• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଧୋନିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଝିଅ ଜିଭା
ଧୋନିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଝିଅ ଜିଭା

ନୂଆଦିଲ୍ଲୀ: ୩୭ ବର୍ଷରେ ପଦାପର୍ଣ କରିଛନ୍ତି କ୍ରିକେଟର୍ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଏନେଇ କ୍ରିକେଟ୍ ଏବଂ ବଲିଉଡ୍ ଜଗତରୁ ଧୋନିଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। ଧୋନିଙ୍କ ୩୭ତମ ଜନ୍ମଦିନ ସେ ଇଂଲଣ୍ଡରେ ପାଳନ କରିଛନ୍ତି। ଝିଅ ଜିଭା ବାପା MSଙ୍କୁ ଜଣାଇଛନ୍ତି ବାର୍ଥ ଡେ’ର ଶୁଭେଚ୍ଛା । ଯାହା ଏବେ ସୋସିଆଲ୍ ମିଡିଆରେ ବେସ୍ ଟ୍ରେଣ୍ଡ କରୁଛି। Birthday Boy Mahi Blowing Out The Candles ? #HappyBirthdayMSDhoni pic.twitter.com/ma3MXmR4zf — […]

  • Friday, 02 July 2021
ବୃଦ୍ଧ ଦମ୍ପତିଙ୍କ ମହାନ ଉଦ୍ୟମ : ଟାଙ୍ଗରା ଭୂଇଁରେ ଗଢ଼ିଲେ ଜଙ୍ଗଲ
ବୃଦ୍ଧ ଦମ୍ପତିଙ୍କ ମହାନ ଉଦ୍ୟମ : ଟାଙ୍ଗରା ଭୂଇଁରେ ଗଢ଼ିଲେ ଜଙ୍ଗଲ

ନୂଆପଡ଼ା  : ବ୍ୟାପକ ଗଛ କଟା ଯୋଗୁଁ ନଷ୍ଟ ହେଉଛି ସବୁଜିମା। ଲୋପ ପାଉଛି ଜଙ୍ଗଲ। ଗ୍ଲୋବାଲ ଓ୍ୱାର୍ମିଂ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ହେଲେ ପ୍ରକୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି ନୂଆପଡ଼ା ଜିଲ୍ଲାର ଲାଲମଣି । ପରିଣତ ବୟସରେ ନିଜ ପତ୍ନୀଙ୍କ ସହ ମିଶି ଜଙ୍ଗଲ ସୁରକ୍ଷା ପାଇଁ ଜାରି ରଖିଛନ୍ତି ସଂଘର୍ଷ। ଲାଲମଣିଙ୍କ ଏ ମହତ ପ୍ରୟାସ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ଦିନେ ଯେଉଁ ଜଙ୍ଗଲ […]

  • Friday, 02 July 2021
୨୦ରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ
୨୦ରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୨୦ତାରିଖରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ।  ଅଖିଳ ଭାରତୀୟ ମୋଟର ପରିବହନ  କଂଗ୍ରେସ ଏହି ଧର୍ମଘଟ ଡାକରା ଦେଇଛି। ଅସନ୍ତା ୨୦ ତାରିଖ ସକାଳ ୬ଟାରୁ ଏହି ଧର୍ମଘଟ ହେଉଥିବା ନେଇ ଅନୁଗୁଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।  ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବ ବୋଲି  ଜଣାପଡ଼ିଛି। କେନ୍ଦ୍ର ସରକାର ସେମାନଙ୍କ ଯୁକ୍ତିଯୁକ୍ତ ଦାବି ପ୍ରତି ବୈମାତୃକ ମନୋଭାବ ପୋଷଣ […]

  • Friday, 02 July 2021
ଟିଟୋର ଆଉ ଜଣେ ସହଯୋଗୀକୁ ଘରୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବ୍‌ଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଅନ୍ୟ ଜଣେ ସହଯୋଗୀ କ୍ଷୀରୋଦ କର। ଗତକାଲି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦକୁ ଉଠାଇ ନେଇ କ୍ରାଇମବ୍ରାଞ୍ଚ ଅଟକ ରଖିଛି। ଗତକାଲି ଟିଟୋ ଓ ତା’ର ସହଯୋଗୀଙ୍କ ଘର ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ ହୋଇଥିଲା। ଟିଟୋର ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍‌ରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା। ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର, ଲାପଟପ୍, ଟିପର୍ ଓ ଜେସିବି ମେସିନ ସମେତ ୨୬ଟି ଗାଡ଼ି ଆଦି […]

  • Friday, 02 July 2021
ଟ୍ରକ୍ ପଛରେ ପିଟିହେଲା କାର୍‌, ଚାଲିଗଲା ୨ ଜୀବନ
ଟ୍ରକ୍ ପଛରେ ପିଟିହେଲା କାର୍‌, ଚାଲିଗଲା ୨ ଜୀବନ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଏମ୍ଏସ୍‌ପି ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ୧୨ ଚକିଆ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍‌ରେ ଥିବା ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ଟି ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର୍‌ଟି ସ୍ପିଡ଼୍‌କୁ କଣ୍ଟ୍ରୋଲ ନ କରିପାରି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ […]

  • Friday, 02 July 2021
ଆସନ୍ତାକାଲିଠୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବ।  ୯ ତାରିଖ ଓ ୧୦ ତାରିଖ ୨ ଦିନ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି।  କିନ୍ତୁ ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଗତବର୍ଷ ଜୁନ୍ ମାସରେ  ରାଜ୍ୟରେ -୨ ପ୍ରତିଶତ […]

  • Friday, 02 July 2021
ନୀଳଗିରିରେ ଭାଲୁ ଅାତଙ୍କ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଭାଲୁ ଅାତଙ୍କ। ଧୁବସିଲା ନିକଟସ୍ଥ ଖଇରବନି ଗାଁ ଭିତରକୁ ଏକ ଭାଲୁ ପଶି ଅାସିଛି । ଗତ ରାତିରେ ହିଁ ଭାଲୁଟି ଗାଁ ଭିତରକୁ ଚାଲି ଅାସିଥିଲା। ଭାଲୁକୁ ଏଯାଏ କାବୁ କରାଯାଇ ନ ଥିବାରୁ ଗାଁ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ସେପଟେ ଭାଲୁକୁ ଉଦ୍ଧାର ପାଇଁ ଶିମିଳିପାଳରୁ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି।

  • Friday, 02 July 2021
୯ ଘଣ୍ଟା ଧରି ମେଡିକାଲ ବେଡରେ ପଡି ରହିଲା ମୃତଦେହ
୯ ଘଣ୍ଟା ଧରି ମେଡିକାଲ ବେଡରେ ପଡି ରହିଲା ମୃତଦେହ

ଅନୁଗୁଳ  : ମିଳିଲାନି ମହାପ୍ରୟାଣ ଗାଡି। ଫଳରେ ୯ ଘଣ୍ଟା ଧରି ମେଡିକାଲ ବେଡରେ ପଡି ରହିଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ପାଲଲହଡା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ। ଗତକାଲି ଚଷାଗୁରୁଜାଙ୍ଗ ପଂଚାୟତ ଶୁସବ ଗାଁର ଅମୃତି କିସାନଙ୍କ ଝିଅ ଝରଣା ମ୍ୟାଲେରିଆ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ରାତି ୧୨ ଟା ଆଡ଼କୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ନେବା ପାଇଁ ପାଲଲହଡାରେ ଗାଡ଼ି ନ ଥିଲା। ସେପଟେ ଅର୍ଥାଭାବରୁ […]

  • Friday, 02 July 2021
ପୁଣି ସୋସିଅାଲ୍ ମିଡିଅାରେ ଯୁବତୀଙ୍କ ଫଟୋ ଭାଇରାଲ୍ କଲେ ଅଭିନେତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସୋସିଅାଲ୍ ମିଡିଅାରେ ଯୁବତୀଙ୍କ ଫଟୋ ଭାଇରାଲ୍ ଅଭିଯୋଗ । ବାଳକୃଷ୍ଣ ନାମକ ଜଣେ ଅଭିନେତା ନିଜ ପ୍ରେମିକାଙ୍କ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହା ସହ ସୋସିଅାଲ୍ ମିଡିଅାରେ ବିବାଦୀୟ ପ୍ରେମର ଗୁମର ବି ସେ ଖୋଲିଛନ୍ତି । ତେବେ ଘଟଣା ନେଇ ଏଯାଏଁ ପ୍ରେମିକାଙ୍କ ଅାଡୁ କୌଣସି ଏତଲା ଦିଅାଯାଇନଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ […]

  • Friday, 02 July 2021
ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଶ୍ରୀମନ୍ଦିରରେ ସେବାୟତଙ୍କ ଅାଚରଣ ଓ ଦାନ ଦକ୍ଷିଣା ପ୍ରସଙ୍ଗରେ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ଅାପତ୍ତି ଥିଲେ କୋର୍ଟଙ୍କୁ ଜଣାଇବାକୁ ମନ୍ଦିରର ପରିଚାଳନା କମିଟିକୁ କୁହାଯାଇଛି । ତେବେ ମନ୍ଦିରରେ ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ମଗାଯାଇଥିବା ରିପୋର୍ଟ ଦାଖଲ ହୋଇନାହିଁ। ରଥଯାତ୍ରା […]

  • Friday, 02 July 2021
ଜମି ଜବରଦଖଲକାରୀଙ୍କ ପାଇଁ ସରକାରଙ୍କ ଗଳାବାଟ ପ୍ରସ୍ତୁତି !

ଭୁବନେଶ୍ୱର: ଜମି ଜବରଦଖଲକାରୀଙ୍କ ପାଇଁ ସରକାରଙ୍କ ଗଳାବାଟ ପ୍ରସ୍ତୁତି । ଜବରଦଖଲ ଜମିକୁ ନିୟମିତ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଅାରମ୍ଭ ହୋଇଛି। ଅାପତ୍ତିବିହୀନ ଜବରଦଖଲ ସରକାରୀ ଜାଗାକୁ ନିୟମିତ କରାଯିବ ବୋଲି ଅାଜି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଅାଯାଇଛି । ଏ ନେଇ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ ହେଉଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଏହା ହେଲେ ସଂପୃକ୍ତ ଜାଗାରେ ଘର କରିଥିବା ଲୋକଙ୍କୁ ମାଲିକାନା  ସ୍ୱତ୍ତ୍ୱ ମିଳିବ। ତେବେ ଅାଜି କିଛି […]

  • Friday, 02 July 2021
ରାଜ୍ୟପାଳଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ ଦେଖାଦେଇଛି। ଏ ନେଇ ରାଜଭବନକୁ ରାଜ୍ୟ ସରକାରଙ୍କ କଡ଼ା ଚିଠି । ଗତ ଜୁନ୍ ୧୦ରୁ ୧୪ ପର୍ଯ୍ୟନ୍ତ ଗସ୍ତରେ ରାଜ୍ୟପାଳ ବିମାନ ଓ ହେଲିକପ୍ଟର ବ୍ୟବହାର କରିଥିଲେ। ତେବେ କେଉଁ ପରିସ୍ଥିତି ଓ କାରଣ ପାଇଁ ରାଜ୍ୟପାଳ ଗସ୍ତ କରିଥିଲେ ତାହା ଜଣାଇବାକୁ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଛି।  ରାଜ୍ୟପାଳ ଭୁବନେଶ୍ୱରୁ ଦିଲ୍ଲୀ ଯାଅାସ ପାଇଁ […]

  • Friday, 02 July 2021
ଟିକା ନେଇ ଦି’ ମାସର ଛୁଆର ମୃତ୍ୟୁ ଅଭିଯୋଗ

କେନ୍ଦୁଝର: ଟିକାକରଣ ପରେ ଶିଶୁର ମୃତ୍ୟୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ କୁସ୍କଳା ଗାଁରେ। ଅଭିଯୋଗ ଅନୁଯାୟୀ କୁସ୍କଳା ଗାଁର ଦାଶରଥୀ ଧାଙ୍ଗଡ଼ାଙ୍କ ଦୁଇମାସର ଶିଶୁପୁତ୍ରକୁ ଗତକାଲି ଟିକା ଦିଆଯାଇଥିଲା। ମାତ୍ର ଟିକା ଦେବାର କିଛି ଘଣ୍ଟା ପରେ ଶିଶୁକୁ ଜ୍ୱର ଆସିଥିଲା। ତାପରେ ଶିଶୁର ନାକ ଓ ଟିକା ଦିଆଯାଇଥିବା ସ୍ଥାନରୁ ରକ୍ତ ବାହାରିଥିଲା। ପରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହା ଫଳରେ ଗାଁରେ […]

  • Friday, 02 July 2021
ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଅସୁସ୍ଥ

ବାଲେଶ୍ୱର: ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ,ଏହି ଗାଁର ଏକ ପରିବାରର ୯ଜଣ ସଦସ୍ୟ ଚିଙ୍ଗୁଡି ତରକାରୀ ଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଝାଡାବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତ କାରଣରୁ ଏପରି ହୋଇଥିବା ସନ୍ଦେହ […]

  • Friday, 02 July 2021
ଧାନର ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର
ଧାନର ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଧାନର ସହାୟକ ମୂଲ୍ୟ ବୃଦ୍ଧି । କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାର ସମ୍ପର୍କିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସହାୟକ ମୂଲ୍ୟ ବୃଦ୍ଧି ପରେ ଧାନର ଦର କ୍ୱିଣ୍ଟାଲ ପିଛା ଦର ପାଖାପାଖି ୧୮୦୦ ଟଙ୍କାରେ ପହଞ୍ଚିଛି। ଚାଷୀମାନେ ଯେମିତି ତାଙ୍କ ଖର୍ଚ୍ଚର ଉଚିତ ମୂଲ୍ୟ ପାଇବେ ତାକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ସରକାର।  ଧାନ ସହ ଅନ୍ୟ ୧୪ଟି […]

  • Friday, 02 July 2021
୧୦ ଜଣିଆ ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ଗିରଫ
୧୦ ଜଣିଆ ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ଗିରଫ

ରାଉରକେଲା : ଏଟିଏମ୍‌ ଲୁଟେରାଙ୍କୁ ଧରିବାକୁ ଯାଇ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୧୦ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା, ୩ଟି କାର ଓ ପ୍ରାୟ ୫୦ଟି ଏଟିଏମ୍ କାର୍ଡ ଜବତ ହୋଇଛି। ସେମାନେ ୧୦୦ରୁ ଉର୍ଦ୍ଧ୍ୱ ଏଟିଏମ୍ ଠକେଇରେ ସଂଶ୍ଲିଷ୍ଟ ଥିବା ଓ ସେମାନଙ୍କ ନାଁରେ ୩୦ରୁ ଅଧତ୍କ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

  • Friday, 02 July 2021
ଆଜି ଅନବସରର ଷଷ୍ଠୀ : ଶ୍ରୀଅଙ୍ଗରେ ଲାଗି ହେବ ଓଷୁଅ
ଆଜି ଅନବସରର ଷଷ୍ଠୀ : ଶ୍ରୀଅଙ୍ଗରେ ଲାଗି ହେବ ଓଷୁଅ

ପୁରୀ : ଅଣସର ଘରେ ଜ୍ୱରରେ ପୀଡିତ ମହାପ୍ରଭୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଜ୍ୱରରୁ ଉପଶମ ପାଇଁ ପଞ୍ଚମୀ ତିଥିରେ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କୁ ଫୁଲୁରୀ ତେଲ ଲାଗି କରିଥିଲେ। ଫୁଲୁରୀ ତେଲ ଲଗାଇବା ପରେ ମହାପ୍ରଭୁଙ୍କ ଜ୍ୱର ସାମାନ୍ୟ ଉପଶମ ହୋଇଛି। ଆଜି ଅନବସରର ଷଷ୍ଠୀ । ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଓଷୁଅ ଲାଗି କରିବେ।  ଏହି ଓଷୁଅ ଲାଗି ନୀତି ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ସୁଦୁସୁଆର […]

  • Friday, 02 July 2021
ପାଣି ଜମିବା ଘଟଣା ପରଖିବ ୩ଜଣିଆ କମିଟି
ପାଣି ଜମିବା ଘଟଣା ପରଖିବ ୩ଜଣିଆ କମିଟି

ଭୁବନେଶ୍ୱର : ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ଜାଗାରେ ପାଣି ଜମିବା ଘଟଣା ପରଖିବ ୩ଜଣିଆ କମିଟି।  ଘଟଣା ନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଯେଉଁଥିରେ ବିଏମ୍‌ସି, ଆର୍‌ଏଣ୍ଡବି ଏବଂ NHAI କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ବୈଠକରେ ପାଣି ଜମିବା ଘଟଣା ପରଖିବା ପାଇଁ ୩ ଜଣିଆ କମିଟି ଗଠନ ହୋଇଥିଲା। ବିଶେଷ କରି ଇସ୍କନ୍, ରସୁଲଗଡ, ଜାଗମରା, ବଡଗଡ ବ୍ରିଜ କଲୋନି ଓ ପାହାଳ ଅଂଚଳରେ ଜମୁଥିବା […]

  • Friday, 02 July 2021
ବିଭିନ୍ନ ପରିବହନ ସଂଘର ଧର୍ମଘଟ ଉପରେ ଏସ୍‌ମା ଲାଗୁ
ବିଭିନ୍ନ ପରିବହନ ସଂଘର ଧର୍ମଘଟ ଉପରେ ଏସ୍‌ମା ଲାଗୁ

ଭୁବନେଶ୍ୱର : ରାଜ୍ୟର ଖଣି ବହୁଳ ଜିଲ୍ଲା ଗୁଡିକରେ ଖଣିଜ ପରିବହନ କରୁଥିବା ଟିପର, ଲୋଡର ସଂଘ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛି। ଏହି ଆନ୍ଦୋଳନ ପୂର୍ବରୁ ରାଜ୍ୟ ଗୃହ ବିଭାଗ ଅତ୍ୟାବଶ୍ୟକ ସେବା ଆଇନ ୧୯୮୮ ଏସ୍‌ମା ଲାଗୁ କରିଛନ୍ତି। ଆଗାମୀ ୬ମାସ ପର୍ଯ୍ୟନ୍ତ ଏହି ଏସ୍‌ମା ବଳବତ୍ତର ରହିବ। ଏହି ଆଇନ ବଳରେ ସରକାର କୌଣସି ପରିବହନ ସଂଘ ଆନ୍ଦୋଳନ କରିପାରିବେନି ବୋଲି ନିଷେଧାଦେଶ ଜାରି କରିଛନ୍ତି। ଏହାକୁ ଉଲଂଘନ କଲେ ଆଇନ ଅନୁଯାୟୀ […]

  • Friday, 02 July 2021
ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଆବେଦନ ଶୁଣାଣି ଆଜି ହୋଇପାରେ
ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଆବେଦନ ଶୁଣାଣି ଆଜି ହୋଇପାରେ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଆବେଦନ ଉପରେ ଆଜି ହୋଇପାରେ ଶୁଣାଣି। ପୋଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଟିଟୋକୁ ଗତକାଲି ଡିସ୍‌ଚାର୍ଜ କରାଯାଇଥିଲା। ଏହାପରେ ତାକୁ କଡ଼ା ସୁରକ୍ଷା ମଧ୍ୟରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ଜାମିନ୍ ଖାରଜ ହେବାରୁ ଟିଟୋକୁ କେନ୍ଦ୍ରାପଡ଼ା ସବ୍‌ଜେଲକୁ ପଠାଇ ଦିଆଯାଇଥିଲା।

  • Friday, 02 July 2021
ପୋଲିସ ଓ ଦମକଳବାହିନୀ ମିଳିତ ଉଦ୍ୟମରେ ବାଣ ନଷ୍ଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିରେ ୪୦୦ କିଲୋଗ୍ରାମର ବାଣ ନଷ୍ଟ କରାଯାଇଛି। ପୋଲିସ ଓ ଦମକଳ ବାହିନୀ ମିଳିତ ଉଦ୍ୟମରେ ଏହି ବାଣ ସବୁ ନଷ୍ଟ କରାଯାଇଛି। ଗତବର୍ଷ ଇଟାମାଟିରେ ହୋଇଥିବା ବାଣ ଗୋଦାମ ବିସ୍ଫୋରଣରେ ୧୧ ଜଣ ପ୍ରାଣ ହରାଇଥିଲେ। ସେଠାରୁ ଜବତ ହୋଇଥିବା ବାଣଗୁଡିକୁ ଏବେ ନଷ୍ଟ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ବାଣଗୁଡିକୁ ନଷ୍ଟ କରାଯାଇଛି।  ଏସବୁ ବାଣର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି।

  • Friday, 02 July 2021
ମହଙ୍ଗା ପଡ଼ିଲା ପାଣିମାଡ଼, ୩ କଂଗ୍ରେସ କର୍ମୀ ଅଟକ
ମହଙ୍ଗା ପଡ଼ିଲା ପାଣିମାଡ଼, ୩ କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର: ଜାତୀୟ ରାଜପଥ କର୍ତ୍ତୃପକ୍ଷ NHAI ଅଫିସ୍‌ରେ ପଶି କଂଗ୍ରେସ କର୍ମୀ ପାଣି ଢାଳିବା ଘଟଣାରେ ୩ କଂଗ୍ରେସ କର୍ମୀ ଅଟକ। ରାତି ଅଧରେ ୩ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇନେଇ ପୋଲିସ୍ ନୟାପଲ୍ଲୀ ଥାନାରେ ଅଟକ ରଖିଛି। ସ୍ମାର୍ଟ ସିଟିରେ ପାଣି ଜମୁଥିବାରୁ ଗତକାଲି ପାଣି ଢାଳି ପ୍ରତିବାଦ କରିଥିଲା କଂଗ୍ରେସ। ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ NHAI ଅଫିସ୍‌ରେ ପଶି ପାଣି ଢାଳି ପ୍ରତିବାଦ କରାଯାଇଥିଲା। ସାମାନ୍ୟ ବର୍ଷାରେ ଇସ୍କନ ମନ୍ଦିର […]

  • Friday, 02 July 2021
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଆପ୍ରୋଚ୍‌ ରୋଡ଼୍‌

ଗଜପତି: ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ଆପ୍ରୋଚ୍‌ ରୋଡ଼୍‌। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ଜଗନ୍ନାଥପୁର ଗାଁରେ ଆପ୍ରୋଚ୍‌ ରୋଡ଼୍‌ଟି ଭୁଶୁଡିଯିବା ଫଳରେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି। ଫଳରେ ଜଗନ୍ନାଥପୁର-ପାରଳାଖେମୁଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗତ ରାତିରେ ହୋଇଥିବା ମୂଷଳ ଧାରା ବର୍ଷାରେ ରୋଡ଼୍‌ଟି ଧସି ଯାଇଥିଲା।

  • Friday, 02 July 2021
କଲ୍ୟାଣମଣ୍ଡପରୁ ନାଗ ସାପ ଛୁଆ ଉଦ୍ଧାର

କଟକ: ପୁଣି ନାଗ ସାପ ଛୁଆ ଉଦ୍ଧାର। କଟକ ଫୁଲନଖରାରୁ ୧୨ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ଫୁଲନଖରାର ଆମ୍ରପଲ୍ଲୀ କଲ୍ୟାଣମଣ୍ଡପର କଂକ୍ରିଟ ଖୋଳି ସାପ ଛୁଆ ଗୁଡିକୁ ଉଦ୍ଧାର କରାଯାଇଛି। କଂକ୍ରିଟ୍ ଭିତରେ ସାପ ଛୁଆ ଗୁଡିକ ଅଣ୍ଡା ଦେଇଥିଲେ। ଏହାପରେ ସ୍ନେକ ହେଲ୍ପ ଲାଇନ୍‌କୁ ଡାକିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଳା ଯାଇଥିଲା। ଖୋଳାଯିବା ପରେ ୧୨ଟି ନାଗ ସାପ ଛୁଆ ବାହାରିଥିଲା। ଆଜି ପୁଣିଥରେ ଖୋଳାଯିବ ବୋଲି ସୂଚନା ମିଳିଛି। […]

  • Friday, 02 July 2021
ନିଷ୍କାସନ ହୋଇପାରୁନି ବର୍ଷାଜଳ : ଅସରାଏ ବର୍ଷାରେ କଟକ- ସାଲେପୁର ମୁଖ୍ୟ ରାସ୍ତା ଅବସ୍ଥା ଏମିତି

ସାଲେପୁର: କଟକ- ସାଲେପୁର ମୁଖ୍ୟ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଅସରାଏ ବର୍ଷାରେ ରାସ୍ତା ଉପରେ ଜମି ରହୁଛି ପାଖାପାଖି ଦୁଇ ଫୁଟ୍ ପାଣି। ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ରାସ୍ତାରେ ଯେମିତି କୃତ୍ରିମ ଜଳାଶୟ ସୃଷ୍ଟି ହେଉଛି। ଏଥିସହ କୁଆଁପାଳ ବସଷ୍ଟାଣ୍ଡ ନିକଟରୁ ଥାନା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ଯେମିତି ମରଣଯନ୍ତା ପାଲଟିଛି। ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କିଛି ସୁଫଳ ମିଳିପାରୁନାହିଁ। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ହିଁ ଏହି […]

  • Friday, 02 July 2021