Advertisment

ସିଦ୍ଧାର୍ଥଙ୍କୁ ମନେ ପକାଇଲେ ବିଦ୍ୟୁତ୍ ଜମୱାଲ୍ , ପ୍ରଶଂସକ କହିଲେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର କିଛି ଦିନ ବିତିଗଲାଣି, କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁଲିପାରୁ ନାହାନ୍ତି ,ତାଙ୍କ ପ୍ରଶଂସକ ଓ ବନ୍ଧୁ ମାନଙ୍କୁ ଶକ୍ତ ଧକ୍କା ଲାଗିଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକମାନେ ଅଭିନେତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ବଲିଉଡ ଅଭିନେତା ବିଦ୍ୟୁତ୍ ଜମୱାଲ୍ ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Sidharth Shukla and Vidyut Jammwal

Sidharth Shukla and Vidyut Jammwal

ନୂଆଦିଲ୍ଲୀ: ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର କିଛି ଦିନ ବିତିଗଲାଣି, କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁଲିପାରୁ ନାହାନ୍ତି ,ତାଙ୍କ ପ୍ରଶଂସକ ଓ ବନ୍ଧୁ ମାନଙ୍କୁ ଶକ୍ତ ଧକ୍କା ଲାଗିଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକମାନେ ଅଭିନେତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ବଲିଉଡ ଅଭିନେତା ବିଦ୍ୟୁତ୍ ଜମୱାଲ୍  ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି । ବିଦ୍ୟୁତ୍ ଜମାଲ୍ ସିଦ୍ଧାର୍ଥଙ୍କୁ ମନେ ପକାଇ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସିଦ୍ଧାର୍ଥଙ୍କ ସହିତ ଜଡ଼ିତ ଅନେକ କାହାଣୀ ସେ ସେୟାର କରିଛନ୍ତି ।

Advertisment

ବିଦ୍ୟୁତ ଜମୱାଲ୍  ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଭିଡିଓର ପ୍ରଥମରୁ ସେ ଏକ ମନ୍ତ୍ରରୁ ଆରମ୍ଭ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସେ ଗତ ଜୁଲାଇ ୧୫ରେ ସେ ସିଦ୍ଧାର୍ଥଙ୍କୁ ଭେଟିଥିଲେ। ବିଦ୍ୟୁତ କହିଛନ୍ତି ଯେ ସିଦ୍ଧାର୍ଥ ତାଙ୍କୁ ଭେଟିବା ପାଇଁ କୈଣସି ସମୟରେ ବି ତାଙ୍କୁ ଡାକିଥାନ୍ତି ଏବଂ ପ୍ରକୃତ ବନ୍ଧୁମାନେ ଏହିପରି ହୋଇଥାନ୍ତି।

ବିଦ୍ୟୁତ୍ ସିଦ୍ଧାର୍ଥଙ୍କୁ ୨୦୦୪ରୁ ଜାଣିଥିଲେ। ସେ କହିଛନ୍ତି ଯେ ସିଦ୍ଧାର୍ଥଙ୍କ ସହିତ ତାଙ୍କର ଯେଉଁଭଳି ସମ୍ପର୍କ ଥିଲା, କାହା ସହିତ ଏଭଳି ବନ୍ଧୁତା ନଥିଲା । ସିଦ୍ଧାର୍ଥ ମଧ୍ୟ ବିଦ୍ୟୁତଙ୍କ ଜିମ୍ ପାର୍ଟନର ଥିଲେ । ତେବେ ଏହି ୧୬ ମିନିଟର ଭିଡିଓରେ ବିଦ୍ୟୁତ୍ ସିଦ୍ଧାର୍ଥଙ୍କ ବିଷୟରେ ଅନେକ କଥା ସେୟାର କରିଛନ୍ତି ।

Advertisment

ଭିଡିଓରେ ବିଦ୍ୟୁତ ସିଦ୍ଧାର୍ଥଙ୍କୁ ପ୍ରକୃତ ମଣିଷ ବୋଲି କହିଛନ୍ତି । ବିଦ୍ୟୁତ କହିଛନ୍ତି ଯେ, ସିଦ୍ଧାର୍ଥ ହେଉଛନ୍ତି ଜଣେ ପ୍ରକୃତ ପୁରୁଷ । ମୁଁ ଏହା କହୁଛି କାରଣ ଯେତେବେଳେ ବି ମୁଁ ତାଙ୍କୁ ଉଲ୍ଲେଖ କରେ, ମୁଁ କହିଥିଲି ଯେ ପୁରୁଷମାନେ ଏହିପରି ଅଟନ୍ତି । ସିଦ୍ଧାର୍ଥ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ମାନ କରୁଥିଲେ। ପୂର୍ବରୁ ଜୀମ୍ ରେ ଥିବା ସ୍ମୃତିକୁ ମନେପକାଇ ବିଦ୍ୟୁତ୍ କହିଛନ୍ତି ଯେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଜିମରେ କୈଣସି ବ୍ୟକ୍ତି ନଥିଲେ ଯିଏ ଶୁକ୍ଲାଙ୍କୁ ଭୟ କରୁନଥିଲେ ଏବଂ ଶୁକ୍ଲାଙ୍କୁ ଭଲ ପାଉନଥିଲେ । ଏହି ଭିଡିଓରେ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଷୟରେ ବିଦ୍ୟୁତ୍ ଜାମୱାଲଙ୍କ ବିଷୟରେ ଅନେକ କଥା କୁହାଯାଇଛି। ଏହା ପରେ, ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇ ଏହାକୁ ସର୍ବଦା 'ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି' ବୋଲି କହିଛନ୍ତି ।

Mumbai Bollywood
Advertisment
Advertisment