର ଅଳଙ୍କାର

ବର୍ଲି: ଚୋରି କରିବା ପାଇଁ ଚୋରମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ। ଏହି ଚୋରମାନେ ମାତ୍ର ୧ ଫୁଟ୍‌ର ଗଭୀର ଗାତ ଖୋଳି ୭୮୦୦ କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଯାଛନ୍ତି। ଜର୍ମାନୀର ଏକ ମ୍ୟୁଜିୟମ୍‌ରେ ଏହି ଚୋରି ହୋଇଛି। ଜର୍ମାନୀର ଡ୍ରେସ୍‌ଡେନ୍‌ ସ୍ଥିତ Green Vault ମ୍ୟୁଜିୟମ୍‌ରୁ ଚୋରମାନେ ଏହି ଚୋରି କରିଛନ୍ତି। Green Vault […]

actress
ବଲିଉଡ୍‌ର ଏହି ଅଭିନେତ୍ରୀ କଲେ ଏମିତି ଖୁଲାସା, କହିଲେ...

ମୁମ୍ବାଇ: ବଲିଉଡ୍‌ର ଏମିତି ଜଣେ ଅଭିନେତ୍ରୀ ଯିଏକି ମଦ ଓ ଡ୍ରଗ୍ସ ଭଳି ନିଶାସେବନ କରି ପୂରାପୂରି ବର୍‌ବାଦ୍‌ ହୋଇଯାଇଛନ୍ତି। ସେ ଅଭିନେତା ବରୁଣ ଧୱନ୍‌ଙ୍କ ସହ ବି କାମ କରି ସାରିଛନ୍ତି। ଆପଣ ଭାବୁଥିବେ ଆମେ କେଉଁ ଅଭିନେତ୍ରୀଙ୍କ କଥା କହୁଛୁ, ଆମେ ଏଠି ଆଉ କାହା କଥା କହୁ ନାହୁଁ..କହୁଛୁ ଅଭିନେତ୍ରୀ ଲୌରେନ୍‌ ଗୋଟ୍ଟିଲିବ୍‌(Lauren Gottlieb) ଙ୍କ ବିଷୟରେ। ଅଭିନେତା ବରୁଣ ଧୱନ୍‌ଙ୍କ ଅଭିନୀତ ଫିଲ୍ମ ‘ABCD 2’ ରେ ପ୍ରମୁଖ ଭୂମିକାରେ ଅଭିନୟ […]

cbse
ବଦଳିବ ସିବିଏସ୍ଇ ପ୍ରଶ୍ନପତ୍ର ଢାଞ୍ଚା

ନୂଆଦିଲ୍ଲୀ: ବଦଳିବ ସିବିଏସ୍ଇ ପ୍ରଶ୍ନପତ୍ର ଢାଞ୍ଚା। CBSE ପ୍ରଶ୍ନପତ୍ର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି CBSE ସମ୍ପାଦକ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତ। ୨୦୨୩ ସୁଦ୍ଧା ଦଶମ, ଦ୍ୱାଦଶ ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସିବିଏସ୍ଇ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୨୦ ପ୍ରତିଶତ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନ ପାଇବେ। ଆଉ ୧୦ ପ୍ରତିଶତ ପ୍ରଶ୍ନ କ୍ରିଏଟିଭ୍ ରହିବ।

jio
ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ଼ କରିଛି ଜିଓ: ଟ୍ରାଇ ରିପୋର୍ଟ

ନୂଆଦିଲ୍ଲୀ: ଟ୍ରାଇ ଦ୍ୱାରା ପ୍ରକାଶିତ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି, ରିଲାଏନ୍ସ ଜିଓ ଓଡ଼ିଶାରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ମୋଟ ରାଜସ୍ୱରେ ୨୦୧୯ ଜୁଲାଇରୁ ସେପ୍ଟେମ୍ୱର ତ୍ରୟମାସରେ ଓଡ଼ିଶାରେ ଜିଓ ୪୮.୧% ବଜାର ଅଂଶ ହାସଲ କରିଛି। ଯାହା ଯାହା ନିକଟତମ ଅପରେଟରମାନଙ୍କ ତୁଳନାରେ ୧୨% ଅଧିକ। ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରି ୫୬.୮% ବଜାର ଅଂଶ ହାସଲ କରି, […]

Capture
ସାବରୀମାଲା ଯାଉଥିବା ମହିଳାଙ୍କୁ ଲଙ୍କା, ଗୋଲମରିଚ ଗୁଣ୍ଡ ଦ୍ୱାରା ଆକ୍ରମଣ

କୋଚି: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ଯିବାକୁ ଅନୁମତି ମାଗିବାକୁ ଆସିଥିବା ବିନ୍ଦୁ ଅମ୍ମନିଙ୍କୁ ଆଜି ଲଙ୍କା ଓ ଗୋଲମରିଚ ଗୁଣ୍ଡ ଦ୍ୱାରା ଆକ୍ରମଣ କରାଯାଇଛି। ଗତବର୍ଷ ବିନ୍ଦୁ ଓ ଅନ୍ୟ ଜଣେ ମହିଳା ସାବରୀମାଲା ପାହାଡ଼ ଚଢ଼ି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିଥିଲେ। ଏଥରେ ସେ ପୁଣି ମନ୍ଦିର ମଧ୍ୟକୁ ଯିବା ପାଇଁ ପୁଲିସ୍ କମିଶନରଙ୍କ ଅଫିସକୁ ଅନୁମତି ମାଗିବାକୁ ଆସିଥିଲେ। ବିନ୍ଦୁ ଯେତେବେଳେ ମନ୍ଦିର ଭିତରେ ପ୍ରବେଶ କରୁଥିଲେ ହଠାତ୍‌ ଏହି ସମୟରେ ଧୋତି, […]

ajit
ରିଟର୍ଣ୍ଣ କରିବେ ଅଜିତ୍‌ ! ବିଧାୟକ ତାଲିକାରେ ରହିଛି ନାଁ

ମୁମ୍ୱାଇ: ପୁଣି ମହାରାଷ୍ଟ୍ରର ମହାନାଟକରେ ଏକ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ଏଥର କିନ୍ତୁ ବିଜେପିକୁ ଶକ୍ତ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଗତକାଲି ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶପଥ ନେଇଥିବା ଏନ୍‌ସିପି ନେତା ଏହି ଝଟ୍‌କା ଦେଇପାରନ୍ତି। ଚର୍ଚ୍ଚା ହେଉଛି ବିଜେପିଠୁ ସମର୍ଥନ ପ୍ରତ୍ୟାହାର କରିପାରନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ବିଧାୟକ ଅଜିତ ପାଓ୍ୱାର। ଏନ୍‌ସିପି ଆଜି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଛି। ଏହି ତାଲିକାରେ ୫୧ ଜଣ […]