ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଗତକାଲି ଭୁବନେଶ୍ୱରର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କରୋନା ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ କଣ୍ଟା୍ସ ଟ୍ରେସିଂ ମଧ୍ୟ ଚାଲିଛି। ବଡ଼ଗଡ଼ କେନାଲ ଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍ ହଷ୍ଟେଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି। […]
ଭୁବନେଶ୍ୱର: କେତେ ସଠିକ୍ କରୋନା ଟେଷ୍ଟ ରିପୋର୍ଟ ? ଓଡ଼ିଶାରେ ହେଉଥିବା କରୋନା ଟେଷ୍ଟିଂରେ ରହିଛି କି ତ୍ରୁଟି ? ଏବେ ଏପରି ଅନେକ ପ୍ରଶ୍ନ ପୁଣି ଥରେ ଉଠିଛି। କାରଣ ସରକାରୀ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ବେସରକାରୀ ହସ୍ପିଟାଲ୍ରେ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ବ୍ୟାପକ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତ ୧୬ରେ ଭୁବନେଶ୍ୱର ଗଣପତି ବସ୍ତିର ଜଣେ ମହିଳାଙ୍କ କରୋନା ଟେଷ୍ଟ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେଉଁଠି କେତେ ମୃତ୍ୟୁସଂଖ୍ୟା ଗଞ୍ଜାମ-୩ ସୁନ୍ଦରଗଡ-୨ ବାଲେଶ୍ୱର-୨ ଝାରସୁଗୁଡା-୧ ଗଜପତି-୧ ରାୟଗଡ଼ା-୧ ଆଜି ଚିହ୍ନଟ […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୩୩ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି କରୋନା । ଦିନକୁ ଦିନ କରୋନା ମୃତ-ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୭ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହା ସହିତ ଦିନକରେ ୪୮ ହଜାର ୯୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ସାରା ଦେଶରେ ୪ ଲକ୍ଷ ୨୦ ହଜାର ୮୯୮ ସାମ୍ପଲ ଟେଷ୍ଟ ହୋଇଥିଲା। ନୂଆ ତଥ୍ୟକୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ସେହିପରି […]
ଖଲ୍ଲିକୋଟ: ହଜିଗଲା ମାନବିକତା, ଭୁଲି ଗଲେ ମଣିଷପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧା। ଯିଏ ଦିନେ କରୋନା ଯୋଦ୍ଧା ସାଜି କରୋନା ମହାମାରୀ ସମୟରେ କାମ କରୁଥିଲେ, ଆଜି ହସ୍ପିଟାଲ୍ ବାହାରେ ପଡ଼ିଛି ତାଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। କୋଦଳା ମେଡିକାଲ୍ ବାହାରେ କରୋନା ଯୋଦ୍ଧା ପୋଲିସ୍ ଏଏସ୍ଆଇ ରବୀନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଗତ ୪ ଦିନ ଧରି ରବୀନ୍ଦ୍ର ଜ୍ୱର, […]
ଖଲ୍ଲିକୋଟ: କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ। ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମ ସହକର୍ମୀ ଥିଲେ, ଆମ ଭାଇ ଥିଲେ; ଆମେ ସମସ୍ତେ ଆସିଛୁ ଏଠାକୁ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୬୨ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୪୯ ରହିଛି। ଏଯାଏ ସହରରୁ ୧୮୨୮ ସଂକ୍ରମିତ ହୋଇଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୮୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୯୫୨ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଆଉ ୨୯ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍ସି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- […]
କଟକ: କଟକରୁ ଆଉ ୩୫ ପଜିଟିଭ ଚିହ୍ନଟ। କଟକ ସହରରୁ ଆଜି ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ସରକାରୀ, ୨୬ ହୋମ୍ କ୍ୱାରେଣ୍ଟିନ ଓ ୩ ଲୋକାଲ୍ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍ସି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ରାଉସାପାଟଣାରୁ ସର୍ବାଧିକ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍ସିବି ଆଇସୋଲେସନ ଓ୍ୱାର୍ଡରୁ ୩ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। କାଳୀଗଳିରୁ ୩, ବାଲୁବଜାରରୁ ୨ […]
ଭୁବନେଶ୍ୱର: ରାଜଧାନୀରେ ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ଆଉ ୧୫ଶହ କୋଭିଡ୍ ବେଡ୍ ବଢିବ। ବସ୍ତି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ ଅନୁ ଗର୍ଗ। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ଏବେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛୁ, ଦିନକୁ ୧୪ଶହ ଟେଷ୍ଟ କରିବୁ। ସମସ୍ତ ୬୭ ୱାର୍ଡରେ ସଚେତକ ଟିମ୍ ଅଛନ୍ତି, ନିରନ୍ତର କାମ କରୁଛନ୍ତି। ବସ୍ତି […]
କଳାହାଣ୍ଡି: କଳାହାଣ୍ଡିର ଭବାନୀପାଟଣା ସହର ସଟ୍ଡାଉନ୍ ହୋଇଛି। ସହରରେ କରୋନା ପଜିଟିଭ୍ ସଂଖ୍ୟା ବଢିଚାଲିଥିବାରୁ ଭବାନୀଟପାଟଣାକୁ ଦୁଇ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରରେ ୧୦ ପୋଲିସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଭବାନୀଟପାଟଣାରେ ରିଜର୍ଭ ପୋଲିସର ୫ ଜଣ, ଟାଉନଥାନାରୁ ୩, ସଦର ଥାନାରୁ ଜଣେ ଏବଂ ଆଇଆରବି ବାଟାଲିୟନରୁ ଜଣେ ଏହିପରି ମୋଟ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୦ଙ୍କୁ ମିଶାଇ […]
ଭୁବନେଶ୍ୱର: ଏବେବି ବିପଦମୁକ୍ତ ରହିଛି ବସ୍ତି ଅଞ୍ଚଳ। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ ସଂକ୍ରମିତଙ୍କୁ ଠାବ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି, ସେମାନେ […]
ଗଜପତି: ଲୋକଙ୍କୁ କରୋନା ସଂପର୍କରେ ସଚେତନ କରୁକରୁ କାନ୍ଦି ପକାଇଲେ ତହସିଲଦାର। ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବା ବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଲୋକମାନେ କରୋନା କଟକଣା ମାନୁ ନଥିବାରୁ ସେ କୋହଭରା କଣ୍ଠରେ ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ମୋହନାରେ ୩ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ଲକ୍ ମୁଖ୍ୟାଳୟକୁ ୪ ଦିନ […]
ଭୁବନେଶ୍ୱର: କରୋନା ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ। ଧର୍ମୀୟ ବ୍ୟବସ୍ଥାରେ ହେବ ଶବ ସତ୍କାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ SRC। ସମ୍ମାନର ସହ ମୃତଦେହ ନେବା ପାଇଁ ଅନୁମତି ସକାଶେ କହିଛନ୍ତି। ମୃତଦେହ ନ ଛୁଇଁ ନିଜ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି। ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ସତ୍କାର ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଗାଇଡାଲାଇନ୍ ଅନୁସାରେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୫,୯୨୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୩୨, […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲ ନାଥ। ସେ କହିଛନ୍ତି, ଶିବରାଜଙ୍କୁ କରୋନା ହୋଇଥିବା ଖବର ଶୁଣି ଦୁଃଖ ଲାଗିଲା। କିନ୍ତୁ ଯଦି ସେ ମହାମାରୀ ବିଷୟରେ ଥଟା ନ କରି ଏହାକୁ ଗମ୍ଭୀରତାର ସହ ନେଇଥାନ୍ତେ, ତେବେ ଆଜି ଏହି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି କମଲ ନାଥ ଟ୍ୱିଟ୍ କରିଛନ୍ତି। ଏ ନେଇ ଗୋଟିଏ ପରେ ଗୋଟିଏ […]
ବେଙ୍ଗାଲୁରୁ: କରୋନା ଏକ ସାଧାରଣ ସର୍ଦ୍ଦି। କୋଭିଡ-୧୯ ମହାମାରୀରୁ ସୁସ୍ଥ ହେବା ପରେ ଏଭଳି କହିଛନ୍ତି କର୍ଣ୍ଣାଟକର ଜଣେ ଶତାୟୁ ବୃଦ୍ଧା ହଲ୍ଲମ୍ମା। କର୍ଣ୍ଣାଟକର ବେଲାରୀର ଅଞ୍ଚଳର ହୁବିନା ହାଦଗଳିର ବାସିନ୍ଦା ହେଉଛନ୍ତି ୧୦୦ ବର୍ଷୀୟା ବୃଦ୍ଧା ମହିଳା ହାଲ୍ଲମ୍ମା। ଜୁଲାଇ ୧୬ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଏହି ଶତାୟୁ ମହିଳା। ତେବେ ଡାକ୍ତରଖାନାରେ […]
ଭୁବନେଶ୍ୱର: କରୋନା ମହାମାରୀ ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର। ଦୈନିକ ବହୁ ଅମୂଲ୍ୟ ଜୀବନ ନେଉଥିବା କୋଭିଡ୍ ଦାନବର ପ୍ରତିରୋଧ ପାଇଁ ସବୁଠୁ ବଡ଼ ଢାଲ। ଗଲା କିଛି ଦିନ ଭିତରେ ରାଜ୍ୟରେ ୧୩ ଗୁରୁତର ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଂପୂର୍ଣ ସୁସ୍ଥ ଓ ଅନ୍ୟମାନଙ୍କୁ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେବା ପରେ ଏବେ ଈଶ୍ୱରଙ୍କ ବରଦାନ ସଦୃଶ ପାଲଟିଛି ପ୍ଲାଜମା ଥେରାପି। ଏବେ ଓଡ଼ିଶାରେ କରୋନା ଦୈନିକ ହାରାହାରି ୫-୬ଟି ଏପରିକି ଗତ ୨୪ […]
ଭଞ୍ଜନଗର: ଗଞ୍ଜାମରେ କରୋନା ସ୍ଥିତି ସାଂଘାତିକ। ପ୍ରତ୍ୟେକ ଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ମୃତକଙ୍କ ମଧ୍ୟରେ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ତେବେ ଗଞ୍ଜାମରେ ଆଉ ଜଣେ କରୋନା ଯୋଦ୍ଧା ଆଖି ବୁଜିଛନ୍ତି। ଗତ ୨୨ ତାରିଖରେ ସୋରଡ଼ା ବ୍ଲକ୍ ଅନ୍ତର୍ଗତ ସରାବାଡ଼ି ଗାଁର ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସେ କୋଭିଡ୍ କେୟାର୍ ହୋମ୍ରେ […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୧,୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୩୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୫୯ ରହିଛି। ଗଞ୍ଜାମରୁ ସର୍ବାଧିକ ୪୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଆଜି କେବଳ ଗଞ୍ଜାମ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୭୯ରେ […]
ପୁରୀ: ଲକ୍ଡାଉନ୍ କଟକଣା ଭିତରେ ପୁରୀ ଯାଇଥିବା ଏକ କାର୍କୁ ଅଟକ ରଖାଯାଇଛି। ଭୁବନେଶ୍ୱରର ଏହି କାର୍ଟି ସନ୍ଦେହଜନକ ଭାବେ ପୁରୀ ଆସିଥିଲା ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଅଟକିଥିଲା। ଆଜି ଭୋର ସମୟରେ କାର୍ଟି ପୁରୀ ଆସିଥିଲା ବୋଲି ସୂଚନା ମିଳିଛି। କାର୍ରେ ଥିବା ୩ ଜଣ ବ୍ୟକ୍ତି ହିନ୍ଦୀରେ କଥା ହେଉଥିଲେ ବୋଲି ଜଣାପଡ଼ିଛି। ସନ୍ଦେହଘେରକୁ ଆସିବା ପରେ କାର୍କୁ ପିପିଲି ଟୋଲ୍ ଗେଟ୍ରେ ଅଟକା ଯିବାସହ କାର୍ରେ ଥିବା ୩ଜଣଙ୍କୁ ପଚରାଉଚରା କରଯାଇଥିଲା। ଗାଡ଼ିରେ […]
ନୂଆଦିଲ୍ଲୀ; ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୪୮ ହଜାର ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଉ ୭୦୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଯାହାପରେ ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ଏବେ ଦେଶରେ ୪ ଲକ୍ଷ ୬୭ […]
ନୂଆଦିଲ୍ଲୀ: ରେଡିଓ ପ୍ରୋଗ୍ରାମ ‘ମନ୍ କି ବାତ୍’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କାରଗିଲ୍ ବିଜୟ ଦିବସର ୨୧ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି ଅବସରରେ ପାକିସ୍ତାନକୁ ସମାଲୋଚନା କରିବା ସହିତ ସୋସିଆଲ ମିଡିଆରେ ଯବାନଙ୍କୁ ଅପମାନିତ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରି ମୋଦି କହିଛନ୍ତି, ବିନା କାରଣରେ ଶତ୍ରୁତା କରିବା, ଦୁଷ୍ଟ ସ୍ୱଭାବର […]
ପାରଳାଖେମୁଣ୍ଡି: ରାସ୍ତା କଡ଼ରେ ପଡ଼ିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋଭ୍ସ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ ନିକଟ ମୁଖ୍ୟ ରାସ୍ତାକଡ଼ରେ ଏସବୁ ସାମଗ୍ରୀ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। କରୋନାରୁ ବର୍ତ୍ତିବା ଲାଗି ବ୍ୟବହାର ହେଉଥିବା ଏହି ସାମଗ୍ରୀଗୁଡିକୁ ପରେ ନଷ୍ଟ କରାଯିବା କଥା। ହେଲେ କିଛି ବେପରୁଆ ବ୍ୟକ୍ତି ଏହାକୁ ରାସ୍ତା କଡ଼ରେ ଫୋପାଡି […]