• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

racket
କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ

କେନ୍ଦୁଝର : କେନ୍ଦୁଝର କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ। ସଦର ଥାନା ଶୁଅାକାଠିସ୍ଥିତ ଗୋପାଳ ସାହି ନିକଟ ଜଙ୍ଗଲରେ ଏହି ରକେଟ୍ ବୋମା ଠାବ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ନକ୍ସଲମାନେ ଏହି ବୋମା ନେଇ ଯାଉଥିବା ବେଳେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି।

  • Monday, 19 July 2021
train
ପାଣିରେ ଫସି ରହିଛି ଟ୍ରେନ୍‌, ଦେଖନ୍ତୁ ଭିଡିଓ

ରାୟଗଡ଼ା: ଲଘୁଚାପ ବର୍ଷାର ପ୍ରଭାବ ଟ୍ରେନ୍‌ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ମାଟି ଅତଡ଼ା ଖସିବାରୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ଭାଲୁମାସ୍କା ଷ୍ଟେସନ୍‌ରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ଟିକିରି ଷ୍ଟେସନ୍‌ରେ କୋରାପୁଟ-ବିଶାଖାପାଟଣା DMU ଅଟକି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁ ନାଗାବଳୀ ଓ ବଂଶଧାରା ଫୁଲିବାରେ ଲାଗିଛି। ଗୁଣପୁରଠାରେ ବଂଶଧାରା ନଦୀ ବିପଦ ସଙ୍କେତର ନିକଟତର […]

  • Monday, 19 July 2021
puri water logging
ଭାସିଲା ପୁରୀ ସହର, ପାଣି ଘେରରେ ତିନି ରଥ

ପୁରୀ: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବଡ଼ଦାଣ୍ଡ ସହ ଶରଧାବାଲି ଜଳାର୍ଣ୍ଣବ ହୋଇଛି। ପାଣି ଘେରରେ ତିନି ରଥ ରହିଥିବା ଦେଖିବାକୁ ମିଳିଛି। ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ବହୁ ଦୋକାନ ଭିତରେ ବି ପାଣି ପଶିଥିବା ଦେଖିବାକୁ ମିଳିଛି।  ବିଭିନ୍ନ ସାହି ଓ ଗଳି ରାସ୍ତାରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି। ଏଭଳି  ସ୍ଥିତି ଯୋଗୁ ଲୋକେ […]

  • Monday, 19 July 2021
alaranath temple
ପ୍ରବଳ ବର୍ଷାରେ ବୁଡ଼ିଲା ପ୍ରସିଦ୍ଧ ଅଲାରନାଥ ମନ୍ଦିର

ବ୍ରହ୍ମଗିରି: ପ୍ରବଳ ବର୍ଷାରେ ବୁଡ଼ିଲା ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର। ଗତାକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଅଲାରନାଥ ମନ୍ଦିର ବୁଡ଼ି ଯାଇଛି। ବର୍ଷା ପାଣିରେ ଅଲାରନାଥ ମନ୍ଦିରର ବେଢ଼ା ବୁଡ଼ିଯାଇଛି। ଗର୍ଭଗୃହରେ ବି ପାଣି ପଶିଯାଇଛି। ସେଠାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଛି। ରତ୍ନ ସିଂହାସନକୁ ପାଣି ଲାଗିଯାଇଛି। ବ୍ରହ୍ମଗିରି: ବର୍ଷାରେ ଅଲାରନାଥ ମନ୍ଦିର ବେଢ଼ା ବୁଡ଼ିଲା; ଗର୍ଭଗୃହରେ ଆଣ୍ଠୁଏ ପାଣି, ରତ୍ନ ସିଂହାସନକୁ ଲାଗିଲା ପାଣି #Odisha pic.twitter.com/dx05PqIOeI […]

  • Monday, 19 July 2021
rain in bbsr
ପ୍ରବଳ ବର୍ଷାରେ ଟ୍ୱିନ୍‌ସିଟି ଉବୁଟୁବୁ; କଟକ, ଭୁବନେଶ୍ୱରରେ ସମସ୍ତ ସ୍କୁଲ୍ ଛୁଟି

କଟକ/ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି।  ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ବଢିଥିବାବେଳେ ରାଜଧାନୀ ଭୁବନେଶ୍ୱର ସହ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାତି ତମାମ ପ୍ରବଳ ବର୍ଷାରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳ ସହ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ, ଶୈଳଶ୍ରୀ ବିହାର ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୟାପଲ୍ଲୀ ଅଞ୍ଚଳରେ ଅଣ୍ଟାଏ ଉଚ୍ଚରେ ପାଣି ରହିଥିବାବେଳେ ଅନେକ ସ୍ଥାନରେ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି।  […]

  • Monday, 19 July 2021
Image Courtesy: PTI
ଆଜିଠୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍‌ ଧର୍ମଘଟ ଆରମ୍ଭ ହୋଇଛି। ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଟ୍ରକ୍‌ ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍‌ ମାଲିକ ମହାସଂଘ ସମର୍ଥନ ଜଣାଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ରାଜ୍ୟର ସମସ୍ତ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ଟୋଲ୍‌ ଗେଟ୍ ଉଚ୍ଛେଦ, ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ଏବଂ ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସକୁ ବନ୍ଦ କରିବା ଭଳି […]

  • Monday, 19 July 2021
heavy rainfall
ଆଜିଠୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଥିବାରୁ ଏହାର ପ୍ରଭାବରେ ଆଜିଠୁ ରାଜ୍ୟର ୧୪ଟି ଜିଲ୍ଳାରେ ପ୍ରବଳ ଓ ୨ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଉପକୂଳବର୍ତ୍ତୀ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଗଞ୍ଜାମ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଓ […]

  • Monday, 19 July 2021
dead
ଟ୍ରକ୍‌ ମାଡ଼ିଗଲା , ୫ସ୍କୁଲ୍‌ ପିଲା ମୃତ

ଭଦ୍ରକ: ଭଦ୍ରକ ରାଣିତାଲ ରାହାଞ୍ଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ‌୫ ଜଣ ସ୍କୁଲ୍‌ ପିଲା ପ୍ରାଣ ହରାଇ ଥିବାବେଳେ  ଅନ୍ୟ ୫ ଜଣ ଗୁରତର ହୋଇଛନ୍ତି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାମାନେ ସ୍କୁଲ୍‌ ଛୁଟି ପରେ ଘରକୁ ଫେରୁଥିବା ସମୟରେ ସେମାନଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଡ୍ରାଇଭର ଓ ହେଲ୍‌ପର ଫେରାର୍‌ ହୋଇଯାଇଛନ୍ତି। ଘଟଣା […]

  • Monday, 19 July 2021
jaga
ଅାସନ୍ତାକାଲି ଦିଲ୍ଲୀ ଏମ୍‌ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅାସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ସହ ୫ ଜଣିଅା ଡାକ୍ତରୀ ଟିମ୍ ମଧ୍ୟ ଦିଲ୍ଲୀ ଏମ୍ସ ଯାଇ ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ। ଡାକ୍ତରଙ୍କ ସହ ଅାଲୋଚନା ପରେ ଡିସ୍‌ଚାର୍ଜ ନେଇ ନିଷ୍ପତ୍ତି ନିଅାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦିଲ୍ଲୀ ଏମ୍ସରେ ଜଗା-କାଳିଅାଙ୍କ ଚିକିତ୍ସାକୁ ବର୍ଷେ ପୂରିଲାଣି। ୟା ଭିତରେ ସୁସ୍ଥ ହୋଇଗଲେଣି ଯାଆଁଳା ଭାଇ। ଓଟିଭିରେ ପ୍ରଥମେ ଜଗା-କାଳିଅାଙ୍କ ସମ୍ପର୍କରେ ଖବର […]

  • Monday, 19 July 2021
vlcsnap-error572
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

କଟକ: ଚୌଦ୍ୱାର ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ଗାଁର ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକ ହେଲେ ରାମ ସିଂଙ୍କ ପତ୍ନୀ ମୀନା ସିଂ। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ମହିଳାଙ୍କ ମୃତଦେହ ଭଗତପୁର ମିଲ୍ ଛକରେ ରାସ୍ତା ଉପରେ ରଖି ଲୋକେ ଟାୟାର ଜାଳି ଅବରୋଧ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ମହିଳା ଜଣକ ନିଖୋଜ ଥିଲେ। ଆଜି […]

  • Monday, 19 July 2021
vlcsnap-error887
ସାତକୋଶିଆରେ ମହାବଳ ଛଡ଼ାଯିବା ଘଟଣା: ୨୦ଟି ପଞ୍ଚାୟତର ଲୋକଙ୍କ ଆନ୍ଦୋଳନ

ସାତକୋଶିଆ: ମହାବଳ ଛଡ଼ାଯିବା ନେଇ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଭୟାରଣ୍ୟ ଅନ୍ତର୍ଗତ ୨୦ଟି ପଞ୍ଚାୟତର ଲୋକ ସାମିଲ ହୋଇଥିଲେ। ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଅଭୟାରଣ୍ୟବାସୀଙ୍କ ସୁରକ୍ଷାକୁ ଅଣଦେଖା କରି ବାଘ ବଂଶ ବିସ୍ତାର କରାଯାଉଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ତେବେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ର କରିବାକୁ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା […]

  • Monday, 19 July 2021
jay panda
ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ

ନୂଆଦିଲ୍ଲୀ: ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ। ବୈଜୟନ୍ତଙ୍କ ଇସ୍ତଫା ବିଷୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ଗୃହକୁ ବିଧିବଦ୍ଧ ଭାବେ ଜଣାଇଛନ୍ତିା କେନ୍ଦ୍ରାପଡା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବୈଜୟନ୍ତଙ୍କ ଇସ୍ତଫା ପତ୍ରକୁ ଗତକାଲି ସେ ଗ୍ରହଣ କରିଥିବା ନେଇ ସଦସ୍ୟମାନଙ୍କୁ ଜଣାଇଛନ୍ତି। ବୈଜୟନ୍ତଙ୍କ ଇସ୍ତଫା ସହ ଲୋକସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୯କୁ ହ୍ରାସ ପାଇଛି। ଗତକାଲି ବୈଜୟନ୍ତ ଟ୍ୱିଟ୍‌ କରି ୧୮ ବର୍ଷ ୩ ମାସ ୨ ସପ୍ତାହ ଓ […]

  • Monday, 19 July 2021