• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

mahika-sharma-
ରଥଯାତ୍ରା ବେଳେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର !

ପୁରୀ: ପୁଣି ବଦ୍‌ନାମ୍‌ ହେଲା ଓଡ଼ିଶା,ବଦ୍‌ନାମ ହେଲା ପୁରୀ ସହର। ଶ୍ରୀଗୁଣ୍ଡିଚାଯାତ୍ରା ଦିନ ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏ ନେଇ ନିଜ କ୍ଷୋଭକୁ ଅଭିନେତ୍ରୀ ମାହିକା ସୋସିଆଲ୍ ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଗତ ଶନିବାର ରଥଯାତ୍ରା ଦିନ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ ନିଜ ପୋଷ୍ଟରେ ଦର୍ଶାଇଛନ୍ତି। ସକାଳ ପ୍ରାୟ ୬ଟା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଘେରିଯାଇ କମେଣ୍ଟ ମାରିବା […]

  • Monday, 19 July 2021
fish
ସମ୍ବଲପୁରରେ ମାଛରେ ମିଳିଲା ବିଷାକ୍ତ ଫର୍ମାଲିନ୍‌

ସମ୍ବଲପୁର: ମାଛରେ ମିଳିଲା ବିଷାକ୍ତ ଫର୍ମାଲିନ୍‌। ଆଜି ସକାଳୁ ପ୍ରଶାସନ ଏବଂ ମତ୍ସ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଚଢ଼ଉ କରିଥିଲା। ଆଉ ଚଢ଼ଉ ସମୟରେ ଫର୍ମାଲିନ୍ ଥିବା ଜଣାପଡ଼ିଛି। ମତ୍ସ୍ୟ ବିଭାଗ ଓ ମହାନଗର ନିଗମ ପକ୍ଷରୁ ଅଇଁଠାପାଲ୍ଲୀ, ବୁଢ଼ାରାଜା, କମଲୀବଜାର ଓ ଗୋବିନ୍ଦତଲାରେ ଏହି ଚଢ଼ଉ କରାଯାଇଥିଲା। କେଉଁ କେଉଁ ସ୍ଥାନରେ ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ? ଜାଣିବାକୁ ଚାଲିଛି ଘନ ଘନ ରେଡ୍। ଏହା ସହିତ ରାସ୍ତା […]

  • Monday, 19 July 2021
Grass Art Park
ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ,ସେଲ୍ଫି ନେବାକୁ ଜମୁଛି ଭିଡ଼

ବ୍ରହ୍ମପୁର ସରକାରୀ ଆଇଟିଆଇରେ ସ୍ଥାପିତ ହୋଇଛି ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ । ଅଦରକାରୀ ଲୁହାକୁ ବିଭିନ୍ନ ରୂପ ଦେଇ ତା’ଉପରେ ଲଗାଯାଉଛି କୃତ୍ରିମ ସବୁଜ ଘାସ ।

Capture
ବଦଳିବ ନିଟ୍ ଓ ଜେଇଇ ପରୀକ୍ଷା ପଦ୍ଧତି

ଭୁବନେଶ୍ୱର: ନିଟ୍ ଓ ଜେଇଇ ର ପ୍ରତି ପରୀକ୍ଷାର୍ଥୀଙ୍କୁ ମିଳିପାରେ ୟୁନିକ୍ ସେଟ୍ ଅଫ୍ କୋଶ୍ଚିନ୍। ଏନେଇ ଯୋଜନା ପ୍ରସ୍ତୁତ କରିଛି ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି- NTA। ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଅବଲମ୍ବନ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏନ୍‌ଟିଏ ଏପରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।  ପ୍ରଥମଥର ଲାଗି ମେଡ଼ିକାଲ୍ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ପଦ୍ଧତି ଅନ୍‌ଲାଇନ୍ କରାଯାଇଛି। ଏଥିରେ ନିର୍ଦ୍ଦିଷ୍ଟ ସେଟ୍ ବଦଳରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସଫ୍ଟଓୟାର […]

  • Monday, 19 July 2021
bjd
ବିଜେଡିର ବିଧାନ ପରିଷଦ ଗୋଟି

ଭୁବନେଶ୍ୱର : ୧୯ ନିର୍ବାଚନରେ କଟିପାରେ ୪୦ରୁ ୫୦ ବିଜେଡି ବିଧାୟକଙ୍କ ଟିକେଟ୍‌। ଜଟିଳ ହୋଇପାରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ଏଭଳି ସ୍ଥିତିର ମୁକାବିଲା ଲାଗି ବିଜେଡି ଖେଳୁଛିକି ବିଧାନ ପରିଷଦ ଗୋଟି ? ନେତାଙ୍କ ଲାଗି ରେଡି ରଖୁଛି କି ଲଲିପପ୍ ? ବିଧାନ ପରିଷଦ ଗଠନ ଲାଗି ପ୍ରସ୍ତାବ ଆସିବାର ସାଢ଼େ ୩ ବର୍ଷ ପରେ ଓ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିବା ବେଳେ ସରକାରଙ୍କ ତତ୍ପରତାକୁ ନେଇ ଉଠିଛି ଏମିତି ପ୍ରଶ୍ନ। […]

  • Monday, 19 July 2021
vlcsnap-error784
କାର୍ଯ୍ୟ ଆରମ୍ଭର ୮ ଦିନରେ ଢଳେଇରେ ଫାଟ

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣାଧୀନ ପାଣିଛତ୍ର-ରାଉଳପାଟଣା ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କାର୍ଯ୍ୟ ଆରମ୍ଭର ମାତ୍ର ୮ ଦିନ ମଧ୍ୟରେ ଢଳେଇରେ ଫାଟ ହୋଇଯାଇଛି। ସୂଚନା ମୁତାବକ, କୋଣାର୍କରୁ ନୟାହାଟ ଏବଂ ଜଗତସିଂହପୁରକୁ ସଂଯୋଗ କରୁଥିବା ଏହି ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଭୁବନେଶ୍ୱରର ଜଗନ୍ନାଥ କନଷ୍ଟ୍ରକସନ୍ କଂପାନୀ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ରାସ୍ତା କାମ […]

  • Monday, 19 July 2021
hair body
ଲୋମଶ ଶିଶୁକୁ ନେଇ ଚର୍ଚ୍ଚା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ପଞ୍ଚାୟତରେ ଲୋମଶ ଶିଶୁକୁ ନେଇ ଚର୍ଚ୍ଚା। ଶିଶୁଟିର ଡାହାଣ ପଟ ମୁହଁ ଓ ଶରୀରରେ ବିଭିନ୍ନ ସ୍ଥାନରେ ଲୋମ ବଢୁଥିବା ଦେଖିବାକୁ ମିଳିଛି। ଲୋମଶ ଶିଶୁର ମାଂସଳ ବଥ ଥାଇ ଅଦ୍ଭୁତ ଦେଖାଯାଉଥିବା ଶିଶୁକୁ ବ୍ରହ୍ମପୁର ମେଡିକାଲକୁ ଅଣାଯାଇଛି। ଶିଶୁଟିକୁ ଚିକିତ୍ସା ଲାଗି ପରିବାର ଲୋକେ ବ୍ରହ୍ମପୁର ଏମ୍‌କେସିଜିକୁ ଅାଣିଛନ୍ତି। ୫ ବର୍ଷୀୟ ଏହି ଶିଶୁର ମୁହଁର ଡାହାଣ ଭାଗରେ ମୁଣ୍ଡରୁ ପାଦ ଯାଏ ଲୋମ ଉଠିବା […]

  • Monday, 19 July 2021
vlcsnap-error623
ଟିଟୋର ୪ ସହଯୋଗୀ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ୪ ଜଣ ସହଯୋଗୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ୪ ସହଯୋଗୀ ହେଲେ ଗୋଲ୍ଡେନ୍ ପପୁ, ଇମ୍‌ତିଆଜ ଖାଁ ଓ ଜାହାଙ୍ଗିର ଖାଁ। ଦିନକ ତଳେ ଟିଟୋ ସହଯୋଗୀ ସନ୍ଦେହରେ ଉଠାଇ ନିଆଯାଇଥିବା ୮ ଜଣଙ୍କ ମଧ୍ୟରେ ଏମାନେ ମଧ୍ୟ ଥିଲେ। କଟକର ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ୧୦ଟି ଟିମ୍ ଚଢ଼ଉ କରି ସମସ୍ତଙ୍କୁ ଧରିଥିଲା। ଏମାନଙ୍କ ନାଁରେ ପୂର୍ବରୁ ବହୁ ଅପରାଧ ରେକର୍ଡ ରହିଥିବା ପୋଲିସକୁ ସୂଚନା ମିଳିଛି। ତା’ ସହ […]

  • Monday, 19 July 2021
BJ panda odia tweet
ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ

ନୂଆଦିଲ୍ଲୀ: କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ ପରେ ସେ ସଂସଦରୁ ବିଦାୟ ନେଉଥିବା ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି। ନିଜର ପୂର୍ବ ଦଳରୁ ଏବେ ଆଉ ପ୍ରତିନିଧିତ୍ୱ କରିପାରବେ ନାହିଁ ବୋଲି ସେ ବାଚସ୍ପତିଙ୍କୁ ଜଣାଇଥିଲେ। ବାସ୍ତବିକ ଆଦର୍ଶଠାରୁ ତାଙ୍କର ପୂର୍ବତନ ଦଳ ଏବେ ବହୁ ଦୂରକୁ ଚାଲିଯାଇଛି ବୋଲି ବୈଜୟନ୍ତ ପଣ୍ଡା […]

  • Monday, 19 July 2021
vlcsnap-error062
ରାସ୍ତା ନଥିଲା, ଆମ୍ବୁଲାନ୍ସ ଆସିପାରିଲାନି, ଚାଲିଗଲା ରୋଗୀର ଜୀବନ

ମାଲକାନଗିରି: ରାସ୍ତାରେ ଚାଲିଗଲା ରୋଗୀର ଜୀବନ। ଗାଁକୁ ରାସ୍ତା ନ ଥିବାରୁ ରୋଗୀକୁ ଆଣିବାକୁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀକୁ ଖଟିଆରେ ୪ କିଲୋମିଟର ଆଣିବା ବାଟରେ ରୋଗୀର ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ। ସୂଚନା ଅନୁସାରେ, ଖଇରପୁଟ କାଦଗୁଡ଼ା ଗାଁର ଜମ୍ବତି କଂସାରୀ ନାମ୍ନୀ ଜଣେ ମହିଳାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା। […]

  • Monday, 19 July 2021
puri
ଆଜି ହେରା ପଞ୍ଚମୀ; ନନ୍ଦିଘୋଷ ରଥର କାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥା’ନ୍ତି। ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥା’ନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ […]

  • Monday, 19 July 2021
home
ସରକାରଙ୍କ ବିଜୁ ପକ୍କା ଘର ଭେଳିକ

ଭୁବନେଶ୍ୱର: ସରକାର ଗରିବ ବୋଲି ମାନ୍ୟତା ଦେଲେ ସତ। ହେଲେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ପକ୍କାଘର ଯୋଜନାରେ ଘରଟିଏ ଦେଉନାହାଁନ୍ତି। ଯାହାକି ସାଲେପୁର ରଟିଲୋ ଗାଁର ସୁବାସ ମଣ୍ଡଳଙ୍କ କ୍ଷେତ୍ରରେ ହୋଇଛି। ବାରମ୍ବାର ଅାବେଦନ କରି ବି ପକ୍କାଘରଟିଏ ପାଇପାରୁନାହାଁନ୍ତି ସୁବାସ। ସେହିପରି କୁରୁଳି ଗାଁର ପଙ୍କଜ ଲେଙ୍କାଙ୍କର ବି ସମାନ ଅବସ୍ଥା। ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ଅାବାସ ଯୋଜନାରେ କି ବିଜୁ ପକ୍କାଘର ଖଣ୍ଡେ ନାହିଁ। ପୂରା ପଞ୍ଚାୟତରେ […]

  • Monday, 19 July 2021
fish possion
ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ, ଚାଲିଛି ଘନ ଘନ ରେଡ୍

ଭୁବନେଶ୍ୱର: ଖାଲି ଭୁବନେଶ୍ୱର ନା ରାଜ୍ୟର ଅନ୍ୟ ସ୍ଥାନରେ ବି ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ। ଜାଣିବାକୁ ଚାଲିଛି ଘନ ଘନ ରେଡ୍। ସେଥିପାଇଁ ଆଜି ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ସହର ବଲାଙ୍ଗିର ଓ ସମ୍ବଲପୁରର ବିଭିନ୍ନ ମାଛ ମାର୍କେଟରେ ଚଢ଼ଉ କରାଯାଇଛି। ଏହା ସହିତ ରାସ୍ତା କଡ଼ରେ ବସୁଥିବା ବିକାଳି, ମାନଙ୍କଠାରୁ ବି ନମୂନା ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଟିମ୍। ତେବେ ଚଢ଼ଉ ବେଳେ ଭୟରେ ମୋତିଝରଣ ଅଞ୍ଚଳରେ […]

  • Monday, 19 July 2021
good book
ପାଓ୍ୱାର୍‌ କରିଡର୍‌ରେ ବିଷମ ବଣ୍ଟନ; ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ହେମନ୍ତ ଶର୍ମା, ବିଶାଳ ଦେବ, ଜି. ମାଥିଭାଥନନ୍, ଅଶୋକ ମୀନା, କିଶନ୍ କୁମାର। ଜଣେ ଜଣେ ଅାଇଏଏସ୍ ଅଫିସରଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏଭଳି ତାଲିକା ଏଇଠି ସରିନି, ଅାଗକୁ ବି ବଢ଼ିଛି। ସେପଟେ ଏମିତି ଅନେକ ଅାଇଏଏସ୍ ଅଧିକାରୀ ଅଛନ୍ତି ଯେଉଁମାନଙ୍କୁ କି ମିଳିଛି ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଗୋଟିଏ ଗୋଟିଏ ବିଭାଗର ଦାୟିତ୍ୱ। ହେଲେ ରାଜ୍ୟ ପ୍ରଶାସନରେ କାହିଁକି ଏଭଳି ସ୍ଥିତି? ଅଭିଯୋଗ ହେଉଛି ୟା ପଛରେ ରହିଛି ତୃତୀୟ ମହଲା […]

  • Monday, 19 July 2021
vlcsnap-error409
ସାଧାରଣ ନିର୍ବାଚନ ବହୁ ପୂର୍ବରୁ ପ୍ରସ୍ତୁତି, ଫୋକସ୍‌ରେ ବୁଥ୍ ପରିଚାଳନା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ରାୟଗଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କୁ ନେଇ ସିଇଓଙ୍କ ଅଫିସ୍‌ରେ ହୋଇଛି ଅାଲୋଚନା। ସାଧାରଣ ନିର୍ବାଚନର ପ୍ରାୟ ୯ ମାସ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ନିର୍ବାଚନ ଅାୟୋଗ। ଫୋକସ୍‌ରେ ଅଛି ବୁଥ୍ ପରିଚାଳନା। ଅାୟୋଗଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଗ୍ରାମାଚଂଳରେ ପ୍ରତି ୧୨ଶହ ଭୋଟର୍‌ରେ ଗୋଟିଏ ବୁଥ୍ ଗଠନ ହେବ। ଏହାଠୁ ଅଧିକ ଭୋଟର ଥିଲେ ନୂଅା ବୁଥ୍ ଗଠନ ହେବ। ଯଦି କମ୍ ଭୋଟର୍ […]

  • Monday, 19 July 2021
virus
କରୋନା ଭୟ

  • Monday, 19 July 2021
vlcsnap-error473
ଆଉ ଭୁବନେଶ୍ୱରରୁ ବ୍ୟାଂକକ୍‌ ଉଡ଼ିବନି ଏୟାର ଇଣ୍ଡିଅା ବିମାନ

ଭୁବନେଶ୍ୱର: ଆଉ ଭୁବନେଶ୍ୱରରୁ ବ୍ୟାଂକକ୍‌କୁ ଉଡ଼ିବନି ଏୟାର ଇଣ୍ଡିଅାର ବିମାନ। ଏୟାର ଇଣ୍ଡିଅା ଏହି ବିମାନକୁ ଅାସନ୍ତା ଅକ୍ଟୋବର ୩ ତାରିଖ ଯାଏ ବାତିଲ କରିଛି। ଏହି ବିମାନ ବାତିଲ ହେବା ଦ୍ୱାରା କେବଳ ଯାତ୍ରୀମାନେ ଯେ ହଇରାଣ ହେବେ ତା’ ନୁହେଁ, ବରଂ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ ବୋଲି ଅାଶଙ୍କା ପ୍ରକାଶ ପାଇଛି। ଏୟାର ଇଣ୍ଡିଅା ପାଖରେ ଅାବଶ୍ୟକ ସଂଖ୍ୟକ ବିମାନ ନ ଥିବା, ହଜ୍ ଯାତ୍ରା ପାଇଁ ବିମାନ ଡାଇଭର୍ଟ […]

  • Monday, 19 July 2021