ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ କରୋନାର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ହେଲେ ଏସବୁ ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ମହାରାଷ୍ଟ୍ରରେ କୋଭିଡ୍ର ଭୟଙ୍କର ସ୍ଥିତି ବଖାଣୁଛି। ମହାରାଷ୍ଟ୍ରର ଏକ ହସ୍ପିଟାଲ୍ରେ ୨ ଜଣ କୋଭିଡ୍ ରୋଗୀ ଗୋଟିଏ ବେଡ୍ରେ ଲଗାଲଗି ହୋଇ ଶୋଇଥିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ୍ ହେବାରେ ଲାଗିଛି। ସୂଚନା […]
ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସୋମବାର ଦିନଠୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର। ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ୧୦ ଜିଲ୍ଲାରେ କଟକଣା […]
ମୁମ୍ବାଇ: ବଲିଉଡ ଅଭିନେତା ତଥା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅକ୍ଷୟ। ବର୍ତ୍ତମାନ ସେ ହୋମ୍ କ୍ୱାରେଣ୍ଟିନରେ ରହିଥିବା ବେଳେ ସୁସ୍ଥ ଥିବା ଟ୍ୱିଟ୍ ଯୋଗେ ସେ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ଖୁବ୍ ଶୀଘ୍ର ବ୍ୟାକ୍ କରିବେ ବୋଲି ଅକ୍ଷୟ କହିଛନ୍ତି। ?? […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୩ ଦିନ ହେବ ରାଜ୍ୟରେ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡ଼ିଛି। ଏଭଳି କିଛି ସଙ୍କେତ ଦେଇଛନ୍ତି ବାଚସ୍ପତି। ୪/୫ ଦିନ ମଧ୍ୟରେ ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ। ରାଜ୍ୟରେ କରୋନା ପରିସ୍ଥିତି ନେଇ ବାଚସ୍ପତି କହୁକହୁ […]
ଝାରସୁଗୁଡ଼ା: କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ାକୁ ଫେରିଲା କମେଣ୍ଟମେଣ୍ଟ୍ ଜୋନ୍। ୧୨ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଝାରସୁଗୁଡ଼ା ପୌର ପରିଷଦର ୮ଟି ଅଞ୍ଚଳ, କିରିିମିରା ବ୍ଲକର ୩ଟି ଅଞ୍ଚଳ ସହ ଲଖନପୁରର ଗୋଟିଏ ଅଞ୍ଚଳକୁ ଝାରସୁଗୁଡ଼ା ଜିଲ୍ଲାପାଳ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକ ହେଲା- ବେହେରାମାଲ, ସରବାହଲ, ବମ୍ବେଛକ, ଝଣ୍ଡାଛକ, ରେଳବାଇ କଲୋନୀ, କବରସ୍ତାନପଡ଼ା, ପିପିଲିମାଲ, […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୦ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଫୁଲବାଣୀ ପୌରାଞ୍ଚଳର ୨ ନମ୍ବର ୱାର୍ଡ ଡାକପାଲର ସ୍କୁଲ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୬୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୧୮୫ ରହିଛି। ଖୋର୍ଦ୍ଧା ଜିଲ୍ଲାକୁ ମିଶାଇ ୩ ଜିଲ୍ଲାରେ ୭୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୨୨୪ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ […]
ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(BMC) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାର୍କେଟ ବିଲ୍ଡିଂରେ ଥିବା ବିଶାଲ ମେଗା ମାର୍ଟକୁ ସିଲ୍ କରିବା ସହ ଅନ୍ୟ କେତେକ ଦୋକାନରୁ ୨୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। କୋଭିଡ ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ, ବିଏମ୍ସି ଅଧିକାରୀମାନେ ୟୁନିଟ ୨ ମାର୍କେଟରେ ଯାଞ୍ଚ କରିବା ବେଳେ ଦେଖିବାକୁ ମିଳିଥିଲା ଯେ, ଅନେକ ସ୍ଥାନରେ ନିୟମ ଠିକ୍ ଭାବେ ପାଳନ କରାଯାଉ […]
ଦୁର୍ଗ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ର ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ହୋଇଛି। ଏପ୍ରିଲ୍ ୬ରୁ ୧୪ ଯାଏ ଲକ୍ଡାଉନ୍ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଲକ୍ଡାଉନ୍ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଲକ୍ଡାଉନ୍ ସମୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଦୁର୍ଗ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସହ ଏକ ବୈଠକ ପରେ ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ନିଷ୍ପତ୍ତି […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍ ଅନ୍ତର୍ଗତ ବଡ଼ଝାର ଗାଁରେ ୭ ଦିନ ମଧ୍ୟରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଗୋଷ୍ଠୀ ସଂକ୍ରମଣ ଏଡାଇବାକୁ ସବୁ ପ୍ରବେଶ ପଥକୁ ବାଉଁଶ ବାନ୍ଧି ସିଲ୍ କରି ଦିଆଯାଇଛି। ମାର୍ଚ୍ଚ ୨୩ରୁ ଗତକାଲି ସୁଦ୍ଧା ୭ ଦିନ ମଧ୍ୟରେ ଆଣ୍ଟିଜେନ୍ ଟେଷ୍ଟ୍ରେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୌଣସି ଆକ୍ରାନ୍ତ ଗାଁ ବାହାରକୁ ଯାଇ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟ୍ରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଇନଷ୍ଟିଚ୍ୟୁଟ୍କୁ ସିଲ୍ କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସୂଚନା ଦିଆଯାଇଛି। ଇନଷ୍ଟିଚ୍ୟୁଟ୍ ଭିତରେ ଥିବା ହଷ୍ଟେଲ/ମେସ୍କୁ ପ୍ରବେଶ ବାରଣ କରାଯାଇଥିବା ବେଳେ କେହିବି ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ କିମ୍ବା ବାହାରକୁ ବାହାରିବା ଲାଗି ଅନୁମତି ନାହିଁ। କେବଳ ସ୍ୱୀକୃତିପ୍ରାପ୍ତ BMC ଅଧିକାରୀଙ୍କୁ ଇନଷ୍ଟିଚ୍ୟୁଟ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆଲେନ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। ନାଇଟ୍ କର୍ଫ୍ୟୁ କଟକଣା ଉଠିବା ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ କିଛି ଦିନ ହେଲା ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମୁ ଥିବାରୁ ନାଇଟ୍ କର୍ଫ୍ୟୁକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୭୧ ଜଣ କ୍ୱାରେଣ୍ଟିନ୍ରେ ଥିବାବେଳେ ଲୋକାଲ୍ କେସ୍ ୧୧୯ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୧୯୪ରେ ପହଞ୍ଚିଛି। Covid-19 Report For 27th March New Positive Cases: 290 In quarantine: 171 Local contacts: 119 (Details of local contacts […]
ଖଲ୍ଲିକୋଟ: ପୁଣି ଗଞ୍ଜାମ ମୁହାଁ ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ। ଗୁଜୁରାଟର ସୁରତରେ ନାଇଟ୍ କର୍ଫ୍ୟୁ ଜାରି ଓ ବଢ଼ୁଥିବା ସଂକ୍ରମଣ ପରେ ଏବେ ଘରକୁ ଫେରୁଛନ୍ତି ବହୁ ଶ୍ରମିକ। ଗତ କିଛି ଦିନ ଧରି ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ ଗଞ୍ଜାମ ଫେରୁଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଭୟଭୀତ ହୋଇ ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ତେବେ ଏହି ଶ୍ରମିକମାନଙ୍କୁ ରାଜ୍ୟରେ କାମ ନ ମିଳିବାରୁ ପୁଣିଥରେ ସୁରତ ଫେରି […]
ବିନିକା: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ ସରକାରୀ ହାଇସ୍କୁଲ୍ରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ଛାତ୍ର ଏବଂ ୨ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ସମ୍ପୃକ୍ତ ସ୍କୁଲ୍ର ମୋଟ ୫୧ ଜଣଙ୍କ କରୋନା ଟେଷ୍ଟ୍ କରାଯାଇଥିଲା। ସ୍କୁଲ୍ କ୍ୟାମ୍ପସରେ ୨୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିବା ବେଳେ ୧୩ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଅନ୍ୟମାନଙ୍କ ବିନିକା […]
ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଏହାସହ ରାଜସ୍ଥାନର ସର୍ବାଧିକ ୯ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୨୪ ଜଣ କ୍ୱାରେଣ୍ଟିନ୍ରେ ଥିବାବେଳେ ଲୋକାଲ୍ କେସ୍ ୮୬ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୭, ବାଲେଶ୍ୱରରୁ ୬, ବରଗଡ଼ରୁ ୮, ବଲାଙ୍ଗିରରୁ ୧୨, କଟକରୁ ୧୯, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୫୧, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ପାଇଁ ପର୍ବପର୍ବାଣୀ ପାଳନ ଉପରେ ସ୍ୱତନ୍ତ୍ର ରିଲିଫ କମିଶନର(SRC) କଟକଣା ଲଗାଇଛନ୍ତି। ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ପାଳନ ଉପରେ କଟକଣା ଲଗା ଯାଇଛି। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ କରିବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର, ଚର୍ଚ୍ଚରେ ନୀତି ପାଳନ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟିନ୍ରେ ଥିବାବେଳେ ଲୋକାଲ୍ କେସ୍ ୯୫ ରହିଛି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୨, କଟକରୁ ୨୯, ବରଗଡ଼ରୁ ୨୪, କଳାହାଣ୍ଡିରୁ ୧୭, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୫ ଜଣ ଲେଖାଏ, ସମ୍ବଲପୁରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ରେ […]
କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାର ଲୋକ ରେଭେନ୍ସା କ୍ୟାମ୍ପସ୍ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବାକି ଥିବା ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଦ୍ୟାର୍ଥୀ ଜଣକ ହଷ୍ଟେଲ୍ରେ ରହୁଥିଲେ ବୋଲି ଜଣାପଡ଼ିଛି। ଫଳରେ ସମସ୍ତ ହଷ୍ଟେଲ୍ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଏହାସହ ହଷ୍ଟେଲର ସମସ୍ତ […]
ମାଲକାନଗିରି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁ ଥିବାରୁ ଏହାକୁ ରୋକିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ କଡ଼ା କଟକଣା ଲାଗୁ କରିଛି। ରାଜ୍ୟ ବାହାରୁ ଯେଉଁ ବ୍ୟକ୍ତି ମାଲକାନଗିରିକୁ ଆସିବେ ସେମାନେ ନୋଡାଲ୍ ଅଫିସରଙ୍କୁ ଜଣାଇବା ସହ ସେମାନଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ। ଏପରିକି ଯେଉଁମାନେ ରାଜ୍ୟ ବାହାରକୁ ଯିବେ, ସେମାନେ ମଧ୍ୟ ନୋଡାଲ ଅଫିସରଙ୍କୁ ଜଣାଇବେ। ଓଡ଼ିଶା-ଛତିଶଗଡ଼ ଚାଲାନଗୁଡ଼ାରେ ଚେକିଂ ମଧ୍ୟ କରାଯାଉଛି। ବଡ଼ଯାତ୍ରା ଆରମ୍ଭ ହୋଇଥିବାରୁ ଗତକାଲିଠୁ ଆସନ୍ତା ୩୧ […]
ବର୍ଲିନ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଲକ୍ଡାଉନ୍ ଅବଧି ବଢ଼ା ଯାଇଛି। ଏପ୍ରିଲ୍ ୧୮ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏନେଇ ଚାନ୍ସଲର୍ ଆଞ୍ଜେଲା ମର୍କେଲ ଘୋଷଣା କରିଛନ୍ତି। ଜର୍ମାନୀର ୧୬ଟି ରାଜ୍ୟର ପ୍ରମୁଖଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଇଷ୍ଟର ପାଇଁ ୫ ଦିନ ଛୁଟିରେ ଘରେ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ଏହାସହ ବାହାରେ କିମ୍ବା ସାର୍ବଜନୀନ ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି। […]
କଟକ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ୱର XIMBରୁ ୪୫ ଜଣ ପଜିଟିଭ ଚିହ୍ନଟ ପରେ ଶିକ୍ଷନୁଷ୍ଠାନକୁ ସିଲ୍ କରି ଦିଆଯାଇଥିବା ବେଳେ କଟକର ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ଉକ୍ତ ଶିକ୍ଷାନୁଷ୍ଠାନରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ୍ ଟ୍ରେସିଂ କରାଯିବା ପରେ ଗତକାଲି ଶିକ୍ଷାନୁଷ୍ଠାନର ଆଉ ୩ ଜଣ […]