• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ସ୍କୁଲରେ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ
ସ୍କୁଲରେ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ମନବୃତ୍ତି ବଢାଇବା ପାଇଁ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ବେଙ୍ଗାଲୁରୁର ଏକ ସଂସ୍ଥା ସହ ଆଲୋଚନା ହୋଇଛି। ପାଇଲଟ୍ ବେସିସରେ ପ୍ରଥମ ୧୦ଟି ମଡେଲ ସ୍କୁଲରେ ଏହା ଆରମ୍ଭ ହେବ। ସମ୍ପୃକ୍ତ ସ୍କୁଲଗୁଡିକରେ ଡ୍ରୋନ, ରୋବର୍ଟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦି ସମ୍ପର୍କରେ ପ୍ରାକ୍ଟିକାଲ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

  • Friday, 02 July 2021
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ :  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସର ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟକୁ ନେଇ ଦଳ ଭିତରେ ଆପତ୍ତି ଓ ଅସନ୍ତୋଷ ଦେଖାଦେବା ପରେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି। ନିରଞ୍ଜନ ଟ୍ୱିଟ୍ କରିଛନ୍ତି ଯେ, ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ଅର୍ଥ ଏକ ସମୟରେ ଜଣେ ଉଭୟ ଦଳୀୟ ପଦବୀ ଓ ନିର୍ବାଚିତ ପ୍ରତିନିଧି ହୋଇପାରିବେନି। ତେବେ ନିର୍ବାଚନ ଲଢ଼ିବା ପାଇଁ ପ୍ରସଙ୍ଗରେ ସେ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ। ଜଣେ […]

  • Friday, 02 July 2021
ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ
ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ

ଭୁବନେଶ୍ୱର: ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା। ଲୋକସଭା ବାଚସ୍ପତିଙ୍କ ନିକଟକୁ ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ବୈଜୟନ୍ତ ଜଣାଇଛନ୍ତି ଯେ, ଦଳ ଛାଡ଼ିବା ବେଳେ ନବୀନଙ୍କୁ ଚିଠିରେ ମୁଁ ଏକଥା ଜଣାଇଥିଲି। ପିତାଙ୍କ ଶୁଦ୍ଧିକ୍ରିୟା ପରେ ସାଂସଦ ପଦରୁ ଇସ୍ତଫା ଦେବା କଥା କହିଥିଲି । ସେ କହିଛନ୍ତି ଯେ, ଶୁଦ୍ଧିକ୍ରିୟା ପରେ ମୁଁ ବାଚସ୍ପତିଙ୍କୁ ଭେଟିବାକୁ ଚାହିଁଥିଲି। ବାଚସ୍ପତି ବିଦେଶରେ ଥିବାରୁ ଭେଟିବା ପାରି ନ ଥିଲି। […]

  • Friday, 02 July 2021
ଓଟିଭିରେ ଖବର ପ୍ରସାରଣ ପରେ ମୃତଦେହ ସତ୍କାର କଲା ସ୍ୱେଚ୍ଛାସେବୀ ସଂସ୍ଥା
ଓଟିଭିରେ ଖବର ପ୍ରସାରଣ ପରେ ମୃତଦେହ ସତ୍କାର କଲା ସ୍ୱେଚ୍ଛାସେବୀ ସଂସ୍ଥା

ବଲାଙ୍ଗିର  : ବଲାଙ୍ଗିର ଖୁଜେନପାଲି ରାସ୍ତା କଡ଼ରେ ମୃତଦେହ ଡମ୍ପିଂ ସମ୍ପର୍କରେ ଓଟିଭିର ଖବର ପ୍ରସାରଣ ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୃତଦେହ ଗୁଡ଼ିକୁ ସତ୍କାର କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ‘ବିଙ୍ଗ୍ ହ୍ୟୁମାନ’ ସଂଗଠନ ପକ୍ଷରୁ ଗତରାତିରେ ମୃତଦେହ ଓ ଦେହାବଶେଷ ଗୁଡ଼ିକୁ ଗାତ ଖୋଳି ପୋତା ଯାଇଛି। ଖୁଜେନପାଲି ସରପଞ୍ଚ ଓ ଗାଁଲୋକେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ।  ଦୁର୍ଘଟଣାରେ ମୃତ ଶରୀର ଚିହ୍ନଟ ହୋଇ ନପାରିଲେ ବ୍ୟବଚ୍ଛେଦ ପରେ ବଲାଙ୍ଗିର ରେଲୱେ […]

  • Friday, 02 July 2021
ଏସିଡ୍ ଆକ୍ରମଣ ନୁହେଁ, ନିଆଁରେ ପୋଡ଼ି ଆହତ
ଏସିଡ୍ ଆକ୍ରମଣ ନୁହେଁ, ନିଆଁରେ ପୋଡ଼ି ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଶୋଭାରାମପୁରରେ ଯୁବତୀଙ୍କୁ ଏସିଡ୍ ମାଡ଼ ଘଟଣାରେ ଟୁଇଷ୍ଟ। ଏସିଡ୍ ଆକ୍ରମଣ ନୁହେଁ ବରଂ ସଂପୃକ୍ତ ଯୁବତୀ ଜଣକ ନିଆଁରେ ପୋଡ଼ି ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା ସହଦେବଖୁଣ୍ଟା ପୋଲିସ ଏହି ତଥ୍ୟ ଦେଇଛି। ବିଭିନ୍ନ ତଥ୍ୟ ପ୍ରମାଣ ଏବଂ ଡାକ୍ତରଙ୍କ ବୟାନକୁ ଭିତ୍ତିକରି ଏହି ସୂଚନା ଦେଇଛି ସହଦେବଖୁଣ୍ଟା ପୋଲିସ। ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସଂପୃକ୍ତ ଯୁବତୀ ଜଣକ ସହଦେବଖୁଣ୍ଟାରେ ଥିବା ଏକ ଘରୋଇ ବୀମା କମ୍ପାନୀକୁ […]

  • Friday, 02 July 2021
ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷିଲା ବିଜେପି
ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷିଲା ବିଜେପି

କଟକ/ଭୁବନେଶ୍ୱର : ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେପି। ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟରେ ସମାଲୋଚନା କରିଛନ୍ତି ଯେ, ଶ୍ରୀମନ୍ଦିର ନିୟମାନୁସାରେ ଅଳଙ୍କାର ରତ୍ନ ଭଣ୍ଡାରରେ ରହିବା କଥା , କିନ୍ତୁ ଦୁଇ ଦିନ ତଳେ ଦାନ ଅଳଙ୍କାରକୁ ପ୍ରଶାସନ ଷ୍ଟେଟ୍ ବ୍ୟାଙ୍କ ଲକରରେ ରଖି ରତ୍ନ ଭଣ୍ଡାର ସୁରକ୍ଷିତ ନୁହେଁ ବୋଲି ସରକାର ସ୍ୱୀକାର କରିଛନ୍ତି। ରତ୍ନ ଭଣ୍ଡାର ବାହାରେ ଅଳଙ୍କାର ରଖିବା ସଂପୂର୍ଣ୍ଣ ବେଆଇନ। ତେଣୁ କେଉଁ ଆଇନ […]

  • Friday, 02 July 2021
ସରକାରଙ୍କ ଅଣଓଡ଼ିଆ ଠିକାଦାର ପ୍ରୀତି ଅଭିଯୋଗ
ସରକାରଙ୍କ ଅଣଓଡ଼ିଆ ଠିକାଦାର ପ୍ରୀତି ଅଭିଯୋଗ

ଭୁବନେଶ୍ୱର : ଅଣଓଡ଼ିଆ ଠିକାଦାରଙ୍କୁ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର। ଏଭଳି ସଙ୍ଗୀନ ଅଭିଯୋଗ ସହ ୨୭ ଦଫା ଦାବି ନେଇ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବାସଭବନ ଘେରାଉ କରିଛି ଅଲ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ୍। ସରକାରୀ ନିୟମ ଅନୁସାରେ ଇଞ୍ଜିନିୟରଙ୍କୁ ବଦଳି ସମେତ ମୋଟ ୨୭ ଦଫା ଦାବିରେ ଆନ୍ଦୋଳନ କରୁଛି ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ୍। ଏଥିସହ ରାଜ୍ୟରେ ହେଉଥିବା କାମର ସିଂହ ଭାଗ ଅଣଓଡ଼ିଆ ଠିକାଦାର ସଂସ୍ଥାକୁ ଦିଆଯାଉଥିବା ସଂଘ ଅଭିଯୋଗ କରୁଛି। ଏଭଳି […]

  • Friday, 02 July 2021
‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’କୁ ସୁରଙ୍କ ଖୋଲା ଚ୍ୟାଲେଞ୍ଜ
‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’କୁ ସୁରଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର : ଘରେ ନ ପଶୁଣୁ ଚାଳ ବାଜିଲା। ରାଜ୍ୟ କଂଗ୍ରେସରେ ପୁର୍ନଗଠନ ହେଉ ହେଉ ସୃଷ୍ଟି ହୋଇଛି କେଁ। ଦଳର ‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’ଫର୍ମୁଲାକୁ ମାନିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ନବ ନିର୍ବାଚିତ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁର ରାଉତରାୟ। କେବଳ ସୁର ନୁହଁନ୍ତି, ଜିଲ୍ଲା ସଭାପତି ଚୟନକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’ଫର୍ମୁଲାକୁ ଦଳ ଭିତରୁ ବିରୋଧ ଆରମ୍ଭ ହୋଇଛି । ବରିଷ୍ଠ […]

  • Friday, 02 July 2021
୧୧ ଦିନ ପରେ ଜଣଙ୍କର ମୃତଦେହ ଠାବ
୧୧ ଦିନ ପରେ ଜଣଙ୍କର ମୃତଦେହ ଠାବ

ଜୟପୁର : ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା। କୋରାପୁଟ ଜିଲ୍ଲା ବୋରିପୁଟ ପଥର ତଳୁ ଶେଷରେ ମିଳିଲା ଜେସିବି ଅପରେଟରଙ୍କ ମୃତଦେହ। ପଥର ଧସିବାର ୧୧ ଦିନ ପରେ ମୃତଦେହକୁ ଠାବ କରାଯାଇଛି। ଅଗ୍ନିଶମ, ଓଡ଼୍ରାଫ୍, ଏନ୍‌ଡିଆରଏଫ୍ ଏବଂ ଭାରତୀୟ ସେନାର ମିଳିତ ଅପରେସନ ପରେ ବିରାଟକାୟ ପଥରଖଣ୍ଡ ଭିତରେ ଚାପି ହୋଇରହିଥିବା ଜେସିବିରୁ ଉଦ୍ଧାର ହେଲା ମୃତଦେହ। ମୃତଦେହଟି ଗଳିତ ଅବସ୍ଥାରେ ଥିବାରୁ ଚିହ୍ନଟ କରାଯାଇପାରୁନି। ତେଣୁ ଦୁର୍ଘଟଣା ପରଠୁ ନିଖୋଜ ଥିବା […]

  • Friday, 02 July 2021
ଗାଁକୁ ଫେରିଲେ ଏଭେରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତା ଦଳେଇ 
ଗାଁକୁ ଫେରିଲେ ଏଭେରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତା ଦଳେଇ 

ଯାଜପୁର : ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ। ଏହାକୁ ସତ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଜଗାଡ଼ିହି ଗ୍ରାମର ସ୍ୱର୍ଣ୍ଣଲତା ଦଳେଇ। ଗରିବ ପରିବାରର ସଦସ୍ୟ ହୋଇଥିଲେ ସୁଦ୍ଧା ନିଷ୍ଠାର ସହ ଜଣେ ସଫଳ ପର୍ବୋତାରୋହୀ ଭାବେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ନିକଟରେ ମାଉଣ୍ଟଏଭେରେଷ୍ଟକୁ ଚଢି ସେ ଇତିହାସରେ ନିଜର ନାଁ ଲେଖାଇଛନ୍ତି। ଆଗକୁ ଜଣେ ସଫଳ ପର୍ବୋତାରୋହୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ। ପିଲାବେଳରୁ ଦୁଃସାହାସିକ କ୍ରୀଡ଼ା ପ୍ରତି ଥିଲା […]

  • Friday, 02 July 2021
ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ
ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ

କୋରାପୁଟ : ତାରାଙ୍କ ପରେ ଏବେ ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମିନାକ୍ଷୀ ବାହିନୀପତିଙ୍କୁ ପୁଣି ଥରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯିବାକୁ ସେ ନାପସନ୍ଦ କରିଛନ୍ତି। କୃଷ୍ଣଚନ୍ଦ୍ର କହିଛନ୍ତି, ମିନାକ୍ଷୀଙ୍କୁ ସଭାପତି କରାଯିବା ବୃଥା। ସେ ନିର୍ବାଚନ ବେଳେ ଦଳକୁ ସହଯୋଗ କରିନଥିଲେ। ସେହିଭଳି ତାରାଙ୍କ ଉପରେ ପୁଣି ବର୍ଷିଛନ୍ତି କୃଷ୍ଣ। ଅଭିଯୋଗ କରିଛନ୍ତି ଯେ, ତାରାଙ୍କୁ ଟିକେଟ ନମିଳିବାରୁ ବିଜେପିକୁ ଯାଇଥିଲେ, ପୁଣି କଂଗ୍ରେସକୁ ଫେରିବା ପରେ ତାଙ୍କୁ […]

  • Friday, 02 July 2021
କାନାରା ବ୍ୟାଙ୍କ ଶାଖାରୁ ଲୁଟ୍
କାନାରା ବ୍ୟାଙ୍କ ଶାଖାରୁ ଲୁଟ୍

କଟକ  : କଟକ ଅଡ଼ଶପୁରର ଉତ୍ତାରଣ କାନାରା ବ୍ୟାଙ୍କ ଶାଖାରୁ ଲୁଟ୍। କଟକ କାନାରା ବ୍ୟାଙ୍କ ଶାଖାରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ବ୍ୟାଙ୍କର ମୁଖ୍ୟ ଫାଟକ ସହ ଲକର୍ ଭଙ୍ଗାଯାଇଛି। ଲୁଟ୍ ନେଇ ବ୍ୟାଙ୍କ ପକ୍ଷରୁ ଡିମିରି ଫାଣ୍ଡିରେ ଏତଲା ହୋଇଛି। ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଏବଂ କଣ ଲୁଟ୍ ହୋଇଛି ସେ ନେଇ  ସ୍ପଷ୍ଟ ସୂଚନା ମିଳିନାହିଁ ।

  • Friday, 02 July 2021
ଚୁଟି କାଟୁ କାଟୁ ସୁନା ଚେନ୍ ଲୁଟ୍
ଚୁଟି କାଟୁ କାଟୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର : ଆପଣ ଯଦି କୌଣସି ବିୟୁଟି ପାର୍ଲରରେ ଚୁଟି କାଟୁଛନ୍ତି ତାହେଲେ ସାବଧାନ। କାରଣ ଚୁଟି କାଟିବା ବାହାନାରେ ଆପଣଙ୍କ ଠାରୁ ବି ହୋଇପାରେ ଲୁଟ୍। ରାଜଧାନୀ ଭୁବନେଶ୍ୱରରେ ଆଜି ଏମିତି ଏକ ପାର୍ଲର ମାଲିକାଣୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ। ଗିରଫ ମାଲିକାଣୀ ଜଣେ ସିରିଏଲ୍ ଅଭିନେତ୍ରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜଣେ ମହିଳା ବାଣୀବିହାର ଅଂଚଳରେ ଥିବା ଏକ ବିୟୁଟି ପାର୍ଲରକୁ ଚୁଟି କାଟିବାକୁ ଯାଇଥିଲେ। […]

  • Friday, 02 July 2021
ଘନେଇବାରେ ଲାଗିଛି ତାରା-କୃଷ୍ଣ ବିବାଦ
ଘନେଇବାରେ ଲାଗିଛି ତାରା-କୃଷ୍ଣ ବିବାଦ

ଭୁବନେଶ୍ୱର : ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି ତାରା ଓ କୃଷ୍ଣ ବିବାଦ। କୋରାପୁଟ ଜିଲ୍ଲାର ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୃଷ୍ଣ ଚନ୍ଦ୍ର ଶଗରିଆଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଉଛି। ତାରାଙ୍କ ବିରୋଧରେ ସାନି ଅଭିଯୋଗ ଆଣି ବିଧାୟକ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି କୃଷ୍ଣ ସଗରିଆ। ସେ କହିଛନ୍ତି ତାଙ୍କ ବିରୋଧରେ ତାରାଙ୍କ ଆକ୍ଷେପ ଅସହ୍ୟ ହେଉଛି। ତାରା ଦେଉଥିବା ମନ୍ତବ୍ୟ ଅସହ୍ୟ ହେଉଥିବାରୁ ସେ […]

  • Friday, 02 July 2021
ଅନୁଦାନ ହିସାବକୁ ନେଇ ମୁହାଁମୁହିଁ ବିଜେଡି ଓ କେନ୍ଦ୍ରମନ୍ତ୍ରୀ
ଅନୁଦାନ ହିସାବକୁ ନେଇ ମୁହାଁମୁହିଁ ବିଜେଡି ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : କଳାପାହାଡ଼ ଉପାଖ୍ୟାନକୁ ଆଣି ଆଜି ତୃତୀୟ ମହଲାକୁ ଏଭଳି ଢଙ୍ଗରେ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦିଙ୍କ ଶାସନରେ ଓଡ଼ିଶାକୁ ଅବଦାନର ଚିତ୍ରକୁ ବିଜେଡି ମିଛ ବୋଲି କହିବା ପରେ ଧର୍ମେନ୍ଦ୍ର ଆଜି ପୁଣି ହିସାବ ରଖିଛନ୍ତି। ଜାତୀୟ ରାଜପଥ ଅଧିନରେ ୫ ହଜାର ୫୦୦ କିଲୋମିଟର ଭିତରୁ କୋଷ୍ଟାଲ୍ ହାଇୱେ ପାଇଁ ୨୫୦୦ କି.ମି ରାସ୍ତାର ନିର୍ମାଣ ପାଇଁ କେନ୍ଦ୍ର ପଠାଇଥିବା ଅନ୍ତିମ ଅନୁମୋଦନର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିରହିଛି ବୋଲି […]

  • Friday, 02 July 2021
ରାୟଗଡ଼ାରେ ଡେଙ୍ଗୁ ଆତଙ୍କ
ରାୟଗଡ଼ାରେ ଡେଙ୍ଗୁ ଆତଙ୍କ

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା ସଦର ବ୍ଲକରେ ଡେଙ୍ଗୁ ଆତଙ୍କ। ବୀରନାରାୟଣପୁରର ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଡେଙ୍ଗୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କୋରାପୁଟ ପବ୍ଲିକ ହେଲ୍‌ଥ ଲାବୋରୋଟୋରିକୁ ପଠାଯାଇଛି। ପ୍ରଥମେ ୪୨ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ନମୁନାରେ ଡେଙ୍ଗୁ ଭୁତାଣୁ ଥିବା ସନ୍ଦେହ କରାଯାଉଛି। ୫ ଦିନ ପରେ ଏହା ସ୍ପଷ୍ଟ ହେବ ବୋଲି […]

  • Friday, 02 July 2021
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ସତକଥା କଣ, ତାକୁ ଜଗନ୍ନାଥ ପ୍ରେମୀଙ୍କ ସାମ୍ନାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଚାବି ହଜିବା ନେଇ ରାଜ୍ୟପାଳ ଉଦବେଗ ପ୍ରକାଶ କରିବା ସହ ସୁପ୍ରିମକୋର୍ଟ ମଧ୍ୟ ତାଗିଦ କଲେଣି। ଏତେ ସବୁ ପରେ ବି ମୁଖ୍ୟମନ୍ତ୍ରୀ କାହିଁକି ପାଟି ଖୋଲୁ ନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

  • Friday, 02 July 2021
କାମ ନେଇଥିବା ଅଣଓଡ଼ିଆ ଠିକା ସଂସ୍ଥାର ରହିଛି ତୃତୀୟ ମହଲାରେ ହାତ : ଓଡ଼ିଶା ଠିକାଦାର ମହାସଂଘ
କାମ ନେଇଥିବା ଅଣଓଡ଼ିଆ ଠିକା ସଂସ୍ଥାର ରହିଛି ତୃତୀୟ ମହଲାରେ ହାତ : ଓଡ଼ିଶା ଠିକାଦାର ମହାସଂଘ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ବୋରିପୁଟ ପାହାଡ଼ ଧସିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଅଘଟଣରେ ସାଂଘାତିକ ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଏହି ଘଟଣା ପଛରେ ତୃତୀୟ ମହଲାର ଲିଙ୍କ୍ ଥିବା ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଠିକାଦାର ସଂଘ ସଭାପତି ପ୍ରଭାତ ଦାଶ କହିଛନ୍ତି ଯେ, ପାହାଡ଼ରୁ ପଥର ଖୋଳା ଦାୟିତ୍ୱରେ ଥିବା ଅଣଓଡ଼ିଆ ଠିକା ସଂସ୍ଥା ଡିଡି ବିଲ୍‌ଡର୍ସର ୩ୟ ମହଲାରେ […]

  • Friday, 02 July 2021
ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି
ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି

ରାଉରକେଲା  : ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଦେଇ ପଶିଥିବା ୫ ଜଣ ଯୁବକଙ୍କ ଉଦ୍ଧାର ଉଦ୍ୟମ ଜାରି। ଘଟଣାସ୍ଥଳରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ, ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନା ଅନୁସାରେ , ଗତ ୩ ତାରିଖରେ ବର୍ଜ୍ୟବସ୍ତୁ ନିଷ୍କାସନ ଟନେଲ ଦେଇ ଉଦିତନଗର ଶୀତଳପଡ଼ାର ୯  ଜଣ ଯୁବକ ପ୍ଲାଣ୍ଟ ଭିତରକୁ ଚୋରି କରିବାକୁ ପଶିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ […]

  • Friday, 02 July 2021
ଶ୍ରୀମନ୍ଦିରର ପରିଚାଳନା ତ୍ରୁଟି; ୩୦ ସୁଦ୍ଧା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ଶ୍ରୀମନ୍ଦିରର ପରିଚାଳନା ତ୍ରୁଟି; ୩୦ ସୁଦ୍ଧା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ପୁରୀ: ଶ୍ରୀମନ୍ଦିରର ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ  ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଆସନ୍ତା  ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କ […]

  • Friday, 02 July 2021
ଶିଳ୍ପପତି ବଂଶୀଧରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ : ପୁଅ ବୈଜୟନ୍ତଙ୍କୁ ଲେଖିଲେ ଚିଠି
ଶିଳ୍ପପତି ବଂଶୀଧରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ : ପୁଅ ବୈଜୟନ୍ତଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ : ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକପ୍ରକାଶ କରି ବୈଜୟନ୍ତଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱର୍ଗତ ବଂଶୀଧରଙ୍କୁ କର୍ମଯୋଗୀ କହିବା ସହ ତାଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ବଂଶୀଧର ବିଳାସମୟ ଜୀବନ ବିତାଇପାରିଥାନ୍ତେ। ତେବେ ସେ ଓଡ଼ିଶା ଫେରିବା ସହ ରାଜ୍ୟର ଗରୀବ ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥିଲେ। ସେଥିଲାଗି ସେ ରାଜ୍ୟର ଉପାନ୍ତ […]

  • Friday, 02 July 2021
ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ
ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ। ୮୬ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।  ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାରାୟଣ ପ୍ରସାଦ ସିଂହ ବହୁ କାଳଜୟୀ ଗୀତ ରଚନା କରିଛନ୍ତି। ଯାହା ମଧ୍ୟରେ ରହିଛି, ‘ଗୁଡ଼ି ଗୁଡ଼ି ଗୁଡ଼ି ଏ ମୋର ଗୁଡ଼ି’, ‘ରଥ ଯା ଗଡ଼ି ଯା…’,  ‘ସଂଜ ସକାଳେ ତୁମ ଛବି ଦେଖେ ‘ଭଳି ଲୋକପ୍ରୀୟ ଗୀତ। କେବଳ ଓଡ଼ିଆ ସିନେମା ନୁହେଁ, ରେଡିଓ ପାଇଁ […]

  • Friday, 02 July 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଲୋଡିଲେ NRI ନିରଜ ଚନ୍ଦନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଲୋଡିଲେ NRI ନିରଜ ଚନ୍ଦନ

ଭୁବନେଶ୍ୱର  : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଲୁଟର ଶିକାର ହୋଇଥିବା NRI ନିରଜ ଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି  ନିବେଦନ କରିଛନ୍ତି। ପ୍ରଥମ ଥର ପାଇଁ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବା ବେଳେ ଏୟାରପୋର୍ଟ ପ୍ରବେଶ ପଥ ନିକଟରୁ ତାଙ୍କର ପାସପୋର୍ଟ ଚୋରି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଜଣାଇଛନ୍ତି। ସେପଟେ ଲୁଟ୍‌ ଘଟଣାରେ ସେ  ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ […]

  • Friday, 02 July 2021
ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର
ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ନିଯୁକ୍ତ । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଜଷ୍ଟିସ ଦାସ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି। ଜାନୁଆରୀ ୨୦୧୩ରୁ ଫେବୃଆରୀ ୨୦୧୬ ପର୍ଯ୍ୟନ୍ତ ସେ  ଓଡ଼ିଶା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଲାଇଥିଲେ। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ  ଜଷ୍ଟିସ ଦାସ  କେଉଁ ଦିଗ ନେଇ ତଦନ୍ତ […]

  • Friday, 02 July 2021
ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ନାବାଳକ
ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ନାବାଳକ

ବଲାଙ୍ଗିର / ସୋନପୁର : ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ପିଲା। ବଲାଙ୍ଗିର ସହରର ବିକ୍ରମ ଛକ ନିକଟରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ।  ସୋନପୁରର ଏହି  ଦୁଇ ପିଲା ଆଜି ସକାଳୁ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମକୁ ବ୍ୟାୟାମ କରିବାକୁ ଯାଇଥିଲେ। ତେବେ ଷ୍ଟାଡିୟମର ପାଚେରୀ ନିକଟରେ ଜଣକ ନାକରେ କିଛି ଶୁଘାଂଇ ଦେଇଥିବା ବେଳେ, ଆଉ ଜଣକ ମୁହଁ ବନ୍ଦ କରି ନେଇଯାଇଥିଲେ ଅପହରଣକାରୀ। ପିଲା ଦୁଇ ଜଣଙ୍କ ଚେତା ଫେରିବା ବେଳକୁ, […]

  • Friday, 02 July 2021