ଭୁବନେଶ୍ୱର: ଭୁବନେଶ୍ୱରରେ ସଟ୍ଡାଉନ୍ କଟକଣା ଭାଙ୍ଗିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି। ଏହା ସହିତ ୬୪ଜଣ ଅଟକ ଅଛନ୍ତି। ପୋଲିସ ମୁଖ୍ୟ ରାସ୍ତା ସହ ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଘରୁ ବାହାରିଲେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ ବୋଲି ଭୁବନେଶ୍ୱର ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତି ପୋଲିସ କମିଶନର ଅନୁପ ସାହୁ କହିଛନ୍ତି। କରୋନା ମୁକାବିଲା ପାଇଁ ଗତ […]
ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚାଷ କାମକୁ ଚାଲୁ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକ୍ଡାଉନ୍ ସମୟରେ ଦେଶରେ ଚାଷକାମ ଓ ବିହନ ବୁଣିବା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ଚିଠି ଲେଖିଲା କେନ୍ଦ୍ର ଗୃହମନ୍ତ୍ରାଳୟ। କରୋନାକୁ ନେଇ ସାରା ଦେଶରେ ବର୍ତ୍ତମାନ ଲକ୍ଡାଉନ୍ ଜାରି ହୋଇଥିବାବେଳେ କୃଷି କାର୍ଯ୍ୟକୁ ଏଥିରୁ ବାଦ ଦେବାକୁ ଅନୁମତି ଦେବାକୁ ରାଜ୍ୟଗୁଡିକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। ଏଥିରେ ଚାଷୀ […]
ଭଦ୍ରକ: ସକାଳ ଆରମ୍ଭ ହେବା ମାତ୍ରେ ହିଁ ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି। ବିନା କାରଣରେ ବାହରେ ବୁଲୁଥିବାରୁ ପୋଲିସ୍ ହାବୁଡରେ ଧରାପଡ଼ି ୯ ଜଣ ବନ୍ଧା ହେବା ସହ କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ସଟ୍ଡାଉନ୍ ହୋଇଥିବା ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ନିୟମ ଖିଲାପ କରି ବାହାରକୁ ବାହାରିଥିବା ଏହି ସମସ୍ତଙ୍କୁ ଜିଲ୍ଲା ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିବା […]
ରାଉରକେଲା: ରାଜ୍ୟରେ କରୋନା ସ୍ଥିତି ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରାଯାଉଛି। ରାଜ୍ୟରେ ୨ କୋଭିଡ୍ ହସ୍ପିଟାଲ ଖୋଲାଯାଇ ଥିବାବେଳେ ଆଉ ଏକ ହସ୍ପିଟାଲରେ ରାଉଲକେଲାରେ ଖୋଲାଯାଇଛି। ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍-୧୯ ହସ୍ପିଟାଲ୍। ୨୦୦ ବେଡ୍ ବିଶିଷ୍ଟ ଏହି ହସ୍ପିଟାଲ୍ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ […]
ଭୁବନେଶ୍ୱର: ଗୋଟିଏ ଦିନରେ ଟ୍ୱିନ୍ ସିଟିରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏ ନେଇ ରାଜ୍ୟ ସରକାର ଶଟ୍ ଡାଉନ୍ ପରି କଠୋର ପଦକ୍ଷେପ ନେଇଛନ୍ତି। ଉଭୟ ଭୁବନେଶ୍ୱର ଓ କଟକ ମହାନଗର ଅଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠରେ ଥିବା ୧୮ଟି ପଞ୍ଚାୟତରେ ଶଟଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟା ମଧ୍ୟରେ ଉଭୟ କଟକ ଓ ଭୁବନେଶ୍ୱର ସହର […]
ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଶଟ୍ ଡାଉନ୍ କରି ଦିଆଯାଇଛି। ଏହି ସମୟରେ ଲକଡାଉନ୍ ଥିବାବେଳେ ଓଡ଼ିଶା ସରକାର ଆଜି ସନ୍ଧ୍ୟା ୮ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ମହାନଗର ସମେତ ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ୱର ଉପକଣ୍ଠର ୧୮ଟି ପଂଚାୟତରେ ସମ୍ପୂର୍ଣ୍ଣ ବନ୍ଦ […]
ଭୁବନେଶ୍ୱର: ରାଜ୍ୟର ପଞ୍ଚମ ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଓ ସେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା। ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ। ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ୍ ହସ୍ପିଟାଲ OPD ଯାଇଥିଲେ। ମାର୍ଚ୍ଚ ୨୮ ତାରିଖରେ ଏମ୍ସ OPD ଯାଇ ଘରକୁ […]
ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍ଡାଉନ୍ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି। ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର ଭଡା ନମାଗି ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ପାଇଁ ଘର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ନିଜର ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା […]
ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ତବଲଗି ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କୁ କଳା ତାଲିକା ଭୁକ୍ତ ଘୋଷଣା କଲେ କେନ୍ଦ୍ର ସରକାର। ଟୁରିଷ୍ଟ ଭିସାରେ ଭାରତ ଆସିଥିବା ଏହି ବିଦେଶୀ ନାଗରିକମାନେ ତବଲିଗ୍ ଜମାତ କାର୍ଯ୍ୟକ୍ରମ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏ ନେଇ ଦେଶର ସମସ୍ତ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଲା ପବିତ୍ର ରାମନବମୀ ଉତ୍ସବ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ ହେଲେ ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କେବଳ ମନ୍ଦିରରେ ନୀତିକାନ୍ତି ପାଳିତ ହେଉଥିଲେ ବି ଭକ୍ତଙ୍କ କୋଳାହଳ ଦେଖିବାକୁ ମିଳିନି। ଭୁବନେଶ୍ୱର ରାମ ମନ୍ଦିରରେ ଆଜି ସକାଳୁ ଶୁନଶାନ ପରିବେଶ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯାଇଥିଲା। ସହରର ଅନ୍ୟାନ୍ୟ […]
ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠାରୁ ସାଂଘାତିକ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଦିଲ୍ଲୀରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ମରକଜ ଧର୍ମସଭା ସହ ଲିଙ୍କ ଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ ନିଜାମୁଦ୍ଦିନ ଧର୍ମସଭା ସହ ସମ୍ପର୍କ ରଖିଥିବା କେଜରିଓ୍ୱାଲ କହିଛନ୍ତି। ରାଜ୍ୟର ଏବେ ମୋଟ ୨୦୮ ଜଣ ବିଭିନ୍ନ ହସ୍ପିଟାଲରେ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନ ପ୍ରସଙ୍ଗରେ ଓଡ଼ିଶା ଲିଙ୍କ୍ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ଜଣଙ୍କ କରୋନାରେ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ, ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସରକାରଙ୍କ କୋଭିଡ୍୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ […]
ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ଦିଲ୍ଲୀରୁ ଶ୍ରମିକଙ୍କ ପଳାୟନ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶ୍ରମିକଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥାର ଅନୁଧ୍ୟାନ ଓ ତଦାରଖ ଲାଗି ଏକ ବିଶେଷଜ୍ଞ କମିଟି ୨୪ ଘଣ୍ଟା ମଧ୍ୟରେ ଗଠନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଶ୍ରମିକମାନେ ଲକ୍ଡାଉନ୍ ନେଇ ସରକାରଙ୍କ ପଦକ୍ଷେପ ସଂପର୍କରେ ଯେପରି ସଠିକ ତଥ୍ୟ ପାଇପାରିବେ, ତାହାର ବନ୍ଦୋବସ୍ତ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. […]
ନୂଆଦିଲ୍ଲୀ: ଦେଶ ପରେ ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ବିଶ୍ୱ ମହାମାରୀ ନୋଭେଲ କରୋନା। ୨୭ ରାଜ୍ୟକୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ୍ ପ୍ରଭାବରେ ଏବେ ୧୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଏବେ ୯୪୨ ଜଣଙ୍କ ଚିକିତ୍ସା କରାଯାଉଛି। ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଛି। ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରତିଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ ଏହା […]
ଭୁବନେଶ୍ୱର: ଲକ୍ଡାଉନ୍ ନିୟମକୁ ରାଜ୍ୟର ୯୦ ପ୍ରତିଶତ ଲୋକ ଠିକ୍ ମାନୁଛନ୍ତି। କିନ୍ତୁ ବାକି ୧୦ ପ୍ରତିଶତ ଲୋକ ଏହାକୁ ଏତେ ଗୁରୁତ୍ୱର ସହ ନେଇ ନଥିବାରୁ ବାକି ୯୦ ପ୍ରତିଶତ ବିପଦରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସେ ୧୦ ପ୍ରତିଶତଙ୍କୁ ସାବାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ କହିଛନ୍ତି। ଏପର୍ଯ୍ୟନ୍ତ ଲକ୍ଡାଉନ୍ ଭାଙ୍ଗିବା ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ କରାଯାଇଥିବାବେଳେ ପ୍ରାୟ ୧୪୦୦ଙ୍କୁ ଗିରଫ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ଏପରି ଆଉ ନକରିବା […]
ଭୁବନେଶ୍ୱର: ରାଜ୍ୟର ସମସ୍ତ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି। କରୋନା ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ରହିବା, […]
ଭୁବନେଶ୍ୱର: ଲକ୍ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକ ଏବେ ଦୟନୀୟ ଅବସ୍ଥାରେ ରହିଛନ୍ତି। କରୋନା ଭୂତାଣୁଠାରୁ ଅଧିକ କଷ୍ଟ ଦେଉଛି ଡ଼ହ ଡ଼ହ ଖରାରେ ଶହ ଶହ କିଲୋମିଟର ଚାଲି ଚାଲି ଆସିବା। ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜସ୍ୱ ସ୍ତରରେ ବିଭିନ୍ନ ରାଜ୍ୟ ସରକାର ଓ ପ୍ରବାସୀ ଓଡ଼ିଆ ସମାଜଙ୍କ ସହାୟତା ଲୋଡ଼ିଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]
ଭୁବନେଶ୍ୱର: ଲକ୍ଡାଉନ୍ ଯୋଗୁଁ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକ ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଶ୍ରମ ଓ ଗୃହ ବିଭାଗ ଅଧୀନରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଓ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ସହାୟତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୧୦ ଜଣ ନୋଡାଲ୍ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଡହ ଡହ ଖରା ଓ ବର୍ଷାରେ ଶହଶହ କିଲୋମିଟରର ଯାତ୍ରା କରୋନା ଭୂତାଣୁଠୁ ଏମାନଙ୍କୁ ବେଶୀ […]
ମାଲକାନାଗିରି: ମାଓବାଦୀଙ୍କୁ କରୋନା ଭାଇରସ୍ ସଂକ୍ରମିତ କରିଥାଇପାରେ। ସେମାନଙ୍କ ସଂସ୍ପର୍ଶରେ ନଆସିବାକୁ ସତର୍କ କରାଇଲା ସଚେତନ ନାଗିରକ ମଞ୍ଚ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଞ୍ଚ ତରଫରୁ ପୋଷ୍ଟର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ଆଶଙ୍କା ଥିବା ବେଳେ ଏଥିରେ ମାଓବାଦୀମାନେ ବି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସଚେତନ ନାଗରିକ ମଞ୍ଚ ଆଶଙ୍କା କରିଛି। ଏଣୁ ଏହାକୁ ନେଇ ସତର୍କ ସୂଚନା ଭାବେ […]
ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଏନେଇ ଆଜି ଏହି ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି। ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ […]
କଟକ: ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରି ନିଜ ତରଫରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣିରେ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ […]
ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ କରୋନା ବ୍ୟାପିବାରେ ଲାଗିଛି। ସଂକ୍ରମିତ ଅଞ୍ଚଳମାନଙ୍କରେ ଥିବା ଅନେକ ଓଡ଼ିଆ ଏବେ ଘରକୁ ଫେରିଛନ୍ତି। ଓଡ଼ିଶାରେ କରୋନା ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ତିନିଟି ଦିଗକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେଇଛି। ପ୍ରଥମତଃ ଯେଉଁମାନେ କରୋନା ବ୍ୟାପୁଥିବା ଅଞ୍ଚଳରୁ ଆସୁଛନ୍ତି ବା ଆସିଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ କୌଣସି ଲକ୍ଷଣ ଥାଉ କି […]
ଭୁବନେଶ୍ୱର: କଟକଣା ସତ୍ତ୍ୱେ ବି ରାଜଧାନୀ ହାଟମାନଙ୍କରେ ଭିଡ଼ ହେଉଛି। ଏହା ରୋକିବାକୁ ବିଏମସି ପ୍ରୟାସ ଆରମ୍ଭ କରିଛି। ଏଣିକି ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବୁଲିବ ମୋବାଇଲ ଭେଜିଟେବଲ୍ ଭ୍ୟାନ୍। ଲୋକେ ଭ୍ୟାନ୍ରୁ ସହଜରେ ଯେପରି ପରିବା କିଣିପାରିବେ ସେନେଇ BMC ଏହି ବ୍ୟବସ୍ଥା କରିଛି। ସେପଟେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍ ସଂସ୍ଥାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏହାସହିତ ରାଜଧାନୀର ୪୧ଟି ଛୋଟ ହାଟ […]