Advertisment

BHEL Recruitment 2021: ପୂରଣ ହେବ ଏହିସବୁ ପଦବୀ, ତୁରନ୍ତ ଆବେଦନ କରନ୍ତୁ

ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲମିଟେଡ ପକ୍ଷରୁ ମେଡିକାଲ ପ୍ରଫେସନାଲ ଇ ୨ ଗ୍ରେଡରେ ସ୍ପେଶାଲିଷ୍ଟସ୍‌ ପଦ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ ସାଇଟ୍‌କୁ ଯାଇ ତୁରନ୍ତ ଆବେଦନ କରନ୍ତୁ।

author-image
Minati Mishra
ଅଦ୍ୟତନ ହୋଇଛି
BHEL Recruitment 2021,

BHEL Recruitment 2021

BHEL Recruitment 2021: ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲମିଟେଡ ପକ୍ଷରୁ ମେଡିକାଲ ପ୍ରଫେସନାଲ ଇ ୨ ଗ୍ରେଡରେ ସ୍ପେଶାଲିଷ୍ଟସ୍‌ ପଦ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ମନୋନୀତ ପ୍ରାର୍ଥୀଙ୍କୁ ତ୍ରିଚି, ଭୋପାଲ, ହରିଦ୍ୱାର, ହାଇଦ୍ରାବାଦ, ଝାନ୍ସି, ରାନିପେଟ, ଜଗଦୀଶପୁର, ଭାଇଜାଗ୍‌, ଦିଲ୍ଲୀ ହସ୍‌ପିଟାଲର ଡିସ୍‌ପେନସାରୀରେ ନିଯୁକ୍ତି ଦିଆଯିବ। ଯୋଗ୍ୟ ପ୍ରାର୍ଥମାନେ ଅଫିସିଆଲ ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। 

Advertisment

ମେଡିସିନ, ଆନାସ୍ଥେସିଆ, ରେଡିଓଲଜି, ଜେନେରାଲ ସର୍ଜରୀ ସମେତ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୨୭ଟି ପଦବୀ ପାଇଁ ପାର୍ଥୀ ଚୟନ କରାଯିବ। ତେବେ ଆବେଦନ କରିବା ପୂର୍ବରୁ ଆବଶ୍ୟକ ସୂଚନା ଉପରେ ନଜର ପକାନ୍ତୁ। 

୧-ଆବଶ୍ୟକ ଯୋଗ୍ୟତା-

ପ୍ରାର୍ଥୀ ଯେଉଁ ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେଥିରେ ପୋଷ୍ଟ ଗ୍ରାଜୁଏସନ କରିବା ସହ ଏମ୍‌ବିବିଏସ ଡିଗ୍ରୀ ବି ଥିବ।

Advertisment

୨-ବୟସସୀମା

ପ୍ରାର୍ଥୀଙ୍କ  ବୟସ ଅଗଷ୍ଟ ୧ ତାରିଖ ସୁଦ୍ଧା ୩୭ ବର୍ଷରୁ ଅଧିକ ହୋଇ ନ ଥିବ। 

୩-ଆବେଦନ ଫି- ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କୁ ପରୀକ୍ଷା ଫି ଏବଂ ଜିଏସ୍‌ଟି ବାବଦରେ ୩୫୪ ଟଙ୍କା ଦେବା ପାଇଁ ପଡ଼ିବ ।

୪-କେମିତି କରିବେ ଆବେଦନ
ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୦୨୧, ସପ୍ଟେମ୍ବର ୭ ତାରିଖ। ଆବେଦନ କରିବା ପାଇଁ ବିଏଚଇଏଲ୍‌ର ଅଫିସିଆର ୱେବସାଇଟ careers.bhel.inର ହୋମପେଜରେ Recruitment of Medical Professionals  ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ। ସ୍କାନ ହୋଇଥିବା ଫଟୋ, ଡକ୍ୟୁମେଣ୍ଟ୍‌ସ ଅପ୍‌ଲୋଡ କରିବା ପରେ ଫିସ ଭରନ୍ତୁ। ଫିସ୍‌ ଭରିବା ପରେ ପରେ ଆପଣଙ୍କ ଫର୍ମ ଜମା ହୋଇଯିବ। ଭବିଷ୍ୟତ ପାଇଁ ଆପଣ ଏହାର ହାର୍ଡ କପି ରଖିପାରିବେ। 

୫-ଦରମା
ସିନିଅର ମେଡିକାଲ ଅଫିସର(ସ୍ପେଶାଲିଷ୍ଟ୍‌ସ)-ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପେ ସ୍କେଲ ୭୦, ୦୦୦ରୁ ୨,୦୦,୦୦୦ ରହିଛି ।
ଏହି ସରକାରୀ ଚାକିରୀ ପାଇଁ ସମସ୍ତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଇଣ୍ଟର ଭ୍ୟୁ ପାଇଁ ଡକାଯିବ। କେଉଁଠି ଇଣ୍ଟରଭ୍ୟୁ ହେବ ତାହା ପୂର୍ବରୁ ଜଣାଇ ଦିଆଯିବା ସହ ପ୍ରାର୍ଥୀଙ୍କୁ ଟ୍ରେନ୍‌ ଟିକେଟ୍‌ ମଧ୍ୟ ମିଳିବ। ଅଧିକ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟ୍‌ରେ ଥିବା  ନୋଟିଫିକେଶନ  ପଢନ୍ତୁ। 

Job Vacancy BHEL Recruitment
Advertisment
Advertisment