ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ଏହା ଅନେକ ସମ୍ପ୍ରଦାୟ ପାଇଁ ଚିନ୍ତା ଏବଂ ଆହ୍ୱାନରେ ବିଷୟ ହୋଇପଡିଛି। ସବୁଠୁ ବେଶି ହଇରାଣର ଶିକାର ହେଉଛନ୍ତି ମହିଳା। ସେମାନେ ଭୟଭୀତ ଅଛନ୍ତି। LGBTQ ସମ୍ପ୍ରଦାୟର ଲୋକମାନେ ଖୁବ୍ ଭୟଭୀତ ହୋଇପଡିଛନ୍ତି। ଏହି ସମ୍ପ୍ରଦାୟରୁ ଆସୁଥିବା ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଯଦି ତାଲିବାନ ସେମାନଙ୍କ ଯୌନ ସମ୍ପର୍କ ବିଷୟରେ ଜାଣନ୍ତି, ତେବେ ସେମାନେ ବଞ୍ଚିପାରିବେ ନାହିଁ।
ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି। ଆଫଗାନିସ୍ତାନରେ ଆରମ୍ଭ ହୋଇ ଯାଇଛି ତାଲିବାନୀଙ୍କ ଆତଙ୍କରାଜ। ମହିଳାମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି।
ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବରକୁ ଖଣ୍ଡନ କରିଛି ସିଆଇଏସ୍ଏଫ୍। ବରଂ ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ସେ ଫୋର୍ସରେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଟ୍ୱିଟ୍ କରି ସୂଚନା ଦେଇଛି CISF। ୫ ହଜାର ଟଙ୍କା ଓ CISF ଡିଜିଙ୍କ ଦ୍ୱାରା ତାଙ୍କୁ ମାନପତ୍ର ବି ପ୍ରଦାନ କରାଯାଇଛି
ସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସବୁ ରାଜ୍ୟକୁ କହିଛନ୍ତି।
ନିକଟରେ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ ଜହାନ ତାଙ୍କ ଗର୍ଭଧାରଣ ଘଟଣା ଓ ସ୍ୱାମୀ ନିଖିଲ ଜୈନଙ୍କ ସହ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ଖୁବ ଶୀଘ୍ର ନୁସରତ ମା ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ପ୍ରସବ ପାଇଁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗାଡ଼ିର ରେଜିଷ୍ଟ୍ରେସନ୍ ପେପର୍ ଯାଞ୍ଚ ବେଳେ ବେଙ୍ଗାଲୁରୁରେ କର୍ଣ୍ଣାଟକ ପରିବହନ ବିଭାଗ ପକ୍ଷରୁ ବହୁ ସଂଖ୍ୟକ ପ୍ରିମିୟମ ଓ exotic କାର୍ ସିଜ୍ କରାଯାଇଛି। ଜବତ ହୋଇଥିବା ଏହି ଲକ୍ଜୁରି କାର୍ ଗୁଡ଼ିକ ମଧ୍ୟରେ ମର୍ସିଡିଜ୍ ବେଞ୍ଜ୍, ଅଡି, ଲ୍ୟାଣ୍ଡ୍ ରୋଭର୍, Porsche ଓ Rolls-Royce Phantom ରହିଛି।
ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ଆର୍ ଖାନ୍ ପ୍ରାୟତଃ କାହାକୁ ନା କାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ସେ ବଲିଉଡର 'ଦବଙ୍ଗ' ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ରାଧେ' ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ। ପରେ ପଙ୍ଗାଗାର୍ଲ କଙ୍ଗନା ରାଣାୱତଙ୍କୁ ମଧ୍ୟ ଛାଡି ନ ଥିଲେ କେଆର୍କେ। ବର୍ତ୍ତମାନ ମନୋଜ ବାଜପେୟୀ କେଆର୍କେଙ୍କ ଟାର୍ଗେଟରେ ଆସିଛନ୍ତି। ଏନେଇ ମନୋଜ କେଆର୍କେଙ୍କ ବିରୋଧରେ ଇନ୍ଦୋର ଜିଲ୍ଲା କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । କେଉଁ କେଉଁ ପ୍ରକଳ୍ପ ସ୍ଥାନ ପାଇଲା ଜାଣନ୍ତୁ।
ସରକାରୀ ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ରେଳମନ୍ତ୍ରଣାଳ ପକ୍ଷରୁ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ବୈଷିୟିକ ସହାୟକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିନାମା ଅନୁଯାୟୀ ଏହି ପଦବୀରେ ନିଯୁକ୍ତି କରାଯିବ। ଏହି ପଦବୀରେ ନିଯୁକ୍ତ ହେବା ଲାଗି ଇଚ୍ଛୁକ ଥିବା ଆଶାୟୀମାନେ ସାକ୍ଷାତ୍କାରରେ ଉପସ୍ଥିତ ରହି ଇଂଟରଭ୍ୟୁ ଦେବା ଲାଗି କୁହାଯାଇଛି
ଦିନେ ମନ୍ତ୍ରୀ ଥିଲେ, ଆଜି ପିଜା ବିକିଲେ। କଥାରେ ଅଛି ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ଫକୀର ଅର୍ଥାତ୍ କାଲି ଯିଏ ରାଜା ଥିବ ଆଜି ସିଏ ଭିକାରୀ ହୋଇଯାଇପାରେ। ଆଜିକା ଦିନରେ ଥରେ ଯିଏ ନେତା ମନ୍ତ୍ରୀ ହେଲା ତା’ର ପରବର୍ତ୍ତୀ କେତେ ପିଢ଼ି ପାଇଁ ଯେ ସେ ଧନ ସଂଚୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ଏହି ମନ୍ତ୍ରୀଙ୍କ ପାଖରେ କଣ ଅଭାବ ରହିଲା ଯେ, ସେ ପିଜା ବିକିବାକୁ ବାଧ୍ୟ ହେଲେ
ଗତ କିଛି ଦିନ ହେବ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ଟାଇଗର ୩' କୁ ନେଇ ଅନେକ ଖବର ଆସୁଛି। ନିକଟରେ ବିଦେଶରେ ସୁଟିଂ କରୁଥିବା ସେଟରୁ ସଲମାନ ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ସମ୍ପ୍ରତି ଭାଇ ଜାନ ଋଷରେ କ୍ୟାଟ୍ରିନା କୈଫଙ୍କ ସହ ସୁଟିଂ କରୁଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରରେ ଇମ୍ରାନ୍ ହାଶମୀ ପାକିସ୍ତାନର ଆଇଏସ୍ଆଇ ଏଜେଣ୍ଟ ତଥା 'ପାକିସ୍ଥାନର ଟାଇଗର' ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଇମ୍ରାନ୍ ହାଶମୀ ଏହାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ନିଶ୍ଚେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକେଇବ।
ଏକାଠି ବସି ପରିବାର ସଦସ୍ୟମାନେ ଡିନର୍ କରୁଥିବା ବେଳେ ହଠାତ୍ ଖସି ପଡ଼ିଲା ସିଲିଂ ଫ୍ୟାନ୍। ଫ୍ୟାନ୍ଟି ଜଣେ ଶିଶୁ ଉପରେ ଖସି ପଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଆଉଥରେ ବାହାହେଲେ ବଲିଉଡ୍ ତଥା ଟଲିଉଡ୍ର ଦିଗ୍ଗଜ ଅଭିନେତା ପ୍ରକାଶ ରାଜ। ସିଂଘମ୍, ୱାଣ୍ଟେଡ୍ ଭଳି ସିନେମାରେ ନିଜ ଭୂମିକାରେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ରାଜ କରୁଥିବା ପ୍ରକାଶ ରାଜ ୧୧ ବର୍ଷ ପୂର୍ବେ ପୋନୀ ବର୍ମାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ଆଉଥରେ ବାହା ହୋଇଛନ୍ତି। କିନ୍ତୁ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବାର ସେମିତି କାରଣ ନାହିଁ। କାରଣ ସେ ଆଉ କାହାକୁ ବିବାହ କରି ନାହାନ୍ତି। ପ୍ରକାଶ ରାଜ ନିଜ ପତ୍ନୀଙ୍କୁ ହିଁ ଆଉଥରେ ବାହା ହୋଇଛନ୍ତି।
ଭାରତରେ ଏଣ୍ଡେମିକ୍ ସ୍ଥିତିରେ ପ୍ରବେଶ କରୁଛି କରୋନା । ଏହା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏଣ୍ଡେମିକର ଅର୍ଥ ହେଲା, କରୋନା ଆଉ ବେଶି ସଂକ୍ରାମଣ ହେବନି । ଅଧିକ ଲୋକଙ୍କୁ ଏହା ଆଉ ଆକ୍ରାନ୍ତ କରିବ ନାହିଁ । କିନ୍ତୁ କରୋନା ଭୂତାଣୁ ରହିବ । ଏହା ସହିତ ବଞ୍ଚିବାକୁ ପଡ଼ିବ । ଆଶ୍ୱସ୍ତିର କଥା ହେଲା, ଏହା ମହାମାରୀର ରୂପରେ ରହିବ ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସେ ଏହା କହିଛନ୍ତି
ଗତ କିଛିଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ଦର ୪ ଦିନ ଧରି ବୃଦ୍ଧି ପାଇବା ପରେ ଆଜି ୦.୫୫% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୩୬୦ ଟଙ୍କାରେ ପହଞ୍ଚିଛି।
ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୪,୧୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
G7 ବୈଠକରେ ଆଫଗାନିସ୍ତାନ ସଙ୍କଟକୁ ନେଇ ଆଲୋଚନା। ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ବିଶ୍ୱ ନେତା।
ଧୀରେ ଧୀରେ ନିଜର ଅସଲ ରୂପ ଦେଖାଉଛି ତାଲିବାନ୍। ହଜାର ହଜାର ସଂଖ୍ୟକ ନାଗରିକ ଦେଶ ଛାଡି ଚାଲିଯାଉଥିବାରୁ ଏବେ ଚିନ୍ତାରେ ପଡ଼ିଯାଇଛି ତାଲିବାନ୍। ସୂଚନା ଅନୁସାରେ, କାବୁଲ ବିମାନବନ୍ଦରକୁ ଆଉ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ
କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଅନେକ କର୍ମଚାରୀ ଚିଲ୍ଡ୍ରେନ୍ ଏଲାଉନ୍ସେନ୍ସ ପ୍ଲାନ କରିପାରିନାହାନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ସବୁ କାମ ପାଇଁ କୌଣସି ଅଫିସିଆଲ୍ ପ୍ରାମଣପତ୍ରର ଆବଶ୍ୟକତା ନଥିବା ସୂଚନା ମିଳିଛି। ସପ୍ତମ ବେତନ କମିଶନ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀମାନେ ପିଲାମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା ଭତ୍ତା ପାଇଥାଆନ୍ତି
ବାଇଡେନ୍ଙ୍କ ଉପରେ ବର୍ଷିଲେ ଟ୍ରମ୍ପ। ଆଫଗାନିସ୍ତାନ ସମ୍ପର୍କରେ ବାଇଡେନ୍ଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତି ବାଇଡେନ୍ଙ୍କୁ ଟ୍ରମ୍ପ ପଚାରିଛନ୍ତି ଆଫଗାନିସ୍ତାନରୁ ଆପଣ କେତେ ଆତଙ୍କୀ ଆମେରିକାକୁ ଆଣିଛ? କେବଳ ଏତିକି ନୁହେଁ ବରଂ ଆମେରିକାର ଆଫଗାନ୍ ନୀତି ପୂରା ଫେଲ ମାରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।
ତାଲବାନ କବ୍ଜାକୁ ଚାଲିଯିବ କି ପଞ୍ଜଶିର ? ଆତ୍ମସମର୍ପଣ କରିବେ କି ନର୍ଦ୍ଦନ ଆଲାଏନ୍ସ ?
କରୋନା ମହାମାରୀକୁ ନେଇ ବ୍ରିଟିଶ ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ। କହିଲେ, କେବଳ ଡେଲ୍ଟା ପ୍ଲସ୍ ନୁହେଁ ବରଂ ଆଗକୁ ଆହୁରି ଅନେକ ପ୍ରକାର ଭ୍ୟାରିଆଂଟ୍ ଆସିବ। କେବଳ ଏତିକି ନୁହେଁ ବରଂ ଆଗକୁ ଆସିବାକୁ ଥିବା ଭ୍ୟାରିଆଂଟ୍କୁ ଭ୍ୟାକ୍ସିନ୍ ମଧ୍ୟ କାମ ନକରିପାରେ। ତେଣୁ ସାବଧାନର ସହ ଚଳିବା ସହ ଅନ୍ୟ କୌଣସି ରାସ୍ତା ନଥିବା ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି। ଏହାସହ ଭବିଷ୍ୟତରେ ବୁଷ୍ଟର ଡୋଜ୍ ନେବାକୁ ମଧ୍ୟ ପଡ଼ିପାରେ।
ତାଲିବାନ ପ୍ରସଙ୍ଗ ନେଇ ଜି 7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ଘନ ଘନ ଆଲୋଚନା ଆଫଗାନିସ୍ତାନ ସଙ୍କଟକୁ ନେଇ G7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି। ବିଶେଷକରି ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦାୟିତ୍ୱ ତାଲିବାନ ଦେଉ ବୋଲି ଦାବି ଉଠିଥିଲା
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି। ଗତକାଲି ମଧ୍ୟରାତ୍ରରେ ମହାଡ଼ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିବା ପରେ ରତ୍ନଗିରି କୋର୍ଟରେ ହାଜର କରିଥିଲା
ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନାରାୟଣ ରାଣେ। ଏହାକୁ ନେଇ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ଏହା ପରେ ନାସିକ ପୁଲିସ ଅପରାଧ ଶାଖା ଦ୍ୱାରା ଗିରଫ କରାଯାଇଥିଲା।