• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

fire 1
ଶେଲଟର ହୋମରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର କଶ୍ମୀରୀ ଗେଟ ନିକଟରେ ଥିବା ଏକ ଶେଲଟର ହୋମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସନ୍ଧ୍ୟା ୬ଟା ସମୟରେ ଶେଲଟର ହୋମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ, ଏହି ଶେଲଟର ହୋମରେ ପାଖାପାଖି ୨୫୦ଜଣ ଲୋକ ରହୁଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା […]

baby feet
ଭଲ ଖବର: କରୋନା ଯୁଦ୍ଧରେ ଜିତିଲା ଅଢେଇ ବର୍ଷର ଶିଶୁ

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଖୁସି ଖବର ଆସିଛି। ଲକ୍ଷ୍ନୌର ଜଣେ ଅଢେଇ ବର୍ଷର ଶିଶୁ ପୁତ୍ର ମହାମାରୀ କରୋନା କବଳରୁ ଜିତିଛନ୍ତି। ଏହି କଅଁଳ ବୟସର ଶିଶୁର ଶରୀରରେ କରୋନା ଭୂତାଣୁ ଥିବା ନେଇ ଟେଷ୍ଟରେ ଜଣାପଡିଥିଲା। କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ ନେଗେଟିଭ ଆସିଛି। ଶିଶୁଟି ସୁସ୍ଥ ହେବାପରେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନାଥାଉ […]

pm modi
ଦେଶରେ ଆଉ ୨ ସପ୍ତାହ ବଢ଼ିପାରେ ଲକ୍‌ଡାଉନ୍‌ ଅବଧି, ଖୁବଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଆଉ ୨ ସପ୍ତାହ ବଢ଼ିପାରେ ଲକ୍‌ଡାଉନ୍‌ ଅବଧି। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ପରେ ଏଭଳି କିଛି  ସଙ୍କେତ ମିଳିଛି। ୪ ଘଣ୍ଟା ଧରି ଚାଲିଥିବା ଏହି ଭିଡିଓ କନଫରେନ୍ସରେ ଅଧିକାଂଶ ରାଜ୍ୟ ଲକ୍‌ଡାଉନ୍‌ ବୃଦ୍ଧି ସପକ୍ଷରେ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀମାନେ ଦିନର ୨୪ ଘଣ୍ଟା ଭିତରେ ଯେକୌଣସି ସମୟରେ ତାଙ୍କ ସହ କଥା ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଉଭୟ ଜୀବନ ଓ ଅର୍ଥନୀତି ଉପରେ ଗୁରୁତ୍ୱ […]

lockdown
"ଲକ୍‌ଡାଉନ୍‌ ଲାଗୁ ହୋଇନଥିଲେ ଦେଶରେ ୨ ଲକ୍ଷରୁ ଅଧିକ ପହଞ୍ଚି ଯାଇଥା’ନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା"

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଲାଗୁ ହୋଇନଥିଲେ ଦେଶରେ ଏବେ ୨ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥାନ୍ତେ। ସତର୍କତାମୂଳକ ପଦକ୍ଷେପ ଓ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାକୁ ରୋକା ଯାଇପାରିଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ। ଦେଶରେ ଏବେ ପରିସ୍ଥିତି ବିିଗିଡ଼ି ନାହିଁ। ଲକ୍‌ଡାଉନ୍‌ ଯୋଗୁ ଏହା ବିଶେଷ ଭାବେ ସଫଳ ହୋଇଛି। ଲକ୍‌ଡାଉନ୍‌ ପୂର୍ବରୁ କରୋନା ବ୍ୟାପିବାର […]

new born
ଲକ୍‌ଡାଉନ୍‌ ବେଳେ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଡାକ୍ତର

ମୁମ୍ବାଇ: ଲକ୍‌ଡାଉନ୍‌ ବେଳେ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଡାକ୍ତର।ଏକ ନବଜାତ ଶିଶୁର ଜୀବନ ବଞ୍ଚାଇବା ପାଇଁ ମହାରାଷ୍ଟ୍ର ଆଲିବାଗ୍‌ର ଜଣେ ଡାକ୍ତରଙ୍କ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା। ଏହି ଶିଶୁଟି ଜନ୍ମ ହେବାର ମାତ୍ର କିଛି ମିନିଟ୍‌ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତର ଜଣକ  ତୁରନ୍ତ ଶିଶୁକୁ ନିଜ ବାଇକ୍‌ରେ ନିଓନାଟାଲ ଫାସିଲିଟିକୁ ନେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ଆଲିବାଗ୍‌ ଅଞ୍ଚଳର ଜଣେ ମହିଳା ଗର୍ଭ […]

wheat
କରୋନା ମୁକାବିଲା: ପୁଣି ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ବିଶ୍ୱବାସୀ ଏକାଠି ହୋଇ ଏହାର ମୁକାବିଲା କରୁଛନ୍ତି। ଏଭଳି ସଙ୍କଟ ବେଳେ ଅନ୍ୟ ଦେଶର ଆବଶ୍ୟକତାକୁ ଦେଖି ଭାରତ ସହଯୋଗର ହାତ ବଢ଼ାଉଛି। ପ୍ରଥମେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ରପ୍ତାନୀ କରିବ ବୋଲି ଘୋଷଣା କରିବା ପରେ ଏବେ ଅନ୍ୟ ଦେଶକୁ ଗହମ ରପ୍ତାନୀ କରିବ ଭାରତ। ଅନ୍ୟ ଦେଶକୁ ଗହମ ରପ୍ତାନୀ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ନରେନ୍ଦ୍ର ସିଂହ […]

vodafone-idea
ଗ୍ରାହକଙ୍କ ପାଇଁ Vodafone-Ideaର କ୍ୟାସବ୍ୟାକ ଅଫର

ନୂଆଦିଲ୍ଲୀ: ଏୟାରଟେଲ ଓ ଜିଓ ଭଳି  ଭୋଡାଫୋନ-ଆଇଡିଆ ମଧ୍ୟ ସେମାନଙ୍କର ଗ୍ରାହକଙ୍କ ପାଇଁ ନୂଆ ପ୍ରୋଗ୍ରାମ #RechargeforGood ଆରମ୍ଭ କରିଛନ୍ତି। ଏହି ପ୍ରୋଗ୍ରାମ ଅନୁସାରେ ଯଦି କୌଣସି ଭୋଡାଫୋନ କିମ୍ବା ଆଇଡିଆ ଗ୍ରାହକ, ଅନ୍ୟ ଗ୍ରାହକଙ୍କ ପ୍ରିପେଡ ଆକାଉଣ୍ଟ ପାଇଁ ରିଚାର୍ଜ କରନ୍ତି, ତା’ହେଲେ ସମ୍ପୃକ୍ତ ଗ୍ରାହକଙ୍କୁ ୬ ପ୍ରତିଶତ କ୍ୟାସବ୍ୟାକ ମିଳିବ।MyVodafone କିମ୍ବା MyIdea ଆପ୍ସ ବ୍ୟବହାର କରି ଆପଣ ଏହି ରିଚାର୍ଜ କରିପାରିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ ଥିବାବେଳେ […]

britain pm
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତାଙ୍କୁ ଆଇସିୟୁରୁ ରେଗୁଲାର ୱାର୍ଡକୁ ଅଣାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖା ଯାଇଛି। ବୋରିସ ଜନସନ ଆଇସିୟୁରୁ ବାହାରି ଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ ଶୀଘ୍ର ଠିକ ହୋଇଯାଆନ୍ତୁ ବୋଲି ଟ୍ରମ୍ପ ପ୍ରାର୍ଥନା କରିଛନ୍ତି। ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ […]

pm modi11
ଲକ୍‌ଡାଉନ୍‌କୁ ନେଇ ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଏପ୍ରିଲ ୧୪ରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହେଉଛି। ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେବ ନା ନାହିଁ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି। ତେବେ ଏହି  ନିଷ୍ପତ୍ତି ପୂର୍ବରୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ।  ଦେଶରେ କରୋନାର ମୁକାବିଲା କଣ ପଦକ୍ଷେପ ନିଆଯାଉଛି ସେ […]

corona
ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପାଇବେ ଡବଲ ଦରମା, ଏହି ରାଜ୍ୟ ସରକାର କଲେ ଘୋଷଣା

ଚଣ୍ଡୀଗଡ଼: ସାରାଦେଶ ଏବେ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଏଭଳି କଠିନ ସମୟରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଅନେକ ସଂସ୍ଥା, ଏପରିକି ସାଧାରଣ ଲୋକ ମଧ୍ୟ  ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଏସବୁ ଭିତରେ ହରିୟାଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ହରିୟାଣା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଯେଉଁମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କର ଦରମା ଦ୍ୱିଗୁଣା ବଢା ଯିବ ବୋଲି ହରିୟାଣା ସରକାର ଘୋଷଣା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର […]

corona ..
ଦେଶରେ ୧୯୯ ମୁଣ୍ଡ ନେଲାଣି କରୋନା, ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୫୭୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୫୦୩ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ଯଥାକ୍ରମେ ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା […]

pm modi ..
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଇସ୍ରାଏଲକୁ କ୍ଲୋରୋକୁଇନ୍ ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ। ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥ୍ୟାଙ୍କ ୟୁ ମାଇଁ ଡିୟର ଫ୍ରେଣ୍ଡ ବୋଲି କହିଛନ୍ତି। Thank you, my dear friend @narendramodi, Prime Minister of India, for sending Chloroquine to Israel. All the citizens of Israel thank you! ???? pic.twitter.com/HdASKYzcK4 — PM of Israel […]

corona
ସାରା ବିଶ୍ୱରେ ୧୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଟପିଛି। ସେହିପରି ମୃତ୍ଯୁ ସଂଖ୍ୟା ୯୫ ହଜାର ଟପିଛି। ଏହି ମହାମାରୀ କବଳରେ ଏବେ ବିଶ୍ୱର ୨୦୯ ଦେଶ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୫୬ ହଜାର ୬୫୬ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ଦିନକୁ ଦିନ ସ୍ଥିତି ଉଦବେଗଜନକ ଆଡକୁ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୮ ହଜାର ଟପିଲାଣି।  ଆମେରିକାରେ କରୋନାରେ ଆକ୍ରାନ୍ତରେ ୧୬ […]

Black Creature
କିଏ ଏହି ରହସ୍ୟମୟ ଜୀବ ? ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କିଏ ଏହି ରହସ୍ୟମୟ ଜୀବ ? ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ଦ୍ୱନ୍ଦ୍ୱରେ ପକାଇଛି।  ପ୍ରକୃତରେ କଥାଟା ହେଲା, ଏବେ ସୋଶାଲ ମିଡିଆରେ ଏମିତି ଏକ ରହସ୍ୟମୟ ଜୀବର ଭିଡିଓ ଭାଇରାଲ୍ ହୋଇଛି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ବେଶ ଆକର୍ଷିତ କରିଛି।  କଳା ରଙ୍ଗର ଏହି ଜୀବକୁ ଦେଖି କିଛି ଲୋକ କହିଛନ୍ତି ଯେ, ସତେ ଯେମିତି ମାର୍ଭଲ ଭିଲେନ୍ ଭେନୋମ୍ ଗ୍ରହରେ ଅବତରଣ କରିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  […]

corona
ଦେଶରେ ୧୬୬ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୬ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୫୦୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୪୭୨ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଗତ ୨୪ ଘଣ୍ଟାରେ ଦେଶରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ […]

pm modi
"ଭାରତର ସାହାଯ୍ୟକୁ ଭୁଲି ହେବନି"

ୱାଶିଂଟନ: ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେଇଛି। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଦିନ ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, ‘HCQକୁ ନେଇ ଭାରତ ଓ ଭାରତୀୟଙ୍କ ନିଷ୍ପତ୍ତି ଓ ସାହାଯ୍ୟକୁ ଭୁଲି ହେବନି। ଏହି ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ କେବଳ ଭାରତକୁ ସହଯୋଗ କରିବ ନାହିଁ ବରଂ ଏହା ମାନବିକତାର ପରିଚୟ […]

corona 1
ସାରା ବିଶ୍ୱରେ ୮୮ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ସାରା ବିଶ୍ୱରେ ମୃତ୍ଯୁ ସଂଖ୍ୟା ୮୮ ହଜାର ଟପିଛି। ସେହିପରି ମୋଟ ସଂକ୍ରମଣଙ୍କ ସଂଖ୍ୟା ୧୫ ଲକ୍ଷ ୧୮ ହଜାର ଟପିଲାଣି। ଏହି ମହାମାରୀ କବଳରେ ଏବେ ବିଶ୍ୱର ୨୦୯ ଦେଶ। ତେବେ ଦିନକୁ ଦିନ ଆମେରିକାରେ ସ୍ଥିତି ଉଦବେଗଜନକ ଆଡକୁ ଗତି କରୁଛି। ଆମେରିକାରେ ମୃତ୍ଯୁ ସଂଖ୍ୟା ୧୪ ହଜାର ୭୦୦ ଟପି ଥିବାବେଳେ ୪ ଲକ୍ଷ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ଆମେରିକାରେ […]

lockdown
ଏହି ସହରରେ ଆଉ ୨ ସପ୍ତାହ ଯାଏ ବଢିପାରେ ଲକଡାଉନ ଅବଧି

ମୁମ୍ବାଇ: ମହାମାରୀ କରୋନା ପାଇଁ ମୁମ୍ବାଇ ଓ ପୁଣେରେ ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ମହାରାଷ୍ଟ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନଥିଲେ ହେଁ ମୁମ୍ବାଇ ଓ ପୁଣେରେ ଲକଡାଉନ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ  ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯୋଜନା […]

mask
ଏଣିକି ପବ୍ଲିକ ପ୍ଲେସରେ ମାସ୍କ ନ ପିନ୍ଧିଲେ ହେବେ ଗିରଫ

ମୁମ୍ବାଇ: ମହାମାରୀ କରୋନାର ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ମୁମ୍ବାଇରେ ନୂଆ ନିୟମ ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏଠାରେ ଲୋକଙ୍କୁ ପବ୍ଲିକ ପ୍ଲେସରେ ମାସ୍କ ପିନ୍ଧିବା ପାଇଁ  ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ ଅର୍ଥାତ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ଗିରଫ କରାଯିବ। ଆଜି ମୁମ୍ବାଇ ପୌରପାଳିକା ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏଣିକି ମୁମ୍ବାଇରେ ପବ୍ଲିକ ପ୍ଲେସରେ ମାସ୍କ ପିନ୍ଧିବା ଜରୁରୀ। […]

pm modi ..
ଦେଶବାସୀଙ୍କୁ ନୂଆ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼େଇ କରୁଛନ୍ତି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ଏକ ନୂଆ ନିବେଦନ କରିଛନ୍ତି। “ଯଦି କେହି ସତରେ କିଛି ଭଲ କାମ କରିବାକୁ ଚାହୁଁଛନ୍ତି, ମୋଦିକୁ ଭଲ ପାଉଛନ୍ତି କିମ୍ବା ସମ୍ମାନିତ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ମୋର ଗୋଟିଏ ନିବେଦନ, ସେମାନେ ଏପରି ନ କରି ବରଂ ଗୋଟିଏ ଗରିବ ପରିବାରର ସବୁ ଦାୟିତ୍ୱ ନିର୍ବାହ କରନ୍ତୁ, ଯେପର୍ଯ୍ୟନ୍ତ କରୋନା […]

SupremeCourtofIndia
କରୋନା ପରୀକ୍ଷା ମାଗଣାରେ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା, ଏଥିପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ। କରୋନା ପରୀକ୍ଷା ମାଗଣା କରାଯାଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। ଆଜି ଏହାର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏଭଳି କହିଛନ୍ତି। ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକ କୋଭିଡ-୧୯ ପରୀକ୍ଷା ପାଇଁ ଅଧିକ ଟଙ୍କା ନ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ସୁପ୍ରିମକୋର୍ଟ। ଶୁଣାଣି ବେଳେ ସୁପ୍ରିମକୋର୍ଟ, କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୋଦ୍ଧା ବୋଲି […]

pm modi
ବଢ଼ିପାରେ ଲକଡାଉନ ଅବଧି , ମୋଦି ଦେଲେ ଏମିତି ସଙ୍କେତ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଅବଧି ବୃଦ୍ଧି ପାଇପାରେ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ଏପରି କିଛି ସଙ୍କେତ ଦେଇଛନ୍ତି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ। କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଜାରି ହୋଇଛି। ଏହା ଆସନ୍ତା ୧୪ ତାରିଖରେ ଶେଷ ହେବ। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏକାଧିକ ରାଜ୍ୟ ସରକାର […]

up
ଏପ୍ରିଲ ୧୫ ଯାଏ ସିଲ୍‌ ହେବ ୟୁପିର ୧୫ ଜିଲ୍ଲା

ଲକ୍ଷ୍ନୌ: ମହାମାରୀ କରୋନା ପାଇଁ ସାରା ଦେଶରେ ଜାରି ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ଶେଷ ହେବ। ଏହି ଲକଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁଛନ୍ତି। ତେବେ କେନ୍ଦ୍ର ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଉତ୍ତର ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ୟୁପି ସରକାର ରାଜ୍ୟର ୧୫ଟି ଜିଲ୍ଲାକୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ସଂପୂର୍ଣ୍ଣ ଭାବେ ସିଲ ପାଇଁ ଘୋଷଣା କରିଛନ୍ତି। […]