ସ୍ୱାସ୍ଥ୍ୟ ହିଁ ଜୀବନ । ଶରୀରରେ ରୋଗ ପ୍ରତରୋଧକ ଶକ୍ତି ରହିଲେ ରୋଗ ସହଜରେ ଆକ୍ରାନ୍ତ କରିନଥାଏ । ତେଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନିହାତି ଆବଶ୍ୟକ । ତେବେ ଆମ ଦୈନିଦିନ ଜୀବନରେ ଘରୋଇ ଉପଚାର ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିବ । ସକାଳୁ ଖାଲି ପେଟରେ ଏହିସବୁ ଜିନିଷ ସେବନ କରିବା ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।
ଯେଉଁ ବୟସରେ ପିଲାମାନେ ଖେଳ ଓ ମୋବାଇଲରେ ମାତିଥାନ୍ତି, ସେହି ବୟସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଦୁଇ କୁନି ପିଲା। ଏମାନେ ହେଲେ ଆମେରିକାରେ ଭାରତୀୟ ଭାଇ-ଭଉଣୀ ଇଶାନ୍ ଠକ୍କର ଓ ଅନନ୍ୟା ଠକ୍କର ।
ଗୁଜରାଟର ସୁରଟସ୍ଥିତ କଡ଼ୋଦରାର ଗୁଜୁରାଟ ୱଦ୍ୟୋଗିକ ବିକାଶ ନିଗମରେ ଭୟବହ ଅଗ୍ନିକାଣ୍ଡ । ବିବା ପ୍ୟାକେଜିଂ ମିଲ୍ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁରୁ ବଞ୍ଚିବା ପାଇଁ କିଛି ଶ୍ରମିକ ୫ ମହଲା ଉପରୁ ତଳକୁ ଡେଇଁପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି ।
କେରଳର କିଛି ଜିଲ୍ଲାରେ ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି । ଏହି ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପ୍ରାୟ ଏବେ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସ୍କଟ୍ଲ୍ୟାଣ୍ଡ । ଓପନିଂ ମ୍ୟାଚ୍ରେ ବାଂଲାଦେଶକୁ ହରାଇ ସ୍କଟ୍ଲ୍ୟାଣ୍ଡ ଏକ ନୂଆ ଇତିହାସ ରଚିଲା । ତେବେ ଏହି ବିଜୟ ପଛର ନାୟକ କ୍ରିସ୍ ଗ୍ରୀବ୍ସ କହିଛନ୍ତି, ‘ଏହା ଅବିଶ୍ୱସନୀୟ ଥିଲା ।
କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଜାମିନରେ ମୁକୁଳିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ହରିୟାଣାର ହିସାର ଜିଲ୍ଲାରେ ଯୁବରାଜଙ୍କୁ ପୋଲିସ ଗିରଫ କରିଥିଲା।
ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍ ଟିମ୍ ସହ ଯୋଡ଼ି ହୋଇଛନ୍ତି । ସେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବିରାଟ୍ ବାହିନୀର ମେଣ୍ଟର ଭାବେ କାମ କରିବେ ।
ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୁଲଗାମ୍ ଆକ୍ରମଣରେ ୨ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଚିନ୍ତା ପ୍ରକାଶ କରିଛନ୍ତି।
ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ।
ତାଲିବାନ ପରେ ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍ ନିର୍ଦ୍ଦୟ ଅତ୍ୟାଚାର । ଚୀନର କମ୍ୟୁନିଷ୍ଟ ସରକାରକୁ ନ ମାନିବା କାରଣରୁ ଉଇଗୁରୁମାନଙ୍କୁ ଶିନ୍ଜିୟାଂଗ ପ୍ରଦେଶର ଡିଟେନ୍ସନ୍ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଅମାନୁଷିକ ନିର୍ଯାତନା ଦିଆଯାଉଛି । ଏହି ନିର୍ଯ୍ୟାତନା ବିରୁଦ୍ଧରେ ଚୀନରୁ ପଳାଇଥିବା ଉଇଗୁର ପୀଡିତା ମାନେ ଏହି ଅପରାଧର ବିବରଣୀ ଉପସ୍ଥାପନା କରିସାରିଛନ୍ତି । ପ୍ରଥମ ଥର ପାଇଁ ନିଜେ ଚୀନ୍ର ଜଣେ ପୋଲିସ୍ ଉଇଗୁର୍ ଉପରେ ହୋଇଥିବା ଭୟଙ୍କର ନିର୍ଯାତନା ବିଷୟରେ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଫଟୋକୁ ଭଲଭାବେ ଦେଖିବା ପରେ ଆପଣ ଜାଣିବେ ଯେ ଏହା ସାପ ନୁହେଁ ବରଂ ଅନ୍ୟ କିଛି।
ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।
ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମନୋଜ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭଲ ପାଠ ପଢ଼ୁନଥିଲେ । ନବମ, ଦଶମ ଏବଂ ଏକାଦଶରେ ତୃତୀୟ ଶ୍ରେଣୀରେ କୌଣସି ମତେ ପାସ୍ କରିଥିଲେ । ହେଲେ ଦ୍ୱାଦଶରେ କପି କରିପାରିଲେନି ବୋଲି ତାଙ୍କୁ ବିଫଳ ହେବାକୁ ପଡ଼ିଥିଲା । ପାଢ଼ ପଢ଼ି ଚାକିରି କରିବା ଆଶା ନଥିଲା ତାଙ୍କ
ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ।
ଦେଶରେ କିଛି ଦିନ ହେବ କୋଇଲା ସଂକଟ କାରଣରୁ ସମ୍ଭାବିତ ବିଜୁଳି ସଂକଟ ଦେଖାଦେଇଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭଲ ଖବର। ଭାରତରେ ହିଁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଶସ୍ତା ସୋଲାର ବିଜୁଳି। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନଜରରେ ରଖି କୋଇଲା ଭଳି ପାରମ୍ପରିକ ଇନ୍ଧନକୁ ହ୍ରାସ କରିବା ନେଇ ଦାବି ହେଉଛି। ଏହି ଅବସରରେ ଦେଶରେ ଅକ୍ଷୟ ଶକ୍ତି କ୍ଷେତ୍ରରେ କାମ ହେଉଛି। ଅକ୍ଷୟ ଶକ୍ତିରେ ପବନ ଓ ସୂର୍ଯ୍ୟାଲୋକ ମୁଖ୍ୟ ଭୂମିକାରେ ରହିଛି।
ଏହି ସପ୍ତାହରେ ଆପଣ ମିଶ୍ରିତ ଫଳ ପାଇବେ । ଆୟଠାରୁ ବ୍ୟୟ ଅଧିକ ରହିବ । ବ୍ୟବସାୟୀମାନେ ସତର୍କ ରହନ୍ତୁ । ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ ।
ପଞ୍ଜାବର କଂଗ୍ରେସ ହାଇକମାଣ୍ଡଙ୍କ ବେକରେ ନବଜୋତ ସିଂ ସିଦ୍ଧୁ କଣ୍ଟା । କାଢ଼ି ହେଉନି କି ଗିଳି ହେଉନି । କ୍ଷମତା କନ୍ଦଳ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସିଦ୍ଧୁଙ୍କ ପାଇଁ ପଞ୍ଜାବ କଂଗ୍ରେସ କନ୍ଦଳ ଥମିବାର ନାଁ ନେଉନି ।
ନିକଟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କାରଣରୁ ଏହାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଏହି ହିଂସାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଘର ଛାଡିବାକୁ ପଡିଛି। ଦୁର୍ଗାପୂଜା ଅବସରରେ ଏହି ହିଂସା ତାଜା ହୋଇଛି। କୁହାଯାଉଛି ଯେ କୋରାନକୁ ଅପମାନ କରିବା ନେଇ ଉତ୍ତେଜନା ଦେଖାଦେଇଛି। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖାଯାଏ। ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା କ୍ରମଶଃ କମୁଥିବା ଦେଖାଯାଏ। କୁହାଯାଉଛି ଯେ ଆଗାମୀ ତିନି ଦଶକ ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କ କିଛି ଚିହ୍ନବର୍ଣ୍ଣ ରହିବ ନାହିଁ।
ଆମେରିକାର ଆଲାସ୍କାରେ ଭାରତୀୟ ସୈନ୍ୟଙ୍କ ଦ୍ୱିପାକ୍ଷିକ ତାଲିମ ଅଭ୍ୟାସ । ଏହି ଅଭ୍ୟାସ ବେଳେ ଆଲାସ୍କାର ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକା ସୈନ୍ୟ ଓ ଭାରତ ସୈନ୍ୟଙ୍କ ମଧ୍ୟରେ କବାଡି ମ୍ୟାଚ୍ର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭାରତୀୟ ସୈନ୍ୟଙ୍କ ଏହି ତାଲିମ ଅଭ୍ୟାସଟି ଆମେରିକାର ଆଲାସ୍କା ସୈନ୍ୟଙ୍କ ଦ୍ୱାରା ଆୟୋଜିତ କରାଯାଇଛି ।
ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାମାୟଣର ଚରିତ୍ରମାନଙ୍କୁ ପରିହାସ କରିବା ତଥା ଅଭଦ୍ରତା କରିଥିବା ଅଭିଯୋଗ ହୋଇଛି
ସର୍ବସମ୍ମୁଖରେ ଲୋକାଲ୍ ଟ୍ରେନ୍ରେ ମହିଳାଙ୍କୁ ଦୁଷ୍କର୍ମ । ବୁଧବାର ଆମେରିକାର ଫିଲାଡେଲଫିଆ ସହରରେ ଦୁଷ୍କର୍ମର ଏଭଳି ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ମହିଳାଙ୍କୁ ଚଳନ୍ତା ଟ୍ରେନରେ ଆକ୍ରମଣ କରାଯାଇଥିଲା ଆଉ ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ହେଲେ ଦୁଃଖର କଥା ମହିଳାଙ୍କ ଚାରିପାଖରେ ଅନେକ ଯାତ୍ରୀ ଥିଲେ ମଧ୍ୟ କେହି ରକ୍ଷା କରିବାକୁ ଆସିନଥିଲେ
ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ନିଜ ବୟଫ୍ରେଣ୍ଡ ରୋହମନ ଶଲଙ୍କୁ ମଧ୍ୟ ତାଙ୍କ ପାଇଁ ଡାଏମଣ୍ଡ କିଣିବାକୁ ଦେଉ ନାହାନ୍ତି।
ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି
ହିନ୍ଦୁ ଧର୍ମରେ ତୁଳସୀର ଯେତିକି ଅସ୍ଥା ରହିଛି ସାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ଅଟେ । ସାଧାରଣତଃ ସକାଳର ଆରମ୍ଭ ଉଷୁମ ପାଣି ଓ ଲେମ୍ବୁରୁ କରିବା ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହା ବଦଳରେ ଯଦି ତୁଳସୀ ପତ୍ର ପାଣିର ବ୍ୟବହାର କରାଯାଏ ତେବେ ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।