ସମ୍ବଲପୁର : ସମ୍ବଲପୁର ଯୁଯୁମରା ବ୍ଲକ ଭବାନୀପଲ୍ଲି ଗାଁରେ ହାତୀ ଆକ୍ରମଣ। ଏଥିରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ରାତିରେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ପରେ ମହିଳାଙ୍କୁ କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ […]
ଭୁବନେଶ୍ୱର : ବଢି ଚାଲିଛି ଉତ୍କଣ୍ଠା, ହେଲେ ଖୋଲିଲାନି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଆଜି କେବଳ ବାହାର ପଟ ଯାଞ୍ଚ ହୋଇଛି। ଏଏସ୍ଆଇ କୋର କମିଟି ବାହାର ଅଂଶ ଯାଞ୍ଚ କରିଛି। ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ମିଳିନଥିବାରୁ ଭଣ୍ଡାର ଘର ଭିତର ସ୍ଥିତି ଯାଞ୍ଚ ହୋଇପାରିନି। ତେବେ ରତ୍ନଭଣ୍ଡାର ଭିତର ଖୋଲିବାରେ ବାଧକ ଅଛି କି ନାହିଁ, ତା ଉପରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ତର୍ଜମା ପରେ ଏଏସ୍ଆଇକୁ ଯାଞ୍ଚ ପାଇଁ କୁହାଯିବ। ବର୍ତ୍ତମାନ […]
ଭୁବନେଶ୍ୱର: ବ୍ୟାଙ୍କରେ ଚାକିରୀ କରାଇ ଦେବା ନାଁରେ ଖୋର୍ଦ୍ଧା ଜିଲ୍ଲାରୁ ଯୁବତୀ ଚାଲାଣ ଅଭିଯୋଗ। ଜଣେ ନାବାଳିକାଙ୍କ ସହ ୪ ଜଣଙ୍କୁ ରାଉରକେଲାର ଏକ ହୋଟେଲରୁ ଉଦ୍ଧାର କରିଛି ଖୋର୍ଦ୍ଧା ପୋଲିସ। ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ ବାଣପୁର ଅଞ୍ଚଳର ବୋଲି ଜଣାପଡିଛି। ଯୁବତୀଙ୍କୁ ଚାଲାଣ ଅଭିଯୋଗରେ ଜଣେ ଦଲାଲଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଦଲାଲ ଜଣକ ହେଲେ ବିଦ୍ୟାଧର ପଣ୍ଡା। ବିଦ୍ୟାଧର ଯୁବତୀଙ୍କୁ ଚାକିରି ଦେବାକୁ କହି ରାଉରକେଲା ନେଇଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ […]
ବୌଦ୍ଧ : ଗଂଜେଇ ମାଫିଆମାନଙ୍କ ପାଇଁ ବୌଦ୍ଧ ଜିଲ୍ଲା ପାଲଟିଛି ଭୂସ୍ୱର୍ଗ। ଏଠାରେ ଖୋଲାଖୋଲି ଗଂଜେଇ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଗଂଜେଇ କାରବାର ଉପରେ ରୋକ ଲଗାଇବାକୁ ଯାହାଙ୍କୁ ନିୟୋଜିତ କରାଯାଇଛି, ସେମାନେ ହିଁ ମାଫିଆଙ୍କ ପାଇଁ ସାଜିଛନ୍ତି ସୁରକ୍ଷାର ଢାଲ। ଖୋଦ୍ ବନବିଭାଗ ଅଧିକାରୀଙ୍କ ତଦାରଖରେ ଚାଲିଛି ଗଂଜେଇ କାରବାର। କଣ୍ଟାମାଳ ରେଞ୍ଜ ଅଧିକାରୀ ରବିନାରାୟଣ ସାହୁ କିଭଳି ଭାବେ ଗଂଜେଇ ମାଫିଆଙ୍କ ସହିତ ଡିଲ କରି ଗଂଜେଇ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି, କାରବାର […]
ଭୁବନେଶ୍ୱର : ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼। ବିଭିନ୍ନ ଦାବି ନେଇ ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ସମିତି ସଭ୍ୟଙ୍କୁ ରାସ୍ତାରେ ପୋଲିସ ଅଟକାଇଥିଲା। ଏଥିପାଇଁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସର ଲାଠିଚାଳନା ଫଳରେ ଛତ୍ରଭଙ୍ଗ ଦେଇଛନ୍ତି ସମିତି ସଭ୍ୟ। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ସଭ୍ୟାମାନଙ୍କୁ ସ୍ୱତନ୍ତ୍ର କୋଠରୀ ସହ ଆସବାବପତ୍ର ଯୋଗାଇ ଦେବା, ନିର୍ବାଚିତ ସମିତି ସଭ୍ୟସଭ୍ୟାଙ୍କ ମାସିକ ଭତ୍ତା ୧ ହଜାର ୮୮୦ଟଙ୍କା […]
ଭଦ୍ରକ : ଆସନ୍ତାକାଲି ରାମନବମୀ। ତା’ପୂର୍ବରୁ ଆଜି ଭଦ୍ରକରେ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପାଇଁ ସହରରେ ବନ୍ଦ କରିଦିଆଯାଇଛି। ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦଭାବ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଏସ୍ପି ଅନୁପ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ସେପଟେ ରାମ ନବମୀ ଉତ୍ସବରେ ନଗର ସଂକୀର୍ତ୍ତନ ଓ ମେଢ଼ ଶୋଭାଯାତ୍ରା ପୂର୍ବରୁ ପୋଲିସ୍ ଛାଉଣୀରେ […]
ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ମଧ୍ୟରେ ଅପେକ୍ଷାକୃତ କମ୍ କ୍ଷତିକାରକ କିଏ ? ଏଭଳି ଏକ ପ୍ରଶ୍ନର ଉତ୍ତରରେ ବିଜେଡି ସାଂସଦ କଳିକେଳ ନାରାୟଣ ସିଂଦେଓ କହିଛନ୍ତି, ବର୍ତ୍ତମାନ ସମୟରେ ଉଭୟ ଦଳ ସମାନ ଭଳି ଲାଗୁଛନ୍ତି। ଯାହାକି ଭୋଟରଙ୍କ ସମସ୍ୟା ବଢ଼ାଇଛି। ଏମିତିକି ଉଭୟ କଂଗ୍ରେସ ଓ ବିଜେପି ବ୍ୟକ୍ତିଗତ ସ୍ତରକୁ ଯାଇ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି ଓ ଏହାର ମାତ୍ରା ବଢିବାରେ ଲାଗିଛି। ତେବେ ଆମେ ସେଥିରେ ସାମିଲ ହେବାକୁ ଚାହୁଁନାହୁଁ […]
ମାଲକାନଗିରି : ମାଲକାନଗିରି ମହୁପଦର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ ନିହତ ହୋଇଛି। ଘଟଣାସ୍ଥଳରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି। ଜଙ୍ଗଲରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।
କଟକ : ଯେଉଁଠି ଠାକୁର ଦର୍ଶନ, ସେଇଠି ପାଠପଢା। ଗୋଟେପଟେ ପୂଜାର୍ଚ୍ଚନା, ଅନ୍ୟପଟେ ପାଠ ଆଲୋଚନା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ମୁରୁକୁଣ୍ଡି ଗାଁ ରେ। ଏଠାରେ ଥିବା ବାଣେଶ୍ୱରୀ ଶିବମନ୍ଦିର ବେଢ଼ା ପାଲଟିଛି ପିଲାଙ୍କ ସ୍କୁଲଘର। ସବୁଦିନ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଦେଖିବାକୁ ମିଳେ ଠିକ୍ ଏଇ ସମୟରେ। ତେବେ ସ୍କୁଲର ନିଜସ୍ୱ ଜାଗା ନଥିବାରୁ ଏଭଳି ଅବସ୍ଥାରେ ପାଠପଢା ହେଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ପିଲାଙ୍କ ସୁବିଧା ପାଇଁ ଅନେକଥର ପ୍ରଶାସନକୁ ଜଣାଇଲେ […]
ଭୁବନେଶ୍ୱର : ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଚିନ୍ତା। ଏପ୍ରିଲ୍ ୪ରୁ ଆରମ୍ଭ ହେବାକୁ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ସରକାର ସେମାନଙ୍କ ଦାବି ପୂରଣ କରିନଥିବାରୁ ଖାତାଦେଖା ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ମଞ୍ଚ। ସେପଟେ ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, […]
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଏବଂ ଗର୍ଭବତୀ କରାଇ ଅଭିଯୁକ୍ତ ଫେରାର। ଅଭିଯୁକ୍ତର ନାଁ ସରୋଜ ମଲ୍ଲିକ ଏବଂ ସେ ବିବାହିତ ବୋଲି ଜଣାପଡ଼ିଛି। ସଂପୃକ୍ତ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲା। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ସଂପୃକ୍ତ ପୀଡ଼ିତା ୫ ମାସର ଗର୍ଭବତୀ ଥିବାବେଳେ ଚାଇଲଡ୍ ଲାଇନ ଖବର ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର […]
ଜୟପୁର : ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି। ଏହି ସମୟରେ ସେ ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତି ନେଇ ଖପ୍ପା ହୋଇଥିଲେ। ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଅଧୀକ୍ଷକଙ୍କ ଉପରେ ଜିଲ୍ଳାପାଳ ବର୍ଷିଥିଲେ। ମେଡିକାଲ ଅଧୀକ୍ଷକଙ୍କୁ ପଚରାଉଚରା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସହ ଜୟପୁର ଉପଜିଲ୍ଲାପାଳ ଓ ସିଡିଏମ୍ଓ ମଧ୍ୟ ମେଡ଼ିକାଲ ପରିଦର୍ଶନ କରିଥିଲେ।
ଓଡିଶାରୁ ପୁଣି ଆଉ ଜଣେ ପ୍ରତିଭା ଜାତୀୟ ସ୍ତରର ରିଆଲିଟି ଶୋ’ରେ ଦେଖାଇଛନ୍ତି ନିଜର କରିସ୍ମା। ଯାହାକୁ ନେଇ ଓଡ଼ିଶା ଖୁବ୍ ଗର୍ବିତ। ସେ ହେଉଛନ୍ତି ଭୁବନେଶ୍ୱରର ଶଶାଙ୍କ ଶେଖର। ନିଜର ସୁମଧୁର କଣ୍ଠରେ ମୋହିତ କରିଥିଲେ କଲର୍ସରେ ପ୍ରସାରିତ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର’ର ବିଚାରକ ଓ ଦର୍ଶକମାନଙ୍କୁ। ଆଉ ସେହି ଶୋ’ରେ ନିଜର ଦୃଢ ନିଷ୍ଠା ବଳରେ ଟପ୍-୮କୁ ଯାଇପାରିଥିଲେ। ଉଲ୍ଲେଖନୀୟ ଯେ, କଲର୍ସ ଟିଭିରେ ପ୍ରସାରିତ ସଙ୍ଗିତଭିତ୍ତିକ ରିଆଲିଟି ଶୋ’ ରାଇଜିଂ ଷ୍ଟାର […]
ନବରଙ୍ଗପୁର : ନବରଙ୍ଗପୁର ସାଉଥକୋ ବିଭାଗ ଜେଇ ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ଅଭିଯୋଗରେ ୨ ଜଣଙ୍କ ଅଟକ ରଖିଛି ପୋଲିସ। ବକେୟା ବିଦ୍ୟୁତ ବିଲ୍ ଆଦାୟ କରିବାକୁ ବିକ୍ରମପୁର ଗାଁକୁ ଯାଇଥିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ। ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ବକେୟା ବିଲ୍ ନେଇ ବିଦ୍ୟୁତ ବିଚ୍ଛିନ୍ନ କରିବା ସମୟରେ ଉଭୟଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ନବରଙ୍ଗପୁର ଟାଉନଥାନାରେ ଏତଲା ପରେ ଦୁଇ […]
ପୁରୀ: ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡାଙ୍କ ଆତ୍ମାହୁତି ଧମକ। ଆସନ୍ତା ୨୬ ତାରିଖରେ ଯଦି ASI କର୍ତ୍ତୃପକ୍ଷ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପଶିବାକୁ ଉଦ୍ୟମ କରିବେ ତାହେଲେ ସେ ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି। ଗତକାଲି ହାଇକୋର୍ଟ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆସନ୍ତା ୨୬ ଓ ୨୭ରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ ପ୍ରତ୍ନତତ୍ତ୍ୱ ବିଭାଗ।
ସମ୍ବଲପୁର : ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ। ଆଗରୁ ମିସ୍ ସମ୍ବଲପୁର ଓ ମିସ୍ ବେଙ୍ଗାଲୁରରେ ସଫଳତା ପାଇବା ପରେ ବୁଲଗେରିଆରେ ଆୟୋଜିତ ହୋଇଥିବା ଲିଟିଲ ମିସ୍ ଗାଲାକ୍ସି ଭାବେ ସଫଳତା ଲାଭ କରିଛନ୍ତି ସମ୍ବଲପୁରର ଅର୍ପିତା ବେହେରା। ଆଜି ସମ୍ବଲପୁରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କୁ ସମ୍ବର୍ଦ୍ଧନା ପାଇଁ ତାଙ୍କ ସ୍କୁଲର ବହୁ ଛାତ୍ରଛାତ୍ରୀ ଆଜି ରେଳ ଷ୍ଟେଶନକୁ ଆସିଥିଲେ। ତାଙ୍କୁ ଫୁଲତୋଡ଼ା ଦେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ବସାଇ […]
ନବରଙ୍ଗପୁର: କୁହାଯାଏ କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ। ତେବେ ପୋଷା କୁକୁରର ମୃତ୍ୟୁ ପରେ ବି ବନ୍ଧୁତାକୁ ସମ୍ମାନ ଦେବାକୁ ଯାଇ ମଣିଷ କଣ କରିପାରେ ତାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁରରେ। ସ୍ଥାନୀୟ ରାମ ରମଣ ନିଜ ପୋଷା କୁକୁର ଚନ୍ଦୁର ମୃତ୍ୟୁ ପରେ କ୍ରିୟାକର୍ମକରିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜଳୁଛି ଚିତା। ଦୁଃଖରେ ମ୍ରିୟମାଣ ଆତ୍ମୀୟସ୍ୱଜନ। ମୁଖାଗ୍ନି ଦେବା ବେଳେ କୋହ ସମ୍ଭାଳି ପାରୁ ନାହାନ୍ତି ରାମ ରମଣ […]
ଭୁବନେଶ୍ୱର: ଓଟିଭି ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ ଲାଗି ବିଜେଡିର ଘୋଷଣା ପରେ ରାଜନୈତିକ ହଲଚଲ୍। ଅନେକ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଗଣମାଧ୍ୟମରେ କଣ୍ଠରୋଧ ଲାଗି ଏହା ପ୍ରୟାସ ବୋଲି ଖୋଲାଖୋଲି ମତ ପ୍ରକାଶ ପାଉଛି। ସହନଶୀଳତାର ଅଭାବ ଯୋଗୁଁ ବିଜେଡି ଏଭଳି ନିଷ୍ପତ୍ତି ନେଇଛି ଓ ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ବୋଲି ବିଭିନ୍ନ ଦଳର ନେତା କହିଛନ୍ତି। ସେପଟେ ବିଜେଡିର କିଛି ନେତା ଆଜି ଓଟିଭିକୁ […]
ଭୁବନେଶ୍ୱର : ଲଭ, ଭିଡିଓ ଭାଇରାଲ, ତା ପରେ ମର୍ଡର। ଦିନେ ଭାଇରାଲ ଭିଡିଓ ପାଇଁ ଯେଉଁ ଯୁବକ ଗିରଫ ହୋଇଥିଲେ। ଏବେ ସେହି କାରଣ ପାଇଁ ହତ୍ୟାର ଶିକାର ହୋଇଥିବା ସନ୍ଦେହ। ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବକ ଉନ୍ମୟ ପାଢ଼ୀଙ୍କ ହତ୍ୟା ପଛରେ ଆସୁଛି ଭାଇରାଲ ଭିଡିଓର ଗନ୍ଧ। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ବଡ ଭାଇ। ଦୁଇ ଦିନ ତଳେ ଉନ୍ମୟ ନିଖୋଜ ଥିଲେ। ଆଉ […]
ଭୁବନେଶ୍ୱର : ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ମିଳିତ ବିଏଡ ଶିକ୍ଷକ ମହାସଂଘ। ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶିକ୍ଷକ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଏଡ ଯୋଗ୍ୟତାଧାରୀ ଶିକ୍ଷକଙ୍କୁ ଟିଜିଟି ପଦବୀ ସହ ବିଷୟ ଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଲାଗି ନିର୍ଦ୍ଦେଶ ରହିଛି। ଏନେଇ ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ ସହ ଶିକ୍ଷା ଅଧିକାର ଆଇନରେ ସ୍ଫଷ୍ଟ ହୋଇଥିଲେ ମଧ୍ୟ ତାହା ହୋଇପାରୁନି ବୋଲି ସଂଘ ଅଭିଯୋଗ କରିଛି। ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଏଡ ଡିଗ୍ରୀଧାରୀଙ୍କୁ […]
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ OAS ଅଧିକାରୀ ଆଶୁତୋଷ ସାମଲ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଶୁତୋଷଙ୍କ ଘରେ ଚଢ଼ାଉ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ କାର୍ଯ୍ୟରତ ଆଶୁତୋଷଙ୍କ ବଡ଼ଚଣା, ଭଣ୍ଡାରିପୋଖରୀ ଓ ଭୁବନେଶ୍ୱର ଘର ସହ ଅଫିସ୍ରେ ଚଢାଉ ହୋଇଛି। ତେବେ ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।
<p>ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ପୁରା ତଦନ୍ତ ପୋଲିସ କରୁଛି। କ୍ରାଇମବ୍ରାଞ୍ଚ କେବଳ ସାଇବର୍ ସମ୍ବନ୍ଧୀୟ ସହଯୋଗ କରୁଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି ରହିଛି।</p> <p>ଏହି ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ରୀମାରାଣୀ ସାହୁ ଗତକାଲି ଏକ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ନ୍ୟାୟ ପାଇଁ ନିବେଦନ କରିଥିଲେ। ଘଟଣାର ପ୍ରାୟ ମାସେ ହୋଇଯାଇଥିଲେ ହେଁ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ କିଛି ସୁରାକ୍ ପାଇନାହିଁ।</p> <p>ପାର୍ସଲ ଆସିଥିବା ରାୟପୁର ଏବଂ ଅନ୍ୟ ସ୍ଥାନକୁ ତଦନ୍ତ କରିଥିଲେ ମଧ୍ୟ ପୋଲିସକୁ ଏ ପର୍ଯ୍ୟନ୍ତ ସଫଳ ମିଳିନାହିଁ। ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରୀମାଙ୍କ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ।</p>
କୋରାପୁଟ : ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ। ଏଭଳି ଅଭିଯୋଗ ଆସିଛି କୋରାପୁଟ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ। ସୂଚନା ଅନୁସାରେ ଗତକାଲି ରାତିରେ ଅଷ୍ଟମ ଶ୍ରେଣୀର ୪ଜଣ ଛାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହକୁ ଉଠାଇନେଇଥିଲେ। ପରେ ଛାତ୍ରଙ୍କୁ କମ୍ବଳରେ ଘୋଡାଇ ଲୁହା ଛଡରେ ମାଡ ମାରିଥିଲେ। ଏନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ କହିବା ପରେ ତାଙ୍କ ହାତ ଏବଂ ମୁହଁରେ ଆଘାତ ଲାଗିଥିବା ଜଣାପଡିଥିଲା। ଘଟଣା ନେଇ […]
ବୌଦ୍ଧ : ନୀରିହ ଦମ୍ପତ୍ତିଙ୍କୁ ବୌଦ୍ଧ ଥାନା ଅଧିକାରୀ ନିର୍ଧୁମ ମାଡ଼ ମାରିଥିବା ନେଇ ଅଭିଯୋଗ। ବୌଦ୍ଧ ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡ଼ନାୟକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସରସରା ଗାଁର ଦମ୍ପତ୍ତି ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ପୋଲିସ ମାଡ଼ରେ ଗୁରୁତର ହୋଇ ପଦ୍ମିନୀ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କୌଣସି ଏକ ମାମଲା ନେଇ ଉଭୟ ପଦ୍ମିନୀ ଏବଂ ତାଙ୍କ ସ୍ୱାମୀ ରବୀନ୍ଦ୍ରଙ୍କୁ ପୋଲିସ […]
ଭୁବନେଶ୍ୱର : ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ପାଖରେ ପୋଲିସ ରିପୋର୍ଟ ଦାଖଲ କରିଛି। କୋଲକତା ଫରେନ୍ସିକ ଲାବ୍ରୋଟରିକୁ ଯାଞ୍ଚ ପାଇଁ ପଠାଯାଇଥିବା ରିଷିର ମୋବାଇଲରୁ କୌଣସି ସୁରାଗ ମିଳିନଥିବା ପୋଲିସ ରିପୋର୍ଟରେ ଦର୍ଶାଇଛି। ତେବେ ରିଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ ସେବନ ଯୋଗୁଁ ହୋଇଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବରୁ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ରିଷି ମୃତ୍ୟୁ ନେଇ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ରାଜ୍ୟ […]