• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ପୋଲିସ୍ ଉପସ୍ଥିତିରେ ଇମ୍ଫା କାରଖାନାରେ ଭଙ୍ଗାରୁଜା
ପୋଲିସ୍ ଉପସ୍ଥିତିରେ ଇମ୍ଫା କାରଖାନାରେ ଭଙ୍ଗାରୁଜା

ରାୟଗଡ଼ା: ରାୟଗଡ଼ାରେ ଥେରୁବାଲିର ଇମ୍ଫା କାରଖାନାରେ ଭଙ୍ଗାରୁଜା ହୋଇଛି। କାରଖାନା ଗେଟ୍ ବାହାରେ ଲାଗିଥିବା ସିସିଟିଭି, ଅନ୍ୟ କିଛି ଯନ୍ତ୍ରାଂଶ ଓ ଲାଇଟ୍ ଭାଙ୍ଗି ଦିଆଯାଇଛି। ପ୍ରାୟ ଶହେରୁ ଅଧିକ ଲୋକ ଏହି ଭଙ୍ଗାରୁଜାରେ ସାମିଲ ହୋଇଥିବା ସୂଚନା ମିଳିଛି। ଗତ ଦୁଇଦିନ ହେଲା ବିଭିନ୍ନ ଦାବିରେ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ଗତକାଲି ରାତିରେ ସେମାନେ ଥେରୁବାଲି ଫାଣ୍ଡିକୁ ଯାଇ ଏସ୍‌ଡିପିଓଙ୍କୁ ୯ ଦଫା ଦାବିପତ୍ର ଦେଇଥିଲେ। ଆଉ ବୁଧବାର ଅପରାହ୍ନରେ ପୋଲିସ୍ ଉପସ୍ଥିତିରେ […]

  • Friday, 11 June 2021
ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଗଞ୍ଜାମ /ଜଗତସିଂହପୁର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବିଇଓ ଯୁଧିଷ୍ଠିର ଦଳେଇଙ୍କ ଘରେ ଓ ଅଫିସରେ ଆଜି ଭିଜିଲାନ୍ସ ରେଡ୍ କରିଛି। ଜନ୍ମସ୍ଥାନ ନନ୍ଦିଆଗଗଡା, ହିଞ୍ଜିଳି ବାସଭବନ, ଧରାକୋଟସ୍ଥିତ ଅଫିସ ଏବଂ ବ୍ରହ୍ମପୁରସ୍ଥିତ ସମ୍ପର୍କୀୟ ଘରେ ଏକ କାଳୀନ ରେଡ୍‌ କରିଛି ଭିଜିଲାନ୍ସ। ଚଢାଉରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସର ୩ଜଣିଆ ଟିମ୍। ତେବେ ଯୁଧିଷ୍ଠିରଙ୍କର ଅନେକ ସମ୍ପତ୍ତି ଠାବ ହୋଇଥିବା ନେଇ ଭିଜିଲାନ୍ସ […]

  • Friday, 11 June 2021
ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର : ଝାରପଡ଼ା ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍‌ରେ ଥିଲେ ରାଜା। ଗତ ୨୦ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ୫୦ହଜାର ଟଙ୍କା ଏବଂ ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା। ଏହାସହ ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ରାଜା ଆଚାର୍ଯ୍ୟଙ୍କ ହାଜିରା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଅନ୍ୟ କୌଣସି ଅପରାଧିକ ମାମଲାରେ […]

  • Friday, 11 June 2021
ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ
ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ

ବଲାଙ୍ଗିର : ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ। ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ। ଏନେଇ ସ୍ପଷ୍ଟ କଲେ ପୋଲିସ୍‌ ଡିଜି ଆର୍‌.ପି ଶର୍ମ।। ରାୟପୁରୁ ପୁଞ୍ଜିଲାଲାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିଛି। ଭଇଁସା କଲେଜ ଅଧ୍ୟକ୍ଷ ପଦବୀ ନେଇ ଷଡ଼ଯନ୍ତ୍ର ରଚିଥିଲେ। ଭଇଁଷା କଲେଜ ଅଧ୍ୟକ୍ଷା ଅଛନ୍ତି ମୃତ ସୌମ୍ୟଶେଖରଙ୍କ ମା।୮ଜଣଙ୍କୁ ମାରାଥନ ଜେରା ପରେ କ୍ରାଇମ୍‌ବ୍ରାଞ୍ଚକୁ ଏହି ବଡ ସଫଳତା ମିଳିଛି। ଫେବ୍ରୁଆରୀ ୨୩ରୁ ଆଜି ଯାଏଁ, ଦୀର୍ଘ ୬୦ […]

  • Friday, 11 June 2021
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍

ବଲାଙ୍ଗିର : ଷଡ଼ଯନ୍ତ୍ରର ମଞ୍ଜି ପୋତିଥିଲେ ପୁଞ୍ଜିଲାଲ୍। ପାଟଣାଗଡ଼ରେ ଲୋମଟାଙ୍କୁରା ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆଉ କେହି ନୁହନ୍ତି ବରଂ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର। କାହିଁକି ଓ କେମିତି ରଚିଥିଲେ ଏ ଭୟଙ୍କର ମର୍ଡର ପ୍ଲଟ, ତାର ଆପାତତଃ ଠୋସ୍ ପ୍ରମାଣ ବି ପାଇ ସାରିଛି କ୍ରାଇମବ୍ରାଞ୍ଚ। ଏବେ ଚାଲିଛି ତଥ୍ୟ ସଂଗ୍ରହ ସହଯୋଗୀ ଉମେଶ ମଟାରୀ, ଚନ୍ଦ୍ରମଣୀ ମେହେର, ସ୍କାଏ କିଙ୍ଗ୍‌ କୋରିଅର ମାଲିକ ଦିଲ୍ଲୀପ ଦାସ ଓ ଡେଲିଭରି […]

  • Friday, 11 June 2021
ଚଳନ୍ତା ଟ୍ରେନରୁ ଖସି ୨ ନାବାଳକ ଗୁରୁତର
ଚଳନ୍ତା ଟ୍ରେନରୁ ଖସି ୨ ନାବାଳକ ଗୁରୁତର

ରାୟଗଡା : ଚଳନ୍ତା ଟ୍ରେନରୁ ଠେଲି ଦେଲା ଦୁର୍ବୃତ୍ତ। ପଡିଯାଇ ୨ଜଣ ନାବାଳକ ଗୁରୁତର। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲେଲିଗୁମ୍ମା ନିକଟରେ ଘଟିଛି ଏହି ଘଟଣା। ଗୁରୁତର ଦୁଇ ଜଣ ହେଲେ ଟିକିରି ଥାନା ଡାବୁଡା ଗାଁର ସନ୍ତୋଷ ନାୟକ ଓ ଲୋଚନ ନାୟକ। ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଦୁହେଁ କୋରାପୁଟ-ବିଶାଖାପାଟଣା ଟ୍ରେନ୍‌ରେ ଟିକିରିରୁ ଲେଲିଗୁମ୍ମା ଯାଉଥିବା ବେଳେ କେହି ସେମାନଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ତେବେ […]

  • Friday, 11 June 2021
ମନରେଗା ମଜୁରୀ ଟଙ୍କାକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା
ମନରେଗା ମଜୁରୀ ଟଙ୍କାକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଳକ୍ ନାଗଡ଼ିହି ଗାଁରେ ମନରେଗା ଯୋଜନା ଅଧିନରେ ଚାଲିଛି ଡାବଝରଣ କଟାର ଉନ୍ନତୀକରଣ କାମ। କାର୍ଯ୍ୟ ଆରମ୍ଭ ହେବାର ଏହା ଭିତରେ ୩ ମାସ ବିତିଗଲାଣି, ହେଲେ ଏବେ ବି ଶ୍ରମିକଙ୍କ ହାତ ଖାଲି। ମାଟି କାମ କରିଥିବା ୧୭-୧୮ ଜଣ ଶ୍ରମିକଙ୍କୁ ଏଯାଏଁ ସେମାନଙ୍କ ମଜୁରୀ ମିଳିନାହିଁ। ଟଙ୍କା ଉଠାଇବା ଲାଗି ବାରମ୍ବାର ୧୫ କିଲୋମିଟର ଦୂର କଣ୍ଟାପାଲି ବ୍ୟାଙ୍କକୁ ଦୌଡୁଛନ୍ତି, ହେଲେ ଆକାଉଣ୍ଟରେ ଟଙ୍କା ଜମା ହେଉନାହିଁ। […]

  • Friday, 11 June 2021
ଆସନ୍ତାକାଲି ଠାରୁ ରାଜ୍ୟର ସବୁ ସ୍କୁଲ୍‌ ଛୁଟି
ଆସନ୍ତାକାଲି ଠାରୁ ରାଜ୍ୟର ସବୁ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲିଠୁ ସ୍କୁଲରେ ଖରାଛୁଟି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଖରାଛୁଟିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସ୍ପଷ୍ଟ କରିଛନ୍ତି। ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ୨୫ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। କିଛି ଦିନ ଧରି ଲଗାତର ରାଜ୍ୟର ଅନେକ […]

  • Friday, 11 June 2021
ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ନବବଧୂ ରୀମା
ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ନବବଧୂ ରୀମା

କଟକ : ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣରେ ଆହତ ରୀମାରାଣୀ ସାହୁ ଆଜି କଟକ ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ସେ ପାଟଣାଗଡ଼ ଫେରିଯାଇଛନ୍ତି। ବିସ୍ଫୋରଣରେ ଗୁରୁତର ଆହତ ରିମାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡ଼ିଯାଇଥିବା ଅବସ୍ଥାରେ କଟକ ଆସିଥିଲୋ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି। ତାସହ ଚକ୍ଷୁ ଓ କର୍ଣ୍ଣ-ନାସା-ଗଳା ବିଭାଗରୁ ମଧ୍ୟ ରୀମାଙ୍କୁ କ୍ଲିୟରାନ୍ସ ମିଳିଛି। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ […]

  • Friday, 11 June 2021
କେନ୍ଦ୍ରାପଡ଼ାରେ ପୁଣି ତେଜିଲା ବୈଜୟନ୍ତ ବିରୋଧୀ ପଲିଟିକ୍ସ
କେନ୍ଦ୍ରାପଡ଼ାରେ ପୁଣି ତେଜିଲା ବୈଜୟନ୍ତ ବିରୋଧୀ ପଲିଟିକ୍ସ

କେନ୍ଦ୍ରାପଡ଼ା : ଦିନ ପ୍ରାୟ ୧୧ଟାରେ ଉଦ୍‌ଘାଟନ। ଆଉ ଗୋଟାଏ ବେଳକୁ ଫଳକ ଭଙ୍ଗାରୁଜା। ବିଜେଡିରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବୈଜୟନ୍ତ ବିରୋଧୀ ରାଜନୀତିକୁ ନେଇ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା। ବିରୋଧ ଭିତରେ ମାର୍ଶାଘାଇ ବ୍ଲକ୍ ପୁରୁଷୋତ୍ତମପୁରରେ ସାଂସଦ ପାଣ୍ଠିରେ ନିର୍ମିତ ଏଇ ପାଣି ଟାଙ୍କିକୁ ଆଜି ଉଦ୍‌ଘାଟନ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ହେଲେ ତା ପୂର୍ବରୁ ଉଦ୍‌ଘାଟନୀ ଫଳକ ଲଗାଇବାକୁ ଯାଉଥିବା ଜଣେ ସମର୍ଥକଙ୍କୁ ମାଡ଼ ମରା ହୋଇଥିବା ବି ଅଭିଯୋଗ ହୋଇଥିଲା। ହେଲେ ଏସବୁ […]

  • Friday, 11 June 2021
ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ
ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଘୁଲୁଘୁଲା ପଦର ଗାଁରେ ଗତକାଲି ତ୍ରିକୋଣୀୟ ପ୍ରେମରୁ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ପ୍ରେମିକ ସୁବ୍ରତ ବାଘକୁ ତାର ନିଜ ଗାଁ ପିପିଲି ପାଲିରୁ ପୋଲିସ ଗିରଫ କରିଛି। ତ୍ରିକୋଣୀୟ ପ୍ରେମରୁ ଗତକାଲି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଏଥିରେ ଜଣେ ଯୁବକର ଜୀବନ ଚାଲିଯାଇଥିଲା। ମୃତ ଯୁବକ ଜଣକ ଥିଲେ ଶାନ୍ତନୁ କଅଁର। ତେବେ ସଂପୃକ୍ତ ଘଟଣାରେ ଅଭିଯୁକ୍ତ […]

  • Friday, 11 June 2021
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡ଼ିଶା ମାନଦଣ୍ଡ ପୂରଣ କରୁନାହିଁ : ମନ୍ତ୍ରୀ ଉଷା ଦେବୀ
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡ଼ିଶା ମାନଦଣ୍ଡ ପୂରଣ କରୁନାହିଁ : ମନ୍ତ୍ରୀ ଉଷା ଦେବୀ

ଭୁବନେଶ୍ୱର : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡ଼ିଶା ଦୁଇଟି ମାନଦଣ୍ଡ ପୂରଣ କରୁନାହିଁ। ବିଧାନସଭାରେ ଏହା ମାନିଛନ୍ତି ସରକାର। ଆଜି ବିଧାନସଭାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ନେଇ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ୫ଟି ମାନଦଣ୍ଡ ଅଛି। ସେଥିମଧ୍ୟରୁ ପଡ଼ୋଶୀ ଦେଶମାନଙ୍କର ସୀମାନ୍ତରେ ଥିବା ନୀତିଗତ ସ୍ଥାନ ଓ ରାଜ୍ୟ ଅର୍ଥ ବ୍ୟବସ୍ଥାରେ ଅଚଳାବସ୍ଥା। ଏହି […]

  • Friday, 11 June 2021
ଅଭିନେତା ଅନୁଭବ ମହାନ୍ତି ଆହତ
ଅଭିନେତା ଅନୁଭବ ମହାନ୍ତି ଆହତ

ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆହତ। ଏକ ଫିଲ୍ମ ସୁଟିଂ ବେଳେ ସେ ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ, ତରଙ୍ଗ ସିନେ ପ୍ରଡ଼କ୍ସନର ଏକ ନିର୍ମାଣାଧୀନ ଫିଲ୍ମର ଫାଇଟିଂ ସିନ୍‌ ସୁଟିଂ ବେଳେ ଅନୁଭବଙ୍କ ପାଦରେ ଆଘାତ ଲାଗିଛି। ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁଭବ ସୁସ୍ଥ ଥିବା ନେଇ ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି। ଦେଖନ୍ତୁ ଏହି ଭିଡ଼ିଓ-

  • Friday, 11 June 2021
ଚାରିଆଡେ କୁଆପଥରର ଘନ ଆସ୍ତରଣ, ଦେଖନ୍ତୁ ଭିଡ଼ିଓ
ଚାରିଆଡେ କୁଆପଥରର ଘନ ଆସ୍ତରଣ, ଦେଖନ୍ତୁ ଭିଡ଼ିଓ

କୋରାପୁଟ: କୋରାପୁଟରେ କାଶ୍ମୀରର ଭ୍ରମ। ଗତକାଲି ଅପରାହ୍ନରେ କୋରାପୁଟରେ କାଳବୈଶାଖୀ ବର୍ଷା ହୋଇଥିଲା ଏହାର ପ୍ରଭାବରେ ପବନ ସାଙ୍ଗକୁ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା। ବିଭିନ୍ନ ଅଞ୍ଚଳରେ ଛାଇ ଯାଇଥିଲା କୁଆପଥର। ବିଭିନ୍ନ ସ୍ଥାନରେ ଧଳା ଆସ୍ତରଣ ଦେଖା ଦେଇଥିଲା। ଯାହାକି କିଛି ସମୟ ପାଇଁ ତୁଷାରପାତର ଭ୍ରମ ସୃଷ୍ଟି କରିଥିଲା।  ବିଶେଷ କରି କୋରାପୁଟର ଦାମନଯୋଡି ନିକଟରେ ଥିବା ଭେଜାପୁଟରୁ ଲିଚିଗୁଡା ମଧ୍ୟରେ ଏଭଳି ଘନ କୁଆପଥର ଆସ୍ତରଣ ଦେଖିବାକୁ ମିଳିଥିଲା। ପ୍ରାୟ ୪ରୁ ୫କିଲୋମିଟର […]

  • Friday, 11 June 2021
ମହାନଦୀ ତାତି: ବଜେଟ୍‌ ଅଧିବେଶନ ଆରମ୍ଭରୁ ଗୃହ ଅଚଳ
ମହାନଦୀ ତାତି: ବଜେଟ୍‌ ଅଧିବେଶନ ଆରମ୍ଭରୁ ଗୃହ ଅଚଳ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଅଚଳ ହୋଇଗଲା। ଏଥର ବିରୋଧୀ ନୁହଁନ୍ତି ବରଂ ଶାସକ ଦଳର ସଭ୍ୟଙ୍କ ନାରାବାଜି ଯୋଗୁଁ ଗୃହ ଅଚଳ ହୋଇଛି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ମହାଦନୀ ପ୍ରସଙ୍ଗରେ ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉତ୍ତର ରଖୁଥିଲେ ମଧ୍ୟ ହୋ ହାଲ୍ଲା ଯୋଗୁଁ ତାହା ସମ୍ଭବ ହୋଇ […]

  • Friday, 11 June 2021
ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ
ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଟାସପୁର ଗାଁର ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କୌଣସି କାରଣକୁ ନେଇ ଗାଁ ଲୋକଙ୍କ ସହ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଗାଁ ଲୋକେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ପୂର୍ବରୁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ନାଁରେ ଅର୍ଥ ହେରଫେର ନେଇ ମଧ୍ୟ ଗାଁ ଲୋକ ଅଭିଯୋଗ ଆଣିଥିଲେ। ତେବେ ମାଡ଼ ମାରିବା ଘଟଣାରେ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

  • Friday, 11 June 2021
ଶାବଳରେ ପିଟି ପିଟି ଯୁବକଙ୍କୁ ହତ୍ୟା
ଶାବଳରେ ପିଟି ପିଟି ଯୁବକଙ୍କୁ ହତ୍ୟା

ବୌଦ୍ଧ  : ତ୍ରିକୋଣୀୟ ପ୍ରେମର ପରିଣତି। ବୌଦ୍ଧ ମନମୁଣ୍ଡା ଥାନା ଘୁଲୁଘୁଲାପଦର ଗାଁରେ ଯୁବକଙ୍କୁ ଶାବଳରେ ପିଟି ପିଟି ହତ୍ୟା। ମୃତକ ଯୁବକ ସେହି ଗାଁର ଶାନ୍ତୁନୁ କଅଁର। ଆଜି ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବିଲରୁ ଶାନ୍ତୁନୁଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଜଣେ ଯୁବତୀଙ୍କୁ ୨ଜଣ ପ୍ରେମ କରୁଥିବା ଓ ତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଗାଁ ଲୋକଙ୍କଠାରୁ ସୁଚନା ମିଳୁଛି। ହତ୍ୟାକାଣ୍ଡ ସ୍ଥଳରୁ ଏକ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି। ଜଣେ ଯୁବତୀଙ୍କୁ […]

  • Friday, 11 June 2021
କାକଟପୁରରୁ ୟୁପିର ଅନଲାଇନ୍ ଠକ ଗିରଫ
କାକଟପୁରରୁ ୟୁପିର ଅନଲାଇନ୍ ଠକ ଗିରଫ

ପୁରୀ  : ପୁରୀ କାକଟପୁରରୁ ଗିରଫ ହୋଇଛି ଉତ୍ତର ପ୍ରଦେଶ କାନପୁର ଅଞ୍ଚଳର ଅନଲାଇନ୍ ଠକ ମନୋଜ ବଞ୍ଜାରା। ମନୋଜ ଅନଲାଇନରେ ବିଭିନ୍ନ ଲୋକଙ୍କୁ ପ୍ରବର୍ତ୍ତାଇ ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଥିଲା। ୨୦୧୭ ମସିହାରେ ଭୋପାଳ କ୍ରାଇମ୍‌ ଥାନାରେ ଅଭିଯୋଗ ଆସିବା ପରେ ମନୋଜ ଫେରାର ହୋଇ ଓଡ଼ିଶା ଚାଲି ଆସିଥିଲା। ମନୋଜ କାକଟପୁରରେ ରହି ବ୍ୟବସାୟ କରୁଥିଲା। ସୂଚନା ପାଇ ଭୋପାଳର ୩ ଜଣିଆ ପୋଲିସ ଟିମ୍ ଗତକାଲି ଚଢ଼ାଇ କରି ମନୋଜକୁ ଗିରଫ […]

  • Friday, 11 June 2021
ଜିଲ୍ଲାପାଳଙ୍କୁ କ୍ୟାନସର ରୋଗୀଙ୍କ ଇଚ୍ଛା ମୃତ୍ୟୁ ନିବେଦନ
ଜିଲ୍ଲାପାଳଙ୍କୁ କ୍ୟାନସର ରୋଗୀଙ୍କ ଇଚ୍ଛା ମୃତ୍ୟୁ ନିବେଦନ

ସମ୍ୱଲପୁର : “ମୁଁ ଶ୍ରୀମତି ରୀମା ପଟ୍ଟନାୟକ। ମୋ ସ୍ୱାମୀ ହାଡୁ ପଟ୍ଟନାୟକ ରିକ୍ସା ଚଲାଇ ପରିବାର ଭରଣ ପୋଷଣ କରନ୍ତି। ମୁଁ ଅନ୍ୟ ଲୋକଙ୍କ ଘରେ ବାସନ ମାଜି ଦୁଇ ପଇସା ରୋଜଗାର କରେ। ମୋର ବଡ଼ ପୁଅ ଅଟୋ ଚଲାଏ, ସେ ପରିବାରଠୁ ଦୂରରେ ରୁହେ। ସାନ ପୁଅ ରିଙ୍କୁ ୪ବର୍ଷ ତଳେ ଜଣ୍ଡିସରେ ପ୍ରାଣ ହରାଇଥିଲା। ସାନ ପୁଅର ମୃତ୍ୟୁ ପରେ ତା’ର ତିନିଟି ସନ୍ତାନ ମୋ ପାଖରେ ଅଛନ୍ତି। ସ୍ୱାମୀ ଗତ […]

  • Friday, 11 June 2021
ମୟୂରଭଞ୍ଜ ସୁଲେଇପାଟ ଗାଁରେ ଗୁଳିକାଣ୍ଡ
ମୟୂରଭଞ୍ଜ ସୁଲେଇପାଟ ଗାଁରେ ଗୁଳିକାଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ରେ ଗୁଳିକାଣ୍ଡ। ସୁଲେଇପାଟର ଗାଁ ସାଥୀ ଜ୍ୟୋତିନ୍ଦ୍ରନାଥ ଗିରିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଘଟଣା। କିଛି ଯୁବକ ଜ୍ୟୋତିନ୍ଦ୍ରଙ୍କୁ ସୁଲେଇପାଟ ଡ୍ୟାମ୍ ନିକଟକୁ ଡାକି ସେଠାରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜ୍ୟୋତିନ୍ଦ୍ରଙ୍କୁ ଗୁଳି କରାଯାଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଛି।

  • Friday, 11 June 2021
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ମେ ୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଏଥିରେ ଆଲୋଚନା ହେବ। ତେବେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅବଧି ଲମ୍ବା ହୋଇଥିବାରୁ ବିରୋଧୀଙ୍କ ହାତରେ ମଧ୍ୟ ଲମ୍ବା ସମୟ ରହିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପିଇବା ପାଣି ସମସ୍ୟା, ନିଯୁକ୍ତି, ଦାଦନ ସମସ୍ୟା, ଶିକ୍ଷକ ଅଭାବ, ମହାନଦୀ ବିବାଦ, ଲୋକାୟୁକ୍ତ ନିଯୁକ୍ତି ଭଳି […]

  • Friday, 11 June 2021
ପଦାକୁ ଆସିଲା ହାଇଟେକ୍ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସତ
ପଦାକୁ ଆସିଲା ହାଇଟେକ୍ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସତ

ଭୁବନେଶ୍ୱର : ମାନସିକ ରୋଗ କି ଆତ୍ମହତ୍ୟା ପ୍ରବଣତା ନୁହେଁ, କିଚେନ୍ ବୟଙ୍କ ଅସଦାଚରଣ ଓ ପ୍ରିନସିପାଲଙ୍କ ଉଦାସୀନତାରେ ମର୍ମାହତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ହାଇଟେକ୍‌ର ନର୍ସିଂ ଛାତ୍ରୀ। ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ ଉପରେ ଠିଆହୋଇ ଫୋନ୍‌ରେ କଥା ହେଉଥିବା ବେଳେ ସଂପୃକ୍ତ କିଚେନ୍ ବୟ ଘଟାଇଥିଲା କଳା କାରନାମା। ଏହି ଘଟଣା ପରେ, ଛାତ୍ରୀଙ୍କ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିବା ବେଳେ ସେ ୩ ମହଲାରୁ […]

  • Friday, 11 June 2021
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ କନ୍‌ଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ଭାରତୀୟ ଶିଳ୍ପ ମହାସଂଘ ସାମିଲ ନହେବା ନେଇ ବିବାଦ। ଏନେଇ CIIର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ସହଯୋଗ ପାଇଁ CII ଗତ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସରକାରଙ୍କ ସହ ଯୋଗସୂତ୍ରରେ ଥିଲା,ତେବେ ଜଗି ମଙ୍ଗତ ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ହେବା […]

  • Friday, 11 June 2021
ପୁଣି ଲେଉଟିଲା ମହାନଦୀ ବିବାଦ
ପୁଣି ଲେଉଟିଲା ମହାନଦୀ ବିବାଦ

ଭୁବନେଶ୍ୱର : ମହାନଦୀକୁ ନେଇ ପୁଣି ବିବାଦ। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ୍ ଆସନ୍ତା ୧୬ ତାରିଖରେ ନଦୀ ବିବାଦ ନେଇ ପୂର୍ବତ୍ତର ୫ଟି ରାଜ୍ୟ ସହ ଆଲୋଚନା ପାଇଁ କଲିକତାରେ ବୈଠକ ଡାକିଛନ୍ତି। ଏହି ବୈଠକରେ ଓଡିଶା ସରକାର ଯୋଗ ଦେବେ ସତ ହେଲେ ଉଠାଇବେ ବିଭିନ୍ନ ନଦୀ ଜଳ ବିବାଦ ପ୍ରସଙ୍ଗ। ଛଡିଶଗଡ଼ ସହ ମହାନଦୀ ଜଳ ବିବାଦ, ଇବ୍‌ର ଶାଖା ନଦୀ ମୈନୀ ଉପରେ ଛଡିଶଗଡ଼ ନିର୍ମାଣ କରୁଥିବା […]

  • Friday, 11 June 2021
ଟିଟୋର ଭାଇ ବିଜେଡିରେ ସାମିଲ ନେଇ ରାଜନୈତିକ ଝଡ଼
ଟିଟୋର ଭାଇ ବିଜେଡିରେ ସାମିଲ ନେଇ ରାଜନୈତିକ ଝଡ଼

ଭୁବନେଶ୍ୱର : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଏବେ ବିଜେଡି ଶିବିରରେ।ମିଶ୍ରଣ ସମାବେଶରେ ବିଜେଡିରେ ଯୋଗଦେଇଛନ୍ତି ଟିଟୋର ଭାଇ ସଇଦ୍ ଏହେସାନ୍ ଅଲ୍ଲୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ସିଧାସଳଖ ବିଜେଡିକୁ ଏବଂ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଟେଣ୍ଡର ଫିକ୍ସିଂ ଏବଂ ଦାଦାବଟି ଆଦାୟକୁ ନେଇ ଟିଟୋ ଏବଂ ହାଇଦର ଗ୍ୟାଙ୍ଗର ଲଢ଼େଇ ଭିତରେ ଅନେକ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ାର ରାଜନୀତି ଏବଂ […]

  • Friday, 11 June 2021