• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

triple_talaq_
ତିନି ତଲାକ୍‌ ପାଇଁ ମୋଦିଙ୍କୁ ସମର୍ଥନର ହାତ ବଢ଼ାଇବେ ନବୀନ

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ବିଧେୟକ ତିନି ତଲାକ ବିଲ୍। ଚଳିତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଏହାପରେ ୨୦୧୪ରେ ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ନାରା ଦେଇଥିବା ତିନି ତଲାକ୍ ବିଲ୍ ଆଇନରେ ପରିଣତ ହେବ। ମୋଦି ତାଙ୍କ ପ୍ରଥମ ସରକାରରେ ଏହି ବିଲ୍ ଲୋକସଭାରେ ପାସ୍ କରିଥିଲେ ମଧ୍ୟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା […]

jio
ରିଲାଏନ୍ସ ଜିଓ ହେଲା ଭାରତର ସର୍ବବୃହତ ଟେଲିକମ କମ୍ପାନୀ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି ଜିଓ। ମାତ୍ର ତିନି ବର୍ଷରୁ କମ୍‌ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବାର ସକ୍ଷମ ହୋଇଛି। ଏଥିସହିତ ଭୋଡାଫୋନ ଆଇଡ଼ିଆ କୁ ପଛରେ ପକାଇ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହୋଇଛି ଜିଓ। ଜୁନ୍ ୨୦୧୯ ଶେଷ ସୁଦ୍ଧା ଭୋଡାଫୋନର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଁଚିଛି। ଖୋଦ୍‌ କମ୍ପାନୀ ନିଜର […]

jagdish
‘ବାଲିକା ବଧୂ’ର ଜଗ୍ୟା ଏବେ ପ୍ରେମରେ ପଡ଼ିଛନ୍ତି: କିଏ ତାଙ୍କ ସ୍ୱପ୍ନର ନାୟିକା ?

ମୁମ୍ବାଇ: ଛୋଟ ପରଦାରେ ଧମାଲ ମଚାଇଥିବା ଶୋ’ ‘ବାଲିକା ବଧୂ’ର ଆକ୍ଟର ଅଭିନାଶ ମୁଖର୍ଜୀ ଉର୍ଫ ଜଗଦିଶ୍ ଆଜିକାଲି ବେଶ୍ ଖୁସି ଅଛନ୍ତି। କାରଣ ଏବେ ତାଙ୍କୁ ତାଙ୍କ ସ୍ୱପ୍ନର ନାୟିକା ମିଳି ସାରିଛନ୍ତି। ଜଗଦିଶ୍‌ ଉର୍ଫ ଜଗ୍ୟା ଏବେ ପ୍ରେମରେ ପଡ଼ି ଯାଇଛନ୍ତି।  ନା ନା, ଆମେ କୌଣସି ରିଲ୍‌ ଷ୍ଟୋରି କଥା କହୁନୁ, ଜଗ୍ୟାଙ୍କୁ ଅସଲ ଜୀବନରେ ପ୍ରେମ ହୋଇ।ଯାଇଛି। ସେ ପୁଣି ଏମିତି ସେମିତି କାହା ସହ ନୁହଁ,  ମିସ୍‌ ଇଣ୍ଡିଆ ସଲୋନି ଲୁଥରାଙ୍କ ସହ। […]

ramdev
ଜର୍ମାନୀରେ ବାବା ରାମଦେବ! ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ ମିଡିଆରେ ଯୋଗ ଗୁରୁ ରାମଦେବଙ୍କର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ନେଇ ଆଲୋଚନା ହେଉଛି ଯେ, ବାବା ରାମଦେବ ଜର୍ମାନୀରେ ନିଜର ଆଣ୍ଠୁ ଅପରେଶନ କରାଇଛନ୍ତି। ତେଣୁ ନିଜେ ସ୍ୱଦେଶୀ ଦ୍ରବ୍ୟ ଆପଣେଇବାକୁ ସ୍ଲୋଗାନ ଦେଉଥିବା ବାବା ବିଦେଶରେ ନିଜର ଚିକିତ୍ସା କରାଉଛନ୍ତି ବୋଲି କହି ଲୋକମାନେ ତାଙ୍କର ସମାଲୋଚନା କରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋଟି କୌଣସି ହସ୍ପିଟାଲ ଭିତରର ଭଳି ଜଣାପଡ଼ୁଛି। ଯେଉଁଥିରେ […]

Mahalakshmi-Express
ବର୍ଷା ପାଣିରେ ଫସି ରହିଛି ମହାଲକ୍ଷ୍ମୀ ଏକ୍ସପ୍ରେସ୍‌: ଉଦ୍ଧାର ହେଲେଣି ୫୦୦ ଯାତ୍ରୀ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମୁମ୍ବାଇରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଅଧାବାଟରେ ଅଟକି ରହିଛି। ଟ୍ରେନ୍‌ର ଅଧା ଭାଗ ପାଣିରେ ବୁଡ଼ିଯାଇଛି। ଟ୍ରେନ୍‌ରେ ପାଖାପାଖି ୭୦୦ ଯାତ୍ରୀ ଥିବା ସେଣ୍ଟ୍ରେଲ୍‌ ରେଳବାଇର ଡିଆର୍‌ଏମ୍‌ ସୂଚନା ଦେଇଥିବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳକୁ ୮ଟି ଡଙ୍ଗା ସହିତ ୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଇ ଯାଇଛି। ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ […]

delhi_high_court-1
'ବନ୍ଦେ ମାତରମ'କୁ ଜାତୀୟ ସଙ୍ଗୀତ ମାନ୍ୟତା ଅବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ. ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖିପାରୁ ନାହାନ୍ତି। ଏହି ଆବେଦନ ଭାରତୀୟ ଜନତା ପାର୍ଟିର ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିଲେ। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମା ତରମ’କୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବାକୁ […]

Karnataka-
ବାଚସ୍ପତିଙ୍କୁ ଗାଦିଚ୍ୟୁତ୍ କରିବା ପାଇଁ ପ୍ରସ୍ତାବ ଆଣିବ ଶାସକ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ୟେଦ୍ଦୁରପ୍ପା ସରକାର ଆରମ୍ଭ ହୋଇଛି। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା ୩ ବିଧାୟକଙ୍କୁ  ଵାଚସ୍ପତି କେ ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଥିଲେ। ବାଚସ୍ପତି କଂଗ୍ରେସ ବିଧାୟକ ହୋଇଥିବାରୁ ଶାସକ ଦଳ ବିଜେପି ପାଇଁ ଗୃହ ଚଳାଇବା କଷ୍ଟକର ହୋଇପାରେ। ଏଥିସହ ବିଦ୍ରୋହୀ ୧୪ […]

ff
ରୋହିତ ଓ ବିରାଟଙ୍କ ମଧ୍ୟରେ ଫାଟ! ଅନୁସ୍କାଙ୍କୁ ଅନ୍‌ଫଲୋ କଲେ ରୋହିତ୍

ମୁମ୍ବାଇ: ବିଶ୍ୱକପ୍‌୨୦୧୯ରେ ଭାରତର ବିଦା ହେବା ପରେ କ୍ରିକେଟ୍‌ ଟିମ୍‌ରେ ସବୁକିଛି ଠିକ୍‌ଠାକ୍‌ ଥିବା ପରି ମନେ ହେଉନାହିଁ। କୌଣସି ନା କୌଣସି କଥାକୁ ନେଇ ଖେଳାଳିମାନଙ୍କ ମଧ୍ୟରେ ମତାନ୍ତର ଥିବା ଘଟଣା ସାମ୍ନାକୁ ଆସୁଛି। ଏବେ ଟିମ୍‌ ଇଣ୍ଡିଆରେ ପୁଣି ଏକ ଗୁପ୍ତ ବିବାଦ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି। ୱାନ୍‌ଡେ ଓ ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ଫ୍ରେଣ୍ଡସିପ୍‌ରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।  ରୋହିତ […]

1-3
ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”ରେ ନଜର ଆସିଲେ ଓଡ଼ିଆ ପୁଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରିଲିଜ ହୋଇଛି କଙ୍ଗନା ରଣାୱତ୍‌ ଷ୍ଟାରର୍ ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”।  କଙ୍ଗନାଙ୍କ ବ୍ୟତୀତ ଏଥିରେ ରାଜ କୁମାର ରାଓ ଏବଂ ଜିମି ସେରଗିଲଙ୍କ ଭଳି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଓଡ଼ିଆ ଯୁବକ।  ଯୁବକ ଜଣକ ବଲାଙ୍ଗିର ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ। ସେ ଫିଲ୍ମରେ ‘ହନୁମାନ’ ଏବଂ ମେଣ୍ଟାଲ ହସପିଟାଲର ‘ୱାର୍ଡ […]

sniping
ଲଗାଣ ବର୍ଷାରେ ବେହାଲ୍‌ ମୁମ୍ବାଇ: ୧୧ ଫ୍ଲାଇଟ୍‌ ବାତିଲ୍, ଟ୍ରେନ୍ ଭିତରେ ଫସି ରହିଛନ୍ତି ଏକ ହଜାରରୁ ଅଧିକ ଯାତ୍ରୀ

ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ ଖରାପ ଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ବିମାନବନ୍ଦରରୁ ୧୧ଟି ଫ୍ଲାଇଟ୍‌ର ଉଡ଼ାଣ ବାତିଲ୍‌ କରା ଯାଇଥିବା ବେଳେ ଅନ୍ୟ କେତେକ ବିମାନ ଉଡ଼ାଣକୁ ଡାଇଭର୍ଟ କରାଯାଇଛି। ବଦଲାପୁର ଏବଂ ବାଙ୍ଗନୀ ରେଲଓ୍ୱ ଷ୍ଟେସନ ମଧ୍ୟରେ ଥିବା […]

Yeddyurappa_PTI_12
ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର

ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ୟେଦ୍ଦୁରପ୍ପା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଦୁଇଟି […]

celebrities-l
ଭିଡ଼ ହିଂସାକୁ ନେଇ ମୁହାଁମୁହିଁ କଳାକାର ଜଗତ; ୪୯ ଚିଠିକୁ ୬୨ ଚିଠି କାଉଣ୍ଟର୍‌

ମୁମ୍ବାଇ: ମବ୍ ଲିଞ୍ଚିଂ ପ୍ରସଙ୍ଗକୁ ନେଇ ଦୁଇ ଫାଳ ହେଲା ବଲିଉଡ୍ ଓ ବୁଦ୍ଧିଜୀବୀ ମହଲ। ଲିଞ୍ଚିଂ, ଅସହିଷ୍ଣୁତା ଓ ଜୟ ଶ୍ରୀରାମ ନାଁରେ ହିଂସା ଘଟାଯାଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ୪୯ ଜଣ ସେଲିବ୍ରିଟିଙ୍କ ଖୋଲା ଚିଠି ପରେ ସେମାନଙ୍କୁ କାଉଣ୍ଟର ଲାଗି ୬୧ ଜଣ ସିନେ କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଚିଠି ଲେଖିଛନ୍ତି। ସିବିଏଫ୍‌ସି ଚେୟାରମ୍ୟାନ ପ୍ରସୁନ ଯୋଶୀ, ଅଭିନେତ୍ରୀ କଙ୍ଗନା ରନାଓ୍ୱତ, ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଶୋକ ପଣ୍ଡିତ […]

Untitled-1-5
ଭାରତୀୟ ମହିଳା ହକି ଦଳରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଶୁକ୍ରବାର ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ରାନୀ ଏବଂ ଭାଇସ୍-କ୍ୟାପଟେନ୍ ଭାବେ ସବିତାଙ୍କୁ ଟିମରେ ରଖାଯାଇଛି। ଏହି ଇଭେଣ୍ଟ ପାଇଁ ଓଡ଼ିଶାର ଦୁଇଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା ଓ ଲିଲିମା ମିଞ୍ଜ୍। ଏଫଆଇଏଚ୍ ରାଙ୍କିଙ୍ଗରେ ଦଶମ ସ୍ଥାନରେ ଥିବା ଭାରତୀୟ ମହିଳା […]

chrisgayle1802abcd
ଭାରତ ବିପକ୍ଷ ମ୍ୟାଚ୍ ପାଇଁ ୱେଷ୍ଟ ଇଣ୍ଡିଜ୍‌ ଦଳ ଘୋଷଣା, ଏହି ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ବି ସାମିଲ୍

ସେଣ୍ଟ ଜନ୍ସ: ଅଗଷ୍ଟ ୮ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଟିମରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ସାମିଲ୍ କରାଯାଇଛି। ବାମହାତୀ ଓପ୍ନର ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍ ଏବଂ ଅଲରାଉଣ୍ଡର କୀମୋ ପଲଙ୍କୁ ୧୪ଜଣିଆ ସ୍କ୍ୱାର୍ଡରେ ସ୍ଥାନ ମିଳିଛି। ମାର୍ଚ୍ଚରେ ଇଂଲଣ୍ଡ ସିରିଜ୍ ସମୟରେ ଗେଲ୍ କହିଥିଲେ ଯେ, ବିଶ୍ୱକପରେ ସେ କ୍ରିକେଟରୁ ସନ୍ନ୍ୟାସ ନେବେ। କିନ୍ତୁ ବିଶ୍ୱକପ୍ ଚାଲିଥିବା ବେଳେ […]

azam-khan
ଆଜମ ଖାନ୍‌ କ୍ଷମା ମାଗିବା ଦାବି ଜୋର୍‌ ଧରିଲା

ନୂଆଦିଲ୍ଲୀ: ସମାଜବାଦୀ ସାଂସଦ ଆଜମ ଖାନ୍‌ ଗତକାଲି ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ଏହାକୁ କେନ୍ଦ୍ର କରି ଆଜି ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ଦଳମତ ନିର୍ବିଶେଷରେ ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍‌ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଥିସହ ବିଜେପି ସମେତ ଏକାଧିକ ଦଳର ସାଂସଦମାନେ ଆଜମ ଖାନ୍‌ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସେ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ସଂସଦରୁ […]

AIMIM
ବିବାଦୀୟ ମନ୍ତବ୍ୟ ପାଇଁ ଅଡ଼ୁଆରେ ପଡ଼ିବା ପରେ ସଫେଇ ଦେଲେ ଆକବରୁଦ୍ଦିନ୍‌ ଓୱେସି

ହାଇଦ୍ରାବାଦ: ଏଆଇଏମ୍‌ଆଇଏମ୍‌ ବିଧାୟକ ଆକବରୁଦ୍ଦିନ୍‌ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି। ରବିବାର କରିମ୍‌ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍‌ଙ୍କ ହତ୍ୟା ପାଇଁ ଆରଏସ୍‌ଏସ୍‌ ଦାୟୀ। ସେ ଆହୁରି […]

patkura
ଶପଥ ନେଲେ ପାଟକୁରା ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ୍

ଭୁବନେଶ୍ୱର: ବିଧାନସଭା ସଦସ୍ୟ ଭାବେ ଶପଥ ନେଲେ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଓ୍ୱାଲ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ସାବିତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ବିଜେଡିର ବହୁ ମହିଳା ବିଧାୟକଙ୍କ ସହ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ। ପାଟକୁରା ନିର୍ବାଚନରେ ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ବିଜେପିର ବିଜୟ ମହାପାତ୍ରଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।