Advertisment

ପରଦାରେ ଆସିବ ଦାଦାଙ୍କ କାହାଣୀ

୯୦ ଦଶକରୁ ବର୍ତ୍ତମାନ ଓ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ହେବା ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ସବୁବେଳେ ଚର୍ଚ୍ଚାରେ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ଚମତ୍କାର କ୍ୟାପ୍ଟେନସିପ୍ ଅନ୍ଦାଜ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ। ଅନ୍ୟ ବାୟୋପିକ ଫିଲ୍ମ ଭଳି ଏହା ମଧ୍ୟ ରୋମାଞ୍ଚକର ହେବ ବୋଲି ସିନେମା ସମୀ‍କ୍ଷକ ଅନୁମାନ କରୁଛନ୍ତି।

author-image
Chandan Shishu
Sourav Ganguly

Sourav Ganguly

ନୂଆଦିଲ୍ଲୀ: ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ। ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ବାୟୋପିକ ବନିବାକୁ ଯାଉଛି। ଏହି ଫିଲ୍ମ ନେଇ ନିର୍ମାତା ଲଭ୍ ରଞ୍ଜନ୍ ଓ ଅଙ୍କୁର ଗର୍ଗ ସ୍ପଷ୍ଟ କରିଛନ୍ତି। ଦାଦାଙ୍କ ବାୟୋପିକକୁ ନେଇ ବେଶ ଖୁସି ଥିବା ନେଇ ଇନଷ୍ଟାଗ୍ରାମ ପେଜରେ ଜଣାଇଛନ୍ତି ଫିଲ୍ମର ନିର୍ମାତା ଲଭ୍‌ ରଂଜନ। କ୍ରିକେଟ୍ କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନି ଏବଂ କପିଲ ଦେବଙ୍କ ପରେ ବର୍ତ୍ତମାନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଉପରେ ଆଉ ଏକ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି। ଫିଲ୍ମର ଘୋଷଣା ମଧ୍ୟ ହୋଇ ସାରିଲାଣି। ଏହି ବାୟୋପିକ ଲଭ୍ ଫିଲ୍ମ୍ସ ପ୍ରଡକସନ୍ ଅଧିନରେ ରିଲିଜ୍‌ ହେବ।

Advertisment

ସୌରଭ ଗାଙ୍ଗୁଲି ଦେଶରେ ଦାଦା ନାମରେ ବେଶ ଜଣାଶୁଣା। ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେ ଭାରତୀୟ କ୍ରିକେଟ ଇତିହାସର ସଫଳ ଅଧିନାୟକ ଭାବେ ମଧ୍ୟ ସୁପରିଚିତ। ୯୦ ଦଶକରୁ ବର୍ତ୍ତମାନ ଓ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ହେବା ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ସବୁବେଳେ ଚର୍ଚ୍ଚାରେ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ଚମତ୍କାର କ୍ୟାପ୍ଟେନସିପ୍ ଅନ୍ଦାଜ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ। ଅନ୍ୟ ବାୟୋପିକ ଫିଲ୍ମ ଭଳି ଏହା ମଧ୍ୟ ରୋମାଞ୍ଚକର ହେବ ବୋଲି ସିନେମା ସମୀ‍କ୍ଷକ ଅନୁମାନ କରୁଛନ୍ତି।

Advertisment

ଲଭ ଫିଲ୍ମ୍ସ ପୂର୍ବରୁ 'ସୋନୁ କେ ଟିଟୁ କି ସ୍ୱିଟି', 'ଦେ ଦେ ପ୍ୟାର ଦେ', 'ମଲଙ୍ଗ' ଏବଂ 'ଛଲାଙ୍ଗ' ଆଦି ଫିଲ୍ମରେ ସଫଳତା ହାସଲ କରିପାରିଛି। ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଲଭ୍ ରଂଜନଙ୍କ ନିର୍ଦ୍ଦେଶିତ 'କୁଟେ' ଏବଂ 'ଉଫ୍' ମଧ୍ୟ ରହିଛି।

ନିକଟରେ ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହୱାଗ ଉଭୟ ଅମିତାଭ୍ ବଚ୍ଚନଙ୍କ ଶୋ “କୋନ୍ ବନେଗା କରୋଡ୍ ପତି”ରେ ଯୋଗ ଦେଇଥିଲେ। ଦୁଇ ଜଣ ସେଠାରେ ଖୁବ ମଜା କରିଥିଲେ। ସୌରଭଙ୍କୁ ଅମିତାଭଙ୍କ ସିଟରେ ବସିଥିବାର ମଧ୍ୟ ଦେଖାଯାଇଥିଲା। ଦାଦା ଆଗରୁ କେବିସି ବଙ୍ଗଳାର ଆୟୋଜନ କରିଥିଲେ ଓ କହିଥିଲେ ଯେ ସେ ଅମିତାଭଙ୍କ ଠାରୁ ପ୍ରେରିତ ହୋଇ ଏବଂ ତାଙ୍କର ଭିଡିଓ ଦେଖି  କେବିସି ବଙ୍ଗଳା ଶୋ'ର ପରିଚାଳନା କରନ୍ତି।

BCCI Sourav Ganguly Biopic
Advertisment
Advertisment