Advertisment

ଚିନ୍ତାରେ ଆଫଗାନିସ୍ତାନ; ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ କଣ ହେବ ସ୍ଥିତି ?

ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଆଫଗାନୀସ୍ତାନରେ ତାଲିବାନର ଆକ୍ରୋଷରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଦେଶ ଛାଡି ପଳାଇଯିବାକୁ ଚାହୁଁଛନ୍ତି । ହେଲେ ତାଲିବାନ ବାହିନୀ ଶନିବାର କାବୁଲର ବିମାନ ବନ୍ଦରକୁ ବନ୍ଦ କରିଦେଇଛି ।ଅଗଷ୍ଟ 15ରେ ତାଲିବାନ କାବୁଲକୁ କାବୁ କରିବା ପରଠାରୁ ଆମେରିକା 1,00,000 ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି । ତେବେ ମଙ୍ଗଳବାର ସମୟ ସୀମା ମଧ୍ୟରେ ତାହାର ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରିବ ବୋଲି ଆଶା କରାଯାଉଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
kabul airport

kabul airport

କାବୁଲ: ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଆଫଗାନୀସ୍ତାନରେ ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଚାହୁଁଛନ୍ତି । ହେଲେ ତାଲିବାନ ବାହିନୀ ଶନିବାରଠାରୁ କାବୁଲର ବିମାନ ବନ୍ଦରକୁ ବନ୍ଦ କରିଦେଇଛି । ଏହି ପରିପ୍ରେକ୍ଷୀରେ ଅଧିକାଂଶ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଦେଶ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜର ସୈନ୍ୟକୁ ନେଇ ଯାଇଛି । ଅଗଷ୍ଟ ୧୫ ରେ ତାଲିବାନ କାବୁଲକୁ କାବୁ କରିବା ପରଠାରୁ ଆମେରିକା ଲକ୍ଷେରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି । ତେବେ ମଙ୍ଗଳବାର ସୁଦ୍ଧା ଉଦ୍ଧାରକାର୍ଯ୍ୟ ସରିବ ବୋଲି କୁହାଯାଉଛି।

Advertisment

ସେପଟେ ବ୍ରିଟେନ ମଧ୍ୟ ଶନିବାର ଦିନ ଲୋକଙ୍କୁ ସ୍ଥାନାନ୍ତର କରିଛି। ଆଫଗାନିସ୍ତାନରେ ବ୍ରିଟେନର ରାଷ୍ଟ୍ରଦୂତ ଲୌରୀ ବ୍ରିଷ୍ଟୋ କାବୁଲ ବିମାନବନ୍ଦରରୁ ଏକ ଭିଡିଓରେ କହିଛନ୍ତି ଯେ ଅପରେସନର ଏହି ପର୍ଯ୍ୟାୟ ବନ୍ଦ କରିବାର ଏବେ ସମୟ ଆସିଯାଇଛି। କିନ୍ତୁ ଯେଉଁମାନେ ଏବେ ବି ଦେଶ ଛାଡି ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିବୁ।

ତାଲିବାନ ବାହିନୀ ବିମାନବନ୍ଦରର କିଛି ଅଂଶ ଦଖଲ କରିଛି ବୋଲି ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଏବଂ ଆମେରିକାର ସୈନ୍ୟବାହିନୀ ଚାଲିଯିବା ପରେ ଶାନ୍ତିପୂର୍ଣ୍ଣ ଭାବରେ ନାଗରିକଙ୍କୁ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି । ଆତ୍ମଘାତୀ ଆକ୍ରମଣ ପରେ ବହୁ ସଂଖ୍ୟାରେ ଲୋକ ଯେପରି ଏକାଠି ନହେବେ ସେଥିପାଇଁ ତାଲିବାନ ଶନିବାର କାବୁଲ ବିମାନବନ୍ଦର ଚାରିପାଖରେ ଅତିରିକ୍ତ ବାହିନୀ ମୁତୟନ କରିଥିଲା । 

Advertisment

ଏପଟେ, ତାଲିବାନ ବିମାନ ବନ୍ଦରକୁ ଯିବା ରାସ୍ତାରେ ଅତିରିକ୍ତ ଚେକ୍ ପଏଣ୍ଟ ସ୍ଥାପନ କରାଯାଇଛି। ବିମାନବନ୍ଦର ପାଖରେ ତାଲିବାନର ଯୁଦ୍ଧ ବିମାନ ମଧ୍ୟ ରହିଛି । ଗତ ପନ୍ଦର ଦିନ ମଧ୍ୟରେ ତାଲିବାନ ଆଫଗାନୀସ୍ତାନକୁ ଅକ୍ତିଆର କଲା ପରେ ବିମାନ ବନ୍ଦରରେ ଦେଶ ଛାଡି ଯିବାକୁ ବହୁ ଜନ ସମାଗମ ହୋଇଥିଲା।

ନିକଟରେ କାବୁଲ ବିମାନ ବନ୍ଦରରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା । ତେବେ ଆତ୍ମଘାତୀ ବିସ୍ଫୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଏହାର ପ୍ରତିଶୋଧ ନେବାକୁ ପ୍ରତିଶୃତି ଦେଇଛନ୍ତି।

Afghanistan Taliban
Advertisment
Advertisment