ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of ten Covid positive patients while under treatment in hospitals. 1. A […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ନିଦ ହଜାଇ ଦେଇଛି। ଗତ ୨୪ ଘଣ୍ଟା ସର୍ବାଧିକ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର୍ କରିଛି । ଆଜି ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ରୋଗୀ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୬ ହଜାର ୨୮୨ ଆକ୍ରାନ୍ତ। […]
ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା। ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ଏସ୍ପି ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ଜଣେ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଅନ୍ୟମାନଙ୍କ ସ୍ୱାବ୍ ନିଆଯାଇଥିଲା। ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଏସ୍ପିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା। ତାଙ୍କର କୌଣସି କରୋନା ଲକ୍ଷଣ ନ ଥିଲା ବୋଲି ଏସ୍ପି ଅଜୟ ପ୍ରତାପ କହିଛନ୍ତି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ୧୦ କର୍ମଚାରୀଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତ ସମସ୍ତ ୧୦ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଅନ୍ୟମାନଙ୍କର କରୋନା ଟେଷ୍ଟ ହୋଇଥିଲା। ଆଜି ରିପୋର୍ଟ ଆସିବା ପରେ ୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ବଲାଙ୍ଗିର: ଅଗଷ୍ଟ ୮ରୁ ୧୧ ତାରିଖ ଯାଏ ବଲାଙ୍ଗିର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଟ୍ଡାଉନ୍ ସମୟରେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ ବଜାର, ସରକାରୀ, ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍, ଜଳ ଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ କ୍ୱାରେଣ୍ଟିନରେ ଥିବା ବେଳେ ୪୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଆଜି ଭୁବନେଶ୍ୱରରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରିଜର୍ଭ ପୋଲିସ କଲୋନିରୁ ୭, ନୟାପଲ୍ଲୀ ନୂଆସାହିରୁ ୬ ଚିହ୍ନଟ […]
କଟକ: କଟକ ମାଲଗୋଦାମ ବେହେରା ସାହିରେ ଥମିବାର ନାଁ ନେଉନି କରୋନା। ଆଜି ମାଲଗୋଦାମ ବେହେରା ସାହିରୁ ଆଉ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ପୁରୁଷ, ୭ ଜଣ ମହିଳା ଅଛନ୍ତି। ଗତକାଲି ବେହେରା ସାହିରୁ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ସିଏମ୍ସି ଟ୍ୱିଟ୍ କରିଛି। ଆଜି କଟକ ଟାଉନ୍ରୁ ମୋଟ୍ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୪ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୦ ଲୋକାଲ କେସ୍। […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୫୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୮୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଲେ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ୨୯୦, ଖୋର୍ଦ୍ଧାରୁ ୧୯୭, ରାୟଗଡ଼ାରୁ ୧୨୧, ସୁନ୍ଦରଗଡ଼ରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡ଼ରୁ ୩୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୩୩, […]
ରାଉରକେଲା: ଜେଲ୍ରେ କାୟା ବିସ୍ତାର କରୁଛି କରୋନା। ରାଉରକେଲା ସ୍ୱତନ୍ତ୍ର ଜେଲ୍ର ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଜେଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କରୋନା ପଜିଟିଭ୍ ବାହାରିଥିବା ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଜେଲ୍ର ବିଭିନ୍ନ ଓ୍ୱାର୍ଡକୁ ବିଶୋଧନ କରାଯାଉଛି। ସୂଚନାଥାଉ କି, ଗୁରୁବାର ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ଼ ଜିଲ୍ଲାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ଭିତରେ ସ୍ୱତନ୍ତ୍ର […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୮୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୧୫ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ରେ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ, ଭଦ୍ରକ, ସମ୍ବଲପୁର ଓ ମୟୂରଭଞ୍ଜରୁ ଜଣେ ଲେଖାଏ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଗଜପତିରୁ ମଧ୍ୟ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of twelve #COVID19 positive patients while under […]
ନୂଆଦିଲ୍ଲୀ: କମିବାର ନାଁ ନେଉନି କରୋନା । ଦେଶରେ ଦିନକରେ ୮୮୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୨୪ ଘଣ୍ଟାରେ ୬୨, ୫୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲାଣି। ତେବେ ୬ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ଥିବାବେଳେ ୧୩.୭୮ ଲକ୍ଷ […]
ନବରଙ୍ଗପୁର: ୩ ଦିନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଶନିବାର ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ର ଯାଏ ସଟ୍ଡାଉନ୍ ଘୋଷଣା ହୋଇଛି। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ୨୪ ଘଣ୍ଟାରେ ନବରଙ୍ଗପୁରରୁ ୧୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ନବରଙ୍ଗପୁରରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୨ରେ ପହଞ୍ଚିଛି। ୨୫୨ଜଣ […]
ଭୁବେନଶ୍ୱର: କରୋନାକୁ ନେଇ ସାମ୍ନାକୁ ଆସିଲା ଖୁସି ଖବର। କରୋନା ସ୍ଥିତିକୁ ନେଇ ଏମିତି ଏକ ଉତ୍ସାହଜନକ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ। ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଓଟିଭିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବରରେ କ୍ଲିନ୍ ହୋଇପାରେ କରୋନା। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ ଜିଲ୍ଲାରେ କରୋନା ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ ନିୟନ୍ତ୍ରଣକୁ ମଧ୍ୟ ଆସିଲାଣି କରୋନା। ଶ୍ରୀ ପରିଡ଼ା କହିଛନ୍ତି, କିଛି ଜିଲ୍ଲାରେ ଅବଶ୍ୟ ଏବେ ବି କେସ୍ […]
ମସ୍କୋ: କରୋନାଭାଇରସ୍ ଭ୍ୟାକସିନକୁ ନେଇ ସମସ୍ତଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ଦୁନିଆର ପ୍ରଥମ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଆସୁଥିବା ରୁଷ୍ ଖୁବଶୀଘ୍ର ବଜାରକୁ ଭ୍ୟାକସିନ୍ ଛାଡ଼ିବାକୁ ଯାଉଛି। ଆସନ୍ତା ସପ୍ତାହରେ ରୁଷ୍ ଦୁନିଆର ପ୍ରଥମ ଆଣ୍ଟି କୋଭିଡ୍ ଭ୍ୟାକସିନର ରେଜିଷ୍ଟ୍ରେସନ୍ କରିବାକୁ ଯୋଜନା କରୁଛି। ରେଜିଷ୍ଟ୍ରେସନ୍ ପରେ ଦେଶରେ କରୋନା ଭ୍ୟାକସିନ୍ ସାଧାରଣ ଲୋକମାନଙ୍କ ଉପରେ ବ୍ୟବହାର କରାଯିବା ନେଇ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ଭ୍ୟାକସିନ୍ ଅଗଷ୍ଟ ୧୦ କିମ୍ବା […]
ଭୁବନେଶ୍ୱର: କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସେ କହିଛନ୍ତି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି, ତାର ତଥ୍ୟକୁ ସାର୍ବଜନୀନ କରାଯାଉ। ତା ସହିତ ସବୁ କରୋନା ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦୂରତାକୁ ଦେଖି ଜୟପୁରରୁ ଭୁବନେଶ୍ୱର ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉ। କୋରାପୁଟ SLN ମେଡିକାଲ କଲେଜକୁ କୋଭିଡ୍ […]
ବେଜିଂ: ଚୀନ୍ରୁ ଆସି ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଥମିବାର ନାଁ ନେଉନଥିବା ବେଳେ ଏବେ ପୁଣି ଚୀନ୍ରେ ଆଉ ଏକ ନୂଆ ଭାଇରସ୍ ବାହାରିଛି। ଏହି ନୂଆ ଭାଇର୍ସ ଚୀନ୍ରେ ୭ ଜଣଙ୍କର ଜୀବନ ନେଇସାରିଲାଣି। ଏଥିରେ ୬୦ରୁ ଅଧିକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏହି ଭାଇରସ୍ର ନାଁ ହେଲା ‘ଟିକ୍ ବର୍ଣ୍ଣ ଭାଇରସ’(TBV)। ଚୀନ୍ର ଜିଆଙ୍ଗସୁ ଏବଂ ଅନହୁଇ ଅଞ୍ଚଳରେ ଏହି ଭାଇରସରେ ଲୋକେ ସଂକ୍ରମିତ ହୋଇଥିବା ଦେଖାଯାଇଛି। ଏହି ନୂଆ ଭାଇରସ୍ର ଆଭାସ […]
ଭୁବନେଶ୍ୱର; ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୧ ମଧ୍ୟରୁ ୫୨ କ୍ୱାରେଣ୍ଟିନ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ ୪୯ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେ ଟ୍ୱିଟ୍ କରି ସଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସାଲିଆସାହିରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆରୁ ୩ ଏବଂ ଡୁମୁଡୁମାରୁ ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ଗଡ଼ରୁ ୨ […]
ଭୁବନେଶ୍ୱର: କରୋନା କବଳରେ ଶିକ୍ଷକଙ୍କ ଜୀବନ ଯାଉଛି। କୋଭିଡ୍ ଲଢ଼େଇର ଆଗରେ ରହି କେବଳ ଗଞ୍ଜାମ ଜିଲ୍ଲାରେ ଏଯାଏଁ ପ୍ରାଣ ହରାଇଲେଣି ୧୧ ଜଣ ଶିକ୍ଷକ। ତେବେ ପରିତାପର ବିଷୟ ସରକାର ଏମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି କି ସେମାନଙ୍କ ପରିବାର ଲାଗି ଆର୍ଥିକ ସହାୟତାର ବ୍ୟବସ୍ଥା କରିନାହାନ୍ତି। କରୋନା ଲଢ଼େଇରେ ସାମିଲ ହୋଇ ମୃତ୍ୟୁବରଣ କରୁଥିବା ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଶିକ୍ଷକସଂଘ ଦାବି କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଯଥାର୍ଥ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। ସେହିଭଳି ଆଜି ଢେଙ୍କାନାଳରୁ ୧୧୬, ସୁନ୍ଦରଗଡ଼ରୁ ୧୦୬, ସମ୍ବଲପୁରରୁ ୬୨ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ାରୁ ୫୫, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୪ ସୁସ୍ଥ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା […]
ବେଙ୍ଗାଲୁରୁ: ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମନପ୍ରୀତ ନୁହଁନ୍ତି, ତାଙ୍କର ଆଉ ୩ ସାଥୀ ଖେଳାଳି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବେଙ୍ଗାଳୁରୁରେ ଜାତୀୟ କ୍ୟାମ୍ପକୁ ଫେରିଲା ପରେ ଏହି ଖେଳାଳିମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଏହି ସୂଚନା ଦେଇଛି ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ(SAI) ମନପ୍ରୀତଙ୍କ ସହିତ କରୋନା ପଜିଟିବ୍ ଚିହ୍ନଟ ହୋଇଥିବା ଅନ୍ୟ ହକି ଖେଳାଳିମାନେ ହେଲେ, ସୁରେନ୍ଦର କୁମାର, ଜସକରନ […]
ଭୁବନେଶ୍ୱର: ଓଡ଼ିଶାରେ ୧,୬୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୨୫ ରହିଛି। ଗତ ୨୪ ଘଣ୍ଟାରେ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏ, ବାଲେଶ୍ୱର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫୯ରେ ପହଞ୍ଚିଛି। Regret to inform of the […]
ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର OPD ସେବା ବନ୍ଦ। ଗତକାଲି ରାତି ୮ଟାରୁ ଓପିଡି ସେବା ବନ୍ଦ ରହିଛି। ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ। ମେଡିକାଲ୍ରେ ଜଣେ ଡାକ୍ତର କରୋନା ପଜିଟିଭ ଚି଼ହ୍ନଟ ପରେ ମେଡିକାଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓପିଡିରେ ସେବା ପାଉଥିବା ରୋଗୀମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବାର ବ୍ୟବସ୍ଥା ହୋଇଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଓପିଡିକୁ ସମ୍ପୂର୍ଣ୍ଣ […]