Advertisment

ସିଜ୍‌ ହେଲା ଏହି ଲକ୍‌ଜୁରି କାର୍‌, ଥିଲା ଅମିତାଭ ବଚ୍ଚନଙ୍କ ନାଁରେ

ଗାଡ଼ିର ରେଜିଷ୍ଟ୍ରେସନ୍‌ ପେପର୍‌ ଯାଞ୍ଚ ବେଳେ ବେଙ୍ଗାଲୁରୁରେ କର୍ଣ୍ଣାଟକ ପରିବହନ ବିଭାଗ ପକ୍ଷରୁ ବହୁ ସଂଖ୍ୟକ ପ୍ରିମିୟମ ଓ exotic କାର୍‌ ସିଜ୍‌ କରାଯାଇଛି। ଜବତ ହୋଇଥିବା ଏହି ଲକ୍‌ଜୁରି କାର୍‌ ଗୁଡ଼ିକ ମଧ୍ୟରେ ମର୍ସିଡିଜ୍‌ ବେଞ୍ଜ୍‌, ଅଡି, ଲ୍ୟାଣ୍ଡ୍‌ ରୋଭର୍‌, Porsche ଓ Rolls-Royce Phantom ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actor Amitabh Bachchan

Actor Amitabh Bachchan

ବେଙ୍ଗାଲୁରୁ: ଗାଡ଼ିର ରେଜିଷ୍ଟ୍ରେସନ୍‌ ପେପର୍‌ ଯାଞ୍ଚ ବେଳେ ବେଙ୍ଗାଲୁରୁରେ କର୍ଣ୍ଣାଟକ ପରିବହନ ବିଭାଗ ପକ୍ଷରୁ ବହୁ ସଂଖ୍ୟକ ପ୍ରିମିୟମ ଓ exotic କାର୍‌ ସିଜ୍‌ କରାଯାଇଛି। ଜବତ ହୋଇଥିବା ଏହି ଲକ୍‌ଜୁରି କାର୍‌ ଗୁଡ଼ିକ ମଧ୍ୟରେ ମର୍ସିଡିଜ୍‌ ବେଞ୍ଜ୍‌, ଅଡି, ଲ୍ୟାଣ୍ଡ୍‌ ରୋଭର୍‌, Porsche ଓ Rolls-Royce Phantom ରହିଛି। ସବୁଠାରୁ ବଡ଼ କଥା, ପୂର୍ବରୁ Rolls-Royce Phantom କାର୍‌ଟି ବଲିଉଡ୍‌ ଅଭିନେତା ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାଁରେ ଥିଲା। ଡକ୍ୟୁମେଣ୍ଟସ୍‌ ଯାଞ୍ଚ ବେଳେ ଏହା ଜଣାପଡ଼ିଥିଲା। ଗାଡ଼ି ଗୁଡ଼ିକର ଡକ୍ୟୁମେଣ୍ଟସ୍‌ ନଥିବାରୁ ଏହାକୁ ଜବତ କରାଯାଇଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। 

Advertisment

ଜବତ ଗାଡ଼ି ଗୁଡ଼ିକ ମଧ୍ୟରୁ କିଛି ଗାଡ଼ି ମହାରାଷ୍ଟ୍ର କିମ୍ବା ପୁଡୁଚେରୀରେ ରେଜିଷ୍ଟ୍ରେସନ୍‌ ହୋଇଥିବା ଜଣାପଡ଼ିଛି। ଗାଡ଼ି ଗୁଡ଼ିକର ମାଲିକମାନେ କର୍ଣ୍ଣାଟକରେ ରୋଡ୍‌ ଟ୍ୟାକ୍ସ ଦେଇ ନଥିବାରୁ ଗାଡ଼ି ସବୁ ସିଜ୍‌ କରାଯାଇଛି। ଯେତେବେଳେ ଗୋଟିଏ ଗାଡ଼ିର ମାଲିକାନା ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ପରିବର୍ତ୍ତନ ହୁଏ, ଗାଡ଼ିର ନୂଆ ମାଲିକଙ୍କୁ ଏକ ନୂତନ ପଞ୍ଜୀକରଣ ପ୍ରମାଣପତ୍ର ଓ ରୋଡ୍‌ ଟ୍ୟାକ୍ସ ସେଇ ନୂଆ ରାଜ୍ୟରେ ଦେବାକୁ ପଡ଼ିଥାଏ। 

Advertisment

ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନଙ୍କ ନାଁରେ ଥିବା ଧଳା ରଙ୍ଗର Rolls-Royce Phantom ଲକ୍‌ଜୁରି କାର୍‌କୁ ଅମିତାଭଙ୍କୁ ଉପହାର ସ୍ୱରୂପ ମିଳିଥିଲା। ୨୦୦୭ରେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ଅମିତାଭଙ୍କୁ ଗିଫ୍ଟ କରିଥିଲେ। ତେବେ ୨୦୧୯ରେ ଅମିତାଭ ଏହାକୁ ଜଣେ ଡେଭଲପର୍ସଙ୍କୁ ୬ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲେ। ଗାଡ଼ିର ମାଲିକମାନଙ୍କ କହିବା ଅନୁସାରେ, ୨୦୧୯ରେ ଯେତେବେଳେ ଏହି କାର୍‌ କିଣା ଯାଇଥିଲା, ଅଭିନେତା ଅମିତାଭଙ୍କ ନାଁରୁ ସେମାନଙ୍କ ନାଁକୁ ଗାଡ଼ିର ମାଲିକାନା ଡକ୍ୟୁମେଣ୍ଟସ୍‌ ଟ୍ରାନ୍ସଫର ହୋଇନଥିଲା। ଫଳରେ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଡ଼ିର ମାଲିକମାନଙ୍କୁ ଏଥିପାଇଁ ଅଧିକ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଯଦି ଗାଡ଼ିର ମାଲିକମାନେ ଆବଶ୍ୟକୀୟ କାଗଜପତ୍ର ନଦେଖାଇ ପାରନ୍ତି, ତା’ହେଲେ ପରିବହନ ବିଭାଗ ପକ୍ଷରୁ ଗାଡ଼ିକ ଗୁଡ଼ିକ ନିଲାମ କରାଯିବ। 

Amitabh Bachchan Luxury Car
Advertisment
Advertisment