• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
କଟକ ସହରରେ ସାହିକୁ ସାହି ବ୍ୟାପୁଛି କରୋନା, ବଢ଼ିଲା ଚିନ୍ତା

କଟକ: ଏବେ କଟକ ସହରରେ ସାହିକୁ ସାହି ବ୍ୟାପିବାରେ ଲାଗିଛି ମହାମାରୀ କରୋନା। ସହରର ଏକାଧିକ ସାହିରୁ ବାହାରିଛନ୍ତି ଆକ୍ରାନ୍ତ। ସାହିକୁ ସାହି କରୋନା ଆକ୍ରାନ୍ତ ବ୍ୟାପିବା ପରେ ଏବେ ଚିନ୍ତିତ ହୋଇପଡ଼ିଛନ୍ତି କଟକବାସୀ। ଖାଲି ଲକ୍‌ଡାଉନ୍‌ କରାଯାଉଛି, କିନ୍ତୁ ସହରରେ CMC ସେଭଳି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଲକ୍‌ଡାଉନ୍‌ ସମୟରେ ନା ସାନିଟାଇଜ ଠିକ୍ ଭାବେ କରାଯାଉଛି, ନା ସ୍ୱାସ୍ଥ୍ୟପରୀକ୍ଷା ଡୋର ଟୁ ଡୋର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି […]

  • Monday, 05 July 2021
coronavirus 55
ଓଡ଼ିଶାରେ ୧,୩୮୪ ନୂଆ କରୋନା ପଜିଟିଭ୍‌‌ ଚିହ୍ନଟ, କେବଳ ଗଞ୍ଜାମରୁ ୩୩୧

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୩୮୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୧୧ ରହିଛି। ଗଞ୍ଜାମରୁ ସର୍ବାଧିକ ୩୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୬ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଛି।

corona 33
ଦିନକରେ ଓଡ଼ିଶାରେ ଚିହ୍ନଟ ହେଲେ ୧,୩୮୪ ନୂଆ କରୋନା ପଜିଟିଭ୍‌‌, ଗଲା ୧୦ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏ, ଗଜପତିରୁ ୨, କଳାହାଣ୍ଡି ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚିଛି। Regret […]

corona
ଦେଶରେ ୧୮ ଲକ୍ଷ ଟପିଲା କରୋନା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗୁରୁତର ହେଉଛି କରୋନା ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ହଜାର ୯୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୭୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୭୯ ହଜାର ୩୫୭ ଚିକିତ୍ସିତ ହେଉଥିବା ବେଳେ ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର […]

  • Monday, 05 July 2021
Karti P Chidambaram
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ପି. ଚିଦାମ୍ବରମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ କାର୍ତ୍ତି ଚିଦାମ୍ବରମ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। I have just tested positive for #Covid. My symptoms are mild and as per medical advice I am under home quarantine. I would urge all those who have recently […]

  • Monday, 05 July 2021
cuttack
ବେହେରା ସାହି ଅସମ୍ଭାଳ! ଦିନକରେ କଟକ ସହରରେ ୮୭ ଆକ୍ରାନ୍ତ

କଟକ: କଟକ ସହରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୮୭ରୁ ୭୯ କ୍ୱାରେଣ୍ଟିନ, ୮ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ (ସିଏମ୍‌ସି)। କେଉଁ ଅଞ୍ଚଳରୁ କେତେ ଚିହ୍ନଟ: ୮୭ରୁ କେବଳ ମାଲଗୋଦାମ ବେହେରା ସାହିରୁ ୫୭ ଚିହ୍ନଟ ହୋଇଛନ୍ତି। ଗତକାଲି ମାଲଗୋଦାମ ବେହେରା ସାହିରୁ ୨୨ ପଜିଟିଭ ମିଳିଥିଲେ। ଆଜି ମାଛୁଆବଜାରରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

  • Monday, 05 July 2021
corona
୨୪ ଘଣ୍ଟାରେ ସବୁ ଦେଶକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନାଭାଇରସ୍। ଗତ ୨୪ ଘଣ୍ଟାରେ ଦେଶରେ ୫୨ହଜାର ୯୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାରରୁ ଅଧିକ ଏବଂ ବ୍ରାଜିଲରେ ୨୫ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷରୁ […]

  • Monday, 05 July 2021
bbsr
ଭୁବନେଶ୍ୱରରୁ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୬୫ କ୍ୱାରେଣ୍ଟିନ ଏବଂ ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ (ବିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ଆଇଗିଣିଆ ଆଳୁଗଦିରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୋଲିସ କଲୋନିରୁ ୭, ଗୌତମ ନଗର ବସ୍ତିରୁ ୫, ବଡ଼ଗଡ଼ ନୂଆସାହିରୁ ୪, ଜିଜିପି କଲୋନିରୁ ୩, ଜାଗମରାରୁ ୩ ଚିହ୍ନଟ ହୋଇଛନ୍ତି। […]

  • Monday, 05 July 2021
cure
ରେକର୍ଡ ଭାଙ୍ଗିଲା: ଦିନକରେ ସୁସ୍ଥ ହେଲେ ୧୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ ଦିନକରେ ସୁସ୍ଥ ହେଲେ ୧୧୧୯ କରୋନା ଆକ୍ରାନ୍ତ। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୩୦୭୩ରେ ପହଞ୍ଚିଲା। କେଉଁ ଜିଲ୍ଲାରୁ କେତେ:- ଗଂଜାମରେ ସର୍ବାଧିକ ୩୫୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୯୭, ଗଜପତି ୮୩, ଯାଜପୁର ୭୦, କେନ୍ଦୁଝରରୁ ୫୭ ସୁସ୍ଥ ହୋଇଛନ୍ତି। କଟକ ୫୦, ବୌଦ୍ଧ ୪୦, ନୟାଗଡ଼ ୩୭, ରାୟଗଡ଼ାରୁ ୩୫ ସୁସ୍ଥ ହୋଇଛନ୍ତି। ପୁରୀ ୩୧, […]

  • Monday, 05 July 2021
corona-vaccine
ଖୁବଶୀଘ୍ର ଭାରତରେ ହେବ ଅକ୍ସଫୋର୍ଡ କରୋନା ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ, ଦୈନିକ ୫୦ହଜାରରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହା ମଧ୍ୟରେ କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ସାରା ଦୁନିଆରେ ଦ୍ରୁତ ଗତିରେ କାମ ଜାରି ରହିଛି। ଏହିକ୍ରମରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ପକ୍ଷରୁ ଅନୁମତି […]

  • Monday, 05 July 2021
mo-bus
ଆଜିଠୁ ଚାଲିବ ମୋ ବସ୍

ଭୁବନେଶ୍ୱର: ଆଜିଠୁ ପୁଣି ଚଳାଚଳ କରିବ ‘ମୋ ବସ୍’’। ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍‌ରେ ଏହି ବସ୍ ଚଳାଚଳ କରିବ। ନନ୍ ଏସି ବସ୍‌ଗୁଡ଼ିକ ଚାଲିବ। ଯେଉଁ ରୁଟ୍‌ଗୁଡ଼ିକରେ ମୋ ବସ୍ ଚାଲିବ ସେଗୁଡ଼ିକ ହେଲା- ୧୧ ନମ୍ବର ନନ୍ଦନ ବିହାର-ଲିଙ୍ଗିପୁର, ୧୬ ନମ୍ବର ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ, ୧୮ ନମ୍ବର-ବରମୁଣ୍ଡାରୁ ଜଗତପୁର, ୨୦ ନମ୍ବର-ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର, ୨୩ ନମ୍ବର-ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ୨୫ ନମ୍ବର ଡୁମଡୁମାରୁ ମଞ୍ଚେଶ୍ୱର, […]

  • Monday, 05 July 2021
bbsr-corona
କୋଭିଡ୍‌ ମୁକାବିଲା ପାଇଁ ଭୁବନେଶ୍ୱରବାସୀଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି

ଭୁବନେଶ୍ୱର: ଭୁବନେଶ୍ୱରରେ ଲୋକଙ୍କଠାରେ କୋଭିଡ ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ଦୁଇ ପର୍ଯ୍ୟାୟରେ ହୋଇଥିବା ସେରୋ ସର୍ଭେଲାନ୍ସରୁ ଏହା ସ୍ପଷ୍ଟହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଡୌଧୁରୀ। ସେ କହିଛନ୍ତି ଯେ, ପ୍ରଥମ ରାଉଣ୍ଡରେ ୨ଟି ପାର୍ଟରେ ମୋଟ ୨୫୧୪ଟି ସାମ୍ପଲ ସର୍ଭେ ହୋଇଥିଲା। ଏହା ଭିତରୁ ପ୍ରଥମ ପାର୍ଟରେ ୯୦୦ ସାମ୍ପଲ କମ୍ୟୁନିଟିରୁ ନିଆଯାଇଥିଲା। ଦ୍ୱତୀୟ ପାର୍ଟରେ ୧୬୧୪ ସାମ୍ପଲ କୋଭିଡ ୱାରିଅରଙ୍କ ଠାରୁ ନିଆଯାଇଥିଲା। ପ୍ରଥମ ପାର୍ଟରେ ଜନବସତିରୁ […]

  • Monday, 05 July 2021
karnataka-cm
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ କରୋନା

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କ୍ୱାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ସିଦ୍ଦରମୈୟା। ସେ ଟ୍ୱିଟ୍ କରି ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନା ସତର୍କତା ପାଇଁ ଡାକ୍ତରଖାନାରେ ମଧ୍ୟ ଆଡ୍‌ମିସନ ହୋଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଶରୀରରେ […]

  • Monday, 05 July 2021
ପwho
WHOର ଚେତାବନୀ- ଭାକ୍ସିନ କରୋନା ଭାଇରସ୍‌କୁ ସମ୍ପୂର୍ଣ୍ଣ ମାରି ପାରିବ ନାହିଁ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ସାରା ବିଶ୍ୱରେ ଏବେ ୧୬୫ରୁ ଅଧିକ କରୋନା ଭ୍ୟାକସିନ ପ୍ରସ୍ତୁତ ହେଉଛି। ଏହା ମଧ୍ୟରୁ କେତେକ ଭ୍ୟାକସିନ ପ୍ରି କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ଥିବାବେଳେ କେତେକ ଭ୍ୟାକସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲରେ ଅଛି । ସେପଟେ ରୁଷିଆ କିଛି ସପ୍ତାହ ମଧ୍ୟରେ ଭ୍ୟାକସିନ ମାର୍କେଟକୁ ଛାଡ଼ିବ ବୋଲି ଦାବି କରିଛି । ଆସନ୍ତା ମାସ ସୁଦ୍ଧା ଭ୍ୟାକସିନର ମାସ୍‌ ପ୍ରଡକସନ କରି ସାରା ବିଶ୍ୱକୁ […]

  • Monday, 05 July 2021
coronaviryus
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୮୪ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ।୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୮୯ ଜଣ  ଥିବାବେଳେ ଲୋକାଲ କେସ୍‌ ଅଛି ୪୯୫। ସୋମବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଅଛନ୍ତି। ଗଞ୍ଜାମରୁ ୨୮୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ଏହା ପଛରେ ରହିଛି ଖୋର୍ଦ୍ଧା। […]

  • Monday, 05 July 2021
coronavirus
ଦେଶରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ; ୮୦୩ ମୃତ୍ୟୁ

ନୂଆଦିଲ୍ଲୀ: ଏବେ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ତାଳ ଦେଇ ବଢ଼ି ଚାଲିଛି। ଆଜି ଦେଶରେ ଦିନକରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି। ମୋଟ […]

  • Monday, 05 July 2021
corona death in  odisha
୨୪ ଘଣ୍ଟାରେ ୯ ଜୀବନ ନେଲା କରୋନା

ଭୁବନେଶ୍ୱର:ରାଜ୍ୟରେ ଆଜି ୯ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬ ଛୁଇଁଲା। ସୂଚନାନୁସାରେ, ଗଞ୍ଜାମରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ  ୪ଜଣ ଯାକ  ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯତାକ୍ରମେ ୪୦, ୫୦, ୪୬ ଓ ୬୦ ବର୍ଷ। ସେହିଭଳି ଗଞ୍ଜାମର ଅନ୍ୟ ୨ ମୃତକ ହେଲେ ମହିଳା ଓ ସେମାନଙ୍କର ବୟସ […]

ils
'ଅଗଷ୍ଟରେ ରାଜ୍ୟରେ କରୋନା ସ୍ଥିିତି ଶୀର୍ଷକୁ ଯାଇ ସ୍ଥିର ହେବ'

ଭୁବନେଶ୍ୱର: ଅଗଷ୍ଟରେ କରୋନା ସ୍ଥିତି ଦ୍ରୁତ ଗତିରେ ମାଡ଼ି ପୁଣି ସ୍ଥିର ହେବ। କିନ୍ତୁ ଏହି ଭାଇରସ ଭିନ୍ନ ପ୍ରକାର ହେଉଥିବାରୁ ର୍ନିଦ୍ଧିଷ୍ଟ ଆକଳନ ଲଗାଇ ହେଉନି। କିନ୍ତୁ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଆଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେହିଭଳି ରାଜ୍ୟରେ ଘଟୁଥିବା କରୋନା ଜନିତ ମୃତ୍ୟ ସଂଖ୍ୟାକୁ ନେଇ ସେ କହିଛନ୍ତି ଯେ ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ ଅଧିକ ମୃତ୍ୟୁ […]

  • Monday, 05 July 2021
doctor
ବୁର୍ଲା ମେଡିକାଲରେ ୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ୯ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ମେଡିସିନ୍ ବିଭାଗର OPD ଆଜି ପାଇଁ ବନ୍ଦ କରାଯାଇଥିବା ସେ କହିଛନ୍ତି। ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ। ୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ […]

  • Monday, 05 July 2021
bbsr
ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୫୧ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀରେ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ କ୍ୱାରେଣ୍ଟିନ, ୫୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି। କେଉଁ ଅଞ୍ଚଳରୁ କେତେ:- ଶିରିପୁର କନ୍ଧସାହିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହିରୁ ଆଉ ୧୧, ନୟାପଲ୍ଲୀ ବ୍ରିଟ କଲୋନିରୁ ୭, ଡୁମୁଡୁମାରୁ ୬, ୟୁନିଟ-୬ରୁ ୪, ଖଣ୍ଡଗିରି ତପୋବନ ବସ୍ତିରୁ ୩, ବଡ଼ଗଡ଼ ବ୍ରିଟ କଲୋନିରୁ ୩, ୟୁନିଟ-୧ରୁ […]

  • Monday, 05 July 2021
dharmendra
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ‌ ସାମ୍ପଲ ରିପୋର୍ଟ ପଜିଟିଭ ଆସିଛି। ପରେ ଧର୍ମେନ୍ଦ୍ରଙ୍କୁ ହରିୟାନାର ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ନେଇ ସ୍ପଷ୍ଟ କଲେ ନିଜେ ଧର୍ମେନ୍ଦ୍ର। ଏନେଇ ନିଜେ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, କୋଭିଡ଼ ଲକ୍ଷଣ ଦେଖିଲା ପରେ ମୁଁ ଟେଷ୍ଟ କରାଇଥିଲି। ଟେଷ୍ଟରେ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। […]

  • Monday, 05 July 2021
cured
ଦିନକରେ ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ। ଆଜି ରାଜ୍ୟରେ  ଦିନକରେ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୪, ୪୮୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ: ଗଂଜାମରୁ ସର୍ବାଧିକ ୨୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୧୮, ରାୟଗଡ଼ା ୧୨୮, ସୁନ୍ଦରଗଡ଼ରୁ ୧୨୨, […]

  • Monday, 05 July 2021
rajesh-bhusan
ଖୁସି ଖବର, ଦେଶରେ କମୁଛି ମୃତ୍ୟୁ ହାର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ସେପଟେ କରୋନାକୁ ନେଇ ଜାତୀୟ ସ୍ତରରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଧୀରେ […]

  • Monday, 05 July 2021
covid-fighers
କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆସନ୍ତାକାଲି ନୀରବ ପ୍ରାର୍ଥନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଠି ଥିଲେ ବି ଏକ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘର ଭିତରେ ହେଉ କିମ୍ବା ବାହାରେ, ଯେଉଁଠି ଥିଲେ ବି ନୀରବ ପ୍ରାର୍ଥନା ସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ନବୀନ କହିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଟିଭି ଏବଂ ସୋସିଆଲ୍ ମିଡିଆରେ ଶପଥ […]

  • Monday, 05 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ଚିହ୍ନଟ ହେଲେ ୧,୩୩୭ ନୂଆ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୩୩୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୨ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ରେ ପହଞ୍ଚିଛି।