• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pm modi
‘ସଞ୍ଜିବନୀ’ ପାଇଁ ଭାରତକୁ ବ୍ରାଜିଲର ପ୍ରଂଶସା

ନୂଆଦିଲ୍ଲୀ: ମହାମାରୀ କରୋନାର କୌଣସି ପ୍ରତିଷେଧକ କିମ୍ବା ଔଷଧ ବାହାରି ନ ଥିବାବେଳେ ଏଭଳି ସମୟରେ ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍। ଯଦିଓ ଏହି ଔଷଧ କରୋନାର ପ୍ରତିଷେଧକ କିମ୍ୱା ଔଷଧ ନୁହେଁ, ହେଲେ କିଛି ଆକ୍ରାନ୍ତ ଏହି ଔଷଧରେ ସୁସ୍ଥ ହେଉଛନ୍ତି। ଭାରତରେ ପ୍ରସ୍ତୁତ ହେଉଥିବା ଏହି ଔଷଧ ଉପରେ ଏବେ ଅନ୍ୟ ଦେଶ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ଆମେରିକା ଆଉ ଏବେ ବ୍ରାଜିଲ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

journalist
ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକ ବ୍ରହ୍ମ କଞ୍ଜିବୋଟଲା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ନ୍ୟୁୟର୍କରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ବ୍ରହ୍ମ କଞ୍ଜିବୋଟଲାଙ୍କ ଅବଦାନ ରହିଛି। ଏଥିପାଇଁ ସେ ମନେ ରହିବେ। ଏଥିସହ ତାଙ୍କର ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।  ସେ ଖବର ସରବରାହ ସଂସ୍ଥା ୟୁନାଇଟେଡ ନ୍ୟୁଜ […]

corona
ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ପୁରୁଷ, ୨୪% ମହିଳା

ନୂଆଦିଲ୍ଲୀ: ଅଧିକ ସଂଖ୍ୟକ ପୁରୁଷ ପ୍ରାଣଘାତୀ କରୋନାର ଶିକାର ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ୨୪% ମହିଳା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪୭% ଆକ୍ରାନ୍ତ ହେଉଛନ୍ତି ୪୦ ବର୍ଷରୁ କମ୍‌ ବୟସର। ୩୪% କରୋନା ଆକ୍ରାନ୍ତ ହେଉଛନ୍ତି ୪୦ରୁ ୬୦ ବର୍ଷ […]

corona
ସାରା ବିଶ୍ୱରେ ୭୦ ହଜାର ଟପିଲା କରୋନା ମୃତ୍ଯୁ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମୃତ୍ଯୁ ସଂଖ୍ୟା ୭୦ ହଜାର ଟପିଛି। ବିଶେଷ କରି ଆମେରିକାରେ ସ୍ଥିତି ଉଦବେଗଜନକ ରହିଛି। ଲଗାତାର ୩ ଦିନ ଧରି ଆମେରିକାରେ ଦୈନିକ ମୃତ୍ଯୁ ସଂଖ୍ୟା ୧ ହଜାରରୁ ଅଧିକ ରହିଛି। ଦେଶବାସୀଙ୍କ ପାଇଁ ଏହା ସବୁଠୁ କଠିନ ସପ୍ତାହ ବୋଲି ୟୁଏସ୍ ସର୍ଜନ ଜେନେରାଲ୍ ଚେତାବନୀ ଦେଇଛନ୍ତି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ଲକ୍ଷ ୩୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୯,୬୮୯ରେ ପହଞ୍ଚିଛି। […]

jawan
ଆତଙ୍କବାଦୀଙ୍କୁ ନିପାତ କରି ସହିଦ ହେଲେ ୫ ଯବାନ

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ-କାଶ୍ମୀର କୁପଓ୍ୱାଡା ଜିଲ୍ଲାର କେରନ ସେକ୍ଟରରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଭାରତୀୟ ସେନାର ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ତେବେ ସବୁଠାରୁ ଦୁଃଖଦାୟକ କଥା, ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନାର  ଏହି ଅପରେସନରେ ୫ ଯବାନ ସହିଦ ହୋଇଛନ୍ତି। ସାରାଦେଶ ଏବେ କରୋନା ସହିତ ମୁକାବିଲା କରୁଥିବାବେଳେ ସୀମାରେ ଦେଶର ସୁରକ୍ଷା କରିବାକୁ ଯାଇ ଏହି ଯବାନମାନେ ସହିଦ ହୋଇଛନ୍ତି। ସୂଚନା […]

hospital 22
ଏହି ହସ୍ପିଟାଲର ୨୬ ଜଣ ନର୍ସ, ୩ ଜଣ ଡାକ୍ତରଙ୍କ ଆସିଲା କରୋନା ପଜିଟିଭ୍‌ ରିପୋର୍ଟ

ମୁମ୍ବାଇ: ସପ୍ତାହ ଭିତରେ ମୁମ୍ବାଇର Wockhardt ହସ୍ପିଟାଲର ୨୬ ଜଣ ନର୍ସ ଏବଂ ୩ ଜଣ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଫଳରେ ଏହି ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ହସ୍ପିଟାଲର ଭିତରେ ଥିବା ପ୍ରତି ବ୍ୟକ୍ତିଙ୍କର ନମୁନା ନେଗେଟିଭ୍‌ ଆସିବା ଯାଏ କେହି ମଧ୍ୟ ଏହି ହସ୍ପିଟାଲ ବାହାରକୁ ଯାଇପାରବେନି ଏବଂ ଭିତରକୁ ମଧ୍ୟ କେହି ଆସିପାରିବେନାହିଁ।  ସ୍ଥାନୀୟ ଅତିରିକ୍ତ ମ୍ୟୁନିସିପାଲ କମିଶନର କହିଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ […]

pm modi
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ସାଂସଦଙ୍କର ଦରମାରୁ କଟିବ ୩୦%

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସବୁ ରାଜ୍ୟର ରାଜ୍ୟପାଳ ଏବଂ ସାଂସଦମାଙ୍କର ଦରମାରୁ କଟିବ ୩୦%। କରୋନା ମୁକାବିଲା ଓ ଏହି ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏହି ପ୍ରମୁଖ ବ୍ୟକ୍ତିମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିପାଇଁ […]

airport
ଦିଲ୍ଲୀ ବିମାନବନ୍ଦରରୁ ଧରା ପଡ଼ିଲେ ୮ ଜଣ ମାଲେସିୟା ନାଗରିକ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିମାନରେ ମାଲେସିୟାକୁ ଯାତ୍ରା ପାଇଁ ବାହାରି ଥିବା ୮ ଜଣ ମାଲେସିୟା ନାଗରିକ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଧରା ପଡିଛନ୍ତି। ସୂଚନା ଅନୁସାରେ, ଏହି ୮ ଜଣ ମାଲେସିୟା ନାଗରିକ ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବୋଲି ସନ୍ଦେହ କରାଯାଉଛି। ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଥିବା ଜଣାପଡିଛି। ଯଦିଓ ଅନ୍ତର୍ଜାତୀୟ ବିମାନ ଉଡାଣ […]

deepa 1
ଆଜି ରାତି ୯ଟା ୯ ମିନଟ୍: କରୋନା ଅନ୍ଧକାର ଦୂର ପାଇଁ ଜଳିବ ଦୀପ

ନୂଆଦିଲ୍ଲୀ: ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘରର ଲାଇଟ୍ ବନ୍ଦ କରି ନିଜ ବାଲକୋନିରେ କିମ୍ବା ନିଜ ଦୁଆର ମୁହଁରେ ଦୀପ ଜଳାଇ/ ମହମବତୀ ଲଗାଇ/ମୋବାଇଲ ଫ୍ଲାଶ ଲାଇଟ୍ ଅନ କରି ଏକତା ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ତେବେ ଏହି ସମୟରେ ପାଓ୍ୱାର ଗ୍ରୀଡ୍‌ ଗୁଡ଼ିକ ଚାଲୁ ରହିବ ଓ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଜଳିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]

fifa
କରୋନା ପାଇଁ ଭାରତରେ FIFA U-17 ମହିଳା ବିଶ୍ୱକପ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ମାସରୁ ଭାରତରେ ଆରମ୍ଭ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। FIFA U-17ର କିଛି ମ୍ୟାଚ୍‌ ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ନଭେମ୍ବର ୨ରୁ ୨୧ ଯାଏ ଭାରତର କୋଲକାତା, ଗୌହାଟୀ, ଭୁବନେଶ୍ୱର, ଅହମଦାବାଦ ଓ ନଭି ମୁମ୍ବାଇରେ ବିଶ୍ୱକପର ମ୍ୟାଚ୍‌ ଗୁଡ଼ିକ ଖେଳା ଯାଇଥାଆନ୍ତା। ୧୬ ଟିମକୁ ନେଇ […]

111
୭୭ ଛୁଇଁଲା ଭାରତରେ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୭୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୩୦୩୦ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବାବେଳେ ୨୬୭ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାମିଲନାଡୁରେ ଆକ୍ରାନ୍ତଙ୍କ […]

corona
ସାରା ବିଶ୍ୱରେ କରୋନା ନେଲା ୬୪ ହଜାରରୁ ଅଧିକ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ଏବେ ପୃଥିବୀର ୨୦୬ ଦେଶ। ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ନେଲାଣି ୬୪ ହଜାର ୭୩୪ ଜଣଙ୍କ ଜୀବନ। ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨ ହଜାର ୭୧୫କୁ ବୃଦ୍ଧି ପାଇ ଥିବାବେଳେ ୨ ଲକ୍ଷ ୪୬ ହଜାର ୬୪୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ୮ ଲକ୍ଷ ୯୧ ହଜାର ୩୩୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ହଜାର ୭୮ ଜଣଙ୍କ […]

delhi
ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ଚୋରି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଏହାରି ଭିତରେ ଦିଲ୍ଲୀରେ ଏକ ମଦ ଦୋକାନରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ମଦ ଦୋକାନର ଶଟର ଭାଙ୍ଗି ଷ୍ଟକ ରହିଥିବା ସବୁ ମଦକୁ ନେଇ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଦିଲ୍ଲୀର ରୋଶନଆରା ରୋଡ ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ […]

corona
କ୍ୱାରେଣ୍ଟାଇନ୍‌ରେ ଡାକ୍ତରଖାନାର ୧୦୮ ଷ୍ଟାଫ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ବେଳେ ଏବେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ମୋଟ୍ ୧୦୮ ଜଣ ଷ୍ଟାଫ କ୍ୱାରେଣ୍ଟାଇନ୍‌ର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡାକ୍ତର ଏବଂ ନର୍ସ ଅଛନ୍ତି। ଏହି ୧୦୮ ଜଣ ଷ୍ଟାଫ ଦୁଇ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଦୁଇ କରୋନା ଆକ୍ରାନ୍ତଙ୍କ ଦ୍ଵିତୀୟ ଟେଷ୍ଟ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା। ଡାକ୍ତରଖାନାର ଏହି ୧୦୮ ଜଣଙ୍କ ମଧ୍ୟରୁ ୮୫ ଜଣ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିବାବେଳେ ଅନ୍ୟ […]

train-1
ଟ୍ରେନ ଚଳାଚଳ ପାଇଁ ରେଲୱେର ପ୍ରସ୍ତୁତି ଆରମ୍ଭ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ୨୧ ଦିନ ପରେ, ଏପ୍ରିଲ ୧୫ ରୁ ରେଲୱେ ଏହାର ପାସେଞ୍ଜର ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଥିବା ସୂଚନା ମିଳିଛି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ୨୧ ଦିନର ଲକଡାଉନ ସରିବା ପରେ, ଏପ୍ରିଲ ୧୫ରୁ ରେଲୱେ ବାତିଲ ହୋଇଥିବା ଏହାର ପାସେଞ୍ଜର  ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଛି ବୋଲି […]

corona virus
୧୩ ରାଜ୍ୟରେ ସଂକ୍ରମଣରେ ଲାଗୁନି ଲଗାମ୍ : ଦେଶରେ କରୋନାର ତୃତୀୟ ଲହରୀ ଭୟ

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନାର ତୃତୀୟ ଲହରୀ ଆରମ୍ଭ ହୋଇସାରିଥିଲା ସ୍ପଷ୍ଟ ସଙ୍କେତ ମିଳୁଛି । ବ୍ରିଟେନ, ଆମେରିକା ଏବଂ ଋଷ ସମେତ ଅନେକ ବଡ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଭାରତ ପାଇଁ ଚିନ୍ତା ବଢ଼ାଇଛି ।

corona
ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁଯାୟୀ, ୨୬୫୦ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବାବେଳେ ୧୮୩ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାମିଲନାଡୁରେ ଆକ୍ରାନ୍ତଙ୍କ […]

corona
କରୋନାକୁ ମାତ୍ ଦେଲେ ବୃଦ୍ଧ ଦମ୍ପତି, ସୁସ୍ଥ ହୋଇ ଘରକୁ ଫେରିଲେ

ଥିରୁଅନନ୍ତପୁରମ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହି ସମୟରେ  କେରଳରୁ ଏକ ଭଲ ଖବର ଆସିଛି। ଏଯାବତ ସାରା ଦେଶରେ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କେରଳର ବୃଦ୍ଧ ଦମ୍ପତ୍ତି କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ପତ୍ନୀ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଉଭୟ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା […]

corona
ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ପ୍ରାୟ ଦେଢ଼ ହଜାର ଜୀବନ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୫ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୯୮ ହଜାର ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୨୮ ହଜାର ୯୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଟପିଛି। ଆମେରିକାରେ […]

new born baby
ଲକ୍‌ଡାଉନ୍ ବେଳେ ଜନ୍ମ ହେଲେ ଯାଆଁଳା ଶିଶୁ, ‘କୋଭିଡ୍’ ଓ ‘କରୋନା’ ନାଁ ରଖିଲେ ମା'-ବାପା

ରାଇପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜନ୍ମ ନେଉଥିବା ଛୁଆଙ୍କ ନାମ ମଧ୍ୟ ମଜାଳିଆ ଢ଼ଙ୍ଗରେ ଦିଆଯାଉଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍‌ଡାଉନ୍’ ରଖିଛନ୍ତି। ଏହି ବାଳକଟିର ନାମ ଉଚ୍ଚରାଣ କରିବା ପୂର୍ବରୁ ସର୍ବଦା ଜାତୀୟ ସ୍ୱାର୍ଥକୁ ମନେ ପକାଇବ। ତେଣୁ ଏଭଳି ନାମକରଣ ଦିଆଯାଇଛି ବୋଲି ପରିବାର ଲୋକେ […]

gold ornaments
ଲଗାତାର ୫ ଦିନ ପାଇଁ କମିଲା ସୁନା ଦର

ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୫ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଦର ହ୍ରାସ ପାଇଛି।

Untitled 11
‘ଚୀନ ସରକାର ଜାରି କରିଥିବା କରୋନା ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ’

ଓ୍ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନେତା ନିକୀ ହେଲି ଚୀନରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଚୀନ କରୋନା ମୃତ୍ୟୁ ସଂଖ୍ୟା ୩,୩୦୦ ବୋଲି ପ୍ରକାଶ କରିଛି। ଯାହାକି ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମଧ୍ୟ ଚାଇନା ପ୍ରକାଶ କରିଥିବା କରୋନା ମୃତ୍ୟୁ ସଂଖ୍ୟାକୁ ବିଶ୍ୱାସ ନ କରିବାକୁ ହ୍ଵାଇଟ ହାଉସକୁ କହିଥିଲା। ଆମେରିକାରେ କରୋନା ମୃତ୍ୟୁ […]

corona 22
ବାହାରିଲା କରୋନା ଭାଇରସ ଟିକା !

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି  ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି।  ସୂଚନା ଅନୁସାରେ, ଏସବୁ ଭିତରେ ଆମେରିକାର ବୈଜ୍ଞାନିକମାନେ ଦାବି କରିଛନ୍ତି […]

petrol pump
ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରାଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ଏସବୁ ଭିତରେ କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧ ଟଙ୍କାରୁ ୧ ଟଙ୍କା ୫୮ ପଇସା ଯାଏ ବୃଦ୍ଧି ପାଇଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଦ୍ୱାରା VATରେ  ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା […]

corona2
ସାରା ବିଶ୍ୱରେ କରୋନା ନେଲା ୫୦ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୪ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୧୬ ହଜାର ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୧୨ ହଜାର ୯୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସର୍ବାଧିକ କରୋନା ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହୋଇଛନ୍ତିି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ […]