• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Dhoni
ଧୋନିଙ୍କ ପାଇଁ ଏହା ଶେଷ IPL ! ଚେନ୍ନାଇ ସୁପର କିଙ୍ଗସ ସିଇଓ ଦେଲେ ବଡ଼ ବୟାନ..

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସବୁବେଳେ ଧୋନିଙ୍କ ଫୋକସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ହିଁ ରହିଛି। ଆଇପିଏଲର ଏହି ୧୪ତମ ସଂସ୍କରଣରେ ଧୋନିଙ୍କ ଧୁଆଁଧାର ଖେଳ ଦେଖିବାକୁ ମିଳିପାରେ। କାରଣ ଧୋନି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଲମ୍ବା ଲମ୍ବା ସଟ୍ ଖେଳିବା ସହ ଚମତ୍କାର ୱିକେଟ […]

mithun
ମିଥୁନଙ୍କ ରୋଡ୍ ଶୋ’ ପରେ ବିଜେପି ଗାଡ଼ିକୁ ଭଙ୍ଗାରୁଜା, ଦାଦା କହିଲେ ହାରିବା ଭୟରେ ଏଭଳି କରୁଛନ୍ତି ଦିଦି...

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ହେଉଛି ପ୍ରଚାରର ଶେଷ ଦିନ । ଗୁରୁବାର ସନ୍ଧ୍ୟା ପରେ ‍ଆଉ ସୁଭିବନି ପ୍ରଚାର ଗାଡ଼ିର ଶବ୍ଦ, କି ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ନାହିଁ ଅନୁମତି। ଏହି ପର୍ଯ୍ୟାୟରେ ୪୪ ଟି ଆସନ ପାଇଁ ଆସନ୍ତା ୧୦ ତାରିଖ ଦିନ ମତଦାନ ଗ୍ରହଣ କରାଯିବ। ଏଭଳି ପରିସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ବିଜେପି ଷ୍ଟାର ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ ରୋଡ୍ ଶୋ’ ଶେଷ କରି ଫେରୁଥିବା ବେଳେ ତାଙ୍କ ଟିମରେ […]

Mahendra Singh Dhoni
ଭାଇରାଲ ହେଉଛି ଧୋନିଙ୍କ ଭିଡିଓ, ଆଇପିଏଲ୍ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଚମତ୍କାର ଫର୍ମରେ ମାହି ଟିମ୍..

ଚେନ୍ନାଇ ସୁପରକିଙ୍ଗସ ଏଥର ଆଇପିଏଲରେ ପ୍ଲେ-ଅଫକୁ ଯାଇପାରିବନି, ଏନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଧୋନି ଏହାକୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚେନ୍ନାଇ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଧୋନି ନେଟରେ ଅଭ୍ୟାସ କରୁଥିବା ବେଳେ ଲମ୍ଭା ଲମ୍ଭା ସଟ୍ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସେ ମଇଦାନରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ମଧ୍ୟ ଜୋରଦାର୍ ସଟ୍ ଖେଳିଛନ୍ତି। ଯେଉଁଭଳି ଖେଳ […]

Mamata Banerjee
ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ; ନିର୍ବାଚନ ଆୟୋଗ ଜାରି କଲେ ନୋଟିସ୍, ୪୮ ଘଣ୍ଟାରେ ଜବାବ ତଲବ..

କୋଲକତା: ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ନୋଟିସ୍ ଜାରି କଲେ ନିର୍ବାଚନ ଆୟୋଗ। କହିଲେ, ୪୮ ଘଣ୍ଟାରେ ଜବାବ ଦିଅ। ମମତାଙ୍କ ଗଡ଼ କୁହଯାଉଥିବା ପଶ୍ଚିମବଙ୍ଗରେ ଏବେ ଖୋଦ୍ ମମତାଙ୍କ ସ୍ଥିତି ଟଳମଳ ହେଲାଣି। କିଏ ଯିବ କିଏ ହାରିବ, କାହାର ସରକାର ହେବ ସେନେଇ ଟିଏମସି ନେତା ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛି। ଗୋଟିଏ ପଟେ ମମତା ଛାତି ପିଟି ସରକାର ଗଠନ କରିବେ ବୋଲି ନିର୍ବଚନୀ ସଭା ମଞ୍ଚରେ କହୁଥିବା ବେଳେ ତାଙ୍କ […]

Parikshya Pe charcha Narendra Modi
‘ପରୀକ୍ଷା ପେ ର୍ଚଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଭୟକୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି। ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ‘ପରୀକ୍ଷାକୁ ନେଇ ଡରିବା ଉଚିତ ନୁହେଁ। କାରଣ ପରୀକ୍ଷା ତ ବାରମ୍ବାର ଦେଉଛନ୍ତି। ପରୀକ୍ଷାକୁ ନେଇ କାହା ମନରେ ଡର ନାହିଁ ବରଂ ଅନ୍ୟ କୌଣସି କାରଣ ପାଇଁ ଡର ଲାଗୁଛି। ପରୀକ୍ଷାକୁ ନେଇ ଏମିତି କିଛି ବାତାବରଣ ସୃଷ୍ଟି କରାଯାଇଛି, ଯାହାକୁ […]

Virat Kohli
ବିପଦରେ ବିରାଟଙ୍କ ଶୀର୍ଷ ସ୍ଥାନ, ମାତ୍ର ପାଞ୍ଚ ପଏଣ୍ଟ ପଛରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ। […]

Gautam Gambhir
IPL 2021: ଗମ୍ଭୀରଙ୍କ ଭବିଷ୍ୟବାଣୀ, ଏଥର ଚେନ୍ନାଇ ସୁପର କିଙ୍ଗ୍ସ ପହଞ୍ଚି ପାରିବନି ପ୍ଲେ-ଅଫରେ

ଆଇପଇଲ୍ ଅନ୍ ଦ ୱେ । ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ତମ ସଂସ୍କରଣ । ତେବେ ଏହା ପୂର୍ବରୁ ଆରମ୍ଭ ହେଇଛି ବାଦବିବାଦ । ଚେନ୍ନାଇ ସୁପରକିଙ୍ଗସକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଦେଇଛନ୍ତି ବିବାଦୀୟ ବୟାନ। ସେ ଏବେଠୁ ଭବିଷ୍ୟବାଣୀ କରିଛନ୍ତି ଯେ, ଏଥର ଧୋନୀଙ୍କ ଟିମ୍ ଚେନ୍ନାଇ ୫ ନମ୍ବର ସ୍ଥାନରେ ରହିବ । ଏମିତିକି ସିଧାସଳଖ ସେ କହିଛନ୍ତି ପ୍ଲେ-ଅଫରେ ମଧ୍ୟ […]

Indian-Idol
ଇଣ୍ଡିଆନ୍ ଆଇଡଲ୍ ଷ୍ଟେଜ୍ ପାଲଟିଲା ରଣକ୍ଷେତ୍ର, ଡାନିସଙ୍କୁ ପିଟିଲେ ମହିଳା ପ୍ରତିଯୋଗୀ ଗ୍ୟାଙ୍ଗ ! ଭିଡିଓ ଭାଇରାଲ..

ମୁମ୍ବାଇ: ସବୁବେଳେ ହସ ମଜା ଆଉ ଇମୋସନରେ ଭରପୁର ରହୁଥିବା ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍ ୧୨ ଷ୍ଟେଜ୍ ହଠାତ୍ ରଣ କ୍ଷେତ୍ରରେ ପାଲଟିଗଲା। ଗୋଟିଏ ପରିବାର ଭଳି ଚଳି ଆସୁଥିବା ପ୍ରତିଯୋଗୀମାନେ ହାତାହାତି ହେବାକୁ ବି ପଛାଇଲେନି । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ପ୍ରତିଯୋଗୀଙ୍କ ମଧ୍ୟରେ ହାତାହାତି ହେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହ ଭିଡିଓ ଦେଖି  ଫ୍ୟାନ୍‌ମାନେ ମଧ୍ୟ ବେଶ୍ ଏଣ୍ଟରଟେନ୍ […]

samson-1
ପୁଅର କ୍ରିକେଟ୍ କ୍ୟାରିୟର ପାଇଁ ବାପା ଛାଡ଼ିଥିଲେ ପୋଲିସ ଚାକିରି, ପୁଅ ଆଜି IPL ଟିମ୍ କ୍ୟାପଟେନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳର ଦାୟିତ୍ୱ ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁସାମସନଙ୍କୁ ଦିଆଯାଇଛି । ସଞ୍ଜୁ ସାମସନଙ୍କ ନାଁ ପ୍ରଥମେ ୨୦୧୭ ଆଇପିଏଲରେ ର୍ଚଚ୍ଚାକୁ ଆସିଥିଲା । ସେ ଆଇପିଏଲର ଦଶମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବେଳେ ମାତ୍ର ୬୩ ବଲରେ ଧୁଆଁଧାର ଶତକ ସହ ୧୦୨ ରନ୍ କରିଥିଲେ । ଏହା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ […]

kiran-more-fb
ବଲିଉଡ୍ ପରେ ଏବେ କ୍ରିକେଟ୍ ଜଗତରେ କରୋନା କହର, ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା

ମୁମ୍ବାଇ: ସାରା ଦେଶରେ ଏବେ କରୋନା କହର । ଚିନ୍ତାରେ ପୁରା ଦେଶ । କରୋନାର ଏହି ଦ୍ୱିତୀୟ ଲହର ପ୍ରଥମେ ସାଧାରଣ ଲୋକ ଓ ପରେ ବଲିଉଡକୁ ଗ୍ରାସ କରିଥିଲା । ଆଉ ଏବେ କ୍ରିକେଟ ଜଗତରେ ଖେଳାଇଛି ଆତଙ୍କ । ଆଗକୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏବେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସନ୍ଧାନ […]

Glenn Maxwell
ପଞ୍ଜାବ ରଖିଲାନି ବାଙ୍ଗଲୋର କିଣିନେଲା, ଏବେ ଚମତ୍କାର ରିଭର୍ସ ସ୍ୱିପ ଖେଳୁଛନ୍ତି ମ୍ୟାକ୍ସୱେଲ୍

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର୍ ଲିଗରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ନଥିଲା। ଗତ ବର୍ଷ ମଧ୍ୟ ତାଙ୍କର ପ୍ରଦର୍ଶନ ଖୁବ୍ ଖରାପ ଥିଲା। ଯେଉଁଥିପାଇଁ କିଙ୍ଗସ ଇଲେଭେନ୍ ପଞ୍ଚାବ ତାଙ୍କୁ ଏଥର ନିଲାମ ପାଇଁ ରିଲିଜ କରିଦେଇଥିଲା। କିନ୍ତୁ ଗତ ଫେବ୍ରୁଆରୀରେ ହୋଇଥିବା ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାକ୍ସୱେଲଙ୍କୁ  ୧୪.୨୫ କୋଟି ଟଙ୍କାରେ କିଣି ନିଜ ଟିମରେ ସାମିଲ କରିଛି। ବାଙ୍ଗଲୋର ନିଜ ଟିମର ମିଡିଲ ଅର୍ଡର ମଜଭୁତ୍ କରିବାକୁ ଚାହୁଁଛି। ତେଣୁ ସେ […]

modi-cooch-behar
ଦିଦିଙ୍କ ବିରୋଧରେ ଦେଉଥିଲେ ରଣହୁଙ୍କାର, ହେଲେ ହଠାତ୍ ମୋଦିଙ୍କ ସ୍ୱର ନରମି ଗଲା..

କୁଚବେହାର: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାରତା ଓ ମାନବିକତାର ପରିଚୟ ସାମ୍ନାକୁ ଆସିଲା। ପଶ୍ଚମବଙ୍ଗରେ ର୍ନିବାଚନୀ ପ୍ରଚାର ବେଳେ ମମତାଙ୍କ ବିରୋଧରେ ରଣହୁଙ୍କାର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ଅଚାନକ ନରମ ପଡ଼ିଗଲା।

Story-ko
କରୋନାରେ କରୁଣାର ଅପମୃତ୍ୟୁ

ସକାଳୁ ସକାଳୁ ପେଟ ଚାଖଣ୍ଡକ ପାଇଁ ରାସ୍ତାକଡ଼ରେ ଅଖାପାଲ ପକେଇ ପରିବା ଦୋକାନ ଖୋଲି ଗରାଖ ଈଶ୍ୱରଙ୍କୁ ଅନିଶା କରୁଥାନ୍ତି ବୁଢା ପରିବାଦୋକାନୀ ଜଣକ। ଅଖାପାଲରେ ଆଳୁ ପିଆଜ ସହ ଦଣ୍ଡି, ବଟକରା ସଜେଇ ରଖିଥାନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ କର୍ଫୁ ଭଳି କଟକଣା ଥିଲେ ବି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ପାଇଁ କଟକଣା ନ ଥାଏ। ତେଣୁ ବୁଢା ଲୋକ ଜଣକ ନିର୍ଦ୍ୱନ୍ଦ୍ୱରେ ଦୋକାନ ଖୋଲି ବସିଥାନ୍ତି। କାଁ ଭାଁ ଲୋକ […]

exam
NTA ଦ୍ୱାରା ARPIT-2020 ପରୀକ୍ଷା ସ୍ଥଗିତ,ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଅନୁଆଲ ରିଫ୍ରେସର ପ୍ରୋଗ୍ରାମ ଇନ ଟେଷ୍ଟିଙ୍ଗ (ARPIT) ପରୀକ୍ଷା -2020 କୁ ସ୍ଥଗିତ ରଖିଛି ଯାହା ଏପ୍ରିଲ 10, 2021 ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା ।ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଏନଟିଏ କହିଛି।ପରୀକ୍ଷଣର ସଂଶୋଧିତ ତାରିଖ ଏବଂ ପରୀକ୍ଷାର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ସବିଶେଷ […]

exam
JIPMAT ୨୦୨୧ : ପଞ୍ଜୀକରଣ ଆରମ୍ଭ, ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ NTA ର ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି 

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) , ମ୍ୟାନେଜମେଣ୍ଟ ଆଡମିଶନ ଟେଷ୍ଟ (JIPMAT) ର ମିଳିତ ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । JIPMAT ହେଉଛି ଏକ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ଯାହାକି ୨୦୨୧-୨୦୨୨ ଶିକ୍ଷାବର୍ଷ ପାଇଁ ଆଇଆଇଏମ୍ ବୋଧ ଗୟା ଏବଂ ଆଇଆଇଏମ୍ ଜମ୍ମୁରେ ମ୍ୟାନେଜମେଣ୍ଟରେ 5 ବର୍ଷର ସମନ୍ୱିତ ପାଠ୍ୟକ୍ରମରେ ଆଡମିଶନ ପାଇଁ ଅନୁଷ୍ଠିତ ହୁଏ । ମୁଖ୍ୟ ତାରିଖ, ନିର୍ଦ୍ଦେଶାବଳୀ: ଅନଲାଇନ୍ ପଞ୍ଜୀକରଣ ଏବଂ JIPMAT-2021 […]

upsc
ସିଭିଲ ସର୍ଭିସ ପରୀକ୍ଷା 2021: ୩୧୮ ପ୍ରାର୍ଥୀଙ୍କ ଆବେଦନକୁ ରଦ୍ଦ କଲା UPSC

ଭୁବନେଶ୍ୱର: ସିଭିଲ ସର୍ଭିସ (ପ୍ରାଥମିକ) ପରୀକ୍ଷା, 2021 ପାଇଁ 318 ଜଣ ପ୍ରାର୍ଥୀଙ୍କ ଆବେଦନକୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ରଦ୍ଦ କରିଛି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, UPSC ଏହି ୩୧୮ ପ୍ରାର୍ଥୀଙ୍କ  ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ 100 ଟଙ୍କାର ରସିଦ ସମ୍ପର୍କରେ ନିଶ୍ଚିତତା ପାଇନାହାନ୍ତି  । ଯଦି କେହି ଏହା ବିରୁଦ୍ଧରେ ଆବେଦନ କରିବାକୁ ଚାହାନ୍ତି, ତେବେ ତାଙ୍କୁ 10 (ଦଶ) ଦିନ ମଧ୍ୟରେ ଡକ୍ୟୁମେଣ୍ଟାରୀ ପ୍ରମାଣ (ମୂଳରେ ହାର୍ଡ କପି) ସ୍ପିଡ୍ ପୋଷ୍ଟ ଦ୍ୱାରା […]

nawazuddin-siddiqui
ନୱାଜ୍‌ଉଦ୍ଦିନ ସିଦ୍ଦିକିଙ୍କ କନ୍ୟା ଶୋରା ହେବେ ସିନେ ନିର୍ମାତା !

ବଲିଉଡ୍‌ର ଅନେକ ନାମିଦାମି କଳାକାରଙ୍କ ସନ୍ତାନମାନେ ସିନେମାରେ କାମକରିବା ଉଦାହରଣ ରହିଛି । ଏବେ ବଲିଉଡ୍‌ର ଆଉ ଜଣେ ଦମଦାର୍ କଳାକାରଙ୍କ କନ୍ୟା ଏହି ଦୌଡରେ ସାମିଲ୍ ହେବାକୁ ଯାଉଥିବା ସୂଚନା ମିଳୁଛି । ସେ ହେଲେ ଲୋକପ୍ରିୟ କଳାକାର ନୱାଜଉଦ୍ଦିନ୍ ସିଦ୍ଦିକିଙ୍କ ପୁତ୍ରୀ ଶୋରା । ଶୋରା ଅନେକ ସମୟରେ ବାପାଙ୍କ ଫିଲ୍ମ ସେଟ୍‌ରେ ନଜର ଆସିବା ଦେଖାଯାଏ । ସେଟ୍‌ରେ ସେ କେବଳ ଯେ ନିଜ ବାପାଙ୍କ କାମକୁ ଅନୁକରଣ କରନ୍ତି ତାହା ନୁହେ, […]

cbse
CBSE ବୋର୍ଡ ପରୀକ୍ଷା 2021: Covid ପଜିଟିଭ୍  ଛାତ୍ରଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା

ନୂଆଦିଲ୍ଲୀ: କୋଭିଡ -19 ମାମଲା ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାନୁଷ୍ଠାନଗୁଡ଼ିକ ଏଇ ଭାଇରସ୍ର ମୁଖ୍ୟ କେନ୍ଦ୍ରରେ  ପରିଣତ ହେଉଥିବା ମନେ ହେଉଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କରୋନା ଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ।  ଛାତ୍ରଛାତ୍ରୀମାନଙ୍କ ପାଇଁ ଏଇ ଘୋଷଣା ବଡ଼ ଆଶ୍ଵସ୍ତି  ଦାୟକ ହେବ । ସିବିଏସ୍ଇ ଦ୍ୱାରା ପ୍ରକାଶିତ ଏକ ଘୋଷଣା ଅନୁଯାୟୀ, ଯଦି କେହି  ଛାତ୍ରଛାତ୍ରୀ […]

central-schoo
KVS କ୍ଲାସ୍ 1 ଆଡମିଶନ ପଞ୍ଜୀକରଣ ଆଜିଠାରୁ  ଆରମ୍ଭ, ଜାଣନ୍ତୁ କିପରି କରିବେ ଆବେଦନ....

ନୂଆଦିଲ୍ଲୀ: କେନ୍ଦ୍ରୀୟ  ବିଦ୍ୟାଳୟ ସଂଗଠନ  ଗୁରୁବାର, ଏପ୍ରିଲ 1 ତାରିଖରୁ କେଭିଏସ୍ କ୍ଲାସ୍ 1 ଆଡମିଶନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଅଭିଭାବକମାନେ  KVS ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ସେମାନଙ୍କ ପିଲାଙ୍କ ଆଡମିଶନ ପ୍ରକ୍ରିୟା ପାଇଁ ପଞ୍ଜୀକୃତ କରିପାରିବେ | ଆଡମିଶନ ପ୍ରକ୍ରିୟା ପାଇଁ ଆବେଦନ କରିବାର ଶେଷ ତାରିଖ 19 ଏପ୍ରିଲ 2021 ପର୍ଯ୍ୟନ୍ତ ରହିଛି। ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡିକର ତାଲିକା 1-ପ୍ରଥମ ଶ୍ରେଣୀ ପାଇଁ, ଜନ୍ମ ପଞ୍ଜିକରଣ ପାଇଁ ସ୍ୱୀକୃତିପ୍ରାପ୍ତ  ଅଧିକାରୀଙ୍କ ଦ୍ୱାରା […]

kiss 1
ପାପ ନୁହେଁ ଚୁମ୍ବନ...କାହିଁକି ଜାଣନ୍ତି ?

ଚୁମ୍ବନରେ ରହିଥାଏ ସ୍ନେହ, ଶ୍ରଦ୍ଧା, ଭଲ ପାଇବାର ସ୍ପର୍ଶ। ହେଲେ ଜାଣନ୍ତି, ଏହି ଚୁମ୍ବନ ପଛରେ ଥିବା ବୈଜ୍ଞାନିକ ରହସ୍ୟ ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ,୧୦ ସେକେଣ୍ଡର କିସ୍‌ରେ ୮ କୋଟି ବ୍ୟାକ୍ଟେରିଆ ଆମେ ପରସ୍ପର ସହ ବାଣ୍ଟିଥାଉ। ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ, ହେଲେ ଏହା ବିଜ୍ଞାନସିଦ୍ଧ। ତେବେ ଗୋଟିଏ କଥା ଆମକୁ ମାନିବାକୁ ପଡ଼ିବ, ଚୁମ୍ବନରେ ଆମକୁ ଲାଭ ମିଳିଥାଏ…କିଛି କ୍ଷତି ବି ସହିବାକୁ ପଡ଼ିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ,  କିସିଂ ବା […]

NDA
NDA, ନାଭାଲ୍ ଏକାଡେମୀ ପରୀକ୍ଷା (I) 2021: UPSC ପ୍ରାର୍ଥୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା

ଭୁବନେଶ୍ୱର: କେନ୍ଦ୍ର ଜନସେବା ଆୟୋଗ ( ୟୁପିଏସସି ) ଏପ୍ରିଲ 18, 2021ରେ ଦେଶର ବିଭିନ୍ନ ସ୍ଥାନରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀ ପରୀକ୍ଷା (I) 2021 କରିବ । ପରୀକ୍ଷା ଦେଉଥିବା  ପ୍ରାର୍ଥୀଙ୍କ ସୁବିଧା ପାଇଁ ଆୟୋଗ ଏହାର ଅଫିସିଆଲ୍ ୱେବସାଇଟରେ ଇ-ଆଡମିଟ୍ କାର୍ଡ ଅପଲୋଡ୍ କରିସାରିଛି । ଏକ ବିଜ୍ଞପ୍ତି ମାଧ୍ୟମରେ ଆୟୋଗ ପ୍ରାର୍ଥୀମାନଙ୍କୁ ପରୀକ୍ଷା ପାଇଁ ସେମାନଙ୍କର ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ପରାମର୍ଶ […]

coal-india-limited
କୋଲ ଇଣ୍ଡିଆ ଲିମିଟେଡ୍ ନିଯୁକ୍ତି: କମ୍ପାନୀ ସଚିବ ପଦ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର: କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍), ଏକ କାର୍ଯ୍ୟସୂଚୀ ଏ,” ମହାରତ୍ନ ” ପବ୍ଲିକ୍ ସେକ୍ଟର କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ  ବିଭିନ୍ନ ଗ୍ରେଡରେ କମ୍ପାନୀ କାର୍ଯ୍ୟନିର୍ବାହୀ ସଚିବ ଭାବରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛନ୍ତି। ଖାଲି ସ୍ଥାନଗୁଡିକର ବିବରଣୀ: ଇ -୮ ଗ୍ରେଡରେ ଜେନେରାଲ୍ ମ୍ୟାନେଜର୍ (CS): ପୋଷ୍ଟ -୧(ଗୋଟିଏ) ଦରମା ସ୍କେଲ : ୧,୨୦,୦୦୦-୨,୮୦,୦୦୦ ସର୍ବାଧିକ ବୟସ ସୀମା: ୫୫ ଇ -୭ ଗ୍ରେଡରେ ମ୍ୟାନେଜର୍ […]

upsc
UPSC ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷା 2020 ଫଳାଫଳ ଘୋଷିତ, ବିବରଣୀ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ସିଭିଲ ସର୍ଭିସେସ୍ (ମେନ୍) ପରୀକ୍ଷାର ଫଳାଫଳକୁ ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ଘୋଷଣା କରିଛି। ସଫଳ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ଵୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା (ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’) ଚୟନ ପାଇଁ ବ୍ୟକ୍ତିଗତ ପରୀକ୍ଷା (ସାକ୍ଷାତକାର) ପାଇଁ ହାଜର ହେବାକୁ ପଡ଼ିବ । ପ୍ରାର୍ଥୀମାନେ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ସମୟରେ  ସେମାନଙ୍କର ବୟସ, ଶିକ୍ଷାଗତ ଯୋଗ୍ୟତା, ସମ୍ପ୍ରଦାୟ, […]