• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

shutdown 111
ଆଜିଠୁ ୩ ଦିନ ପାଇଁ ଏହି ଜିଲ୍ଲା ସଟ୍‌ଡାଉନ୍‌

ବରଗଡ଼: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସଟ୍‌ଡାଉନ୍‌ ସମୟରେ ଜରୁରୀ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରହିବ। ଗ୍ରୋସରୀ, ପରିବା, କ୍ଷୀର ଦୋକାନ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଏବଂ ବିହନ, ସାର ଭଳି କୃଷିଜାତ ସାମଗ୍ରୀ ଦୋକାନ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଗତକାଲି […]

  • Monday, 05 July 2021
unlock-3
ଓଡ଼ିଶା ଅନ୍‌ଲକ୍‌-୩: ବଳବତ୍ତର ରହିବ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ସାରା ଦେଶରେ ଆଜିଠୁ ଅନ୍‌ଲକ୍-ଥ୍ରୀ ଆରମ୍ଭ ହୋଇଛି। ଅନ୍‌ଲକ୍-ଥ୍ରୀରେ କିଛି ସେବାକୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଆଉ କିଛି ସେବା ବନ୍ଦ ରହିଛି। ଏହି ଆଧାରରେ ଅନ୍‌ଲକ୍-ଥ୍ରୀରେ ଓଡ଼ିଶାରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।  ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ। ହେଲେ ରାତ୍ରୀକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ। ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ […]

  • Monday, 05 July 2021
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସଙ୍କୁ କରୋନା, ସିଲ୍‌ ହେଲା OT

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ଡାକ୍ତରଖାନାର ଅପରେସନ୍ ଥିଏଟରକୁ (OT) ସିଲ୍‌ କରାଯାଇଛି। ଅପରେସନ୍ ଥିଏଟର ସିଲ୍‌ ହେବାପରେ ରୋଗୀମାନେ ଡାକ୍ତରଖାନା ବାହାରେ ବସିଥିବା ସୂଚନା ମିଳିଛି। ଏ ନେଇ ରୋଗୀଙ୍କ ସମ୍ପର୍କୀୟ ଚିନ୍ତାରେ ଥିବା ଜଣାପଡ଼ିଛି। OT ସିଲ୍‌ ହେବାର ୨୪ ଘଣ୍ଟା ପରେ ବି ସାନିଟାଇଜ୍ ହୋଇ ନଥିବା ଅଭିଯୋଗ ହୋଇଛି।

  • Monday, 05 July 2021
doctor111
କୋଭିଡ୍‌ ନିୟମ ଭାଙ୍ଗୁଥିଲେ, ବିରୋଧ କରିବାରୁ ସାମ୍ବାଦିକ ଓ ପୋଲିସ୍‌କୁ ପିଟିଲେ ଡାକ୍ତର

କେନ୍ଦ୍ରାପଡ଼ା: ନର୍ସିଂହୋମ୍‌ରେ କୋଭିଡ୍ ନିୟମ ଉଲ୍ଲଂଘନ, ଚିକିତ୍ସା ଅବହେଳାର ଖବର ସଂଗ୍ରହ ବେଳେ ପ୍ରଥମେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ବେଳେ ତଦନ୍ତ ପାଇଁ ଆସିଥିବା ପୋଲିସ୍‌ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ ଆକ୍ରମଣକାରୀ। କେନ୍ଦ୍ରାପଡ଼ାରୁ ଏହି ଅଭିଯୋଗ ଆସିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ୨ ଡାକ୍ତରଙ୍କ ସମେତ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡାକ୍ତର ଦ୍ୱୟ ହେଲେ ଦେବାଶିଷ ଓ ଶିବାଶିଷ ସାହୁ। ସୂଚନା ଅନୁସାରେ, ଗତକାଲି […]

  • Monday, 05 July 2021
odisha corona updates
ଓଡ଼ିଶାରେ ୧,୬୦୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ; ଗଞ୍ଜାମ ପଛରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଦିନକରେ ୧,୬୦୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୦୯  ରହିଛି। ଗଞ୍ଜାମରୁ ସର୍ବାଧିକ ୩୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାପଛରେ ଖୋର୍ଦ୍ଧା ରହିଛି। ଖୋର୍ଦ୍ଧାରୁ ୨୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।   ଚିହ୍ନଟ ନୂଆ […]

corona
ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଗୁରୁତର ହେଉଛି। ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୪ ଜଣଙ୍କ ମୃତ୍ୟୁ ହୋଇଛି।  ଏଯାବତ୍ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୬ ହଜାର ୫୧୧କୁ ବୃଦ୍ଧି ପାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ରେ ପହଞ୍ଚିଛି । ୫ ଲକ୍ଷ ୬୫ ହଜାର ୧୦୩ ଜଣ […]

  • Monday, 05 July 2021
ଗଞ୍ଜାମର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏହି କଟକଣା ବ୍ରହ୍ମପୁରରେ ମଧ୍ୟ ଲାଗୁ ହେବ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗଞ୍ଜାମରେ କ’ଣ କ’ଣ କଟକଣା ଲାଗୁ ହେବ ଜାଣନ୍ତୁ… ସକାଳ […]

  • Monday, 05 July 2021
lockdown
ଆଜି ରାତିରୁ ଏହି ଜିଲ୍ଲା ଲକ୍‌ଡାଉନ

କୋରାପୁଟ: କୋରାପୁଟ୍ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ। ଜିଲ୍ଲାରେ ୮୦୦ରୁ ଊର୍ଦ୍ଧ୍ୱ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଆଜି ଜିଲ୍ଲାପାଳ ଲକ୍‌ ଡାଉନ ଘୋଷଣା କରଛନ୍ତି। ସୂଚନାଥାଉ କି, ଏହା ପୂର୍ବରୁ ଜିଲ୍ଲାରେ ୪୮ ଘଣ୍ଟିଆ ସର୍ଟ ଡାଉନ ଜାରି କରାଯାଇଥିଲା। ଏହାର ଅବଧି ଆଜି ମଧ୍ୟ ରାତ୍ରରେ ଶେଷ ହେବ। ଏହା ପୂର୍ବରୁ ପୁଣି ଜିଲ୍ଲାକୁ ଲକ୍‌ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ରାତିରୁ […]

  • Monday, 05 July 2021
ganjam
ଆଶ୍ୱସ୍ତିର ଖବର; ଏହି ଜିଲ୍ଲାରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ: ଗଞ୍ଜାମରେ କମିଛି କରୋନା ଆକ୍ରାନ୍ତ ସଂଖ୍ୟା। ପୂର୍ବ ଅପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲଖିତ ହୋଇଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସହର ଓ ଗ୍ରାମାଞ୍ଚଳରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଦ୍ୱାରା ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତଥାପି ଅନ୍ୟ ଜିଲ୍ଲା ଅପେକ୍ଷା ଏବେ ଗଞ୍ଜାମରେ ସଂକ୍ରମଣ ହାର ଅଧିକ ରହିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କଡ଼ା ପଦକ୍ଷେପ ନିଆଯାଇଛି […]

  • Monday, 05 July 2021
coorna
କଟକ ସହରରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଆଉ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ ବେହେରାସାହିରୁ ପୁଣି ୧୪ ଜଣ, ପୁରୁଣା ରାଉସାପାଟଣାରୁ ପୁଣି ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୧ ଲୋକାଲ କଣ୍ଟାକ୍ଟ ମଧ୍ୟରୁ ୨ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। କଟକ ସହରରେ ଆକ୍ରାନ୍ତଙ୍କ  ମୋଟ ସଂଖ୍ୟା […]

  • Monday, 05 July 2021
coronavirus
ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ କରୋନା କେସ୍‌ ବଢ଼ି ଚାଲିଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ଆସିଛି। ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭାଇରସ। ଏହି ୫ ପ୍ରକାରର ଭାଇରସ ହେଲା- 19A, 19B, 20A, 20B ଓ 20C କରୋନା ଭାଇରସ। ଏନେଇ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ଏମାନଙ୍କ ମଧ୍ୟରୁ ରାଜ୍ୟରେ ସବୁଠାରୁ ଅଧିକ 20A, 20B ପ୍ରକାର ଭାଇରସ ଠାବ ହୋଇଛି। ତା ଠାରୁ […]

  • Monday, 05 July 2021
CORONAVIRUS-1
କୋଭିଡ୍‌ କଟକଣା ଉଲ୍ଲଂଘନକାରୀଙ୍କ ପାଇଁ ହ୍ୱାଟ୍ସଆପ୍‌ ନମ୍ବର ଜାରି

ଭୁବନେଶ୍ୱର: କରୋନା ବିରୋଧୀ ଲଢ଼େଇ ପାଇଁ ଭୁବନେଶ୍ୱର ଡିସିପି ନୂଆ ଉପାୟ ବାହାର କରିଛନ୍ତି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି ଡିସିପି ଉମାଶଙ୍କର ଦାଶ। କେହି କଟକଣା ଉଲ୍ଲଂଘନ କରୁଥିଲେ ହ୍ୱାଟସଆପ୍‌ରେ ଜଣାଇ ପାରିବେ ବୋଲି ସେ କହିଛନ୍ତି। ଡିସିପି ଜାରି କରିଥିବା ହ୍ୱାଟସଆପ୍ ନମ୍ବର- ହେଉଛି- ୭୪୪୦୦୦୬୭୦୯ । ଏହି ନମ୍ବର ଜରିଆରେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିଷୟରେ ସୂଚନା ଦେବାକୁ କୁହାଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନକାରୀ ଆପଣଙ୍କ ନଜରରେ ଆସନ୍ତି ତେବେ […]

  • Monday, 05 July 2021
covid-1
ଭୁବନେଶ୍ୱରରେ ଆଉ ୧୨୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରରେ ଆଉ ୧୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ରୁ କ୍ୱାରେଣ୍ଟିନରୁ ୭୭ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ-୯ ବାୟାବାବା ବସ୍ତିରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ୮ ଜଣ ପୋଲିସ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି। Update on newly detected & cured #COVID19 […]

  • Monday, 05 July 2021
bmc
ଭିଡ଼କୁ ନଯିବାକୁ ବିଏମ୍‌ସି କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମିତ ବଢୁଥିବା ନେଇ ଜନସାଧାରଣଙ୍କୁ ସତର୍କ କରାଇଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଭିଡ଼କୁ ନଯିବାକୁ ପରାମର୍ଶ ଦେଲେ ବିଏମ୍‌ସି କମିଶନର। ଦୈନିକ ପରିବା କିଣିବାକୁ ନଯାଇ, ୪/୫ ଦିନରେ ଥରେ ଯାଆନ୍ତୁ, ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି। ଜୀବନ ବଞ୍ଚିବା ଜରୁରୀ ବୋଲି କମିଶନର କହିଛନ୍ତି। ବଜାରକୁ ଗଲାବେଳେ ସତର୍କତାର ସହ ଯିବାକୁ କମିଶନର ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି, ଆଳୁ ଗଦିରୁ ଜଣେ ସଂକ୍ରମିତଙ୍କ ପାଇଁ […]

  • Monday, 05 July 2021
bmc 1
ଭାଇରାଲ୍ ଭିଡିଓ ପ୍ରସାରଣ ପରେ ଚିହିଁକି ଉଠିଲା ବିଏମ୍‌ସି

ଭୁବନେଶ୍ୱର: ପଜିଟିଭ୍ କହି ଉଠେଇ ନେଲେ, ପରେ ଭୁଲ୍ ହୋଇଥିବା କହି ଘରକୁ ଛାଡ଼ିଦେଲେ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ପରିଚାଳନାରେ ସାମ୍ନାକୁ ଆସିଛି ଅବ୍ୟବସ୍ଥାର ଏଭଳି ସାଙ୍ଘାତିକ୍ ଅଭିଯୋଗ। ସ୍ଥାନୀୟ ହରିନଗର ବସ୍ତିର ୪୫ ଜଣ ବାସିନ୍ଦା ସେମାନଙ୍କ ଦୁର୍ଦ୍ଦଶାର ଭିଡିଓ କରି ଏହାକୁ ଭାଇରାଲ୍ କରିବା ପରେ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ଭାବେ ଓଟିଭି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଏହାର ପ୍ରସାରଣ କରିଥିଲା। ହେଲେ ଏହା ପରେ ବିଚଳିତ ବିଏମ୍ସି ଲୋକଙ୍କ ଦୁର୍ଦ୍ଦଶାକୁ ପଛ କରି […]

  • Monday, 05 July 2021
corona-test
ଘରୋଇ ହସ୍‌ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି; ଆଣ୍ଟିଜେନ ଓ RT-PCR ଟେଷ୍ଟ ପାଇଁ ଉଚିତ ମୂଲ୍ୟ ନିଅ

ଭୁବନେଶ୍ୱର: ରାପିଡ୍ ଆଣ୍ଟିଜେନ୍ ଓ RT-PCR ଟେଷ୍ଟ ନେଇ ଘରୋଇ ହସ୍ପିଟାଲକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ। ଘରୋଇ ଲ୍ୟାବ ଆଣ୍ଟିଜେନ, RT-PCR ଟେଷ୍ଟ କରିପାରିବେ। ତେବେ ଟେଷ୍ଟିଂ ପରେ ରିପୋର୍ଟ ଆଗ କର୍ତ୍ତୃପକ୍ଷଙ୍କୁ ଓ ପରେ ୨୪ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଣାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ଚିଠିରେ ଦର୍ଶାଇଛି। ରାପିଡ ଆଣ୍ଟିଜେନ ଟେଷ୍ଟ ପାଇଁ ଘରୋଇ ହସ୍‌ପିଟାଲଗୁଡ଼ିକ ଓଡ଼ିଶା କ୍ଲିନିକାଲ ଆକ୍ଟରେ ପଞ୍ଜୀକରଣ କରିବେ। ସଂସ୍ଥାର ଯେଉଁମାନେ ପରୀକ୍ଷା କରିବେ ସେମାନେ ପ୍ରଶିକ୍ଷଣ […]

  • Monday, 05 July 2021
coor
ଆଜି ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି କଟକରୁ ୭୮ ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦୁଝରରୁ […]

  • Monday, 05 July 2021
shopinf-mall
ଭୁବନେଶ୍ୱରରେ ସପିଂ ମଲ୍‌ ଖୋଲିବା ନେଇ ବିଏମ୍‌ସିର ଅନୁମତି

ଭୁବନେଶ୍ୱର: ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ଅନୁମତି ଦେଲା ଭୁବନେଶ୍ୱର ମହାନଗର ନିଗମ(BMC)। ସପିଂ ମଲ୍ ଖୋଲିବା ନେଇ SOP ଜାରି କରିଛି BMC। ତେବେ ମଲ୍ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଆଦି ଖୋଲିବନି ବୋଲି ନିର୍ଦ୍ଦେଶ ରହିଛି। ଗେମ୍ ଜୋନ/ପିଲାଙ୍କ ପାଇଁ ଖେଳିବା ଏରିଆ ବି ଖୋଲିପାରିବନି ବୋଲି ଏସ୍‌ଓପିରେ କୁହାଯାଇଛି। କେବଳ ସେତିକି ନୁହେଁ ସପିଂ ମଲ୍ ଭିତରେ ଥିବା ସିନେମା ହଲ/ଫନ୍ ଜୋନ୍ ଆଦି ବି ବନ୍ଦ ରହିବ। ମଲ୍ […]

  • Monday, 05 July 2021
corona death in  odisha
ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪୧ ଜଣଙ୍କୁ କରୋନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜଣେ ଆଳୁ ବ୍ୟବସାୟୀଙ୍କ ଅସାବଧାନତା ଯୋଗୁ ୪୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସି ଏମାନେ ସମସ୍ତେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମିିତି ଜଣେ ସୁପରସ୍ପ୍ରେଡରଙ୍କ ସମ୍ପର୍କରେ ସୂଚନା ଦେଇ ଭିଡ଼କୁ ନ ଯିବାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଏମ୍‌ସି କମିଶନର ସୂଚନା ଦେଇ କହିଛନ୍ତି, ଦୈନିକ ପରିବା କିଣିବାକୁ ନ ଯାଇ, ୪/୫ ଦିନରେ ଥରେ ପରିବାକୁ କିଣିବାକୁ ଯାଆନ୍ତୁ ଏବଂ […]

  • Monday, 05 July 2021
corona 44
୨୪ ଘଣ୍ଟାରେ ଓଡ଼ିଶାରେ ୧,୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୪୩୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୪୫ ରହିଛି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ରେ ପହଞ୍ଚିଛି।

india
୧୦ ଦିନରେ ବଜାରକୁ ଆସିପାରେ କରୋନା ଭ୍ୟାକ୍ସିନ୍

ମସ୍କୋ: କରୋନା ଭାଇରସ୍‌ର ଟିକା ବା ଭ୍ୟାକ୍ସିନ୍‌ ବାହାର କରିବା ପାଇଁ ସାରା ବିଶ୍ୱ ଲାଗିପଡ଼ିଛି। କିଏ ଆଗ ଟିକା ବାହାର କରିବ ସେନେଇ ଏକ ପ୍ରକାରର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଆମେରିକା ଠାରୁ ଆରମ୍ଭ କରି ବହୁ ଛୋଟ ବଡ଼ ରାଷ୍ଟ୍ର ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଇଂଲଣ୍ଡର ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ ୟୁନିଭର୍ସିଟି ହେଉ କିମ୍ବା ଇଣ୍ଡିଆର ଭାରତ ବାୟୋଟେକ୍‌ ସମସ୍ତେ ଭାକ୍ସିନ୍ ପ୍ରସ୍ତୁତରେ ତତ୍ପର। ଏହି ରେସ୍‌‌ରେ କିନ୍ତୁ ଋଷିଆ ଆଗ […]

  • Monday, 05 July 2021
ଓଡ଼ିଶାରେ କରୋନା ନେଲା ଆଉ ୧୦ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୩, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of 10 Covid positive patients while under treatment in hospitals. 1. A 73-year […]

  • Monday, 05 July 2021
coronaviryus
ଦିନକରେ ୫୪, ୭୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ୮୫୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଏବେ କଥା ଆଉ ୩୦ ହଜାର ୪୦ ହଜାରରେ ନାହିଁ, ପ୍ରାୟ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଦେଶରେ ଦିନକରେ ୫୪, ୭୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୮୫୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ହୋଇଛି। ଆଜି ଚିହ୍ନଟ ହୋଇଥିବା ନୂଆ ୫୪, ୭୩୬ଜଣ କରୋନା ଆକ୍ରାନ୍ତଙ୍କୁ […]

  • Monday, 05 July 2021
coronaviuruys
ଭିଡିଓରେ ଦୁଃଖ କାହାଣୀ କହିଲେ କରୋନା ସଂକ୍ରମିତ ସାମ୍ବାଦିକ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହୋଇ ଟାଙ୍ଗୀ ଡ୍ରିମସ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କଟକର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ସୋସିଆଲ ମିଡିଆରେ ନିଜର ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। କଟକ ସହର ଉପକଣ୍ଠରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକ ହଇରାଣ କରୁଥିବା ଏବଂ ତାଙ୍କ ପରିବାର ଲୋକଙ୍କୁ ଏକ ପ୍ରକାର ବାସନ୍ଦ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ସେ ନିବେଦନ କରିଛନ୍ତି। ଭିଡିଓ […]

  • Monday, 05 July 2021