ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ ଛୁଇଁଛି। ଏହା ମଧ୍ୟରେ ଆଇସିଏମଆର୍ କରୋନା ଟେଷ୍ଟିଂର ସଂଖ୍ୟା ବଢ଼ାଇବା ନେଇ ଯୋଜନା କରୁଛି। ଆଇସିଏମଆର୍ ଏବେ ଦୈନିକ ୧୦ଲକ୍ଷ କରୋନାଭାଇରସ୍ ଟେଷ୍ଟିଂ କରାଯିବ ବୋଲି ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ଦେଶରେ ପ୍ରତିଦିନ ୫ଲକ୍ଷ ନମୁନାର ପରୀକ୍ଷଣ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କହିବା ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧,୬୨,୯୧,୩୩୧ କରୋନା ଟେଷ୍ଟ […]
ଭୁବନେଶ୍ୱର: ତାସ, କ୍ରିକେଟ, ଭଲିବଲ ଖେଳିଲେ ଏତଲା ହେବ ଓ ୧୪ ଦିନିଆ କ୍ୱାରେଣ୍ଟିନ୍ରେ ରଖାଯିବ। ସେହିପରି ଦୋକାନୀ ୫ଟି ନମାନିଲେ ମାସେ ପାଇଁ ଦୋକାନକୁ ବନ୍ଦ କରାଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ୫ଟି ନିୟମ ମାନିବାକୁ କହିଛନ୍ତି। ଏହି ନିୟମ ନ ମାନିଲେ ଜରିମାନା ଆଦାୟ କରାଯିବା ସହ ଏତଲା ଦିଆଯିବ। ଆବଶ୍ୟକ ସ୍ଥଳେ […]
ଖୋର୍ଦ୍ଧା: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବା ପାଇଁ ବିଦେଶ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କଠାରୁ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(Panchayat Executive Officer) ଟଙ୍କା ମାଗିବା ଘଟଣାର ଦୃଶ୍ୟ ଏବେ ଭାଇରାଲ୍ ହୋଇଛି। ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ନହେଲେ ରହିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ(PEO) ଜଣକ କହୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଞ୍ଚାୟତର କାର୍ଯ୍ୟ […]
ମୁମ୍ବାଇ: ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Nationalist Congress Party (NCP)ର ନେତା ସଞ୍ଜୟ ବଂଶୋଡେଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ମୁମ୍ବାଇର ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଶନିବାର ଦିନ ଜ୍ୱର ଓ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ହସ୍ପିଟାଲ୍ ଯାଇଥିଲେ। ସେଠାରେ ସେ କରୋନା ଟେଷ୍ଟ୍ କରିଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା। କରୋନାରେ ଆକ୍ରାନ୍ତ ନେଇ ଜଣାପଡ଼ିବା ପରେ ସଞ୍ଜୟ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ଜଣ, କଟକରୁ ଜଣେ, ଭୁବନେଶ୍ୱରରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଓ ମାଲକାନଗିରିରୁ ଜଣେ ଆକ୍ରାନ୍ତ ଅଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୦୧ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ଭାରତରେ ୧୪ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୪୯ ହଜାର ୯୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୭୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଞ୍ଚିଛି । ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର […]
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି। ଏ ନେଇ ନିଜେ ଉମାଭାରତୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଆକ୍ରାନ୍ତ ହେବା ପରେ ଉମା ଭାରତୀ ନିଜର ନମୂନା ପରୀକ୍ଷା କରାଇଥିଲେ। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି। ଗୋଟିଏ ପରେ ଗୋଟିଏ ୩ଟି ଟ୍ୱିଟ କରି ଉମା ଭାରତୀ […]
ଭୁବନେଶ୍ୱର: କରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକ୍ରେ ରହିଛି। ଆଗକୁ ବଢ଼ିବ କି କମିବ ତାହା କହି ହେବ ନାହିଁ। ରାଜ୍ୟରେ ପ୍ରତ୍ୟେକ ଦିନ ଯେତେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ବିଶେଷ କରି ୩ଟି ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ୬୦ରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଏସବୁ ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦି ଏସବୁ […]
ଭଦ୍ରକ: ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତ ଓହାସପୁର ଗ୍ରାମର ରାଜେଶ ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷର ପୁଅ ସହ ପୂରା ପରିବାର ୨୦ ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ । ସେମାନଙ୍କୁ ଓଡ଼ଙ୍ଗ ସ୍ଥିତ ଟିଏମସିରେ ରଖାଯାଇଥିଲା । ତେବେ […]
କଟକ: କଟକ SCBରେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ସୂଚନା ଦେଲେ ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ୩୦ ବୋତଲ ପ୍ଲାଜମା ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜମା ସଂରକ୍ଷିତ ଅଛି। ଆଜି ୨ ଜଣ ପ୍ଲାଜମା ଦେବେ। ପ୍ଲାଜମା ଥେରାପୀରୁ ସୁଫଳ ମିଳିଛି। ଆଗକୁ ପ୍ଲାଜମା ସଂଗ୍ରହ […]
ଭୁବନେଶ୍ୱର: ରାଜଧାନୀରେ ଜଟିଳ ରୂପ ଧାରଣ କଲାଣି କରୋନା। ଚିନ୍ତା ବଢାଉଛି ଲୋକାଲ କେସ୍। ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ଆଉ ୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Update on newly detected & cured #COVID19 cases in the last 24 […]
ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ତଥା କୋଭାକ୍ସିନ୍ ଟୀକା ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟରାଓ। ଓଡ଼ିଶାରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମନ୍ ଟ୍ରାଏଲ। ଭୁବନେଶ୍ୱର ସମ୍ ହସ୍ପିଟାଲ୍ରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲ ସମେତ ଦେଶର ୧୨ଟି ହସ୍ପିଟାଲ୍ରେ ଆରମ୍ଭ ହୋଇଛି ଏହି ହ୍ୟୁମନ୍ ଟ୍ରାଏଲ୍। ଭାରତର ପ୍ରଥମ କରୋନା ଟିକା ହୋଉଛି କୋଭାକ୍ସିନ। କୋଭାକ୍ସିନ୍ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭,୩୭୩କୁ ବୃଦ୍ଧି ହୋଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୧୬୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୭୭, ଗଜପତି ୪୩, କଟକ ୩୪, ମାଲକାନଗିରିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ ୨୫, ଭଦ୍ରକ ୨୩, କେନ୍ଦୁଝର ୧୯, ଅନୁଗୁଳରୁ ୧୭, କନ୍ଧମାଳ ୧୭, ଜଗତସିଂହପୁର ଓ ସମ୍ବଲପୁରରୁ ୧୪ […]
ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ହେଉଛି କମ୍ ଟେଷ୍ଟିଂ ଓ ପରୀକ୍ଷଣର ପରିମାଣ। ଏଭଳି ସଙ୍କଟଜନକ ସ୍ଥିତିରେ ସିଙ୍ଗାପୁରର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏମିତି ଏକ ଟେକନିକ୍ ବିକଶିତ କରିଛନ୍ତି, ଯେଉଁଥିରେ ମାତ୍ର ୩୬ ମିନିଟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି କି ନାହିଁ, ତାହା ଜଣାପଡ଼ିଯିବ। ବର୍ତ୍ତମାନ ଯେଉଁଭଳି ପରୀକ୍ଷଣ କରାଯାଉଛି, ସେଥିରେ ରେଜଲ୍ଟ ଆସିବାକୁ କେଇ ଘଣ୍ଟା ଲାଗିଯାଉଛି ଏବଂ ସେତେବେଳକୁ ପଜିଟିଭ୍ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆଉ […]
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଖୁବ୍ଶୀଘ୍ର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଭାଗିଦାରୀରେ ପ୍ରସ୍ତୁତ ଟିକାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। ଏଥିପାଇଁ ଭାରତର ୫ଟି ରାଜ୍ୟରେ ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ ଟିକା ଦେବା ପୂର୍ବରୁ ଦେଶର ତଥ୍ୟ ରହିବା ଆବଶ୍ୟକ ବୋଲି ଜୈବପ୍ରଯୁକ୍ତି ବିଭାଗ ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନାକା ପକ୍ଷରୁ ଟିକା […]
ଭୁବନେଶ୍ୱର: ପିପିଇ କିଟ୍ ହେଉ କିମ୍ବା ମାସ୍କ କୋଭିଡ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ପରିଚାଳନା ଗାଇଡଲାଇନ ରହିଛି। ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଲାଇନ ଅନୁସାରେ ଡିସପୋଜାଲ କରାଯିବ କଥା। ଯଦି ଏସବୁ ସଠିକ୍ ଭାବେ ଡିସପୋଜ କରାଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଆମେ ଏଡ଼ାଇ ଦେଇପାରିବା। ଏହା କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟବହୃତ ପିପିଇ କିଟ୍ ପଡ଼ିଥିବାର ଖବର ଆସୁଛି। ଗତକାଲି ଗଜପତିର ପାରଳାଖେମୁଣ୍ଡି […]
ବେଜିଂ: ଖୋଲିଲା ଚାଇନାର ମୁଖା । ଆମେରିକା, ଅଷ୍ଟ୍ରଲିଆ ସମେତ ଅନେକ ରାଷ୍ଟ୍ର ଚାଇନା ବିରୋଧରେ କରୋନା ଭାଇରସ୍ର ଉତ୍ପତି ଏବଂ ତତ୍ଜନିତ ତଥ୍ୟ ଲୁଚାଇବା ଅଭିଯୋଗ ଆଣିଥିଲେ। ହେଲେ ଚୀନ୍ ସରକାର ଏହାକୁ ଖଣ୍ଡନ କରି ଆସୁଥିଲେ। ଏବେ ଚାଇନାର ଜଣେ ଡାକ୍ତର ଏହି ବିବାଦ ଉପରୁ ପରଦା ହଟାଇଛନ୍ତି। ଚାଇନାର ଏହି ଡାକ୍ତର ମାନିଛନ୍ତି, ଚୀନ୍ର ଜିନପିଙ୍ଗ ସରକାର ଦୀର୍ଘଦିନ ଧରି ସଂକ୍ରମଣର ଭୟବହତା ସମ୍ପର୍କରେ ଲୁଚାଇଥିଲେ। ଖାଲି ଲୁଚାଇ ନ ଥିଲେ, ଏ […]
ପୁରୀ: ପୁରୀ କରୋନା ହଟ୍ସ୍ପଟ୍ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ୍। ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି। ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି, ସେମାନଙ୍କ ଉପରେ ଡ୍ରୋନ୍ ନଜର ରଖିଛି। ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ ଲୋକମାନଙ୍କୁ ନିୟମିତ ବ୍ୟବଧାନରେ ଅଣାଯାଉଥିବା ସୂଚନା ମିଳିଛି। ସେହି ଗାଡ଼ିରେ ବେଆଇନ୍ ଦ୍ରବ୍ୟ ଏବଂ ନିଶା ଦ୍ରବ୍ୟ ଚାଲାଣ କରାଯାଉଥିବା ମଧ୍ୟ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି। କେଉଁ ଜିଲ୍ଲାରେ କେତେ ଚିହ୍ନଟ ହେଲେ ? ଜିଲ୍ଲା ପଜିଟିଭ ଚିହ୍ନଟ ଗଜପତି ୮୯ କୋରାପୁଟ ୭୩ କଟକ ୬୦ ଜଗତସିଂହପୁର ୪୭ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୩ ଜଣ। ଏଥିସହିତ ରାୟଗଡାର ୨ ଜଣ, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନାରେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ମୃତକ ଜଣକ […]
ଗଞ୍ଜାମ: ଗଞ୍ଜାମରେ ପ୍ରତିଦିନି ବିଗୁଡ଼ୁଛି କରୋନା ପରିସ୍ଥିତି। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ସବୁଠୁ ଅଧିକ ମୃତ୍ୟୁ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ହୋଇଛି। ଗଞ୍ଜାମରୁ ୫୬, ୫୫, ୩୯ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରୁ ୮୫ ଜଣଙ୍କ […]
ନୂଆଦିଲ୍ଲୀ: କରୋନା ଚିନ୍ତା ବଢାଉଥିବାବେଳେ ଏବେ ନଜରକୁ ଆସିଛି ଏକ ଖୁସି ଖବର। ଦିନକୁ ଦିନ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ଏବେ ଯାଏ ଦେଶରେ ମୋଟ୍ ୬୪ ଦଶମିକ ୨୩ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ନୂଆ କରୋନା ଆକ୍ରାନ୍ତ […]