ଭୁବନେଶ୍ୱର : ନିଜ ଉଦ୍ୟମରେ ୩ କିଲୋମିଟର କେନାଲ ଖୋଳି ଚର୍ଚ୍ଚାକୁ ଆସିଥିବା କେନ୍ଦୁଝରର ଦୈତାରୀ ନାୟକଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କେନ୍ଦୁଝର ଜିଲ୍ଲା ବାଂଶପାଲ ଅଞ୍ଚଳର ଦୈତାରି ନାୟକଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ପିସିସି ସଭାପତି। ଏନେଇ ନିଜ ଟ୍ୱିଟ୍ର ପେଜ୍ରେ ଉଲ୍ଲେଖ କରିଛନ୍ତି ନିରଞ୍ଜନ। ଟାଙ୍ଗରା ଭୁଇଁକୁ ଜଳସେଚନ ପାଇଁ ନିଜସସ୍ୱ ଉଦ୍ୟମରେ ଦୀର୍ଘ ୩ କିଲୋମିଟର ଲମ୍ବ କେନାଲ ଖୋଳିଥିଲେ ଦୈତାରୀ। ଦୈତାରୀ ଏବଂ ତାଙ୍କ ପତ୍ନୀଙ୍କ […]
ରାୟଗଡା : ପାରିବାରିକ କଳହରୁ କରୁଣ ପରିଣତି। ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ, ସ୍ତ୍ରୀ । ଗୁଣପୁର କୋରବାଙ୍କ କଲୋନୀରେ ଆଜି ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସ୍ତ୍ରୀଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ସ୍ୱାମୀଙ୍କ ଅବସ୍ଥା ବି ଗୁରୁତର ଥିବାରୁ ଗୁଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋରବାଙ୍କ କଲୋନୀରେ ରହୁଥିବା ନାଗେଶ ଶବର ଏବଂ ତାଙ୍କ ସ୍ତ୍ରୀ […]
ବରଗଡ଼ : ପୁଅକୁ ହାଣି ହତ୍ୟା ପରେ ବାପାର ଆତ୍ମହତ୍ୟା। ବରଗଡ଼ ଅତାବିରା ଥାନା ପାହାଡ଼ ସିରିଗିଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବାପ ପୁଅ ହେଲେ ପିକେ ବରିହା ଓ ସୁବାରାଓ ବରିହା। ଜମିବାଡ଼ି ବିବାଦକୁ ନେଇ ପୁଅ ସୁବାରାଓକୁ ବାପା ପିକେ ବରିହା ହାଣି ହତ୍ୟା କରିଛି। ଅତାବିରା ଆଇଆଇସି ଗୌରାଙ୍ଗ ସାହୁ, ବରଗଡ ଏସଡିପିଓ ସୁରେଶ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହାର ଟାଙ୍ଗିଆକୁ […]
ରାଉରକେଲା : ପିଲା ଚୋରି ସନ୍ଦେହରେ ରାଉରକେଲାରେ ମହିଳାଙ୍କୁ ନିସ୍ତୁକ ମାଡ଼ ଘଟଣାରେ ୩ ଗିରଫ। ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଏହି ଘଟଣାରେ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେପଟେ ଆକ୍ରମଣର ଶିକାର ହୋଇଥିବା ଯୁବତୀ ଆଜି ଆକ୍ରମଣକାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ମାଡ଼ ମାରୁଥିବା ଲୋକେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ପୀଡ଼ିତା ଯୁବତୀ ଜଣକ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି। ଗତ ୧୭ ତାରିଖ […]
ଭୁବନେଶ୍ୱର :ସାମ୍ନାକୁ ଆସିଲା ମଝି ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ପଛର ସାଂଘାତିକ ସତ। ମରଣ ମୁହଁରୁ ବର୍ତ୍ତିଯାଇଥିବା ଯାତ୍ରୀଙ୍କ ବୟାନ ରାଜ୍ୟ ସରକାରଙ୍କ ମିଛକୁ ପଦାରେ ପକାଇଛି। କାରଣ ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ନ ଥିଲା କୌଣସି ସୁରକ୍ଷା ବ୍ୟବସ୍ଥା। ଫଳରେ ଚିଲିକା ପାଣିରେ ଲିଭିଗଲା ଛଅ ଛଅଟି ଜୀବନଦୀପ । ଏପଟେ ଦୁର୍ଘଟଣାର କାରଣକୁ ନେଇ ସଚିବ ଏବଂ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନି। ଆଉ ଏବେ ଚୋର ଗଲା ପରେ ବୁଦ୍ଧି ପଶିଲା […]
ବାଲେଶ୍ୱର : ଚଳିତ ବର୍ଷଠାରୁ ରାଜ୍ୟର ଅନ୍ୟ ସରକାରୀ ମେଡିକାଲ କଲେଜ ସହ ବାଲେଶ୍ୱର ଏବଂ ବଲାଙ୍ଗିର ମେଡିକାଲ କଲେଜରେ MBBS ପାଠ୍ୟକ୍ରମ ଲାଗି ହେବ ନାମଲେଖା । ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆରମ୍ଭ ହୋଇଛି ଚଏସ ଲକିଂ ପ୍ରକ୍ରିୟା। ଆଜିଠାରୁ ସର୍ବଭାରତୀୟ ରାଂକକାର୍ଡଧାରୀଙ୍କ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଏହି ଦୁଇ କଲେଜରେ ଥିବା ମୋଟ ସିଟର ୧୫ ପ୍ରତିଶତ ସିଟ୍ରେ ନାମଲେଖା ହେବ। ଅନ୍ୟ ୮୫ ପ୍ରତିଶତ ସିଟ୍ରେ ରାଜ୍ୟ ସଂରକ୍ଷଣ […]
ଭୁବନେଶ୍ୱର : ରାଜ୍ୟର ୧୪୫ ଜଣଙ୍କୁ ନୂଆ କରି ଓଏଏସ ଭାବରେ ନିଯୁକ୍ତି ଦିଆଯାଇଛି। ଆଜିଠାରୁ ସେମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଜୟଦେବ ଭବନଠାରେ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଶୁଭେଛା ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ପଟେ ଆଇନ ଅନୁଯାୟୀ ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ ନେଇ ଆଶାବାଦୀ ନବ ନିଯୁକ୍ତ ଓଏଏସ। ଉଦଘାଟନୀ ଉତ୍ସବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି , ମୁଖ୍ୟ […]
ମୁମ୍ବାଇ: ‘ଗଦର ଏକ ପ୍ରେମକଥା’ ରେ ସନି ଦେଓ୍ୱଲଙ୍କ ପୁଅ ଜିତେ ଭୁମିକାରେ ନଜର ଅାସିଥିବା ଉତ୍କର୍ଷ ଶର୍ମା ସିଲଭର ସ୍କ୍ରିନରେ ଏକ ନୂଅା ରୂପରେ ନଜର ଅାସୁଛନ୍ତି। ୨୦୦୧ ରେ ଅାସିଥିବା ‘ଗଦର ଏକ ପ୍ରେମକଥା’ ସୁପର ହିଟ ହୋଇଥିଲା। ଏହା ସହିତ ବକ୍ସ ଅଫିସରେ ବି ବହୁ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ଥିଲେ। ବର୍ତ୍ତମାନ ସେ ଜିନିୟସ ଚଳଚ୍ଚିତ୍ରରେ ନିଜ ପୁଅ ଉତ୍କର୍ଷ ଶର୍ମାଙ୍କୁ ବ୍ରେକ ଦେବାକୁ ଯାଉଛନ୍ତି। […]
ଯାଜପୁର : ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଜଘନ୍ୟକାଣ୍ଡ। ନିଜେ ଖୋଦ ବୟାନ କରୁଛି ଘଟାଇଥିବା ହତ୍ୟାକାଣ୍ଡର ଗୋଟି ଗୋଟି ମୁହୂର୍ତ୍ତ। ଏକ ତରଫା ପ୍ରେମ କରୁଥିବା ନାବାଳିକା ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିବା ପରେ ପୋଖରୀ ଭିତରେ ନେଇ ଫିଙ୍ଗି ଦେଇଥିଲା ସମ୍ପୃକ୍ତ ନାବାଳକ। ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ପରେ, ନାବାଳକକୁ ଗିରଫ କରି ପଚରାଉଚରା ପରେ ଏହି ସମସ୍ତ ତଥ୍ୟର ପର୍ଦ୍ଦାଫାଶ ହୋଇଛି। ଘଟଣା ଘଟିଛି ଯାଜପୁର କୋରେଇ ଥାନା […]
ଗଞ୍ଜାମ : ଆସ୍କାରେ ପାରିବାରିକ କଳହର କରୁଣ ପରିଣତି। ବାପ ପୁଅଙ୍କ ମୃତଦେହ ଉଦ୍ଧାର । ଆସିକା ଧରାକୋଟ ଥାନା କୁଶପଡ଼ା ଗାଁରେ ଏହି ଘଟଣା ଘଟିଛି। କୁଶପଡାର ରାଜେନ୍ଦ୍ର ପଣ୍ଡା ପୁଅ କଳ୍ପବଟଙ୍କୁ ପାଠ ପଢାକୁ ନେଇ ଗାଳିଗୁଲଜ କରିଥିଲେ। ଏହାପରେ କଳ୍ପବଟ ସ୍ଥାନୀୟ କଣିତୋଟାସ୍ଥିତ ଏକ ପଣସ ଗଛରେ ଆତ୍ମହତ୍ୟା କରିଥିଲା। ପୁଅର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ବାପା ରାଜେନ୍ଦ୍ର ମଧ୍ୟ ଆତ୍ମହତ୍ୟା କରିଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ […]
ଭଦ୍ରକ : ଭଦ୍ରକ ଧାମନଗରରେ ୧୦୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର। ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରେ ଥିବା ଉଇ ହୁଙ୍କାରୁ ଏହି ନାଗ ସାପ ଛୁଆଗୁଡିକୁ ଉଦ୍ଧାର କରାଯାଇଛି। ସ୍ନେକ୍ ହେଲପ୍ ଲାଇନ ପକ୍ଷରୁ ଏହି ସାପ ଛୁଆଗୁଡିକୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି। ସେପଟେ କଟକ ବାଙ୍କି ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ମଧ୍ୟ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି। […]
ଭୁବନେଶ୍ୱର/ମୁମ୍ବାଇ: ରେସ୍-୩ ଟ୍ରେଲରର ଏକ ଡୁପ୍ଲିକେଟ୍ ଭର୍ସନ୍ ବ୍ୟଙ୍ଗ ଭିଡିଓକୁ ନେଇ ଚର୍ଚ୍ଚାରେ ଓଡ଼ିଆ ଯୁବକ। ବଲିଉଡ଼ ଭାଇଜାନ ସଲମାନ୍ ଖାନ୍ ମଧ୍ୟ ଏହି ଓଡ଼ିଆ ଯୁବକଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଯେତେବେଳେ ରେସ୍-୩ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସଲମାନ୍ ଖାନ୍ ଏହି ଭିଡ଼ିଓକୁ ଦେଖିଲେ, ସେତେବେଳେ ସେ ତାଙ୍କ ହସକୁ ଆଉ ଅଟକାଇ ପାରି ନ ଥିଲେ। ‘ଦଶ୍ କା ଦମ୍ ୩’ ସେଟ୍ରେ ସଲମାନ୍ ଏହି ଭିଡ଼ିଓଟିକୁ ଦର୍ଶକଙ୍କୁ ଦେଖାଇଛନ୍ତି। […]
କଟକ: ମଶାରି ଭିତରେ ସାପ। କଟକ ବାଙ୍କି ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି। ଉଜ୍ୱଳା ମଶାରି ଟାଣି ଶୋଇଥିବା ବେଳେ ପାଖାପାଖି ଭୋର ୩ଟାରେ ସାପଟି ମଶାରି ଭିତରେ ପଶିଯାଇଥିଲା। ଏହାପରେ ସେ ନିଜ ପରିବାର ଓ ସାହି ପଡିଶାଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ଟିମ୍ ପହଞ୍ଚିବା ପରେ ବିଷାକ୍ତ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲା। […]
ଭଦ୍ରକ/ ବାଲେଶ୍ୱର: ଅାସିଲାଣି ବର୍ଷା ଋତୁ I କିନ୍ତୁ ମୁକୁଳା ପଡିଛି ନଦୀବନ୍ଧ I ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଈକୂଳରେ ବସବାସ କରୁଥିବା ଗ୍ରାମବାସୀ ଅାତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି I କେଉଁଠି କୂଳ ଖାଇବାକୁ ବସିଛି ନଦୀ, ତ ଅାଉ କେଉଁଠି ଦୁର୍ବଳ ନଦୀବନ୍ଧ I ଧିରେ ଧିରେ ଦୁର୍ବଳ ହେଉଛି ବୈତରଣୀର ବାମପାର୍ଶ୍ୱ ନଦୀବନ୍ଧ I ଭଦ୍ରକ ଜିଲ୍ଲା ଅାଖୁଅାପଦା ନିକଟରେ ଅାନିକଟ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି I ବ୍ରିଟିଶ ଅମଳର ଏହି […]
ସୁରଟ: ଗୁଜରାଟ ସୁରଟରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଖଟୋଦରା ଥାନା ଅଞ୍ଚଳରେ ରହୁଥିବା ଏକ ଓଡିଆ ପରିବାରର ନାବାଳିକାକୁ ପାଖ ପଡୋଶୀ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତର ଘର ମଧ୍ୟ ଓଡିଶା ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅଞ୍ଚଳର ଅଶୋକ ବେହେରା। ପୋଲିସ ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଅଭିଯୁକ୍ତ ଓ ନାବାଳିକାଙ୍କ […]
ଭୁବନେଶ୍ୱର: ଚଳନ୍ତା କାର୍ରେ ଲାଗିଲା ନିଆଁ। ରୋଗୀଙ୍କୁ ନେଇ ଆସୁଥିବା ଏକ କାର୍ରେ ହଠାତ୍ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଭୁବନେଶ୍ୱର ସମ୍ ହସ୍ପିଟାଲ ଛକରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଏକ କାର୍ରେ ଜଣେ ରୋଗୀଙ୍କ ସମେତ ୨ଜଣ ସମ୍ପର୍କୀୟ ଚିକିତ୍ସା ପାଇଁ ହସ୍ପିଟାଲ ଆସୁଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ଗାଡିରୁ ସୌଭାଗ୍ୟ ବଶତଃ ସମସ୍ତେ ବାହାରି ଯାଇଥିଲେ। ପରେ ଗାଡିଟି ସମ୍ପୂର୍ଣ୍ଣ […]
ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ୩ ପ୍ରଜାତିର ନୂଆ ଜୀବ। ସେମାନେ ହେଲେ ୨ ଆସାମୀୟ ମାକାଉ, ୨ ବଣୁଆ କୁକୁର ଓ ଗୋଟିଏ ମାଈ ହିମାଳୟନ ବ୍ଲାକ୍ ବିୟର। ମିଜୋରାମ ଆଇଜଲ୍ ଚିଡ଼ିଆଖାନାରୁ ଏହି ନୂଆ ଜୀବଙ୍କୁ ଅଣାଯାଇଛି। ଏହି ନୂଆ ଜୀବ ଆସିବା ପରେ ବର୍ତ୍ତମାନ ନନ୍ଦନକାନନରେ ପଶୁପକ୍ଷୀଙ୍କ ପ୍ରଜାତି ସଂଖ୍ୟା ୧୫୭କୁ ବୃଦ୍ଧି ହୋଇଛି।
ଖୋର୍ଦ୍ଧା: ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ। ଆଉ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୫୦ ଜଣ ଯାତ୍ରୀ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ପାରାଦୀପରୁ ବାଲିପଡ଼ା ଯାଉ ଥିଲାବେଳେ ୧୧ କେଭିର ବିଦ୍ୟୁତ୍ ଖୁଣ୍ଟ ବସ୍ ଉପରେ ପଡ଼ି ଯାଇଥିଲା। ତେବେ ଖୁଣ୍ଟ ଭାଙ୍ଗି ପଡ଼ିଥିଲେ ବି ତାର ନ ଲାଗିବାରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତିଯାଇଥିଲେ । ଆଜି […]
ନବରଙ୍ଗପୁର: ବଜ୍ରପାତରେ ଗୋଟିଏ ଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଉକିଆପାଲି ଗାଁର ୨ଜଣ ଏବଂ ଉମରକୋଟ ଅଞ୍ଚଳର ଜଣଙ୍କର ମୃତ୍ୟୁ ହୋଇଛି। ଉକିଆପାଲିର ପଦ୍ମନ ପୂଜାରୀ ଏବଂ ରାମ ଭତ୍ରା ଏକ ଛପର ଘରେ ଶୋଇ ଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ନିଆଁ ଲାଗି ଘରଟି ଜଳିଯିବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଉମରକୋଟ ବ୍ଲକର କାରାଗାଁ ଅଞ୍ଚଳର ରବି ଭତ୍ରା ଗଛତଳେ ଶୋଇ ଥିବାବେଳେ ବଜ୍ରପାତ […]
ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ (Mainline Engine Multiple Unit) ଟ୍ରେନ୍ ଚଳାଚଳ। ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଛି। ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ। ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା ୩୦ରେ କଟକରେ ଏହି ଟ୍ରେନ୍ ପହଞ୍ଚିବ। ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ମେମୁ ଟ୍ରେନ୍। ଶନିବାର […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏ ବର୍ଷ ମୋଟ ୨୬ ହଜାର ୬ ଶହ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ ୧୦୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ଶେଷ ହୋଇଥିଲା। ଛାତ୍ରଛାତ୍ରୀ ସକାଳ ସାଢ଼େ ୮ଟାରେ ପରୀକ୍ଷା ହଲ୍କୁ ପ୍ରବେଶ କରିଥିଲେ। ଗଣିତ ବିଷୟରେ ଅଧିକ ୧୫ […]
ଭୁବନେଶ୍ୱର: ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱରରୁ ରାୟପୁରକୁ ସିଡ଼୍ୟୁଲ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି। ୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍ କ୍ରୁ ରହିବେ। ଆସନ୍ତା ଦିନରେ ଏହି ବିମାନ ଉଡାଣ ଯୋଜନାରେ ସାମିଲ […]
ଭୁବନେଶ୍ୱର : ପ୍ରତୀକ୍ଷାର ହେଲା ଅନ୍ତ । ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘ। ୩ ବର୍ଷର ଏହି ମହାବଳକୁ ଆଜି ଅତି ସତର୍କତାର ସହ ଜଙ୍ଗଲରେ ଛଡ଼ାଯାଇଛି। ଗତକାଲି ଏହି ମହାବଳକୁ କାବୁ କରିଥିଲେ ବନବିଭାଗ କର୍ମଚାରୀ। ହାତୀ ପିଠିରେ ବସି ବାଘକୁ ଟ୍ରାଙ୍କୁଲାଇଜ୍ କରିଥିଲେ ବିଶେଷଜ୍ଞ। ନିଶ୍ଚେତକ ଦିଆଯିବା ପରେ ଅତି ସାବଧାନତାର ସହ ବାଘକୁ ସ୍ୱତନ୍ତ୍ର ଷ୍ଟ୍ରେଚରରେ ଆଣି ଯନ୍ତାରେ ରଖାଯାଇଥିଲା। ତାପରେ ଯନ୍ତାକୁ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶା ଅଣାଯାଇଛି। ୱାଇଲ୍ଡ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସମାନ୍ତରାଳ ଶାସନର ଆହ୍ୱାନ। ସରକାର କି ପ୍ରଶାସନ ନୁହେଁ, ନିଜ ହାତରେ ରହିବ ଶାସନର ଡୋରୀ। ପଥରପୋତି ଲେଖିଦିଆଯାଉଛି ନିଜର ସମ୍ବିଧାନ। ଗାଁକୁ ଗାଁ, ବ୍ଲକକୁ ବ୍ଲକ ବ୍ୟାପିଚାଲିଛି ପଥରଗାଡ଼ି ଆନ୍ଦୋଳନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଏହି ଆନ୍ଦୋଳନ ବ୍ୟାପିଥିବାବେଳେ ଉଗ୍ର ରୂପ ଧାରଣ କରିଛି ପଥରଗାଡ଼ି। ମଙ୍ଗଳବାର କୁତ୍ରା ଥାନା ତେଲିଘନା ଗାଁରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପଥରଗାଡ଼ି ବିରୋଧୀ ଡମ୍ବରୁଧର ସେଠଙ୍କ ମୃତ୍ୟୁ ହୋଇଥିବାବେଳେ ତୀବ୍ର […]
ବାଲେଶ୍ୱର : ଓଟିରେ ଡାକ୍ତର ଅଚେତ। ବାଲେଶ୍ୱରରେ ଅପରେସନ୍ କରୁଥିବା ବେଳେ ଅଚେତ ହୋଇପଡିଲେ ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଗିରିଜା ଦାସ ଅଚେତ ହୋଇ ପଡିଛନ୍ତି। ଅଚେତ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରକ୍ତଚାପ ବଢ଼ି ଯାଇଥିବାରୁ ସେ ଅଚେତ ହୋଇ ପଡିଥିବା ସୂଚନା ମିଳିଛି। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।