• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆସୁଛି ମହାବଳ ବାଘ

ଭୁବନେଶ୍ୱର: ଓଡ଼ିଶା ଅଭିମୁଖେ ମଧ୍ୟପ୍ରଦେଶର ମହାବଳ।  ଗୋଟିଏ ମହାବଳ ବାଘକୁ ନେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଯାତ୍ରା ଆରମ୍ଭ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଅନୁଗୁଳ ସାତକୋଶିଆରେ ଏହି ଗାଡ଼ି ପହଞ୍ଚିବ। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ବାଘର ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ […]

  • Friday, 02 July 2021
ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ
ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ

କଟକ  : ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ। କଟକ କଲ୍ୟାଣୀନଗର ପୋଷ୍ଟାଲ କଲୋନୀ ଅଞ୍ଚଳରେ ଏକ ଘର ଭିତରୁ ଜଣେ ଠିକାଦାରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ,ମୃତ ଠିକାଦାର ହେଉଛନ୍ତି  କଲ୍ୟାଣୀନଗର ଅଞ୍ଚଳର ବିଶ୍ୱଭୂଷଣ ସିଂହ। ବିଶ୍ୱଭୁଷଣଙ୍କ ମୁଣ୍ଡରେ ଗୁଳି ବାଜିଛି। ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ବିଶ୍ୱଭୁଷଣଙ୍କୁ କଟକ ବଡ଼ ମେଡିକାଲକୁ ଆଣିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

  • Friday, 02 July 2021
ଆହୁରି ୫ ଦିନ ବର୍ଷିବ ନିଆଁ : ପାଣିପାଗ ବିଭାଗ
ଆହୁରି ୫ ଦିନ ବର୍ଷିବ ନିଆଁ : ପାଣିପାଗ ବିଭାଗ

ଭୁବନେଶ୍ୱର : ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା। ଅସ୍ତବ୍ୟସ୍ତ ଜନଜୀବନ। ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟରେ ଆହୁରି ୫ ଦିନ ଯାଏ ଲାଗି ରହିବ ସମାନ ସ୍ଥିତି। ଗତକାଲି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ ଗୋଡ଼ କାଢ଼ିବା ବି […]

  • Friday, 02 July 2021
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସର୍ବକ୍ଷମା ଯୋଜନା
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସର୍ବକ୍ଷମା ଯୋଜନା

ଭୁବନେଶ୍ୱର : ବେଆଇନ ନିର୍ମାଣକୁ ମାଫ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’। ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇନଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା। ଏଥିରେ ବିନା ଅନୁମୋଦନରେ ହୋଇଥିବା ଗୃହକାର୍ଯ୍ୟକୁ ଅନୁମୋଦନ କରିବାରେ ସାହାଯ୍ୟ କରିବ। ଏହି ନୋଟିସ ଜାରି ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ଏହି ଯୋଜନାରେ ସାମିଲ ହେବ। ଏହି ଯୋଜନା ପାଇଁ […]

  • Friday, 02 July 2021
ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ବାଲୁକାକଳା
ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ବାଲୁକାକଳା

ପୁରୀ : ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ। ଭାରତୀୟ ସଂସ୍କୃତି, ପରମ୍ପରା କିପରି ଭାବେ ଯୋଗ ସହ ଜଡିତ ଏଭଳି ଏକ ବିଷୟକୁ ନେଇ ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ବାଲୁକା କଳାଟି ୨୫ ଫୁଟ ଓସାରର ହୋଇଥିବାବେଳେ ଏହାକୁ ନିର୍ମାଣ କରିବାକୁ ୨୦ ଟନ୍‌ ବାଲି ବ୍ୟବହାର ହୋଇଛି। ବାଲୁକା କଳା ପ୍ରସ୍ତୁତ କରିବାକୁ […]

  • Friday, 02 July 2021
ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ
ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ

ସୁନ୍ଦରଗଡ: ସୁନ୍ଦରଗଡରେ ବଣାଇ ଅଂଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ଘରେ ଛାଡିଦେବାକୁ ତାଙ୍କ ମା ଅଭିଯୁକ୍ତଙ୍କୁ କହିଥିଲେ। କିନ୍ତୁ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ବଣାଇ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

  • Friday, 02 July 2021
ଯୁବକଙ୍କୁ ଛୁରି ଭୁସି ହତ୍ୟା
ଯୁବକଙ୍କୁ ଛୁରି ଭୁସି ହତ୍ୟା

ଗଞ୍ଜାମ  : ଛୁରୀ ଭୁସି ହତ୍ୟା ପରେ ହତ୍ୟାକାରୀର ଆତ୍ମସମର୍ପଣ। ଘଟଣା ଘଟିଛି ଗଂଜାମ ଜିଲ୍ଲା ପାତ୍ରପୁର ଜରଡା ଥାନା ଅନ୍ତର୍ଗତ ହରିଜନ ସାହିରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରଜତ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ସେହି ସାହିର ସୁରତ ଲିମେଇ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଘଟାଇବା ସୁରତ ଲିମେଇ ଜରଡ଼ା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଗାଁ ଦାଣ୍ଡରେ ରଜତ ବସିଥିବାବେଳେ ସୁରତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ […]

  • Friday, 02 July 2021
ଟ୍ରେନରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
ଟ୍ରେନରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ପୁରୀ : ଟ୍ରେନ ଭିତରେ ମହିଳାଙ୍କ ମୁଣ୍ଡ ବିହୀନ ଶବ। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଟଏଲେଟ୍‌ରୁ ଆଜି ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ଏହି ଶବ ଉଦ୍ଧାର କରିଥିବା ବେଳେ ମୃତ ମହିଳାଙ୍କ ପରିଚୟ ମିଳି ପାରିନି। ମହିଳାଙ୍କୁ କେହି ହତ୍ୟା କରି ଟଏଲେଟ୍‌ରେ ପକାଇଥିବା ସନ୍ଦେହ କରାଯାଉଛି। ସେପଟେ ପୁରୀ ଡେଲାଙ୍ଗ ଗାନ୍ଧୀ ପୀଠ ରେଲ୍‌ୱେ ଫାଟକ ନିକଟରୁ ଏକ ମୁଣ୍ଡ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଟ୍ରେନ ଲାଇନରେ […]

  • Friday, 02 July 2021
ଲୋକଙ୍କ ମାଡ଼ରେ IIC ଗୁରୁତର, ପୋଲିସ୍ ଗାଡ଼ି ଭଙ୍ଗାରୁଜା
ଲୋକଙ୍କ ମାଡ଼ରେ IIC ଗୁରୁତର, ପୋଲିସ୍ ଗାଡ଼ି ଭଙ୍ଗାରୁଜା

ଭଦ୍ରକ : ଥାନା ଆଇଆଇସିଙ୍କୁ ନିସ୍ତୁକ ମାଡ଼। ଭଦ୍ରକ ବାସୁଦେବପୁର ଥାନା ଲୁଙ୍ଗା ଗାଁରେ ଆଇଆଇସିଙ୍କୁ କିଛି ଲୋକ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଲୋକଙ୍କ ମାଡ଼ରେ ବାସୁଦେବପୁର ଆଇଆଇସି ଗୁରୁତର ହୋଇଛନ୍ତି। ପୋଲିସକୁ ଆକ୍ରମଣ ସହ ଉତ୍ୟକ୍ତ ଲୋକେ ଏକ ଭ୍ୟାନକୁ ମଧ୍ୟ ଭଂଗାରୁଜା କରିଛନ୍ତି। ଗତକାଲି ରାତିରେ ଏକ ଡିଜେ ଗାଡି ଧକ୍କାରେ ଜଣେ ନାବାଳିକା ଆହତ ହୋଇଥିଲେ। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।  ଖବର ପାଇ ତୁରନ୍ତ ଘଟଣାସ୍ଥଳରେ […]

  • Friday, 02 July 2021
କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା
କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ :  ଘୋଷଣା ହୋଇଛି କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର। ସଂଗୀତ,ନୃତ୍ୟ, ଲୋକକଳାରେ ଉତ୍କର୍ଷଲାଭ କରିଥିବା ୪୨ଜଣଙ୍କ ନାମ ଘୋଷଣା କରାଯାଇଛି। ଓଡିଶାର ଦୁଇଜଣ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଓ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାକୁ ଏହି ସମ୍ମାନ ପାଇବେ। ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବାବେଳେ ପ୍ରଥମେ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ୧୯୮୭ ମସିହାରେ […]

  • Friday, 02 July 2021
ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର : ଲଗାତର ତୃତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର।  ୪୨ ଡିଗ୍ରୀ ତାତିରେ ସିଝୁଛନ୍ତି ରାଜଧାନୀ ବାସି। ଗତକାଲି ୪୨.୩ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବେଳେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆହୁରି ୨ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଭଳି ସ୍ଥିତି ଆହୁରି ୫ ଦିନ ଜାରି ରହିବ […]

  • Friday, 02 July 2021
ଲଗାତର ୫ ଦିନ ଧରି ରାଜ୍ୟରେ ଅଗ୍ନିବର୍ଷା ସ୍ଥିତି
ଲଗାତର ୫ ଦିନ ଧରି ରାଜ୍ୟରେ ଅଗ୍ନିବର୍ଷା ସ୍ଥିତି

ଭୁବନେଶ୍ୱର : ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି। ମୌସୁମୀ ଧୋକା ଦେବା ପରେ ବର୍ଷାରେ ଗ୍ରୀଷ୍ମର ରାଜୁତି। ତ୍ରାହି ତ୍ରାହି ଡାକୁଛି ଜନଜୀବନ। କଟକ, ବ୍ରହ୍ମପୁର ହେଉକି ଢେଙ୍କାନାଳ ଅବା ଟିଟିଲାଗଡ଼ ସବୁଠି ଅସମ୍ଭାଳ ତାତି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ ଗୋଡ଼ କାଢ଼ିବା ବି ମୁସ୍କିଲ୍ ହୋଇପଡୁଛି। ଖାଁ ଖାଁ ରାସ୍ତାଘାଟ। ତାପମାତ୍ରାର ଏଭଳି ବୃଦ୍ଧି ସାଙ୍ଗକୁ ଅଂଶୁଘାତର ଅଭିଯୋଗ ବି ବଢୁଛି। କେନ୍ଦ୍ରାପଡ଼ା […]

  • Friday, 02 July 2021
ପଦ୍ମାବତୀ ଗାଁରେ ଭୂମିକମ୍ପ ଭୟ
ପଦ୍ମାବତୀ ଗାଁରେ ଭୂମିକମ୍ପ ଭୟ

ନୟାଗଡ଼ : ପଦ୍ମାବତୀ ଗାଁ ରାସବିହାରୀ ମନ୍ଦିର ନିକଟରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇ ଫାଟି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମନ୍ଦିର ନିକଟରେ କିଛି ପିଲା ଖେଳୁଥିବାବେଳେ ହଠାତ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ମନ୍ଦିର ନିକଟରେ ଥିବା ସିମେଣ୍ଟ ରାସ୍ତା ଫାଟି ଗୋଟିଏ ପାଖ ଦବି ଯାଇଥିଲା।  ସେଠାରେ ଖେଳୁଥିବା ପିଲାମାନେ ଭୟରେ ଏଣେତେଣେ ଦୌଡି ପଳାଇଥିବାବେଳେ, ଭୂମିକମ୍ପ ହୋଇଥିବା ଭାବି ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ।  ତେବେ କେଉଁ କାରଣରୁ […]

  • Friday, 02 July 2021
ରାଜଧାନୀରେ ପ୍ରବଳ ବର୍ଷା
ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର :  ଅସହ୍ୟ ଗରମରୁ ମିଳିଲା ନିସ୍ତାର। ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ପବନ ମଧ୍ୟ ବହିଛି। ଯାହାଫଳରେ ବଡ଼ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି। ରାସ୍ତାରେ ବର୍ଷା ପାଣି ଲହରି ମାରୁଛି। ବିଶେଷକରି ଜୟଦେବ ବିହାର ଛକରୁ ଏଜି ଛକ ଭିତରେ ବେଶୀ କ୍ଷତିକ୍ଷତି ହୋଇଛି। ବଡ଼ବଡ଼ ଗଛ ଉପୁଡ଼ିପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଲୋୟର ପିଏମ୍‌ଜିରେ ଆନ୍ଦୋଳନ ସ୍ଥଳରେ ଗଛ ପଡ଼ି କିଛି ଶିକ୍ଷକ […]

  • Friday, 02 July 2021
ସୋନାଙ୍କୁ ସମର୍ଥନ ,ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନିରଞ୍ଜନ ପଟ୍ଟନାୟକ
ସୋନାଙ୍କୁ ସମର୍ଥନ ,ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଗାୟିକା ସୋନା ମହାପାତ୍ରଙ୍କ ନାଁରେ ଭଜନ କଦର୍ଥ ଅଭିଯୋଗ ପ୍ରସଙ୍ଗରେ ସୋନାଙ୍କୁ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଡ଼ା ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ସୋନା ଓଡ଼ିଶାରେ ଜନ୍ମ ହୋଇନାହାନ୍ତି କି ଓଡ଼ିଆ ପାଠ ପଢ଼ିନାହାନ୍ତି। ତା ସତ୍ତ୍ୱେ ବି ଓଡ଼ିଆ ଭଜନକୁ ପ୍ରସିଦ୍ଧ କରିବାକୁ ଚେଷ୍ଟା କରିଛନ୍ତି। ଏଠି ଓଡ଼ିଶାର ମୁଖ୍ୟ ପ୍ରତିଦିନ ଓଡ଼ିଆକୁ କଦର୍ଥ କରୁଛନ୍ତି ,ହେଲେ ତାଙ୍କ ନାଁରେ କାହିଁକି ଏତଲା […]

  • Friday, 02 July 2021
ମୋ ଚିଠିକୁ ଅଳିଆଗଦାକୁ ଫିଙ୍ଗି ଦେବେନି : ଧର୍ମେନ୍ଦ୍ର ପ୍ରଧାନ
ମୋ ଚିଠିକୁ ଅଳିଆଗଦାକୁ ଫିଙ୍ଗି ଦେବେନି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଖାଦ୍ୟ ପ୍ରକ୍ରିୟାକରଣ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ଖାଦ୍ୟ ପ୍ରକ୍ରିୟାକରଣ ପୁଞ୍ଜିନିବେଶ ସହ ବିଭିନ୍ନ ପ୍ରସଙ୍ଗରେ ଚିଠି ଦେଉଥିଲେ ବି କିଛି ଉତ୍ତର ମିଳୁ ନଥିବା ଚିଠିରେ ଦର୍ଶାଇଛନ୍ତି ଧର୍ମେନ୍ଦ୍ର। ଏଥିସହ ଉପସାଗରୀୟ ପୁଞ୍ଜିନିବେଶ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି, ମୁଖ୍ୟ ସଚିବଙ୍କୁ ମୋତେ ସାକ୍ଷାତ କରିବାକୁ ଅନୁମତି ନଦେଲେ ପଛେ ନାହିଁ, […]

  • Friday, 02 July 2021
କାଳିଜାଈ ବୋଟ୍ ଟ୍ରାଜେଡି ଘଟଣା : ପରିବହନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
କାଳିଜାଈ ବୋଟ୍ ଟ୍ରାଜେଡି ଘଟଣା : ପରିବହନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଚିଲିକା : କାଳିଜାଈ ବୋଟ୍ ଟ୍ରାଜେଡିକୁ ଦି-ଦିନ ପୂରିନି ମରାଳ ମାଳିନୀ ଚିଲିକାରେ ପୁଣି ଦେଖିବାକୁ ମିଳିଛି ପୂର୍ବର ଚିତ୍ର। କିଛି ବି ବଦଳିଲାନି। କେହି ବି ଶିଖିଲେନି। ନା ପ୍ରଶାସନ ଚେତିଲା, ନା ପର୍ଯ୍ୟଟକ, ନା ଡଙ୍ଗା ଚାଳକ। ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକା ସାତପଡ଼ା ଘାଟରେ ବିନା ଲାଇଫ୍ ଜ୍ୟାକେଟ୍‌ରେ ନୌବିହାର ଚାଲିଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକାର ସେଇ କାଳିଜାଈ ପାର୍ଶ୍ୱ, ଯେଉଁଠି ଶନିବାର କାଳସଂଜ ନେଇଥିଲା ୬-୬ଟି ଜୀବନ।  ଆଜି ବି […]

  • Friday, 02 July 2021
ପୁଣି ଏକକ ନିର୍ବାଚନ ଚର୍ଚ୍ଚା
ପୁଣି ଏକକ ନିର୍ବାଚନ ଚର୍ଚ୍ଚା

ନୂଆଦିଲ୍ଲୀ : ନୀତି ଆୟୋଗ ବୈଠକରେ ଏକକ ନିର୍ବାଚନ ପ୍ରସଙ୍ଗ। ଢେର କିଛି ଦିନ ଧରି ଜାତୀୟ ରାଜନୀତିରେ ଏକ ସମୟରେ ନିର୍ବାଚନକୁ ନେଇ ବିତର୍କ ଚାଲିଥିବା ବେଳେ ଏବେ ଏ ନେଇ ସବୁ ଦଳର ମତ ଲୋଡ଼ିଛନ୍ତି ଲ କମିଶନ୍। ଉଦ୍ଦେଶ୍ୟ ଆର୍ଥିକ ଦିଗରୁ ବ୍ୟୟ କମ ଓ ସାଧନର ସୁବିନିଯୋଗ। ଜୁନ ୩୦ ସୁଦ୍ଧା ଏକା ସମୟରେ ନିର୍ବାଚନ ନେଇ ବିଭିନ୍ନ ଦଳ ସେମାନଙ୍କ ପ୍ରସ୍ତାବ ଓ ପରାମର୍ଶ ଦେବାକୁ କହିଛନ୍ତି ଲ କମିଶନ। […]

  • Friday, 02 July 2021
ଆସନ୍ତା ଜୁଲାଇ ୨୨ରେ ସ୍ପେଶାଲ୍ OJEE ପରୀକ୍ଷା
ଆସନ୍ତା ଜୁଲାଇ ୨୨ରେ ସ୍ପେଶାଲ୍ OJEE ପରୀକ୍ଷା

ଭୁବନେଶ୍ୱର : ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ହେବ ସ୍ପେଶାଲ OJEE।  ଆସନ୍ତା ଜୁଲାଇ ୨୨ରେ ହେବ ସ୍ପେଶାଲ୍ OJEE। ଏଥିପାଇଁ ଜୁନ୍ ୨୫ରୁ ଜୁଲାଇ ୧୩ ମଧ୍ୟରେ ଆବେଦନ କରିବେ ଛାତ୍ରଛାତ୍ରୀ । ଜୁଲାଇ ୨୨ରେ ପରୀକ୍ଷା ହେବ ଏବଂ ୨୫ରେ ପ୍ରକାଶ ପାଇବ ରେଜଲ୍ଟ। ଗତ ମେ ୧୩ ତାରିଖରେ ରାଜ୍ୟର ୨୦ଟି ସହରରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ହୋଇଥିଲା।  ଆଉ ୨୫ ତାରିଖରେ ରେଜଲ୍ଟ ବାହାରିଥିଲା। ଏହି ପରୀକ୍ଷାରେ କୃତକାର୍ଯ୍ୟ […]

  • Friday, 02 July 2021
ଜୁଲାଇ ୧ ରେ ଓଡ଼ିଶା ଆସିବେ ଅମିତ ଶାହ
ଜୁଲାଇ ୧ ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ।  ଗସ୍ତ ସମୟରେ ଅମିତ ଶାହ ଦଳୀୟ କାର୍ଯ୍ୟ ନେଇ ସମୀକ୍ଷା କରିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେପଟେ ଅମିତ ଶାହଙ୍କ ଟପ୍ ଏଜେଣ୍ଡାରେ ପଶ୍ଚିମବଙ୍ଗ ଏବଂ ଓଡିଶା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉଭୟ ରାଜ୍ୟରେ ବିଜେପି ସରକାର ଆସିନି ସେପର୍ଯ୍ୟନ୍ତ ବିଜେପିର ଗୋଲଡେନ୍ […]

  • Friday, 02 July 2021
ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ନେଇ ବିବାଦ
ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ନେଇ ବିବାଦ

ଭୁବନେଶ୍ୱର : ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା। ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲଭାଲ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ […]

  • Friday, 02 July 2021
ମୌସୁମୀର ଚକମା : ଆସିଲା ହେଲେ ବର୍ଷୁନି
ମୌସୁମୀର ଚକମା : ଆସିଲା ହେଲେ ବର୍ଷୁନି

ଭୁବନେଶ୍ୱର : ଗତ ୮ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ମୌସୁମୀ ପହଞ୍ଚୁ ପହଞ୍ଚୁ ରାଜ୍ୟର ଅଧିକାଂଶ ସ୍ଥାନରେ ଅସରାଏ ଦି ଅସରା ବର୍ଷା ବି ହୋଇଥିଲା। ଏହା ପରେ ଦୁଇ ତିନ ଦିନି ଆକାଶ ମେଘୁଆ ରହିବା ପରେ ଯେମିତି ଆକାଶରୁ ଉଭେଇ ଯାଇଛି ମେଘ। ବଦଳରେ ପୁଣି ଗ୍ରୀଷ୍ମର ଲେଉଟାଣି। ଉପକୂଳରୁ ଉପାନ୍ତ ସବୁଠି ଏବେ ଦାରୁଣ ନିଦାଘର ତାଡ଼ନା। ଟାଇଁ ଟାଇଁ ଖରାରେ ସିଜୁଛି ଗାଁରୁ ସହର।  ଟିଟିଲାଗଡ଼ରେ ପାରା ପୁଣି […]

  • Friday, 02 July 2021
କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା : ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଆରମ୍ଭ
କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା : ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଆରମ୍ଭ

କୁନ୍ଦୁଲି : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଚାଲିଛି। ଜୟପୁର ଜିଲ୍ଲା ଜଜ୍‌ ତଥା କୁନ୍ଦୁଲି କମିଶନ ବିଦ୍ୟୁତ କୁମାର ମିଶ୍ରଙ୍କ ନିକଟରେ ଚାଲିଛି ସାକ୍ଷ୍ୟଗ୍ରହଣ। ଆଜି ଡାକ୍ତର ଆକାଂକ୍ଷା ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଲାଇଭ୍ ଫାଉଣ୍ଡେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀ ସୁଜାତା ନାୟକ, ଜିଲ୍ଲା ହୋମଗାର୍ଡ ଡିଏସ୍‌ପି କିଶୋର ଚନ୍ଦ୍ର ଦାସ ପ୍ରମୁଖ ସାକ୍ଷ୍ୟପ୍ରଦାନ କରୁଛନ୍ତି। ଏହି ସାକ୍ଷ୍ୟଗ୍ରହଣ ଅବଧି ଆସନ୍ତା ୨୫ ତାରିଖରେ […]

  • Friday, 02 July 2021
ଜୁଲାଇ ୧୫ ସୁଦ୍ଧା କଂଗ୍ରେସର ବିଭିନ୍ନ କମିଟି ଗଠନ ଲକ୍ଷ୍ୟ  : ନିରଞ୍ଜନ ପଟ୍ଟନାୟକ
ଜୁଲାଇ ୧୫ ସୁଦ୍ଧା କଂଗ୍ରେସର ବିଭିନ୍ନ କମିଟି ଗଠନ ଲକ୍ଷ୍ୟ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଜୁଲାଇ ୧୫ ଭିତରେ ଜୋନାଲ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ବିଭିନ୍ନ ପିସିସି କମିଟି ଗଠନ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ହାତରେ ଅଳ୍ପ ସମୟ ଥିଲେ ମଧ୍ୟ ଏହି ସମୟ ଭିତରେ ସେହି କାମ ଶେଷ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏପରିକି ବୁଥ୍ ସ୍ତରୀୟ କମିଟି ମଧ୍ୟ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ତାଙ୍କର ନିଜ ଲୋକଙ୍କୁ ବିଭିନ୍ନ ଦଳୀୟ ପଦପଦବୀରେ ରଖାଯାଉଥିବା ଅଭିଯୋଗ ଉପରେ […]

  • Friday, 02 July 2021
ନୀତି ଆୟୋଗ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ
ନୀତି ଆୟୋଗ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୀତି ଆୟୋଗ ବୈଠକକୁ ଯାଇନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ହେବାକୁ ଥିବା ପ୍ରସ୍ତାବିତ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଲିଖିତ ଭାବେ ନୀତି ଆୟୋଗକୁ ଅବଗତ କରାଇଥିବା ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ। ଗତବର୍ଷ ଏହି ବୈଠକକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଚଳିତ ଥର କାହିଁକି ଗଲେନି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଓଡ଼ିଶାର ସମସ୍ୟା ଠିକ୍ ଫୋରମରେ କହିବାକୁ […]

  • Friday, 02 July 2021