• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ୫୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି  ୫୨ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି   ୫୨ ହଜାର ୧୨୩ ଜଣ ନୂଆ ଆକ୍ରାନ୍ତ। ପ୍ରଥମ ଥର ପାଇଁ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥିସହିତ  ୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୪ ହଜାର […]

  • Monday, 05 July 2021
shutdown
୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ହେବ ଏହି ଜିଲ୍ଲା

କୋରାପୁଟ: ୪୮ ଘଣ୍ଟା ପାଇଁ କୋରାପୁଟ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା। ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ୪୮ ଘଣ୍ଟା ପାଇଁ କୋରାପୁଟ ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ୨୪ ଘଣ୍ଟାରେ କୋରାପୁଟରୁ ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ […]

  • Monday, 05 July 2021
sura routray
‘ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା’

ଭୁବନେଶ୍ୱର: ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ବିଧାୟକଙ୍କୁ କହିବାକୁ ଦିଆଗଲା ନାହିଁ, କିମ୍ବା ବିଧାୟକଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ ବୋଲି ସୁର କହିଛନ୍ତି। କେବଳ ପ୍ରଚାର ଓ ପ୍ରସାର ପାଇଁ ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା ବୋଲି କହି ସୁର ସରକାରଙ୍କୁ ସମାଲଚୋନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନଲକ୍‌-୩ ଘୋଷଣା ଉପରେ ବି ନିଜ ମତ […]

  • Monday, 05 July 2021
corona
ଦେଶରେ କରୋନା ଆରୋଗ୍ୟ ହାର ୬୪.୪%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ସୁଧୁରିଛି କରୋନା ପରିସ୍ଥିତି। ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪%କୁ ବୃଦ୍ଧି ପାଇଛି ବୋଲି ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଓଏସ୍‌ଡି ରାଜେଶ ଭୂଷଣ। ଅପ୍ରେଲ ମାସରେ ଆରୋଗ୍ୟ ହାର ୭ ଦଶମିକ ୮୫ ପ୍ରତିଶତ ଥିବା ବେଳେ ଏବେ ଏହା ୬୪ ପ୍ରତିଶତରୁ ଅଧିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ୧୬ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି। ଏହି ରାଜ୍ୟଗୁଡ଼ିକ […]

  • Monday, 05 July 2021
cuttack-coorna
କଟକରୁ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ:  କଟକ ସହରରୁ ଆଜି ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ପଜିଟିଭ୍‌ଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କଣ୍ଟା କେସ୍ ରହିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ପଜିଟିଭ୍‌ଙ୍କ ମଧ୍ୟରୁ ସେକ୍ ବଜାରରୁ ଆଉ ୭ କରୋନା ଚିହ୍ନଟ ହୋଇଛନ୍ତି। ସେହପରି ପୁରୁଣା ରାଉସାପାଟଣାରୁ ୬, ଦେଉଳସାହି ଶିବାଜୀନଗରରୁ ୬, ତେଲେଙ୍ଗାବଜାରରୁ ୩, ଶଙ୍କରପୁରରୁ ୨ […]

  • Monday, 05 July 2021
CORONABBSR
ଭୁବନେଶ୍ୱରରେ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କ୍ୱାରେଣ୍ଟିନ୍ ସେଣ୍ଟର ମଧ୍ୟରୁ ନୟାପଲ୍ଲୀ ନୂଆସାହିରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ମଧ୍ୟ ୬ ଜଣ ଆକ୍ରାନ୍ତ, ସହିଦନଗର ଅଞ୍ଚଳରୁ ମଧ୍ୟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା […]

  • Monday, 05 July 2021
gym
ଅନ୍‌ଲକ୍‌-୩ରେ ଜିମ୍ ସେଣ୍ଟର ଖୋଲିବାକୁ ଦାବି କଲା ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ

ଭୁବନେଶ୍ୱର: ଅନ୍-ଲକ୍ ଥ୍ରୀରେ ଜିମ୍ ଖୋଲିବାକୁ ଦାବି କରିଛି ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ। କେନ୍ଦ୍ର ସରକାର ଆସନ୍ତା ୫ ତାରିଖରୁ ଜିମ୍ ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଜିମ୍ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ରାଜ୍ୟ ଜିମ୍ ସଂଘ ଦାବି କରିଛି। ଜିମ୍ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହାଦ୍ୱାରା ସଂକ୍ରମଣ ହେବ ନାହିଁ ବୋଲି ଗତ ୧୫ ତାରିଖରେ ଅଲ ଇଣ୍ଡିଆ ଜିମ୍ ଆସୋସିଏସନ୍ ଦାବି କରିଥିଲା। […]

  • Monday, 05 July 2021
coronavirus
ରାଜ୍ୟରେ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୩୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୬୨ ଜଣ ଆରୋଗ୍ୟଲାଭ କରିଛନ୍ତି। ଏନେଇ ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Another 807 #COVID19 patients have recovered and are being discharged on 30.7.2020. 431 from Ganjam 62 from Cuttack 47 from […]

  • Monday, 05 July 2021
osd
ଫାଇନାଲ୍ ଷ୍ଟେଜରେ ୩ଟି କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ପକ୍ଷରୁ ଆଶ୍ୱସ୍ତି କଲା ଭଳି ଖବର ମିଳିଛି। ସାରା ବିଶ୍ୱରେ ୩ଟି କରୋନା ଭ୍ୟାକସିନର ପରୀକ୍ଷଣ ଫାଇନାଲ୍ ଷ୍ଟେଜରେ ପହଞ୍ଚିସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଫାଇନାଲ୍ ଷ୍ଟେଜରେ ସବୁ ପରୀକ୍ଷଣକୁ ସଫଳତା ମିଳେ, ତାହେଲେ ଖୁବଶୀଘ୍ର କରୋନାକୁ ହରାଇବା ପାଇଁ ବଜାରରେ ଭ୍ୟାକସିନ ଉପଲବ୍ଧ ହେବ। ସାରା […]

  • Monday, 05 July 2021
ଆଜିିଠୁ ଅଗଷ୍ଟ ୩ ଯାଏ ଏହି ଜିଲ୍ଲା ସଟ୍‌ଡାଉନ୍‌

ବଲାଙ୍ଗିର: ଆଜିିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେନେଇ ମଧ୍ୟ ସଚେତନ କରାଯାଉଛି। କରୋନା ସଟ୍‌ଡାଉନ୍ କଟକଣାରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ସଟ୍‌ଡାଉନ୍‌ ସମୟରେ ହସ୍ପିଟାଲ, କ୍ଳିନିକ୍, ନର୍ସିଂ ହୋମ୍, ମେଡିସିନ୍ ଷ୍ଟୋର, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ ଖୋଲା ରହିବ। […]

  • Monday, 05 July 2021
shutdown
ଅଗଷ୍ଟ ୧ରୁ ଏହି ଜିଲ୍ଲା ସଟ୍‌ଡାଉନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଅଗଷ୍ଟ ୧ ତାରିଖ ସକାଳ ୫ରୁ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ସଟ୍‌ଡାଉନ୍ ନେଇ ଘୋଷଣା ହୋଇଛି। ସଟ୍‌ଡାଉନ୍ ବେଳେ ସବୁ ଅନୁଷ୍ଠାନ, ସରକାରୀ ଅଫିସ ବନ୍ଦ ରହିବ। ତେବେ ମେଡିକାଲ୍‌, ପେଟ୍ରୋଲ ପମ୍ପ ଓ ATM ଖୋଲା ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ […]

  • Monday, 05 July 2021
corona
ଦିନକରେ ଓଡ଼ିଶାରୁ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୫  ରହିଛି। ଗଞ୍ଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ […]

ଓଡ଼ିଶାରେ କରୋନା ସ୍ଥିତି: ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ଗଞ୍ଜାମରୁ ଆଜି ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ୪ ଜଣ ଯାକ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ   ୮୧, ୪୯, ୭୩ ଓ ୪୫ ବର୍ଷ। ସେହିପରି  ନୟାଗଡ଼, ଗଜପତି, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରୁ […]

corona
ବିଷ ପିଇ ଦେଇଥିଲେ, ମେଡିକାଲ୍‌ ଆସିବା ପରେ ଜଣାପଡ଼ିଲା କରୋନା ପଜିଟିଭ୍‌

କଟକ: ବିଷ ପିଇ ଦେଇଥିଲେ, ଚିକିତ୍ସା ପାଇଁ ମେଡିକାଲ୍‌ ଆସିବା ପରେ ଜଣାପଡ଼ିଥିଲା ତାଙ୍କୁ କରୋନା ହୋଇଛି। କରୋନା ପଜିଟିଭ ଜଣାପଡ଼ିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଚିକିତ୍ସା କରାଯାଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ଗତକାଲି ବାଲେଶ୍ୱରର ଜଣେ ବ୍ୟକ୍ତି ବିଷ ପିଇ ଦେଇଥିଲେ। ତାଙ୍କୁ କାଲି ରାତି ୯ଟାରେ SCB କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। […]

  • Monday, 05 July 2021
tesing
ଦେଶରେ ୨୪ ଘଣ୍ଟାରେ ୫୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୫ ହଜାର ୦୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟାରେ ୭୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିିଛି। ଆଜିର ସଂଖ୍ୟାକୁ ମିଶାଇବା ପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୧ରେ ପହଞ୍ଚିଛି। ଏବେ ୫ ଲକ୍ଷ […]

  • Monday, 05 July 2021
dhenkanal medical
କୋଭିଡ ମେଡିକାଲରେ ଅବ୍ୟବସ୍ଥା: ଅକ୍ସିଜେନ୍ ନଦେବାରୁ ଚାଲିଗଲା ରୋଗୀର ଜୀବନ

ଗଞ୍ଜାମ: ପୁଣି ପଦାକୁ ଆସିଲା ଗଞ୍ଜାମ ଜିଲ୍ଲା କୋଭିଡ ମେଡିକାଲର ଅବ୍ୟବସ୍ଥା। ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ରୋଗୀଙ୍କୁ ଦିଆଗଲାନି ଅକ୍ସିଜେନ୍। ଏମିତିକି ଡାକ୍ତର ଆସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ ବେଡ୍‌ରେ ପଡ଼ି ପଡ଼ି ରୋଗୀର ଜୀବନ ଚାଲିଗଲା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ କଲେଜ କୋଭିଡ କେୟାର ହସପିଟାଲ-୨ ବିରୋଧରେ। ଅଭିଯୋଗ ଅନୁଯାୟୀ, ଇଞ୍ଜିନିୟରିଂ ସ୍କୁଲ ରାଜୀବ ନଗର ଅଞ୍ଚଳର ଅବସରପ୍ରାପ୍ତ […]

  • Monday, 05 July 2021
covid19
କଟକ ସହରରେ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ; କଟକ ସହରରେ ଆଜି ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଦେୱାନ ବଜାରରୁ ୨, ଶିଖରପୁରରୁ ୧, ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅରୁଣୋଦୟ ମାର୍କେଟରୁ ୧, ବାଦାମବାଡ଼ି ରକ୍ସିଲେନ୍‌ରୁ ୧ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳାବାଗରୁ ୧, ମହାନଦୀ ବିହାରରୁ ୧, କ୍ୟାଣ୍ଟନମେଣ୍ଟ ରୋଡରୁ ୧ ଚିହ୍ନଟ ହୋଇଛନ୍ତି। #COVID19 update […]

  • Monday, 05 July 2021
tets
ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ

ଭୁବନେଶ୍ୱର: ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ। ୧୨ ହଜାର ବଦଳରେ ଦୈନିକ ୨୦ ହଜାର ଟେଷ୍ଟ କରାଯିବ। ୮ ହଜାର ଆର୍ଟିଫିସିଆର ଓ ବାକି ଆଣ୍ଟିଜେନ ଏବଂ ଟ୍ରୁନେଟ୍ ଟେଷ୍ଟ ହେବ। କରୋନା ସମୀକ୍ଷା ବୈଠକ ପରେ ILS ନିର୍ଦ୍ଦେଶକ ଅଜୟ ପରିଡା ଏଭଳି ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଜିଲ୍ଲାରେ ୩ ହଜାରରୁ ଅଧିକ ଆଣ୍ଟିଜେନ୍ କିଟ୍ସ ରହିଛି। ଦରକାର ପଡ଼ିଲେ ଅଧିକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। […]

  • Monday, 05 July 2021
niranjana
ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। କେହି ମାନୁ ବା ନମାନୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଟ୍ୱିଟ୍ କରି ଏପରି କହିଛନ୍ତି ପିସିସି ସଭାପତି। ଏଥିସହିତ କରୋନାର ଗୋଷ୍ଠୀ ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନିରଞ୍ଜନ ଟ୍ୱିଟ୍ କରିଛନ୍ତି। Community transmission of Covid-19 has already begun in Odisha, one may accept […]

  • Monday, 05 July 2021
plasma-bank
ରାଉରକେଲା IGHରେ ଉଦ୍‌ଘାଟିତ ହେଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ଉଦ୍‌ଘାଟନ ପରେ ରାଉରକେଲା ରାଜ୍ୟର ୩ୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ହୋଇପାରିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବ୍ ଶୀଘ୍ର ବ୍ରହ୍ମପୁର ଓ ବୁର୍ଲାରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଉର୍‌କେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ କଟକ […]

  • Monday, 05 July 2021
covid
ଭୁବନେଶ୍ୱରରେ ଆଜି ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ କ୍ୱାରେଣ୍ଟିନ ଓ ୪୩ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେବଳ ଗୋଟିଏ କ୍ୱାରେଣ୍ଟିନ ସେଣ୍ଟରରୁ ୧୮ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହି, ସତ୍ୟନଗରରୁ ଓ ଭରତପୁରରୁ ୬ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ପୋଲିସ କର୍ମଚାରୀ, ୪ ଘରୋଇ ହସ୍ପିଟାଲ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। Update on […]

  • Monday, 05 July 2021
office
ପ୍ରତି ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ

ଭୁବନେଶ୍ୱର: କରୋନା ଭାଇରସ୍ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ କଟକଣା ଅନୁସାରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ। ଗ୍ରୁପ୍-ଏ କର୍ମଚାରୀଙ୍କ ସହିତ  ସମସ୍ତ କର୍ମଚାରୀଙ୍କୁ ମିଶାଇ ମାତ୍ର ୫୦%ରେ ଅଫିସ କାର୍ଯ୍ୟ ଚଳାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। କ୍ରମ ବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରାକାର। ତା ସହିତ  ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ […]

  • Monday, 05 July 2021
odisha-corona
ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ସଂଖ୍ୟା ଏବେ ୨୦,୫୧୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ ଅଛନ୍ତି। ସେହିପରି କଟକରୁ ସେହିପରି କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡ଼ାରୁ ୩୧, […]

  • Monday, 05 July 2021
cobid-guadlie
ନୂଆ ଅନ୍‌ଲକ୍‌-୩ ଗାଇଡ୍‌ଲାଇନ୍‌ରେ କ'ଣ ସବୁ ରହିଲା ଜାଣନ୍ତୁ‌

ଭୁବନେଶ୍ୱର: ଅନଲକ୍-ଥ୍ରୀରେ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଜାତ ବନ୍ଦ ରହିବ। ହେଲେ ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା କିନ୍ତୁ ଚାଲୁ ରହିବ। ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ।   କଣ ବନ୍ଦ ରହିବ କଣ ଖୋଲିବ ? ସେହିଭଳି କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ ସଂପୂର୍ଣ୍ଣ ଲାଗୁ ହବ। କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ, ପ୍ରସ୍ଥାନ ଉପରେ ରୋକ୍ ଜାରି ରହିବ। ଅଗଷ୍ଟ […]

  • Monday, 05 July 2021
otv
ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ବିଏମସି

ଭୁବନେଶ୍ୱର: ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଅନ୍ୟ ଉପାୟ ନ ପାଇ ଶେଷରେ ଓଟିଭି ବିରୋଧରେ ରୋଷ ଝାଡ଼ିବାକୁ ଉଦ୍ୟମ କରିଛି। ଭୁଲରେ କରୋନା ପଜିଟିଭ୍ କହି ବସ୍ତି ବାସିନ୍ଦାଙ୍କୁ ଜବରଦସ୍ତ ଘରୁ ଉଠାଇ ନେଇ ପୁଣି ନେଗେଟିଭ୍ କହି ଛାଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ଆସିଥିଲା। ପରେ ବସ୍ତି ବାସ୍ତିନ୍ଦାଙ୍କର ଏହି ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ […]

  • Monday, 05 July 2021