• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଜମିହୀନ ଚାଷୀଙ୍କୁ ସରକାର ଦେବେ ଋଣ
ଜମିହୀନ ଚାଷୀଙ୍କୁ ସରକାର ଦେବେ ଋଣ

ଭୁବନେଶ୍ୱର: ଜମି ନଥିବା ଚାଷୀଙ୍କୁ ଋଣ ଦେବା ଲାଗି ଥିବା ବ୍ୟବସ୍ଥାକୁ କଡ଼ାକଡି ଲାଗୁ କରିବେ ସରକାର। ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ମାଧ୍ୟମରେ ଏହି ଋଣ ଦିଆଯିବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଗ୍ରୁପରେ ୫ ଜଣ ଚାଷୀ ରହିବେ। ଗ୍ରୁପ୍ ପିଛା ୫୦ ହଜାର ଟଙ୍କାର ଋଣ ଦିଆଯିବ। ପ୍ରତ୍ୟେକ ସମବାୟ ସମିତି ୧୦ଟି ଗ୍ରୁପକୁ ଋଣ ଦେବାକୁ ବାଧ୍ୟ। ଐହାସହ ସେ ଆହୁରି କହିଛନ୍ତି, […]

  • Friday, 02 July 2021
ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ୍‌ ଏକ୍ସିଲେନ୍ସି ଆୱାର୍ଡ
ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ୍‌ ଏକ୍ସିଲେନ୍ସି ଆୱାର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ  ‘ପୋଲିସ୍‌ ଏକ୍ସିଲେନ୍ସ ଆୱାର୍ଡ’ ମିଳିଛି।  ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୋଲିସ ଏକ୍ସପୋରେ ତାଙ୍କୁ ଏହି ସମ୍ମାନ ମିଳିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ତାଙ୍କୁ ସମ୍ମାନିତ କରିଥିଲେ। ଓଡିଶା କ୍ୟାଡରର ପ୍ରଥମ IPS  ଅଫିସର ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସଫଳତା ପାଇଛନ୍ତି।  ଲୋକଙ୍କୁ ସେବା ଓ ଧନ ସମ୍ପତ୍ତି ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।

  • Friday, 02 July 2021
ଜଙ୍ଗଲ ଜମି ହଡ଼ପ ପାଇଁ କିସ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର
ଜଙ୍ଗଲ ଜମି ହଡ଼ପ ପାଇଁ କିସ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର

ଭୁବନେଶ୍ୱର : ବିରୋଧର ସ୍ୱରକୁ ଚାପି ଦେବାର ପ୍ରୟାସ। ଗ୍ରାମସଭାରେ ତ ଅସନ୍ତୋଷ ଜଣାଇ ପାରିଲେନି, ଗଣମାଧ୍ୟମ ସାମ୍ନାରେ ବି ନିଜ ମତ ରଖିବାକୁ ଯାଉଥିବା ଏ ବ୍ୟକ୍ତିଙ୍କୁ ଧକ୍କା ଦେଇ ଭଗାଇ ଦିଆଯାଉଛି। କହିବାର ବି ସୁଯୋଗ ମିଳୁନି। କିସ୍ ପାଇଁ ଜଙ୍ଗଲ ଜମି କିସମ ପରିବର୍ତ୍ତନ ଲାଗି ଆଜି ଭୁବନେଶ୍ୱର କିଟ୍ ନିକଟ ପଥରଗାଡ଼ିଆ ଗ୍ରାମସଭାର ଦୃଶ୍ୟ ଥିଲା ଏମିତି। ଅଭିଯୋଗ ଅନୁଯାୟୀ, ଏ ଗ୍ରାମସଭାରେ ପଥରଗାଡ଼ିଆ ବାସିନ୍ଦା କମ୍, ବେଶି ବସିଥିଲେ କିଟ୍ […]

  • Friday, 02 July 2021
ଯୌନାଙ୍ଗ କାଟିଦେଲେ ସୁପାରୀ କିଲର
ଯୌନାଙ୍ଗ କାଟିଦେଲେ ସୁପାରୀ କିଲର

ବରଗଡ଼ : ବଡ଼ ଭାଇଠାରୁ ସୁପାରୀ ନେଇ ସାନ ଭାଇର ଯୌନାଙ୍ଗ କାଟିଦେଲେ ସୁପାରି କିଲର। ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାନ ଭାଇ। ବରଗଡ଼ ଜିଲ୍ଲା ନୀଳେଶ୍ୱର ଗାଁରୁ ଅସିଛି ଏହି ଅଭିଯୋଗ। ବରଗଡ଼ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନୀଳେଶ୍ୱର ଗାଁର ଅଶୋକ ବାରିକଙ୍କୁ ସେହି ଗାଁର ସୁଦାମ ନାମକ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଅଶୋକଙ୍କୁ ଆକ୍ରମଣ କରିଥିଲା। ତେବେ ବେକକୁ କାଟିବା ଲାଗି ଉଦ୍ୟମ କରି […]

  • Friday, 02 July 2021
ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ : ମନ୍ତ୍ରୀ
ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ : ମନ୍ତ୍ରୀ

ଭୁବନେଶ୍ୱର : ଆସିଲା ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ତଦନ୍ତ କମିଟି ରିପୋର୍ଟ। ରିପୋର୍ଟ ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ। ସଂପୃକ୍ତ ଠିକା ସଂସ୍ଥା ସୁରକ୍ଷା ନେଇ ବିଶେଷ ଯତ୍ନବାନ ନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହେବା କଥା, ହୋଇନଥିଲା। କାମରେ ନିୟୋଜିତ ଶ୍ରମିକମାନେ ବି କୁଶଳୀ ଶ୍ରମିକ ନଥିଲେ ବୋଲି […]

  • Friday, 02 July 2021
ଥମୁନି ଅଜଣା ପୋକ ଆତଙ୍କ
ଥମୁନି ଅଜଣା ପୋକ ଆତଙ୍କ

ଭୁବନେଶ୍ୱର : ଥମୁନି ଅଜଣା ପୋକ ଆତଙ୍କ। ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଏବେବି ବୁଲୁଛନ୍ତି ମାଳ ମାଳ ପୋକ। ପ୍ରଶାସନ ବି ନାଚାର। ଏହାରି ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୁନା ସଂଗ୍ରହ କରିଛି। ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ ବାଉଁଶ ଧାନ ହୋଇଥିବାରୁ ଏହାକୁ ଖାଇବା ପାଇଁ ପୋକ ଆସୁଛନ୍ତି ଏବଂ ବଂଶବିସ୍ତାର କରୁଥିବା ଓୟୁଏଟି ଅଧିକାରୀ କହିଛନ୍ତି । ପ୍ରତି ୩୦ରୁ ୪୦ ବର୍ଷରେ ବାଉଁଶ […]

  • Friday, 02 July 2021
ହାଇକୋର୍ଟଙ୍କ ରସଗୋଲା ନୋଟିସ୍
ହାଇକୋର୍ଟଙ୍କ ରସଗୋଲା ନୋଟିସ୍

କଟକ : ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍। ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍‌ଚ୍ୟୁଆଲ୍‌ ପ୍ରପର୍ଟି ଅଫିସ ଏବଂ ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦକୁ ପକ୍ଷ ରଖିବାକୁ ନୋଟିସ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଆ ପର୍ବ ଓ ପୁଣ୍ୟ ଉତ୍କଳ ପକ୍ଷରୁ ଆଗତ ଏ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ […]

  • Friday, 02 July 2021
ଦାମଙ୍କୁ କୋଣଠେସା ପ୍ରସଙ୍ଗ : ପୁଅ ସମ୍ବିତ କହିଲେ ‘ଉପର ଲେବଲ କଥା’
ଦାମଙ୍କୁ କୋଣଠେସା ପ୍ରସଙ୍ଗ : ପୁଅ ସମ୍ବିତ କହିଲେ ‘ଉପର ଲେବଲ କଥା’

ଭୁବନେଶ୍ୱର :  ବିଜେଡିରେ ଡାକ୍ତର ଦାମୋଦର ରାଉତ ଏବେ ସଂପୂର୍ଣ୍ଣ କୋଣଠେସା। ଏକଥାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ନୂଆ କରି ସଂପାଦକ ପଦ ପାଇଥିବା ପୁଅ ସମ୍ବିତ ରାୟତରାୟ। ନବୀନ ନିବାସରେ ଦୁଇଦିନ ଧରି ଦଳର ବୈଠକ ବିଷୟରେ ବି ସମ୍ବିତ ମୁହଁ ଖୋଲିଛନ୍ତି। ବାପାଙ୍କୁ କାହିଁକି ଏ ବୈଠକକୁ ଡକାଗଲା ନାହିଁ, ସେ ପ୍ରଶ୍ନରେ ଏହା ଦଳର ଆଭନ୍ତରୀଣ ମାମଲା ଓ ଉପର ଲେବଲ କଥା କହି ନିଜ ଅସହାୟତା ପ୍ରକାଶ କରିଛନ୍ତି ସମ୍ବିତ୍। […]

  • Friday, 02 July 2021
ଚୌଦ୍ୱାର ଇମ୍ଫା ଆଗରେ ଧାରଣା
ଚୌଦ୍ୱାର ଇମ୍ଫା ଆଗରେ ଧାରଣା

କଟକ : ଥେରୁବାଲି ପରେ ଏବେ ଚୌଦ୍ୱାର ଇମ୍ଫା ଆଗରେ ଧାରଣା।  ଚୌଦ୍ୱାରରେ ଥିବା କଳିଙ୍ଗ ପବ୍ଲିକ ସ୍କୁଲକୁ ବନ୍ଦ କରିବା ଲାଗି ଇମ୍ଫା ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛି ଟାଙ୍ଗୀ-ଚୌଦ୍ୱାର ସଚେତନ ନାଗରିକ ମଞ୍ଚ। ପ୍ରତିବାଦରେ ଆଜି ମଞ୍ଚ ପକ୍ଷରୁ ଇମ୍ଫା କାରଖାନା ଆଗରେ ଗଣଧାରଣା ଦିଆଯାଇଛି। ମଞ୍ଚର ସଦସ୍ୟ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଲୋକଙ୍କ ପାଇଁ ବିଜୁ ପଟ୍ଟନାୟକ କଳିଙ୍ଗ ପବ୍ଲିକ ସ୍କୁଲକୁ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ କମ୍ପାନୀ ପରିସରରେ ଥିବା ଏହି ସ୍କୁଲର […]

  • Friday, 02 July 2021
ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ଲାଲାକୁ ଏନ୍‌କାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ଲାଲାକୁ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଲାଲା ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ ସଦର ଥାନା ଅନ୍ତର୍ଗତ ଅଳବାଙ୍କ ନିକଟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ସେକ୍ ଲାଲାକୁ ଧରିବାକୁ ଯାଇଥିଲା। ପୋଲିସ୍‌କୁ ଦେଖି ସେଖ୍‌ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ ଖସି ଯିବାକୁ […]

  • Friday, 02 July 2021
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତିକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଫି’ ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ, ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଗତକାଲି ଛାତ୍ରଛାତ୍ରୀ […]

  • Friday, 02 July 2021
ମେ’ ଶେଷ ସପ୍ତାହରୁ କଲମା ଚାଲ ଅଭିଯାନ
ମେ’ ଶେଷ ସପ୍ତାହରୁ କଲମା ଚାଲ ଅଭିଯାନ

ଭୁବନେଶ୍ୱର: ମେ’ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ କଲମା ଚାଲ ଅଭିଯାନ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏଭଳି ଆନ୍ଦୋଳନ ଡାକରା ଦିଆଯାଇଛି। ଏନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା। କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ ହେବା ଦ୍ୱାରା ମହାନଦୀର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଏହି ସଙ୍କଟରୁ ମହାନଦୀକୁ ରକ୍ଷା କରିବା ପାଇଁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାର ଆବଶ୍ୟକତା ରହିଛି। […]

  • Friday, 02 July 2021
କଂସା ଥାଳି ଧରି ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣାରେ ବସିଲେ ଆନ୍ଦୋଳନକାରୀ
କଂସା ଥାଳି ଧରି ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣାରେ ବସିଲେ ଆନ୍ଦୋଳନକାରୀ

ପାରଦୀପ: ପାରାଦୀପ ତୈଳ ବିଶୋଧନାଗାର ସାମ୍ନାରେ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ଅଭିନବ ଉପାୟରେ ଗଣଧାରଣା ଦିଆଯାଇଛି। ଆନ୍ଦୋଳନକାରୀମାନେ ନିଜ ପରିବାର ଲୋକଙ୍କୁ ଏଥିରେ ସାମିଲ କରାଇ ହାତରେ କଂସା ଥାଳି ଧରି ଧାରଣାରେ ବସିଛନ୍ତି। ସ୍ଥାୟୀ ନିୟୁକ୍ତି ଦାବିରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ଗତ ୧ ତାରିଖରୁ ଚାଲିଥିବା ଏହି ଆନ୍ଦୋଳନର ଅନ୍ତ କରିବାକୁ ଜିଲ୍ଲା ପ୍ରଶାସନ ଏବଂ କଂପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକାରୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। […]

  • Friday, 02 July 2021
ଧର୍ମେନ୍ଦ୍ର ମହାନଦୀ, ଆମେ ଛୋଟିଆ ଖରସ୍ରୋତା: ମହାରଥୀ
ଧର୍ମେନ୍ଦ୍ର ମହାନଦୀ, ଆମେ ଛୋଟିଆ ଖରସ୍ରୋତା: ମହାରଥୀ

ଭୁବନେଶ୍ୱର: କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ତାତ୍ସଲ୍ୟ କରିଛନ୍ତି ପ୍ରଦୀପ ମହାରଥୀ। ଧର୍ମେନ୍ଦ୍ର ବିରାଟ ନଦୀ ମହାନଦୀ, ଆମେ ଛୋଟିଆ ଖରସ୍ରୋତା ବୋଲି ମହାରଥୀ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି, ମହାନଦୀ ପଛେ ଛତିଶଗଡ଼ ପାଇଁ ଶୁଖିଯିବ, ଖରସ୍ରୋତାର ପାଣି ସବୁବେଳେ ଖର ଖର ହେଉଥିବ। ଗ୍ରାମୀଣ ଦକ୍ଷତା ବିକାଶରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇବା ଏବଂ ଏହି ପ୍ରସଙ୍ଗରେ ପ୍ରେସ୍‌ମିଟ୍‌ ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ରଙ୍କୁ ଏଇଭଳି ଢଙ୍ଗରେ କଟାକ୍ଷ କରିଛନ୍ତି […]

  • Friday, 02 July 2021
ଠୁମକା ଲଗାଇଲେ ଅନୀଲ କପୁର 
ଠୁମକା ଲଗାଇଲେ ଅନୀଲ କପୁର 

ମୁମ୍ବାଇ: ଆଜି ଅନୀଲ ତନୟା ସୋନମଙ୍କ ବାହାଘର। ସେହି ଖୁସିରେ ପୂରା ମସଗୁଲ ଅଛନ୍ତି ଅନୀଲ କପୁର। ସୋମବାର ରାତିରେ ଥିଲା ସୋନମଙ୍କ ମେହେନ୍ଦି ଉତ୍ସବ। ଏଥିରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଏହି ସବୁ ଉତ୍ସବର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ସେଥିରେ ସବୁଠୁ ଚର୍ଚ୍ଚିତ ରହିଛି ଅନୀଲଙ୍କ ଭାଙ୍ଗଡ଼ା ଡ୍ୟାନ୍ସ। ବଲିଉଡ୍ କୁଇନ୍ ଶିଳ୍ପା ସେଟ୍ଟୀ, ଫିଲ୍ମ ନିର୍ଦ୍ଦେଶକ କରନ୍ ଜୋହର ଓ ଅନ୍ୟମାନଙ୍କ ସହ ଅନୀଲ […]

  • Friday, 02 July 2021
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ଆଜି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରଦ୍ଧାଳୁ ଜଣଙ୍କ ହେଲେ ଅଜୟ କୁମାର ଦାସ (୭୫)। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ। ଶ୍ରୀମନ୍ଦିରର କଳ୍ପବଟ ନିକଟରେ ବସିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମହାପ୍ରଭୁଙ୍କ ଦର୍ଶନ ସାରି ସେ କଳ୍ପବଟ ନିକଟରେ ବିଶ୍ରାମ ନେଉଥିଲେ।

  • Friday, 02 July 2021
ପଣ୍ଡା ଇନ୍‌ଫ୍ରାକୁ ଝଟ୍‌କା: ଜଟଣୀ ଓଭର ବ୍ରିଜ୍ କାମକୁ ନେଇ ଭିଜିଲାନ୍ସ ଖୋଳତାଡ଼
ପଣ୍ଡା ଇନ୍‌ଫ୍ରାକୁ ଝଟ୍‌କା: ଜଟଣୀ ଓଭର ବ୍ରିଜ୍ କାମକୁ ନେଇ ଭିଜିଲାନ୍ସ ଖୋଳତାଡ଼

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜରେ ଦ୍ୱିତୀୟ ଥର ଦୁର୍ଘଟଣା ପରେ ପଣ୍ଡା ଇନ୍‌ଫ୍ରାକୁ ଏହି କାମରୁ ବାଦ ଦିଆଯାଇଛି। ଗତକାଲି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଇନଫ୍ରାକୁ ଆଉ ଏକ ଧକ୍କା ଲାଗିଛି। ଜଟଣୀରେ ନିର୍ମାଣାଧୀନ ଓଭର ବ୍ରିଜ୍‌ରେ ଇନଫ୍ରା ନିମ୍ନାମାନର କାମ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏହାର ଖୋଳତାଡ଼ ଆରମ୍ଭ କରିଛି। ଇନଫ୍ରା ନିମ୍ନମାନର କାମ କରୁଥିବା ନେଇ ଅଭିଯୋଗ କରିଥିଲା ଜଟଣୀ ବ୍ୟବସାୟୀ ମହାସଂଘ। ଏ ନେଇ ସଂଘ ପକ୍ଷରୁ ପ୍ରମାଣ […]

  • Friday, 02 July 2021
କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ, ଡିଜିପି
କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ, ଡିଜିପି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କମିଶନଙ୍କ ନିକଟରେ ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ଓ  ଡିଜିପି ଆର.ପି. ଶର୍ମା ହାଜର ହୋଇଥିଲେ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ ଜିଲ୍ଲାପାଳ, ଏସ୍‌ପି, କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ହାଜର ହୋଇଥିଲେ। ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନୋଟିସ୍‌ ହୋଥିଲେ ମଧ୍ୟ ସେ ଆଜି ଉପସ୍ଥିତ ନଥିଲେ। କୁନ୍ଦୁଲି […]

  • Friday, 02 July 2021
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜେଡି। ତେବେ ଏହା ପୂର୍ବରୁ ଆଜିଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆଜିଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ। ଯେଉଁଥିରେ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମଧ୍ୟ ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସ୍କୁଲ […]

  • Friday, 02 July 2021
ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ
ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ

ସୁନ୍ଦରଗଡ଼  : ଚେକ୍ ଦେଇଥିଲେ ହଜାରେ ଟଙ୍କା। ହେଲେ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ୨୫ ହଜାର ୫୦୦ଟଙ୍କା। ଏମିତି ଏକ ବଡ ଧରଣର ଠକେଇ ଘଟଣା ସାମାନାକୁ ଆସିଛି। ସୁନ୍ଦରଗଡ଼ RRIT କଲୋନୀରେ ବସବାସ କରୁଥିବା ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରାଜେଶ ପଟେଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ଜଣେ ବ୍ୟକ୍ତିଙ୍କ ଫୋନ ଆସିଥିଲା। ଯେଉଁଥିରେ ସେ ନିଜକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ରାଉରକେଲା ମୁଖ୍ୟ ଶାଖାର କର୍ମଚାରୀ ବୋଲି କହିଥିଲେ  […]

  • Friday, 02 July 2021
ଖରାରେ ଜଳୁଛି ସାରା ଓଡ଼ିଶା
ଖରାରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ପୁଣି ଫେରିଲା ତାତି। ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଗତକାଲି ତାପମାତ୍ରା ୪୪.୮ ଡିଗ୍ରୀରେ ପହଞ୍ଚିଥିଲା। ସେହିପରି ସୋନପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡ଼ାରେ ୪୩.୮,ସମ୍ବଲପୁରରେ ୪୩, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ୧୦ଟା ପରେ ଏସବୁ ସ୍ଥାନରେ ପଦାକୁ ବାହାରିବା ମୁସ୍କିଲ […]

  • Friday, 02 July 2021
ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’
ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’

ବାଲେଶ୍ୱର : ନିକଟରେ ରିଲିଜ ହୋଇଥିଲା ହିନ୍ଦୀ ଫିଲ୍ମ ‘ପ୍ୟାଡମ୍ୟାନ’।  ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରି ନାପକିନକୁ ନେଇ ଫିଲ୍ମଟି ତିଆରି ହୋଇଥିବାବେଳେ, କମ୍‌ ଦାମରେ କିଭଳି ମହିଳାମାନେ ଏହାକୁ ବ୍ୟବହାର କରିପାରିବେ ସେନେଇ ଅଣ୍ଟା ଭିଡିଥିଲେ ଅକ୍ଷୟ। ଆଉ ସେହିଭଳି ଜଣେ ରିୟଲ୍‌ ଲାଇଫ୍‌ର ପ୍ୟାଡମ୍ୟାନ ହେଉଛନ୍ତି ଓଡିଶାର ଜୟନ୍ତ କୁମାର ଦାସ। ବାଲେଶ୍ୱର ପାତ୍ରପଡାରେ ବାସ କରୁଥିବା ଜୟନ୍ତ ଏବେ ମହିଳାଙ୍କୁ କମ୍ ଦାମରେ ସାନିଟାରି ନାପକିନ୍ ଯୋଗାଇବା ପାଇଁ ଭିଡିଛନ୍ତି ଅଣ୍ଟା। ଗାଁରେ […]

  • Friday, 02 July 2021
ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା
ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା

ଯାଜପୁର : ମାଟ୍ରିକ ପରୀକ୍ଷାରେ ଖରାପ ରେଜଲ୍ଟକୁ ନେଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା  ବରୀରେ। ମୃତ ଛାତ୍ରଙ୍କ ନାଁ ପଦ୍ମଲୋଚନ ମଲିକ। ଅଭିଯୋଗ ଅନୁସାରେ ଆଜି ବାହାରିଥିବା ମାଟ୍ରିକ ରେଜଲ୍ଟରେ ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିଲେ। ଏଥିରେ ମାନସିକ ଭାରସମ୍ୟ ହରାଇ ଘରେ ଥିବା କିଟ ନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଲିପୁର ଏବଂ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ […]

  • Friday, 02 July 2021
ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ
ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ

ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ବାଦ୍ ଦିଆଯିବ। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ପୁନଃ ଭୁଶୁଡ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଣ୍ଡା ଇନଫ୍ରାକୁ କାମରୁ ବାହାର କରିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଭରବ୍ରିଜ କାମର ଆଉ ମାତ୍ର ୪ରୁ ୫ କୋଟି ଟଙ୍କାର କାମ ବାକି ରହିଛି। ବାକି କାମକୁ ୨ […]

  • Friday, 02 July 2021
କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର
କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର

କୋରାପୁଟ : କୋରାପୁଟ ମାଲକାନଗିରି ସୀମାନ୍ତ ବଡଡୁରାଲ ରାସ୍ତାରେ ଲାଗିଛି ମାଓ ପୋଷ୍ଟର। ବିଏସଏଫ୍ ଯବାନମାନଙ୍କୁ ସୂଚନା ଦେଉଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଯିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓ ସଙ୍ଗଠନ। ସିପିଆଇ ମାଓବାଦୀ ମାଲକାନଗିରି ଡିଭିଜନ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ଏହି ଅଞ୍ଚଳରେ ବିଭିନ୍ନ କାମ କରୁଥିବା ଠିକାଦାରମାନେ ମଧ୍ୟ ସେମାନଙ୍କ କାମରୁ ନିବୃତ ରହିବାକୁ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହାର ଖିଲାପ ହେଲେ ଠିକାଦାରମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ପୋଷ୍ଟରରେ ଧମକ […]

  • Friday, 02 July 2021