ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାସ୍ତାକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା। ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହି ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ଚାବି ଯଦି ହଜିଛି, ଏଯାଏ କାହିଁକି ଥାନାରେ ଏତଲା ବି ଦେଇନାହାନ୍ତି ସରକାର। ପୁରା ଘଟଣାକୁ ହାଲୁକା ଭାବେ ନିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ଜଗନ୍ନାଥ ସେନା। ଏହା […]
ନୂଆଦିଲ୍ଲୀ: ରାତାରାତି ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଥିବା ଡ୍ୟାନ୍ସିଂ ଅଙ୍କଲ ବର୍ତ୍ତମାନ ବ୍ରାଣ୍ଡ୍ ଆମ୍ବାସଡର। ନିଜର ଡ୍ୟାନ୍ସ ମୁଭ୍ ପାଇଁ ସାରା ଦେଶରେ ସେନ୍ସେସନ୍ ପାଲଟିଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରିଛି ମଧ୍ୟପ୍ରଦେଶର ବିଦିଶା ନଗର ନିଗମ। ଏନେଇ ନଗର ନିଗମ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ସଞ୍ଜୀବଙ୍କ ଡ୍ୟାନ୍ସକୁ ନେଇ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏପରିକି ଖୋଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତାଙ୍କୁ ପ୍ରଂଶସା […]
ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା କାମକୁ ତୁରନ୍ତ ବନ୍ଦ କରିବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଓଡ଼ିଶାର ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାରୁ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି।
ଭୁବନେଶ୍ୱର : କାର ଭିତରୁ ଉଦ୍ଧାର ହେଲା ଯନ୍ତ୍ରୀଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ଅଞ୍ଚଳରୁ ଏକ କାର ଭିତରୁ ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଗତକାଲି ରାତିରେ ପଟିଆରେ ଥିବା ନିଜ ଘରୁ ନୟାପଲ୍ଲୀ ଆସିଥିଲେ ସମ୍ପୃକ୍ତ ଯନ୍ତ୍ରୀ ମନୋଜ ମିଶ୍ର। ଯାଁଳାରୁ ମୃତଦେହ […]
ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି କିଛି ଆଶ୍ୱାସନା ଦେଲେନି। ନିଜ ସରକାର ଥିବାରୁ ଛତିଶଗଡ଼କୁ ମୋଦି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି। ମହାନଦୀ ଅବସ୍ଥା ପାଇଁ ରାଜ୍ୟ ସରକାର ମଧ୍ୟ ଯଥେଷ୍ଟ ଦାୟୀ। ୨୯ […]
ଅନୁଗୁଳ : ଅନୁଗୁଳ ସମଲ ବ୍ୟାରେଜ୍ ତଳମୁଣ୍ଡରେ ଅଘଟଣ। ଏକ ଠିକା ସଂସ୍ଥା ପକ୍ଷରୁ ସର୍ଭେ କାମ ଚାଲିଥିବା ବେଳେ ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ହୋଇଯାଇଛନ୍ତି। ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ବ୍ୟାରେଜରୁ ହଠାତ୍ ପ୍ରବଳ ବେଗରେ ପାଣି ଆସିଯିବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ମୋଟ ୫ଜଣ ସର୍ଭେ କାମ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ସଂସ୍ଥାର ଜଣେ ଅପରେଟର୍ ଓ […]
ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଘଟିଛି ଅଭାବନୀୟ ଘଟଣା। ଭାଲୁ ଆକ୍ରମଣରେ ବାଲିବନ୍ଧ ବିଟ୍ ର ରଜାବସା, ସିରିଆବାହାଳ ଓ ହୁଣ୍ଡୁଳା ଗାଁର ୫ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ଝୁମ୍ପୁରା ଡାକ୍ତରଖାନା ଏବଂ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସକାଳେ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ଭାଲୁ ଏମାନଙ୍କୁ ଆକ୍ରମଣ କରିଥିଲା।
ଯାଜପୁର : ରୋଜଗାରିଆ ପୁଅର ମୃତ୍ୟୁରେ ଭାଙ୍ଗି ପଡିଲା ମାଆ। ଆଉ ଦିନକ ମଧ୍ୟରେ କଲେ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ। ଗତକାଲି ପୋଖରୀକୁ ଡେଇଁଥିଲା ଆଉ ଆଜି ୨ଝିଅଙ୍କ ସହ ମିଶି ବିଷ ପିଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଗୁରୁତର ଅସୁସ୍ଥ। ସମସ୍ତ ୩ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁରର ପଦାସାହିରେ। ସୂଚନା ଅନୁସାରେ ପଦାସାହିର କେତକୀ ଜେନାଙ୍କ ପୁଅ ମଣ୍ଟୁ କେରଳରେ ଏକ […]
ଜୟପୁର : ଭିଜିଲାନ୍ସ ଜାଲରେ ନିର୍ବାହୀଯନ୍ତ୍ରୀ। କୋରାପୁଟ ଜିଲ୍ଲା ଜୟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିବ ଭୋଳଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍। କଟକ ଭିଜିଲାନ୍ସ ଡିଏସପି ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଏହି ଚଢାଉ କରୁଛନ୍ତି।
ଭୁବନେଶ୍ୱର : ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ପିଲା ଚୋରି ସନ୍ଦେହରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। କଳାହାଣ୍ଡି ଧର୍ମଗଡ ଥାନା ଅନ୍ତର୍ଗତ କନ୍ତେର ଗାଁ ଅଞ୍ଚଳରେ ଜଣେ ବୃଦ୍ଧ ବୁଲୁଥିଲେ। ଏହି ସମୟରେ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ଘେରି ଯାଇଥିଲେ। ସେ ଧରିଥିବା ଏକ ସିମେଣ୍ଟ ବସ୍ତାକୁ ତଳେ ଅଜାଡି ଦେବା ସହ ଠେଲାପେଲା କରିଥିଲେ। ଖବରପାଇ ଧର୍ମଗଡ ପୋଲିସ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର […]
କଟକ : କଟକ ଓଏମ୍ପି ଷଷ୍ଠ ବାଟାଲିୟନ ପରିସରରେ ଥିବା ପୋଖରୀରୁ ଜଣେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କନଷ୍ଟେବଲଙ୍କ ନାଁ ଏମ୍ କ୍ରିଷ୍ଣାରାଓ। ଘର ପାରଳାଖେମୁଣ୍ଡି ଅଂଚଳରେ। ସେ ଷଷ୍ଠ ବାଟାଲିୟନର ବ୍ୟାଣ୍ଡ କନଷ୍ଟେବଲ ଭାବରେ କାର୍ଯ୍ୟରତ ଥିଲେ। ଗତକାଲି ଅପରାହ୍ନରୁ ସେ ନିଖୋଜ ଥିଲେ। ପରିବାର ଲୋକେ ବହୁ ସମୟ ଧରି ଖୋଜାଖୋଜି କରି ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ କିଛି ବ୍ୟକ୍ତି ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ପୋଖରୀରେ […]
ଭୁବନେଶ୍ୱର : ଆଜିଠୁ ଦେଶବ୍ୟାପୀ ୨ ଦିନିଆ ବ୍ୟାଙ୍କ ଧର୍ମଘଟ। ମାତ୍ର ୨ ପ୍ରତିଶତ ପ୍ରସ୍ତାବିତ ଦରମା ବୃଦ୍ଧି ନିଷ୍ପତ୍ତିକୁ ବିରୋଧ ସାଙ୍ଗକୁ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀ। ଦାବି ପୂରଣ ନେଇ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ-ଆଇବିଏ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବା ପରେ ପୂର୍ବ ଘୋଷଣା ମୁତାବକ ଆଜି ଓ ଆସନ୍ତାକାଲି ଆନ୍ଦୋଳନ କରିବେ କର୍ମଚାରୀ। ଏହି ଧର୍ମଘଟ ଯୋଗୁଁ ଉଭୟ ସରକାରୀ […]
ଭୁବନେଶ୍ୱର : ମନ୍ତ୍ରୀ-ଅମଲା ମୁହାଁମୁହିଁ। ଭୁବନେଶ୍ୱରରେ ନ୍ୟାଶନାଲ୍ ଡାଟା ସେଣ୍ଟରର ଉଦ୍ଘାଟନୀ ଅବସରରେ ଆଇଟି ସଚିବ ଅଶୋକ ମୀନାଙ୍କ ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ଆଇଏସ୍ ଏବଂ ଓଏଏସ୍ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟେ ସେଥିପାଇଁ ଉପଯୁକ୍ତ ସ୍ତରରେ ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ଦାବି କରାଯାଇଛି। କେନ୍ଦ୍ର ଯୋଜନାରୁ […]
ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷଠାରୁ ରାଜ୍ୟର ବିଭିନ୍ନ ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ୟୁପି ସ୍କୁଲ ଶିକ୍ଷୟିତ୍ରୀ ଏଭଳି ଶାଢ଼ୀ ପିନ୍ଧିବେ। ୨ୟ ପର୍ଯ୍ୟାୟରେ କଲେଜ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ମଧ୍ୟ ବୟନିକା କପଡ଼ାରେ ହେବ। ପରେ ଶିକ୍ଷକଙ୍କ ପାଇଁ ୟୁନିଫର୍ମ ନେଇ ଚିନ୍ତା କରାଯିବ। ଆଜି ସଚିବାଳୟରେ ଆୟୋଜିତ ବୈଠକ ପରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏନେଇ ସୂଚନା ଦେଇଛନ୍ତି। ପିଲାଙ୍କ ୟୁନିଫର୍ମ ରଙ୍ଗ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଉଦଘାଟନ ହେଲା ନାସନାଲ୍ ଡାଟା ସେଣ୍ଟର କେନ୍ଦ୍ର। ଇଲେକଟ୍ରୋନିକ୍ସ ଓ ସୂଚନା ବୈଷୟିକୀ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥଲେ। ନାସନାଲ୍ ଡାଟା ସେଣ୍ଟର ଦ୍ୱାରା ନାଗରିକଙ୍କୁ ଇ-ହସ୍ପିଟାଲ ସୁବିଧା ମିଳିପାରିବ। ଡିଜିଟାଲ ପ୍ଲାଟଫର୍ମ ଜରିଅାରେ ରୋଗୀ, ହସ୍ପିଟାଲ ଓ ଡାକ୍ତରଙ୍କୁ ସଂଯୋଗ ଓ ପେନ୍ସନଧାରୀଙ୍କ ପାଇଁ ବ୍ୟାଙ୍କ ସହିତ ଡିଜିଟାଲ ସଂଯୋଗ ହୋଇପାରିବ।
କଟକ : ବିବାହ ପାଇଁ ମନା କରିବାରୁ ନାବାଳିକାକୁ ନିସ୍ତୁକ ମାଡ଼। ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା। ଏହା ପରେ ନାବାଳିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଫୋଗଳ ପଂଚାୟତର କୁଦ ଗାଁରୁ। ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। […]
ରାଉରକେଲା : ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର। ଅଳ୍ପକେ ବର୍ତ୍ତିଲେ ରୋଗୀ ଓ କର୍ମଚାରୀ। ଏହି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ। ନବ ନିର୍ମିତ ପାଥୋଲାବ୍ର ଛାତରୁ ପ୍ଲାଷ୍ଟର ଖସି ପଡ଼ିଛି। ଏଠାରେ ରିପୋର୍ଟ ନେବାକୁ ରୋଗୀ ଆସିଥିଲେ। କର୍ମଚାରୀ ମଧ୍ୟ ବସିଥିଲେ। ସଂଯୋଗବଶତଃ ପ୍ଲାଷ୍ଟର ଖସିବାର ଠିକ୍ ପୂର୍ବରୁ ଉଠି ପଳାଇଥିବାରୁ ସେମାନେ ଅଳ୍ପକେ ବର୍ତ୍ତିଛନ୍ତି। କମ୍ପ୍ୟୁଟର ଓ ଅନ୍ୟ ଯନ୍ତ୍ରପାତି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏ ସଂପର୍କରେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
କଟକ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଏପଟେ ମହାନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ କରାଯାଇଛି ନୀରବ ଜଳ ସତ୍ୟାଗ୍ରହ। କଟକ ଯୋବ୍ରା ଘାଟ ନିକଟରେ ଅଭିଯାନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ସଂଗଠନ ସଦସ୍ୟମାନେ ଦୁଇ ଘଣ୍ଟା ପାଣି ଭିତରେ ଛିଡ଼ା ହୋଇ ନୀରବ ଆନ୍ଦୋଳନ କରିଥିଲେ। ଏହି ଅବସରରେ ସେମାନେ ମହାନଦୀର ସୁରକ୍ଷା ଓ ଓଡ଼ିଶାର ସ୍ୱାର୍ଥ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଛତିଶଗଡ଼ ସରକାର ମହାନଦୀର ପାଣିକୁ ପ୍ରତିରୋଧ ନକରିବା ଲାଗି […]
କଟକ : କଟକ କିଲ୍ଲାପଡିଅାରେ ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି, ମହାନଦୀ ତାର ବଡ ଉଦାହରଣ ବୋଲି ସେ କହିଛନ୍ତି। ଅଧାରୁ ଅଧିକ ପାଣି ସମୁଦ୍ରକୁ ବୋହି ଯାଉଥିବା ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଥିଲେ। କେନ୍ଦ୍ର ବିବାଦର ସମାଧାନ ଚାହୁଁଛି। ତେବେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମହାନଦୀକୁ ଛାଡି ଅନ୍ୟ ୫ଟି […]
କଟକ : କଟକ ଜିଲ୍ଲା ବାଙ୍କୀରେ ଲଜ୍ଜା। ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଛି ସମ୍ପର୍କୀୟ କକା। ବାଙ୍କୀ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନାବାଳିକାଟି ଘରେ ଏକୁଟିଆ ଥିବା ସୁଯୋଗ ପାଇ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଛି। ନାବାଳିକା ଜଣକ ଏ ସମ୍ପର୍କରେ କହିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ବାଙ୍କୀ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତିକୁ ବିରୋଧ କରି ଆଜି କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’। ଏହି ଅବସରରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍। ଗତ ଚାରି ବର୍ଷ ମଧ୍ୟରେ ମୋଦି ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବୋଲି କହିଛନ୍ତି ସିବଲ୍। ଅଚ୍ଚେ ଦିନ ନୁହଁ ବରମ୍ ସାଧାରଣ ଲୋକ ମୋଦିଙ୍କ ପାଇଁ ସମସ୍ୟା […]
ଲକ୍ଷ୍ନୌ: ଅର୍ଡର ଦେଲେ ଉଡି ଉଡି ଆସି ପହଞ୍ଚିବ ଚା’ । ତାହା ବି ପୁଣି ଖୁବ୍ ଅଳ୍ପ ସମୟ ମଧ୍ୟରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାହିଁକି ନା ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଅସମ୍ଭବ ବି ସମ୍ଭବ ହୋଇପାରୁଛି। ଲକ୍ଷ୍ନୌର ଆଇଆଇଟି ଛାତ୍ର ମାନେ ନିର୍ମାଣ କରିଛନ୍ତି ଏଭଳି ଏକ ଡ୍ରୋନ୍ ଯାହା ଚା’ ଡେଲିଭରୀ କରୁଛି। ଛାତ୍ରମାନେ ନିଜର ଏକ ଚା’ ଡେଲିଭରୀ ସଂସ୍ଥା ଖୋଲିଛନ୍ତି ଯାହାର ନାଁ ରଖିଛନ୍ତି ଟେକ୍ […]
ଭୁବନେଶ୍ୱର : ଦେଶରେ କୋଇଲାର ଅଭାବ ନାହିଁ। କୋଇଲା ଅଭାବରୁ କୌଣସି ପ୍ଲାଣ୍ଟ ବନ୍ଦ ହେବ ନାହିଁ। ଦେଶରେ ଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକୁ କୋଇଲା ଅଭାବ ପ୍ରସଙ୍ଗରେ ଏହି ପ୍ରତିକ୍ରିୟା ରଖି କୋଲ ଇଣ୍ଡିଆ ଅଧ୍ୟକ୍ଷ ଅନୀଲ କୁମାର ଝା କହିଛନ୍ତି। ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ବିଦ୍ୟୁତ ପ୍ଲାଣ୍ଟ ପାଇଁ ୧୦ ଦିନର କୋଇଲା ଗଛିତ ରହୁଛି। ଏହି ବ୍ୟବସ୍ଥାକୁ ୨୨ ଦିନକୁ ବଢାଯିବାକୁ ଲକ୍ଷ୍ୟ ରଖାଯାଇଛି।
ପାଟଣାଗଡ଼ : ବାପ ଘରେ ନୁହେଁ ନିଜ ଶାଶୁ ଘରେ ରହିବେ ପାଟଣାଗଡ଼ ପାର୍ସଲବୋମା ପୀଡିତା ରୀମା ରାଣୀ। ଅଘଟଣରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ନାନା ଚର୍ଚ୍ଚା। ରୀମା ରାଣୀଙ୍କୁ ନେଇ ବି ଉଠିଥିଲା ପ୍ରଶ୍ନ। ତେବେ ପୁଞ୍ଜିଲାଲ୍ର କ୍ରୁର ଚକ୍ରାନ୍ତ ଧରା ପଡିବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ଆଉ ଏବେ ସୁସ୍ଥ ହେବା ପରେ ରୀମା ନିଜ ଶାଶୁ ଘରକୁ ଫେରି ଆସିଛନ୍ତି। ପାର୍ସଲ ବୋମା ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖର […]
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ଲାଗି ଚାଲିଛି ସୁରକ୍ଷା ସମୀକ୍ଷା। ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ। ବୈଠକରେ ବିମାନ ବନ୍ଦର ନିର୍ଦ୍ଦେଶକ, ଏସପିଜି ଅଧିକାରୀ ଏବଂ ରାଜ୍ୟ ପୋଲିସ ଡିଜି ଆଲୋଚନା କରିଛନ୍ତି। ଏଥିରେ ସିଆଇଏସ୍ଏଫ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଆସନ୍ତା ୨୬ ତାରିଖରେ କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକ ବାଲିଯାତ୍ରା ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ସେପଟେ […]