• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆସନ୍ତା ଜୁଲାଇ ୨୨ରେ ସ୍ପେଶାଲ୍ OJEE ପରୀକ୍ଷା
ଆସନ୍ତା ଜୁଲାଇ ୨୨ରେ ସ୍ପେଶାଲ୍ OJEE ପରୀକ୍ଷା

ଭୁବନେଶ୍ୱର : ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ହେବ ସ୍ପେଶାଲ OJEE।  ଆସନ୍ତା ଜୁଲାଇ ୨୨ରେ ହେବ ସ୍ପେଶାଲ୍ OJEE। ଏଥିପାଇଁ ଜୁନ୍ ୨୫ରୁ ଜୁଲାଇ ୧୩ ମଧ୍ୟରେ ଆବେଦନ କରିବେ ଛାତ୍ରଛାତ୍ରୀ । ଜୁଲାଇ ୨୨ରେ ପରୀକ୍ଷା ହେବ ଏବଂ ୨୫ରେ ପ୍ରକାଶ ପାଇବ ରେଜଲ୍ଟ। ଗତ ମେ ୧୩ ତାରିଖରେ ରାଜ୍ୟର ୨୦ଟି ସହରରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ହୋଇଥିଲା।  ଆଉ ୨୫ ତାରିଖରେ ରେଜଲ୍ଟ ବାହାରିଥିଲା। ଏହି ପରୀକ୍ଷାରେ କୃତକାର୍ଯ୍ୟ […]

  • Friday, 02 July 2021
ଜୁଲାଇ ୧ ରେ ଓଡ଼ିଶା ଆସିବେ ଅମିତ ଶାହ
ଜୁଲାଇ ୧ ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ।  ଗସ୍ତ ସମୟରେ ଅମିତ ଶାହ ଦଳୀୟ କାର୍ଯ୍ୟ ନେଇ ସମୀକ୍ଷା କରିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେପଟେ ଅମିତ ଶାହଙ୍କ ଟପ୍ ଏଜେଣ୍ଡାରେ ପଶ୍ଚିମବଙ୍ଗ ଏବଂ ଓଡିଶା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉଭୟ ରାଜ୍ୟରେ ବିଜେପି ସରକାର ଆସିନି ସେପର୍ଯ୍ୟନ୍ତ ବିଜେପିର ଗୋଲଡେନ୍ […]

  • Friday, 02 July 2021
ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ନେଇ ବିବାଦ
ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ନେଇ ବିବାଦ

ଭୁବନେଶ୍ୱର : ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା। ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲଭାଲ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ […]

  • Friday, 02 July 2021
ମୌସୁମୀର ଚକମା : ଆସିଲା ହେଲେ ବର୍ଷୁନି
ମୌସୁମୀର ଚକମା : ଆସିଲା ହେଲେ ବର୍ଷୁନି

ଭୁବନେଶ୍ୱର : ଗତ ୮ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ମୌସୁମୀ ପହଞ୍ଚୁ ପହଞ୍ଚୁ ରାଜ୍ୟର ଅଧିକାଂଶ ସ୍ଥାନରେ ଅସରାଏ ଦି ଅସରା ବର୍ଷା ବି ହୋଇଥିଲା। ଏହା ପରେ ଦୁଇ ତିନ ଦିନି ଆକାଶ ମେଘୁଆ ରହିବା ପରେ ଯେମିତି ଆକାଶରୁ ଉଭେଇ ଯାଇଛି ମେଘ। ବଦଳରେ ପୁଣି ଗ୍ରୀଷ୍ମର ଲେଉଟାଣି। ଉପକୂଳରୁ ଉପାନ୍ତ ସବୁଠି ଏବେ ଦାରୁଣ ନିଦାଘର ତାଡ଼ନା। ଟାଇଁ ଟାଇଁ ଖରାରେ ସିଜୁଛି ଗାଁରୁ ସହର।  ଟିଟିଲାଗଡ଼ରେ ପାରା ପୁଣି […]

  • Friday, 02 July 2021
କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା : ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଆରମ୍ଭ
କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା : ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଆରମ୍ଭ

କୁନ୍ଦୁଲି : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଚାଲିଛି। ଜୟପୁର ଜିଲ୍ଲା ଜଜ୍‌ ତଥା କୁନ୍ଦୁଲି କମିଶନ ବିଦ୍ୟୁତ କୁମାର ମିଶ୍ରଙ୍କ ନିକଟରେ ଚାଲିଛି ସାକ୍ଷ୍ୟଗ୍ରହଣ। ଆଜି ଡାକ୍ତର ଆକାଂକ୍ଷା ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଲାଇଭ୍ ଫାଉଣ୍ଡେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀ ସୁଜାତା ନାୟକ, ଜିଲ୍ଲା ହୋମଗାର୍ଡ ଡିଏସ୍‌ପି କିଶୋର ଚନ୍ଦ୍ର ଦାସ ପ୍ରମୁଖ ସାକ୍ଷ୍ୟପ୍ରଦାନ କରୁଛନ୍ତି। ଏହି ସାକ୍ଷ୍ୟଗ୍ରହଣ ଅବଧି ଆସନ୍ତା ୨୫ ତାରିଖରେ […]

  • Friday, 02 July 2021
ଜୁଲାଇ ୧୫ ସୁଦ୍ଧା କଂଗ୍ରେସର ବିଭିନ୍ନ କମିଟି ଗଠନ ଲକ୍ଷ୍ୟ  : ନିରଞ୍ଜନ ପଟ୍ଟନାୟକ
ଜୁଲାଇ ୧୫ ସୁଦ୍ଧା କଂଗ୍ରେସର ବିଭିନ୍ନ କମିଟି ଗଠନ ଲକ୍ଷ୍ୟ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଜୁଲାଇ ୧୫ ଭିତରେ ଜୋନାଲ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ବିଭିନ୍ନ ପିସିସି କମିଟି ଗଠନ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ହାତରେ ଅଳ୍ପ ସମୟ ଥିଲେ ମଧ୍ୟ ଏହି ସମୟ ଭିତରେ ସେହି କାମ ଶେଷ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏପରିକି ବୁଥ୍ ସ୍ତରୀୟ କମିଟି ମଧ୍ୟ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ତାଙ୍କର ନିଜ ଲୋକଙ୍କୁ ବିଭିନ୍ନ ଦଳୀୟ ପଦପଦବୀରେ ରଖାଯାଉଥିବା ଅଭିଯୋଗ ଉପରେ […]

  • Friday, 02 July 2021
ନୀତି ଆୟୋଗ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ
ନୀତି ଆୟୋଗ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୀତି ଆୟୋଗ ବୈଠକକୁ ଯାଇନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ହେବାକୁ ଥିବା ପ୍ରସ୍ତାବିତ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଲିଖିତ ଭାବେ ନୀତି ଆୟୋଗକୁ ଅବଗତ କରାଇଥିବା ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ। ଗତବର୍ଷ ଏହି ବୈଠକକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଚଳିତ ଥର କାହିଁକି ଗଲେନି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଓଡ଼ିଶାର ସମସ୍ୟା ଠିକ୍ ଫୋରମରେ କହିବାକୁ […]

  • Friday, 02 July 2021
ହଜାରେ ଲିଟର ଦେଶୀ ମଦ ଜବତ
ହଜାରେ ଲିଟର ଦେଶୀ ମଦ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ମାଟିଆପଲ୍ଲୀ ନିକଟରେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ୫ଟି ମଟର ସାଇକଲ ମଧ୍ୟ ଜବତ କରିଛି।  ଜବତ ହୋଇଥିବା ଦେଶୀ ମଦର ପରିମାଣ ୧ ହଜାର ଲିଟରରୁ ଅଧିକ ହେବ ବୋଲି ଜଣାପଡ଼ିଛି। ବହୁ ଦିନ ଧରି ଜାତୀୟ ରାଜପଥ-୧୬ ଦେଇ ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ହେଉଥିଲା।  ଗତକାଲି ଅବକାରୀ ବିଭାଗ […]

  • Friday, 02 July 2021
ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ କରିବାକୁ ମୋଦିଙ୍କ ଆହ୍ୱାନ
ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ କରିବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ବୋଲି ନୀତି ଆୟୋଗର ବୈଠକରେ ସେ କହିଛନ୍ତି। ରାଷ୍ଟ୍ରପତି ଭବନରେ ଚାଲିଛି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହା ହେଉଛି ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକ। ଏଥିରେ ସ୍ଥାନ ପାଇଛି କୃଷିର ଉନ୍ନତି, ଚାଷୀଙ୍କ ଆୟ ଦୁଇଗୁଣା କରିବା, ଆୟୁଷ୍ମାନ ଭାରତ, ପୋଷଣ ମିଶନ, […]

  • Friday, 02 July 2021
ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଅଭିଯୋଗ
ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ଭାଟେଣି ଗାଁର ଶ୍ୟାମପଦ ମାଇତିଙ୍କ ପୁଅ ଶ୍ରୀବିନ୍ଦୁ ମାଇତି। ଶ୍ରୀବିନ୍ଦୁ ଦୁବାଇରେ ୨ ବର୍ଷ ଧରି କାମ କରି ଆସୁଥିଲେ। ସେ ଘରକୁ କିଛି ଦିନ ତଳେ ଆସିଥିବା ବେଳେ ଗତ ୧୦ ଦିନ ହେବ ପୁଣି ଥରେ ଦୁବାଇ ଯାଇଥିଲେ।  ହେଲେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଘରକୁ ଆସିଥିଲା। ଝୁଲନ୍ତା ଅବସ୍ଥାରେ […]

  • Friday, 02 July 2021
ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର
ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର

ପୁରୀ : ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ୍ତ ମହାପାତ୍ର। ସେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ସେଠାରୁ ଫେରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଛନ୍ତି ନୂଆ ମୁଖ୍ୟ ପ୍ରଶାସକ। କହିଛନ୍ତି ମୁଁ କୌଣସି ବିବାଦ ଭିତରେ ନାହିଁ, ନୂଆ ଦାୟିତ୍ୱ ନେଇଛି। ରଥଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ତା […]

  • Friday, 02 July 2021
ତେଜୁଛି ମଦ ବିରୋଧି ଆନ୍ଦୋଳନ
ତେଜୁଛି ମଦ ବିରୋଧି ଆନ୍ଦୋଳନ

କଟକ : ତେଜୁଛି ମଦ ବିରୋଧି ଆନ୍ଦୋଳନ। ପାଟକୁରା ପରେ ଆଜି ବାଙ୍କୀ ବୈଦଶ୍ୱର ଥାନା ଅନ୍ତର୍ଗତ ବଢାମଲ ଗାଁରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ଗତ ୧୨ ତାରିଖରେ ଗାଁର ଜଣେ ବ୍ୟକ୍ତି ଦେଶୀ ମଦ ଖାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ପ୍ରତିବାଦରେ ଆଜି ଶତାଧିକ ମହିଳା ଗାଁରେ ଚୋରା ମଦ ବିକ୍ରିକୁ ବିରୋଧ କରିବା ସହ କଳାପଥର-କଣ୍ଟିଲୋ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଗାଁକୁ ସଂପୂର୍ଣ୍ଣ ମଦ ମୁକ୍ତ କରିବା ସହ ଚୋରା […]

  • Friday, 02 July 2021
ଅଡୁଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ଅଡୁଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସାହାଣ ମେଲା ଦର୍ଶନ ବନ୍ଦ ଥିବାବେଳେ ଶ୍ରୀଲିଙ୍ଗରାଜଙ୍କୁ ଗର୍ଭ ଗୃହରେ ଦର୍ଶନ କରି ଅଡୁଆରେ ନିରଞ୍ଜନ। ଯାହାକୁ ନେଇ ଏବେ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।  ଆଜି ରଜ ସଂକ୍ରାନ୍ତି ଅବସରରେ ନିରଞ୍ଜନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ସାହାଣ ମେଲା ଦର୍ଶନ ବନ୍ଦ ଥିଲା। ଶ୍ରଦ୍ଧାଳୁମାନେ ଆଡକାଠରୁ ଦର୍ଶନ କରୁଥିବାବେଳେ ନିରଞ୍ଜନଙ୍କୁ କିଛି ସେବାୟତ ଗର୍ଭଗୃହ ଭିତରକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ। ଏହାକୁ […]

  • Friday, 02 July 2021
କଣ୍ଢେଇ ବାହାଘର କରି ରଜ ଉତ୍ସବ ପାଳନ
କଣ୍ଢେଇ ବାହାଘର କରି ରଜ ଉତ୍ସବ ପାଳନ

ପୁରୀ  : ପୁରୀ ଜିଲ୍ଲାରେ ରଜ ଉତ୍ସବର ଆସର ଟିକିଏ ନିଆରା। କାକଟପୁର ଅଞ୍ଚଳର କୁଣ୍ଡେଶ୍ୱର ଗାଁରେ କୁମାରୀମାନେ ପାରମ୍ପରିକ ଶୈଳୀରେ ବାହାଘର କରି ରଜକୁ ଧୁମଧାମରେ ପାଳନ କରିଛନ୍ତି। ସମାଜରେ ଯୌତୁକ ପ୍ରଥାକୁ ବିରୋଧ କରି ଏହି ଗାଁରେ ଜଣେ ମହିଳା କଣ୍ଢେଇ ବାହାଘରର ପରମ୍ପରା ଆରମ୍ଭ କରିଥିଲେ। ସେହିଦିନଠାରୁ ଏହି ରୀତିନୀତିରେ ଉତ୍ସବ ପାଳନ ହୋଇ ଆସୁଛି। ବିବାହ ଉତ୍ସବରେ ବାଣ, ରୋଷଣୀ ସହ ବେଦୀରେ ପାରମ୍ପରିକ ମନ୍ତ୍ରପାଠ କରି କଣ୍ଢେଇ ବାହାଘର କରାଯାଇଥିଲା। […]

  • Friday, 02 July 2021
ମାଲକାନଗିରି-ଜୟପୁର ପାଙ୍ଗାମା ନିକଟରେ ବସ୍ ଦୁର୍ଘଟଣା
ମାଲକାନଗିରି-ଜୟପୁର ପାଙ୍ଗାମା ନିକଟରେ ବସ୍ ଦୁର୍ଘଟଣା

ମାଲକାନଗିରି : ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ପାଙ୍ଗାମା ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା। ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସରକାରୀ ବସ୍‌ଟି ମାଲକାନଗିରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ତେବେ ବସ୍‌ଟି ପାଙ୍ଗାମା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଥିଲା। ବସ୍‌ରେ ଥିଲେ ବସ୍ କର୍ମଚାରୀଙ୍କ ସହ ୪୪ ଜଣ ଯାତ୍ରୀ। ତେବେ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଗୁରୁତର ଅବସ୍ଥାରେ ଥିବା ୪ ଜଣ ଯାତ୍ରୀଙ୍କୁ ନିକଟସ୍ଥ ମେଡ଼ିକାଲରେ […]

  • Friday, 02 July 2021
୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠମଲ୍ଲିକ ବଣିକ ସଂଘ
୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠମଲ୍ଲିକ ବଣିକ ସଂଘ

ଅନୁଗୁଳ  : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବଜାରରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ। ଆଠମଲ୍ଲିକ ବଣିକ ସଂଘର ବନ୍ଦ ଡାକରା ଯୋଗୁ ଆଠମଲ୍ଲିକରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଗତକାଲି ଭୋରରେ ମହେଶ ଅଗ୍ରୱାଲ୍ ନାମକ ଜଣେ ବ୍ୟବସାୟୀଙ୍କୁ ୪ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। […]

  • Friday, 02 July 2021
ଚାଇନା ସମୁଦ୍ରରେ ବିଚିତ୍ର ଜଳଜୀବ;  ଅଧା ମାଛ, ଅଧା ପକ୍ଷୀ

  ବେଜିଙ୍ଗ/ଗୁଇଜ୍‌ହୋ; ଦେଖନ୍ତୁ ଏକ ବିଚିତ୍ର ଜଳଜୀବର ଫଟୋଚିତ୍ର । ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜଳଜୀବକୁ ନିକଟରେ ଦକ୍ଷିଣ ଚାଇନାର କୈବର୍ତ୍ତମାନେ ସମୁଦ୍ରରୁ ଧରିଛନ୍ତି । ଏହା ଦେଖିବାକୁ ଅଧା ପକ୍ଷୀ ଅଧା ମାଛ ଭଳି । ଏବେ ଏହାର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି । ଏହି ଜୀବର ମୁହଁ ପକ୍ଷୀ ଭଳି ଦେଖା ଯାଉଥିବା ବେଳେ ଦେହ ମାଛ ଭଳି ଦେଖାଯାଉଛି । ଏହା ଡଲଫିନ୍ ପରି ମଧ୍ୟ ଦେଖାଯାଉଛି […]

  • Friday, 02 July 2021
ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ତାସହ ପ୍ରକାଶ ପାଇଛି ଟର୍ମ ଅଫ୍ ରେଫରେନ୍ସ। କେଉଁ ପରିସ୍ଥିତିରେ ଚାବି ମିଳୁନଥିଲା ତାର ତଦନ୍ତ ସହ ଚାବି ନମିଳିବା ନେଇ କେଉଁ ବ୍ୟକ୍ତି ବା ଗୋଷ୍ଠୀ ଦାୟୀ ତାର ମଧ୍ୟ ଅନୁସନ୍ଧାନ ହେବ। ଘଟଣାର ଯେପରି ପୁନରାବୃତ୍ତି ନହେବ ସେନେଇ କମିଶନ ସୁପାରିଶ କରିବେ। ଜଷ୍ଟିସ ରଘୁବୀର ଦାଶଙ୍କୁ କମିଶନ […]

  • Friday, 02 July 2021
ପଥର ତଳୁ ମିଳିଲା ଆଉ ଏକ ମୃତଦେହ

କୋରାପୁଟ  : କୋରାପୁଟ ଜିଲ୍ଲା ବୋରିପୁଟ ପଥର ଧସିବା ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ। ମୃତଦେହଟି ଆଠଗଡ଼ର ଜେସିବି ଅପରେଟର ସଞ୍ଜୟ ଦାସଙ୍କର। ପଥର ତଳୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ଆଜି ଦିନ ତମାମ ପଥର ବ୍ଲାଷ୍ଟିଂ କରି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଅଛନ୍ତି କୋରାପୁଟ ଜିଲ୍ଲାପାଳ, ଏସ୍‌ପି ଏବଂ ସିଡିଏମ୍ଓ । ଗତକାଲି ଜେସିବି ଅପରେଟର ଦେବଗଡ଼ର ଘନଶ୍ୟାମ ଗୁରୁଙ୍କ ମୃତଦେହକୁ ଉଦ୍ଧାର କରି ପରିବାର […]

  • Friday, 02 July 2021
୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ  : ବନ୍ଧୁକ ମୂନରେ ଲୁଟ୍। ଅନୁଗୁଳ ଜିଲ୍ଳା ଆଠମଲ୍ଲିକ ଗଂଗରାମ ଛକରେ ଥିବା ଏକ ସିମେଣ୍ଟ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ଭୋର ସାଢ଼େ ୪ଟାରେ ମହେଶ ଅଗ୍ରୱାଲ ନିଜ ସିମେଣ୍ଟ ଦୋକାନ ଖୋଳିଥିଲେ। ଏ ସମୟରେ ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ମହେଶଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ମହେଶ ଆଠମଲ୍ଲିକ ଥାନାରେ ଅଭିଯୋଗ କରିବା […]

  • Friday, 02 July 2021
ନାଗା ବାବାଙ୍କୁ ଘୋଷାରି ନିସ୍ତୁକ ମାଡ଼ ମାରିଲେ କିନ୍ନର
ନାଗା ବାବାଙ୍କୁ ଘୋଷାରି ନିସ୍ତୁକ ମାଡ଼ ମାରିଲେ କିନ୍ନର

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କିନ୍ନରଙ୍କ ନୃଶଂସ ଆଚରଣ। ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଛନ୍ତି କିନ୍ନର। ସଂଘବଦ୍ଧ ହୋଇ ବାବାଙ୍କୁ ପିଟି ଥିଲେ ୧୦ରୁ ଅଧିକ କିନ୍ନର। ମିଳିଥିବା ସୂଚନା ଅନୁସାରେ ରାତିରେ ଖଣ୍ଡଗିରି ଅ଼ଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇ ଥିଲା। ଏହି ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ ବାବା ସେମାନଙ୍କୁ ଆଶ୍ରମ ଭିତରେ ନପଶିବାକୁ […]

  • Friday, 02 July 2021
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର  : କର୍ପୋରେଟ୍ ସୋସିଆଲ ରେସ୍ପନସବିଲିଟି ବା CSRରୁ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏମିତିକି ଜାତୀୟ ଦୁର୍ବିପାକ ସମୟରେ ଜାମ୍ମୁକାଶ୍ମୀର ଏବଂ ନେପାଳକୁ […]

  • Friday, 02 July 2021
ମଦ ଦୋକାନକୁ ନେଇ ତାତି

କେନ୍ଦ୍ରାପଡ଼ା: ମଦ ଦୋକାନକୁ ନେଇ ତୁମୁଳକାଣ୍ଡ। ମଦ ଦୋକାନ ଖୋଲିବାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଙ୍ଗୁଳେଇରେ ମାରପିଟ୍‌ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଏଥିରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଦ ଦୋକାନ କର୍ମଚାରୀଙ୍କ ମାଡ଼ରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ମହିଳା ସରପଞ୍ଚଙ୍କୁ ମଧ୍ୟ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ମଦ ଦୋକାନ ମାଲିକ ଓ […]

  • Friday, 02 July 2021
ଜାଲ୍ ସାର୍ଟିଫିକେଟରେ ୨୨ବର୍ଷ ଧରି ଚାକିରୀ 
ଜାଲ୍ ସାର୍ଟିଫିକେଟରେ ୨୨ବର୍ଷ ଧରି ଚାକିରୀ 

କଟକ  : କଟକ ଟାଙ୍ଗି ପିଏଚ୍‌ସିରେ କାର୍ଯ୍ୟରତ ହେଲ୍‌ଥ ସୁପରଭାଇଜର ଅଶୋକ ମହାନ୍ତି।  ବାବୁ ଦୀର୍ଘ ୨୨ ବର୍ଷ ଧରି କଟକ ସିଡିଏମ୍ଓ ଅଫିସ ଅଣ୍ଡରରେ କାର୍ଯ୍ୟ କରୁଛନ୍ତି। ଏହାରି ଭିତରେ ତାଙ୍କୁ ପ୍ରମୋସନ ମଧ୍ୟ ମିଳିଛି। ତେବେ ସିଏମ୍‌ସି ସାନିଟାରୀ ଇନ୍‌ସ୍‌ପେକ୍ଟର ଭାବେ କାର୍ଯ୍ୟ କରିବା ସମୟରେ ଅଶୋକଙ୍କ ବିରୋଧରେ ଆସିଥିଲା ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବାର ଅଭିଯୋଗ। ଘଟଣା ନେଇ ସତ୍ୟତା ଜାଣିବା ପାଇଁ ଓଟିଭିରେ  ଖବର ମଧ୍ୟ ପ୍ରସାରଣ ହୋଇଥିଲା। ତେବେ […]

  • Friday, 02 July 2021
ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ୍’
ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ୍’

ଭୁବନେଶ୍ୱର : ରଜ ବଜାରରେ ଧୂମ ମଚାଇବା ଲକ୍ଷ୍ୟ ନେଇ ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିବାକୁ ଯାଉଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ। ଏଥିରେ ବାବୁସାନଙ୍କ ସହ ଡେବ୍ୟୁ କରିଛନ୍ତି ଚୁଲବୁଲି ଦିବ୍ୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରହିଛି ଜବରଦସ୍ତ ଷ୍ଟୋରୀ ଲାଇନ। ଫିଲ୍ମରେ ବାବୁସାନଙ୍କୁ ଜଣେ ବ୍ରାହ୍ମଣ […]

  • Friday, 02 July 2021