• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍‌କୁ ସିଲ୍‌ କଲା BMC

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟ୍‌ରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଇନଷ୍ଟିଚ୍ୟୁଟ୍‌କୁ ସିଲ୍‌ କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସୂଚନା ଦିଆଯାଇଛି। ଇନଷ୍ଟିଚ୍ୟୁଟ୍ ଭିତରେ ଥିବା ହଷ୍ଟେଲ/ମେସ୍‌କୁ ପ୍ରବେଶ ବାରଣ କରାଯାଇଥିବା ବେଳେ କେହିବି ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ କିମ୍ବା ବାହାରକୁ ବାହାରିବା ଲାଗି ଅନୁମତି ନାହିଁ। କେବଳ ସ୍ୱୀକୃତିପ୍ରାପ୍ତ BMC ଅଧିକାରୀଙ୍କୁ ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆଲେନ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କ […]

  • Tuesday, 13 July 2021
night curfew
ଓଡ଼ିଶାର ଏହି ଜିଲ୍ଲାରୁ ଉଠିଲା ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। ନାଇଟ୍ କର୍ଫ୍ୟୁ କଟକଣା ଉଠିବା ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ କିଛି ଦିନ ହେଲା ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମୁ ଥିବାରୁ ନାଇଟ୍ କର୍ଫ୍ୟୁକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ […]

  • Tuesday, 13 July 2021
corona
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ଦିନକରେ ୨୯୦ ପଜିଟିଭ୍ ଚିହ୍ନଟ, ଲୋକାଲ୍ କେସ୍ କେବଳ ୧୧୯

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୭୧ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୧୧୯ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୧୯୪ରେ ପହଞ୍ଚିଛି। Covid-19 Report For 27th March New Positive Cases: 290 In quarantine: 171 Local contacts: 119 (Details of local contacts […]

ganjam
ସୁରତରେ କରୋନା ସଂକ୍ରମଣ ବୃଦ୍ଧି ଓ ନାଇଟ୍ କର୍ଫ୍ୟୁ ଜାରି ପରେ ପୁଣି ଗଞ୍ଜାମ ମୁହାଁ ପ୍ରବାସୀ

ଖଲ୍ଲିକୋଟ: ପୁଣି ଗଞ୍ଜାମ ମୁହାଁ ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ। ଗୁଜୁରାଟର ସୁରତରେ ନାଇଟ୍ କର୍ଫ୍ୟୁ ଜାରି ଓ ବଢ଼ୁଥିବା ସଂକ୍ରମଣ ପରେ ଏବେ ଘରକୁ ଫେରୁଛନ୍ତି ବହୁ ଶ୍ରମିକ। ଗତ କିଛି ଦିନ ଧରି ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ ଗଞ୍ଜାମ ଫେରୁଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଭୟଭୀତ ହୋଇ ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ତେବେ ଏହି ଶ୍ରମିକମାନଙ୍କୁ ରାଜ୍ୟରେ କାମ ନ ମିଳିବାରୁ ପୁଣିଥରେ ସୁରତ ଫେରି […]

  • Tuesday, 13 July 2021
corona
ସରକାରୀ ସ୍କୁଲ୍‌ରୁ ୬ କରୋନା ପଜିଟିଭ ଚିହ୍ନଟ

ବିନିକା: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ ସରକାରୀ ହାଇସ୍କୁଲ୍‌ରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ଛାତ୍ର ଏବଂ ୨ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ସମ୍ପୃକ୍ତ ସ୍କୁଲ୍‌ର ମୋଟ ୫୧ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ସ୍କୁଲ୍‌‌ କ୍ୟାମ୍ପସରେ ୨୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିବା ବେଳେ ୧୩ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଅନ୍ୟମାନଙ୍କ ବିନିକା […]

  • Tuesday, 13 July 2021
Lav Agarwal On Corona
କରୋନା ସଂକ୍ରମଣ: ଟପ୍‌ ୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା

ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଏହାସହ ରାଜସ୍ଥାନର ସର୍ବାଧିକ ୯ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି

corona
ଆଜି ବି ଓଡ଼ିଶାରେ ୨୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୨୪ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୮୬ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୭, ବାଲେଶ୍ୱରରୁ ୬, ବରଗଡ଼ରୁ ୮, ବଲାଙ୍ଗିରରୁ ୧୨, କଟକରୁ ୧୯, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୫୧, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ […]

  • Tuesday, 13 July 2021
jhamu jatra
ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ଏହିସବୁ ପର୍ବ ପାଳନ ଉପରେ କଟକଣା ଲଗାଇଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ପାଇଁ ପର୍ବପର୍ବାଣୀ ପାଳନ ଉପରେ ସ୍ୱତନ୍ତ୍ର ରିଲିଫ କମିଶନର(SRC) କଟକଣା ଲଗାଇଛନ୍ତି। ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ପାଳନ ଉପରେ କଟକଣା ଲଗା ଯାଇଛି। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ କରିବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର, ଚର୍ଚ୍ଚରେ ନୀତି ପାଳନ […]

  • Tuesday, 13 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୯୫ ରହିଛି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୨, କଟକରୁ ୨୯, ବରଗଡ଼ରୁ ୨୪, କଳାହାଣ୍ଡିରୁ ୧୭, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୫ ଜଣ ଲେଖାଏ, ସମ୍ବଲପୁରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ରେ […]

  • Tuesday, 13 July 2021
ravenshaw university
ରେଭେନ୍ସା କ୍ୟାମ୍ପସ୍‌ରେ ପ୍ରବେଶ କରିପାରିବେନି ବାହାର ଲୋକ, ପରୀକ୍ଷା ସ୍ଥଗିତ

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାର ଲୋକ ରେଭେନ୍ସା କ୍ୟାମ୍ପସ୍‌ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବାକି ଥିବା ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବିଦ୍ୟାର୍ଥୀ ଜଣକ ହଷ୍ଟେଲ୍‌ରେ ରହୁଥିଲେ ବୋଲି ଜଣାପଡ଼ିଛି। ଫଳରେ ସମସ୍ତ ହଷ୍ଟେଲ୍‌ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଏହାସହ ହଷ୍ଟେଲର ସମସ୍ତ […]

  • Tuesday, 13 July 2021
checking
ଓଡ଼ିଶା ବାହାରୁ ଏହି ଜିଲ୍ଲାକୁ ଆସିଲେ ୭ ଦିନ ହୋମ୍ ଆଇସୋଲେସନରେ ରହିବେ

ମାଲକାନଗିରି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁ ଥିବାରୁ ଏହାକୁ ରୋକିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ କଡ଼ା କଟକଣା ଲାଗୁ କରିଛି। ରାଜ୍ୟ ବାହାରୁ ଯେଉଁ ବ୍ୟକ୍ତି ମାଲକାନଗିରିକୁ ଆସିବେ ସେମାନେ ନୋଡାଲ୍‌ ଅଫିସରଙ୍କୁ ଜଣାଇବା ସହ ସେମାନଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ। ଏପରିକି ଯେଉଁମାନେ ରାଜ୍ୟ ବାହାରକୁ ଯିବେ, ସେମାନେ ମଧ୍ୟ ନୋଡାଲ ଅଫିସରଙ୍କୁ ଜଣାଇବେ। ଓଡ଼ିଶା-ଛତିଶଗଡ଼ ଚାଲାନଗୁଡ଼ାରେ ଚେକିଂ ମଧ୍ୟ କରାଯାଉଛି। ବଡ଼ଯାତ୍ରା ଆରମ୍ଭ ହୋଇଥିବାରୁ ଗତକାଲିଠୁ ଆସନ୍ତା ୩୧ […]

  • Tuesday, 13 July 2021
lockdown
ଏପ୍ରିଲ୍ ୧୮ ଯାଏ ଏହି ସ୍ଥାନରେ ବଢ଼ିଲା ଲକ୍‌ଡାଉନ୍‌

ବର୍ଲିନ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଲକ୍‌ଡାଉନ୍ ଅବଧି ବଢ଼ା ଯାଇଛି। ଏପ୍ରିଲ୍ ୧୮ ଯାଏ ଲକ୍‌ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏନେଇ ଚାନ୍ସଲର୍ ଆଞ୍ଜେଲା ମର୍କେଲ ଘୋଷଣା କରିଛନ୍ତି। ଜର୍ମାନୀର ୧୬ଟି ରାଜ୍ୟର ପ୍ରମୁଖଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଇଷ୍ଟର ପାଇଁ ୫ ଦିନ ଛୁଟିରେ ଘରେ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ଏହାସହ ବାହାରେ କିମ୍ବା ସାର୍ବଜନୀନ ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି। […]

  • Tuesday, 13 July 2021
corona testing
କଟକରେ ବି ଚିନ୍ତା ବଢ଼ାଇଲା କରୋନା, ଆଉ ଏକ ଶିକ୍ଷାନୁଷ୍ଠାନରୁ ବାହାରିଲେ ୪ ପଜିଟିଭ

କଟକ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ୱର XIMBରୁ ୪୫ ଜଣ ପଜିଟିଭ ଚିହ୍ନଟ ପରେ ଶିକ୍ଷନୁଷ୍ଠାନକୁ ସିଲ୍‌ କରି ଦିଆଯାଇଥିବା ବେଳେ କଟକର ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ଉକ୍ତ ଶିକ୍ଷାନୁଷ୍ଠାନରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ୍‌ ଟ୍ରେସିଂ କରାଯିବା ପରେ ଗତକାଲି ଶିକ୍ଷାନୁଷ୍ଠାନର ଆଉ ୩ ଜଣ […]

  • Tuesday, 13 July 2021
night curfew
ଆଜିଠୁ ଓଡ଼ିଶାର ଏହି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

ମାଲକାନଗିରି: ପୁଣି ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହାକୁ ରୋକିବା ପାଇଁ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରା ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି। ଜରୁରୀ କାମ ନଥିଲେ ଲୋକଙ୍କୁ […]

  • Tuesday, 13 July 2021
coronavirus
ବାହାର ରାଜ୍ୟ ଓ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଓଡ଼ିଶାର ଏହି ଜିଲ୍ଲାକୁ ଆସିଲେ RTPCR ଟେଷ୍ଟ୍‌ ରିପୋର୍ଟ ବାଧ୍ୟତାମୂଳକ

ବ୍ରହ୍ମପୁର: ପୁଣି କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି। ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯିବ। ବାହାର ରାଜ୍ୟରୁ ଗଞ୍ଜାମ ଆସିଲେ RTPCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ। ନହେଲେ ଏଠାକୁ ଆସିଲା ପରେ ସେମାନେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା […]

  • Tuesday, 13 July 2021
Dola Melana
ଦୋଳ ମେଲଣ କଟକଣା ଆହୁରି କଡ଼ାକଡ଼ି କଲା BMC

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(BMC) ଦୋଳ ମେଲଣ ପାଇଁ ପୂର୍ବରୁ ଜାରି କରିଥିବା କଟକଣାକୁ ଆହୁରି କଡ଼ାକଡ଼ି କରିଛି। ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଥିବା ବେଳେ ଦୋଳ ବିମାନ ନେବା ବେଳେ ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ ବାରଣ କରାଯାଇଛି। ଏହାସହ ବିମାନ କାନ୍ଧେଇଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ। ସେହିପରି ମେଲଣରେ ସାମାଜିକ ଦୂରତ୍ୱ ବଜାୟ ରଖିବା […]

  • Tuesday, 13 July 2021
corona
ପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ, ଦିନକରେ ୧୪୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୯ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ […]

  • Tuesday, 13 July 2021
corona
ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍‌ ହେଲା ଭୁବନେଶ୍ୱର XIMB

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା କରୋନା। ରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(BMC) ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଛି। ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି। କେବଳ ବିଏମ୍‌ସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି […]

  • Tuesday, 13 July 2021
janta curfew
ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ: ଖାଁ ଖାଁ ଲାଗୁଥିଲା ରାସ୍ତାଘାଟ, ବଜାର; ଚାରିଆଡ଼େ ଶୂନଶାନ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ବିରୁଦ୍ଧ ପ୍ରଥମ ଲଢ଼େଇ ଜନତା କର୍ଫ୍ୟୁକୁ ଆଜି ବର୍ଷେ ପୁରୁଛି। ମହାମାରୀ ସ୍ଥିିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଗତ ବର୍ଷ ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଧରି କଟକଣା ଲାଗୁ କରାଯାଇଥିଲା। ଫଳରେ ଖାଁ ଖାଁ ଲାଗୁଥିଲା ରାସ୍ତାଘାଟ, ବଜାର ଓ ଚାରିଆଡ଼େ ଶୂନଶାନ୍। ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଲୋକମାନଙ୍କ ପାଇଁ ଏହି […]

  • Tuesday, 13 July 2021
lockdown
ଏହି ରାଜ୍ୟର ୩ ସହରରେ ଲକ୍‌ଡାଉନ୍‌ ଘୋଷଣା, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍‌ ଓ କଲେଜ

ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଇନ୍ଦୋର, ଭୋପାଳ ଓ ଜବଲପୁରରେ ଦିନକ ପାଇଁ ଲକ୍‌ଡାଉନ୍ ଘୋଷଣା‌ କରଛନ୍ତି। ପ୍ରତି ରବିବାର ଏହି ୩ ସହରରେ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ଏହି ୩ ସହରରେ ଥିବା ସ୍କୁଲ୍‌ ଓ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ମଧ୍ୟପ୍ରଦେଶରେ କରୋନା ସ୍ଥିତିକୁ ନେଇ ଏକ […]

  • Tuesday, 13 July 2021
corona
ମହାରାଷ୍ଟ୍ର ବ୍ୟତୀତ ଦେଶର ଏହି ୩ ରାଜ୍ୟ ହୋଇପାରେ କରୋନା ହଟ୍‌ସ୍ପଟ୍‌: ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ମହାରାଷ୍ଟ୍ର ବ୍ୟତୀତ ଦେଶର ଆଉ ୩ ରାଜ୍ୟ କରୋନା ହଟ୍‌ସ୍ପଟ୍‌ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ୩ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା କରୋନା ହଟ୍‌ସ୍ପଟ୍‌ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜାତୀୟ […]

  • Tuesday, 13 July 2021
corona testing
କଟକରେ ଆଉ ୧୭ କରୋନା ପଜିଟିଭ୍‌ ଚିହ୍ନଟ

କଟକ: କଟକର ଏକ ଘରୋଇ କଲେଜରୁ ପ୍ରଥମେ ୧୨ ଜଣ ଓ ପରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଆଉ ଏକ ଶିକ୍ଷାନୁଷ୍ଠାନରୁ ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସିଏମ୍‌ସି ସୂତ୍ରରୁ ଜଣାପଡ଼ିଛି। ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଗତକାଲି କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ଜଣ କରୋନା ଆକ୍ରାନ୍ତ […]

  • Tuesday, 13 July 2021
corona testing
କଟକରେ ଚିନ୍ତା ବଢ଼ାଇଲା କରୋନା, ଗୋଟିଏ କଲେଜରୁ ପୁଣି ବାହାରିଲେ ୧୩ ପଜିଟିଭ

କଟକ: କଟକର ଏକ ଘରୋଇ କଲେଜରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଦିନ ସମ୍ପୃକ୍ତ କଲେଜରୁ ୧୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଗୁରୁବାର ଦିନ ୭୧ ଜଣଙ୍କର କରୋନା ଟେଷ୍ଟିଂ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ ହୋଇଥିବା କଟକ ମହାନଗର ନିଗମ‌(ସିଏମ୍‌ସି)ର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଗୋଟିଏ ହଷ୍ଟେଲର ଅନ୍ତେବାସୀ ବୋଲି ଜଣାପଡ଼ିଛି। ଗତକାଲିଠାରୁ ସମ୍ପୃକ୍ତ କଲେଜକୁ […]