ମୁମ୍ବାଇ: କ୍ଲାସରୁମ୍ରେ ପଶିଗଲା ଗାଈ। ବମ୍ବେସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-IITରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ଏକ ଗାଈ ଭିତରକୁ ପଶିଆସିଥିଲା। ଏହାପରେ ଛାତ୍ରଛାତ୍ରୀମାନେ ମଜା ଉଠାଇବା ସହ ଗାଈଟିକୁ ବାହାରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଫଳରେ କିଛି ସମୟ ପାଇଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଆଇଆଇଟି ବମ୍ବେ ଭଳି ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନର କ୍ଲାସରୁମ୍କୁ ଗାଈ ପଶିବାର ଏହି ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଗତ ଶନିବାର ଏହି କୌତୂହଳପୂର୍ଣ୍ଣ ଘଟଣା […]
ନୂଆଦିଲ୍ଲୀ: ଲୋକସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଆଜି କ୍ଷମା ମାଗିଛନ୍ତି। ଗୃହରେ ଅଧ୍ୟକ୍ଷତା କରୁଥିବା ସଦସ୍ୟଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି। ଯଦି ତାଙ୍କର ମନ୍ତବ୍ୟ ଦ୍ୱାରା ସେ ଅପାମାନିତ ହୋଇଥାନ୍ତି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ସେ ଜଣାଇଛନ୍ତି। ଆଜମ୍ ଖାନ୍ କ୍ଷମା ମାଗିବା ପରେ ସାଂସଦ ରମା ଦେବୀ କହିଛନ୍ତି ଆଜମ ଖାନ୍ ଅଭ୍ୟାସଗତ ଭାବେ ମହିଳାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଥିବା […]
ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭାରତୀୟ ପରିବାରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏମାନେ ବିଦେଶରେ ଏମିତି କାଣ୍ଡ କରିଛନ୍ତି ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି କାରନାମା ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଲାଜରେ ତଳକୁ ନଇଯିବ। ଘଟଣାଟି ଇଣ୍ଡୋନେସିଆ ବାଲିର ବୋଲି କୁହାଯାଉଛି। ଏକ ଭାରତୀୟ ପରିବାର ଛୁଟି ମନାଇବା ପାଇଁ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଏକ ହୋଟେଲ୍ରେ ରହିଥିଲେ। ହେଲେ ଯେଉଁଦିନ ସେମାନେ ହୋଟେଲ୍ ରୁମ୍ […]
ବେଙ୍ଗାଲୁର: କର୍ଣ୍ଣାଟକ ନାଟକର ଯବନିକା ପଡ଼ିଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା। ୧୦୫ ବାଚନିକ ଭୋଟ୍ରେ ସେ ବିଜୟୀ ହୋଇଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେ.ଆର. ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାଲାଗି ୟେଦ୍ଦୁରପ୍ପାଙ୍କ ପାଇଁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ଏଥିରେ ସେ ସଫଳ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ୍କୁ ୯୯ଟି ଭୋଟ୍ ମିଳିଛି। ଗତ ସପ୍ତାହରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ବଡ଼ ଧରଣର ହମ୍ଲା କରିବା ଚକ୍କରରେ ଅଛନ୍ତି ଆତଙ୍କବାଦୀ। ଏହି କାରଣରୁ ଗୃହମନ୍ତ୍ରଣାଳୟ ଜମ୍ମୁକଶ୍ମୀରକୁ ଆଉ ୧୦ ହଜାର ଯବାନ ପଠାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେମାନେ ସମ୍ବେଦନଶୀଳ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ୍କୁ ଆହୁରି ବ୍ୟାପକ କରିବେ ବୋଲି ଜଣାପଡ଼ିଛି। ଏହି ସୂତ୍ର ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ହମ୍ଲା ନେଇ ପ୍ରାଥମିକ ସୂଚନା ପାଇବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁକଶ୍ମୀର ଗସ୍ତ କରି କଶ୍ମୀର ଉପତ୍ୟକାରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍ଶିପ୍ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ। ଆଉ ତାଙ୍କର ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା କରାଯାଇଥିଲା। I have won the People's Choice Prize at USA for My SandArt […]
‘ଫଟୋ ପଛର କାହାଣୀ‘ରେ ଆଜି ଆମେ ‘ମୋନାଲିସା’ ପେଣ୍ଟିଂ ବିଷୟରେ ଜାଣିବା। ବିଶ୍ୱର ସବୁଠାରୁ ଦାମୀ ଓ ରହସ୍ୟମୟ ପେଣ୍ଟିଂ ହେଉଛି ‘ମୋନାଲିସା’ ପେଣ୍ଟିଂ। ଏହାର ରହସ୍ୟମୟ ଦିଗଟି ହେଉଛି, ପେଣ୍ଟିଂକୁ ବିଭିନ୍ନ ଆଙ୍ଗଲ୍ରୁ ଦେଖିଲେ ଏହା ଭିନ୍ନ ଭିନ୍ନ ରୂପରେ ଦେଖାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେଣ୍ଟିଂଟି ବାରମ୍ବାର ଆକ୍ରମଣର ଶିକାର ହୋଇଛି। କେତେବେଳେ ଏହାକୁ ଏସିଡ ମାଡ଼ ହୋଇଛି ତ ଆଉ କେତେବେଳେ ଏହି ପେଣ୍ଟିଂକୁ ପଥର ଫିଙ୍ଗାଯାଇ […]
ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନବଗଠିତ ୟେଦ୍ୟୁରୁପ୍ପା ସରକାର। ଆଇନ ଶୃଙ୍ଖଳାକୁ ନଜରରେ ରଖି ବିଧାନସଭାର ୨ କିଲୋମିଟର ଭିତରେ ସକାଳ ୬ଟାରୁ ମଧ୍ୟରାତ୍ରୀ ଯାଏ ୧୪୪ ଧାରା ଜାରି ରହିବ। ଏହା କହିଛନ୍ତି ବରିଷ୍ଠ ପୁଲିସ ଅଫିସର ଆଲୋକ କୁମାର। ଏହି ଧାରା ଲାଗୁ ହୋଇଥିବା ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକା ସାଙ୍ଗରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି। ୟେଦ୍ୟୁରୁପ୍ପା ନେତୃତ୍ୱାଧୀନ ବିଜେପି ସରକାର ସୋମବାର […]
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ମାଲ୍ୟା ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ନାମରେ ଯେଉଁ ଅନିୟମିତତା ଅଭିଯୋଗ ରହିଛି ତାହା କିଙ୍ଗଫିଶର ଏୟାରଲାଇନ୍ସ ସହ ଜଡ଼ିତ। ତେଣୁ ତାଙ୍କର ଅନ୍ୟ ସମ୍ପତ୍ତି ଜବତ କରାନଯାଉ […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ‘ମନ କି ବାତ୍’ ଜରିଆରେ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଚନ୍ଦ୍ରଯାନ-୨ର ସଫଳତା ପାଇଁ ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି। ଆମ ବୈଜ୍ଞାନିକ ବିଶ୍ୱସ୍ତରୀୟ ଏବଂ ସେମାନଙ୍କ ପାଇଁ ଦେଶବାସୀ ଗର୍ବିତ। ଏହି ମିଶନ ଦ୍ୱାରା ଭାରତୀୟମାନେ ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ହାସଲ କରିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ବ୍ୟତୀତ ‘ମନ୍ କି ବାତ୍’ରେ ଜଳ ସଂରକ୍ଷଣ ଉପରେ […]
ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପା ଆସନ୍ତାକାଲି କର୍ଣ୍ଣାଟକରେ ଆସ୍ଥା ଭୋଟ ଲୋଡ଼ିବେ। କିନ୍ତୁ ତା’ ପୂର୍ବରୁ ଏକ ନାଟକୀୟ ଘଟଣା କ୍ରମରେ ବାଚସ୍ପତି କେ. ଆର. ରମେଶ ୧୪ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଯେଉଁଥିରେ ଜେଡିଏସର ୩ ଏବଂ କଂଗ୍ରେସର ୧୧ଜଣ ବିଧାୟକ ରହିଛନ୍ତି। ଗତ ଗୁରୁବାର ବାଚସ୍ପତି ପ୍ରଥମେ ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଅର୍ଥାତ୍ ଏଯାଏ ମୋଟ୍ ୧୭ ଜଣ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକ ଅଯୋଗ୍ୟ […]
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ରାହୁଲ ବୋଷ ନିକଟରେ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହି ମାମଲାରେ ଚଣ୍ଡିଗଡର ପଞ୍ଚ ତାରକା ହୋଟଲ ଜେଡବ୍ଲ୍ୟୁ ମ୍ୟାରିଅଟ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ଚଣ୍ଡିଗଡର ଅବକାରୀ ଓ କର ବିଭାଗ ଏହି ଜୋରିମାନା ଲଗାଇଛି। ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରିଥିବା ଅଭିଯୋଗରେ ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ […]
ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ […]
ମୁମ୍ବାଇ: ଆଜି ବି ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିବ। ବିଶେଷକରି ମୁମ୍ବାଇ, ନଭି ମୁମ୍ବାଇ ଓ ଥାନେ ଅଂଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ଲୋକମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। […]
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଓ ପ୍ରଜ୍ଞାପୁରୁଷ ଡ. ଏପିଜେ ଅବଦୁଲ କଲାମଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି ଜଣେ ଯୁବଲେଖିକା
ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ଗୋଟିଏ ଦିନ ପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସରକାର ନୁହେଁ ସମଗ୍ର ଦେଶ ଲଢ଼ିଥାଏ। ସେହି କାରଣରୁ କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ। ସେ ଆହୁରି ମଧ୍ୟ କହିଥିଲେ, ଭାରତର ଜାତୀୟ ସୁରକ୍ଷା ସବୁ ସମୟରେ ଅଭେଦ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ। ଜାତୀୟ ସୁରକ୍ଷା କଥା ଆସିଲେ ଆମେ କୌଣସି […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍ କର୍କଟର ମୁଖ୍ୟ କାରଣ। ତେଣୁ ତମାଖୁ ସେବନରୁ ବିରତ ରୁହନ୍ତୁ ଓ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ। ତା’ହେଲେ ଆସନ୍ତୁ ଜାଣିବା ଅନ୍ୟ କେଉଁ କାରଣ ଯୋଗୁ ଫୁସ୍ଫୁସ କ୍ୟାନ୍ସର୍ ହୋଇଥାଏ। ସେହିପରି ଏହାର ଲକ୍ଷଣ ଓ ପ୍ରତିକାର ସଂପର୍କରେ ବି ଜାଣିବା। ଫୁସ୍ଫୁସ୍ କ୍ୟାନ୍ସର୍ର ପ୍ରମୁଖ୍ୟ କାରଣ ୧. […]
ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍-୨’ ତିଆରି ହେବାକୁ ଯାଉଛି। ଅନ୍ୟାନ୍ୟ ହଲିଉଡ୍ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍ କରାଯିବା ପରେ ଭାରତରେ ରିଲିଜ କରାଯିବ। ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍-୨’ର ହିନ୍ଦୀ ଭର୍ସନ୍ରେ ମୁଖ୍ୟ ଚରିତ୍ରରେ ଥିବା ରେଡ୍ ପାଇଁ କମେଡିଆନ୍ କପିଲ […]
ନୂଆଦିଲ୍ଲୀ: ଡକ୍ଟର କଲାମ୍, ଏପିଜେ ଅବ୍ଦୁଲ କଲାମ ବା ‘ଭାରତର ମିସାଇଲ ମ୍ୟାନ୍’ ଅବୁଲ ପାକିର ଜୈନୁଲାବ୍ଦୀନ୍ ଅବ୍ଦୁଲ କଲାମଙ୍କର ୨୭ ଜୁଲାଇ ଥିଲା ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପିଲାଠାରୁ ବୁଢ଼ା, ଜାତି ଧର୍ମ ଏବଂ ରାଜନୀତିକ ବିଚାର ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତାଙ୍କୁ ମନେ ପକାଇଛନ୍ତି। Tamil Nadu: Family of former President Dr #APJAbdulKalam pay tribute at Dr APJ Abdul Kalam memorial in Rameswaram earlier […]
ଶ୍ରୀନଗର: ଆଜି ସକାଳେ ଶୋପିଆନ୍ ଅଞ୍ଚଳର ବୋନା ବଜାରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୨ ଜଣଙ୍କ ମଧ୍ୟରୁ ଜଣେ ଦକ୍ଷିଣ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ମୁଲ୍ଲା ଲାହୋରି ବୋଲି ଜଣାପଡ଼ିଛି। ଦୀର୍ଘ ଦିନରୁ ଭାରତର ଟାର୍ଗେଟରେ ଥିଲା ନିହତ ଆତଙ୍କବାଦୀ ମୁନ୍ନା ଲାହୋରୀ। ଆଇଇଡି ବୋମା ତିଆରି କରିବାରେ […]
ଭୋପାଳ: ପିଲା ଚୋର ଭାବି ଜଣେ କଂଗ୍ରେସ ନେତାଙ୍କୁ ଲୋକେ ପିଟିଛନ୍ତି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଏକ ଗାଁରେ। ପିଲାଚୋର ଗ୍ୟାଙ୍ଗ୍ ମାତିଥିବାର ଏକ ଗୁଜବ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକମାନେ ଏପରି କରିଥିବା ସୂଚନା ମିଳିଛି। ଗାଁ ଲୋକଙ୍କୁ ଖବର ମିଳିଥିଲା ଯେ ପିଲା ଅପହରଣ କରୁଥିବା ଏକ ଗ୍ୟାଙ୍ଗ୍ ବେତୁଲ୍ ଜିଲ୍ଲାରେ ଘୁରି ବୁଲୁଛି। ଏଥିପାଇଁ ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ତିନିଜଣ ସ୍ଥାନୀୟ କଂଗ୍ରେସ ନେତା ଧର୍ମେନ୍ଦ୍ର […]