• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

bank
ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: କରୋନା ମୁକାବିଲା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ସହର ଛାଡ଼ି ରାଜ୍ୟର ସମସ୍ତ ସ୍ଥାନରେ ବ୍ୟାଙ୍କଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ। ତେବେ ସକାଳ ୮ଟାରୁ ଦିନ ଗୋଟାଏ ଯାଏ ଗ୍ରାହକ ସେବା ଚାଲିବ। ଏହି ବ୍ୟାଙ୍କ ସମୟ ପରିବର୍ତ୍ତନ ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ତେବେ […]

  • Wednesday, 14 July 2021
quarntine
ବାହାର ରାଜ୍ୟରୁ ଆସିଲେ, କ୍ୱାରେଣ୍ଟାଇନ୍‌ରେ ଠକିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ୩ ଜିଲ୍ଲାରେ ସ୍ଥିତି ବିଗିଡିବା ଆଶଙ୍କା କରାଯାଉଛି। ଅନ୍ୟ ରାଜ୍ୟରୁ ଲୋକେ ଆସିବା ପରେ ଅବସ୍ଥା ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଜିଲ୍ଲାପାଳଙ୍କ ସୂଚନା ସାଧାରଣରେ ଆହୁରି ଚିନ୍ତା ବଢାଇଛି। ଲକଡାଉନ ସତ୍ତ୍ୱେ ଗତ ମାସ ୨୯ ଓ ୩୦ ତାରିଖ ପରେ ପ୍ରାୟ ୬ଶହରୁ ୭ଶହ ଲୋକେ ପଶ୍ଚିମବଙ୍ଗରୁ ଯାଜପୁର ଅଞ୍ଚଳକୁ ଆସିଛନ୍ତି। ସରପଞ୍ଚମାନଙ୍କ ଜରିଆରେ ସେମାନଙ୍କ ଚିହ୍ନଟ କାର୍ଯ୍ୟ […]

  • Wednesday, 14 July 2021
test
ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଯାଜପୁରରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର କିଛି ସମୟର ବ୍ୟବଧାନ ମଧ୍ୟରେ ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ବାଲେଶ୍ୱର ଅଞ୍ଚଳର ହୋଇଥିବା ରାଜ୍ୟ ଡିଷ୍ଟ୍ରିକ୍ଟ କରୋନା ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଉକ୍ତ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଥିବାବେଳେ ଆଜି ଆଉ ୨ ଜଣଙ୍କଠାରେ ପଜିଟିଭ୍ ଆସିଛି। […]

  • Wednesday, 14 July 2021
bhut
ସ୍ୱଦେଶ ଫେରିଲେ ଓଡ଼ିଶାରେ ଫସିଥିବା ବିଦେଶୀ

ଭୁବନେଶ୍ୱର: କରୋନା କଟକଣା ପାଇଁ ଲକଡାଉନ୍ ପରଠୁ ଓଡ଼ିଶାରେ ଫସିଯାଇଥିବା ଭୁଟାନ୍ ନାଗରିକ ସ୍ୱଦେଶ ଫେରୁଛନ୍ତି। ପ୍ରାୟ ୨୬ ଜଣ ଭୂଟାନ ଅଧିବାସୀ ଆଜି ଭୁଟାନ ଅଭିମୁଖେ ବାହାରିଛନ୍ତି। ଭୁଟାନ୍ ସରକାର ପଠାଇଥିବା ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ଏମାନେ ସ୍ୱଦେଶ ଫେରୁଛନ୍ତି। ଏହି ବିମାନଟି ଦେଶର ଅନ୍ୟ ରାଜ୍ୟରେ ଥିବା ଭୁଟାନବାସୀଙ୍କୁ ମଧ୍ୟ ନେଇକି ଯିବ। ଦୀର୍ଘ ଦିନ ଧରି ଭୟ ଆଉ ଆତଙ୍କରେ ଓଡ଼ିଶାରେ ରହିଯାଇଥିବା ଏହି ଭୁଟାନବାସୀଙ୍କ ମଧ୍ୟରୁ କିଛି […]

  • Wednesday, 14 July 2021
min
ରାଜ୍ୟରେ ଦିନକୁ ହେବ ୩ ହଜାର କରୋନା ଟେଷ୍ଟ

ଭୁବନେଶ୍ୱର: ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ଏହିଭଳି ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ଏଥିସହ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ମଧ୍ୟ ହେବ କରୋନା ନମୂନା ପରୀକ୍ଷା। ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILS ରେ ଦିନକୁ ୪୫୦ଟି ନମୂନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମୁକାବିଲାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ […]

  • Wednesday, 14 July 2021
sealed
ମନ୍ତ୍ରୀ କହିଲେ, ସୀମାକୁ ସିଲ୍ କରିବା ସମ୍ଭବପର ନୁହେଁ

ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସମ୍ପୂର୍ଣ୍ଣ ସିଲ୍ କରିବା ସମ୍ଭବ ନୁହେଁ। ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ଏହାକୁ ସିଲ୍ କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। କିନ୍ତୁ ସୀମାନ୍ତରେ ଚେକିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତ ସ୍ତରରେ ପଦକ୍ଷେପ ନିଆଯାଉଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ୫ଜଣିଆ କମିଟି କରାଯିବ। […]

  • Wednesday, 14 July 2021
patient
ଚିନ୍ତା ବଢ଼ାଇଲା କରୋନା, ଆଉ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ଯାଜପୁର ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟର ସୂଚନା ଅନୁସାରେ ଯାଜପୁରରେ ଆଉ ୪ ପଜିଟିଭ୍ ଯାଜପୁରର। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାରୁ ଜିଲ୍ଲାରେ ଆକ୍ଟିଭ କେଶ୍ ୧୧ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଜଣେ […]

  • Wednesday, 14 July 2021
loading
ରାସ୍ତା ମଝିରେ ପାସେଞ୍ଜର ଉଠାଇବା ମନା

ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି। ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି। ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ। ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଚାଲି ଚାଲି ବା […]

  • Wednesday, 14 July 2021
labour
କାମ ନ ମିଳିଲେ ଘରକୁ ପଳାଇବାର ଚେତାବନୀ ଦେଲେ ପ୍ରବାସୀ ଶ୍ରମିକ

ପାରାଦୀପ: କାମ ଦିଅ ନଚେତ୍  ଘରକୁ ପଠାଇବାର ବ୍ୟବସ୍ଥା କର। ଲକଡାଉନ ଘୋଷଣା ପରଠୁ ପାରାଦୀପରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ଏଭଳି ଦାବି କରିଛନ୍ତି। ଏମାନଙ୍କ ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରିରେ ଟିଟିଲାଗଡର 19 ଜଣ ଶ୍ରମିକ ପାଦରେ ଚାଲି ଚାଲି ପାରାଦୀପରୁ ପଳାଇଥିବା ଅଭିଯୋଗ ହୋଇଛି। ଅବଶିଷ୍ଟ 68 ଶ୍ରମିକ କୋଷ୍ଟଗାର୍ଡ ଆବାସିକ କଲୋନୀ ଫାଟକ ସମ୍ମୁଖରେ ଏକତ୍ରିତ ହୋଇଛନ୍ତି। କଲୋନୀ ଭିତରେ ନିର୍ମାଣାଧିନ କୋଠାରେ ଶ୍ରମିକ ଭାବେ କାମ କରିବାକୁ […]

  • Wednesday, 14 July 2021
cured
କରୋନା ଲଢେଇରେ ବିଜୟୀ, ଦିନକରେ ସୁସ୍ଥ ହେଲେ ୭୦୫

ନୂଆଦିଲ୍ଲୀ: ୧୮ ହଜାର ୯ଶହ ପାର୍ କରିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୬୦୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଲା ୨୪ ଘଣ୍ଟାରେ କରୋନା ବିରୋଧୀ ଲଢେଇରେ ୭୦୫ ଜଣ ବିଜୟୀ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦେଶର ୬୧ଟି ଜିଲ୍ଲାରେ ଗଲା ୧୪ ଦିନରେ କୌଣସି ରୋଗୀ ଚିହ୍ନଟ […]

  • Wednesday, 14 July 2021
final
କାମକୁ ନୁହଁ ସୀମା ସିଲ୍, ଲୋକେ ଜାଣିଛନ୍ତି ଗଳାବାଟ କେଉଁଠି!

ଭୁବନେଶ୍ୱର: ଗତ ୨ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଏଥିରୁ ଅଧିକାଂଶ ବାହାର ରାଜ୍ୟର ଲିଙ୍କ୍। ତେବେ ସିଲ୍‌ ସତ୍ତ୍ୱେ କେମିତି ଆସୁଛନ୍ତି ବାହାର ରାଜ୍ୟର ଥିବା ଲୋକ? ଲକଡାଉନ କଡ଼ାକଡ଼ି ସତ୍ତ୍ୱେ ଓଡ଼ିଶା ସୀମାନ୍ତରେ ବିଭିନ୍ନ ରାଜ୍ୟରୁ ଲୋକେ ଗଳାବାଟ ଦେଇ ପ୍ରବେଶ କରୁଥିବା ଅଭିଯୋଗ ପରେ ସବୁ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ ହେଉଛି। ରାଜ୍ୟରେ ଆଜି ଆଉ ୫ ନୂଆ କରୋନା ଆକ୍ରାନ୍ତ ପୁଣି ସେ ସମସ୍ତେ ବାଲେଶ୍ୱରର। ତିନି […]

  • Wednesday, 14 July 2021
sanitise
ନିଜ ଗାଁ ପାଇଁ ନିଜେ ହେଲେ ଯୋଦ୍ଧା

କେନ୍ଦ୍ରାପଡ଼ା: ନିଜ ଗାଁକୁ ନିଜେ ସାନିଟାଇଜ କଲେ ଯୁବକ। କେନ୍ଦ୍ରାପଡ଼ା ବ୍ଲକ୍ କୋର ଗ୍ରାମରେ  ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କୋର ଗାଁ ରେ କିନ୍ତୁ ଏ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନଥିଲା l କିନ୍ତୁ ନିଜ ଗାଁକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ପାଇଁ ଅଣ୍ଟା ଭିଡ଼ିଲେ ଗାଁର କିଛି ଯୁବକ। ନିଜ ଖର୍ଚ୍ଚରେ ଗାଡି, ଜେନେରେଟର, ପାଣି ପମ୍ପ ଓ ବିଶୋଧନ ସାମଗ୍ରୀ ଆଣି ଗାଁରେ […]

  • Wednesday, 14 July 2021
test
ପ୍ରବାସୀଙ୍କ ସ୍ୱାସ୍ଥ୍ୟ ତଥ୍ୟ ରଖିବ ଜିଲ୍ଲା ପ୍ରଶାସନ

ଗଞ୍ଜାମ: ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଆସିବାକୁ ଚାହୁଁଥିବା ଲୋକେ ଏଣିକି ଜିଲ୍ଲା ପ୍ରଶାସନକୁ ଅବଗତ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ଅନଲାଇନ୍ ପୋର୍ଟାଲ ସିଷ୍ଟମ୍। DISTRICT COVID CELL GANJAM ନାଁରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଯେଉଁଥିରେ ନାଁ, ବୟସ, ଠିକଣା ଏବଂ କେଉଁ ରାଜ୍ୟର ଲୋକେ ଗଞ୍ଜାମର କେଉଁ ଅଞ୍ଚଳକୁ ଆସିବାକୁ ଚାହୁଁଛନ୍ତି ସେ ନେଇ ବିସ୍ତୁତ ବିବରଣୀ ଦେବେ। ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି […]

  • Wednesday, 14 July 2021
NEW BORN
ମୃତ୍ୟୁ ମୁଖରୁ କରୋନା ସଂକ୍ରମିତ ନବଜାତର ଜୀବନ ବଞ୍ଚାଇଲେ ଡାକ୍ତର

ହାଇଦ୍ରାବାଦ: ହାରିଲା କରୋନା, ଜିତିଲା ନବଜାତ। ମୃତ୍ୟୁ ମୁଖରୁ କରୋନା ସଂକ୍ରମିତ ନବଜାତର ଜୀବନ ବଞ୍ଚାଇଲେ ଡାକ୍ତର। କରୋନାକୁ ମାତ ଦେଇଥିବା ହାଇଦ୍ରାବାଦର ସବୁଠାରୁ କମ ବୟସର ଏହି ଶିଶୁର ଚିକିତ୍ସା ହସ୍ପିଟାଲରେ ଜାରି ରହିଥିଲା। ସୂଚନା ଅନୁସାରେ, ଏପ୍ରିଲ ୧୭ରେ କରୋନା ସଂକ୍ରମିତ ଜଣେ ମହିଳା ୭ ମାସରେ ଏକ ପ୍ରିମାଚ୍ୟୁର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ହେବାପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା ଓ ଠିକ ଭାବରେ ସେ ନିଃଶ୍ୱାସପ୍ରଶ୍ୱାସ ନେଇ ପାରୁନଥିଲେ। ଫଳରେ […]

  • Wednesday, 14 July 2021
cohat
କରୋନା ଭୟରେ ମୃତଦେହ ଛୁଇଁଲେନି ଗାଁ ଲୋକ

କେନ୍ଦୁଝର: କରୋନା ସଂକ୍ରମଣ ଡରରେ ମୃତଦେହକୁ ଛୁଇଁଲେନି ଗାଁ ଲୋକେ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ଜଣକ ଗତ ମାର୍ଚ୍ଚ ୧୧ ତାରିଖରେ ବେଙ୍ଗାଲୁରୁରୁ ଗାଁକୁ ଫେରିଥିଲେ। ବେଙ୍ଗାଳୁରୁରୁ ଫେରିଥିବାରୁ ହୋମ୍ କ୍ୱାରେଣ୍ଟିନରେ ମଧ୍ୟ ରହିଥିଲେ। ହେଲେ ଆଜି କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଭୟଭୀତ ହୋଇ ପଡିଥିଲେ ତାଙ୍କ ପରିବାର ଲୋକେ। ଏମିତିକି ବ୍ୟବଚ୍ଛେଦ ପାଇଁ ମେଡିକାଲ ନେବାକୁ […]

  • Wednesday, 14 July 2021
Crowds
କରୋନା ଯିବ ନା ଆସିବ ? ଆୟୁର୍ବେଦିକ ଔଷଧରେ କରୋନା ଭଲ ହେବା ଖବରକୁ ନେଇ ଅସମ୍ଭାଳ ଭିଡ଼

ବିଶାଖାପାଟଣା: ଆୟୁର୍ବେଦିକ ଔଷଧରେ କରୋନା ଭଲ ହେବା ଖବରକୁ ନେଇ ଅସମ୍ଭାଳ ଭିଡ଼। ଔଷଧ ନେବାକୁ ହଜାର ହଜାର ସଂଖ୍ୟକ ଲୋକ ଭିଡ଼ ଜମାଇ ଥିଲେ। ନା ଥିଲା ସାମାଜିକ ଦୂରତା ନା କେହି କୋଭିଡ କଟକଣାକୁ ମାନୁଥିଲେ। ମେ’ ୨୧ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲା କ୍ରିଷ୍ଣାପାଟନମ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ଭୁଲି ଲୋକମାନେ ଆୟୁର୍ବେଦିକ ଔଷଧ ନେବାକୁ ଲମ୍ବା ଲାଇନ ସହ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା। […]

  • Wednesday, 14 July 2021
black fungs
ବ୍ଲାକ ଫଙ୍ଗସକୁ ନେଇ ସାମ୍ନାକୁ ଆସିଲା ବିରଳ ଘଟଣା, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଚିନ୍ତା ବଢ଼ାଇ ଥିବାବେଳେ ବ୍ଲାକ ଫଙ୍ଗସକୁ ନେଇ ଆହୁରି ଚିନ୍ତା ବଢ଼ିଛି। ଅନେକ ରାଜ୍ୟ ଏହି ରୋଗକୁ ମହାମାରୀ ଘୋଷିତ କରି ସାରିଲେଣି। ଏସବୁ ଭିତରେ ବ୍ଲାକ ଫଙ୍ଗସକୁ ନେଇ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲରେ mucormycosis ଅର୍ଥାତ ବ୍ଲାକ ଫଙ୍ଗସକୁ ନେଇ ଏହି ବିରଳ ଘଟଣା ସାମ୍ନାକୁ ଆସିଛି। ମେଡିକାଲ ପରୀକ୍ଷଣରୁ ଜଣାପଡ଼ିଛି, ରୋଗୀଙ୍କ ଶରୀରର […]

  • Wednesday, 14 July 2021
caring of covid patient
ସମ୍ଭାବ୍ୟ ବାତ୍ୟା ବେଳେ କରୋନା ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ବେଳେ କରୋନା ରୋଗୀ ଯେଭଳି ସୁରକ୍ଷିତ ରହିବେ ଏବଂ କୋଭିଡ୍ ହସ୍ପିଟାଲ ଓ କେନ୍ଦ୍ର ଗୁଡିକ ପରିଚାଳନାରେ ଯେମିତି କୌଣସି ବ୍ୟାଘାତ ନ ହୁଏ ତାହା ନିଶ୍ଚିତ କରିବା ଉପରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଦେଶର ଅନ୍ୟ ଅଞ୍ଚଳକୁ ଚାଲିଥିବା ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ବଜାୟ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଆଜି ରାଜୀବ […]

  • Wednesday, 14 July 2021
army
ରେଡ୍ କାଟାଗୋରିରେ ରହିବେ କରୋନା ଲକ୍ଷଣ ଥିବା ଯବାନ

ନୂଆଦିଲ୍ଲୀ: କରୋନାରୁ ବର୍ତ୍ତିବାକୁ ଭାରତୀୟ ସ୍ଥଳସେନାର ନୂଆ ଷ୍ଟ୍ରାଟେଜି। ମହାମାରୀ କରୋନାରେ ସ୍ଥଳସେନାର କେତେକ ଯବାନ ସଂକ୍ରମିତ ହେବା ପରେ ଅନ୍ୟମାନଙ୍କୁ ଏହାର ପ୍ରଭାବରୁ ସୁରକ୍ଷା ଦେବାକୁ ସେନାର ସମସ୍ତ କର୍ମଚାରୀଙ୍କୁ ବର୍ଗିକରଣ କରାଯାଇଛି। ଯବାନମାନେ ଗ୍ରୀନ୍, ୟେଲୋ ଓ ରେଡ୍ ଭଳି ୩ଟି ବିଭାଗରେ ରହିବେ। ୧୪ ଦିନିଆ କ୍ୱାରେଣ୍ଟାଇନ୍ ପିରିୟଡ ସାରିଥିବା ଯବାନଙ୍କୁ ଗ୍ରୀନ୍, ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବାକୁ ଥିଲେ ୟେଲୋ ଓ କରୋନା ଲକ୍ଷଣ ଥିବା କିମ୍ବା ଚିକିତ୍ସା ଦରକାର କରୁଥିବା […]

  • Wednesday, 14 July 2021
home
ରାଜ୍ୟରେ ଲକ୍‌ଡାଉନ୍‌ ନିୟମ କୋହଳ ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ବିରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୨୬୫କୁ ବୃଦ୍ଧି ପାଇଛି। ୧୪ ହଜାର ୧୭୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ହଜାର ୫୪୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪ ହଜାର ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ୨ ହଜାର ୩ ଜଣ ଆକ୍ରାନ୍ତ ଥିବା ବେଳେ, […]

  • Wednesday, 14 July 2021
corona cases
କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ମୃତ୍ୟୁ ହାରକୁ ନେଇ ଚିନ୍ତା ବଢ଼ାଇଛି ୬ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଧୀରେ ଧୀରେ ତଳମୁହାଁ ହେଉଛି। କିଛିଦିନ ହେବ ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ୍ ସୂଚନା ଦେଇଛନ୍ତି। ମେ ୧୦ରେ ପଜିଟିଭିଟି ହାର ୨୪% ଥିଲା, ଆଜି ଖସି ତାହା ୧୨.୪୫% ରହିଛି। ଗତ ୧୨ ଦିନ ହେଲାଣି ପଜିଟିଭିଟି ହାର ୨୦ % ତଳେ ରହିଛି। ଓଡ଼ିଶାର ୨୮ଟି ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ […]

  • Wednesday, 14 July 2021
sealed
ସୀମା ସିଲ୍‌ ସତ୍ତ୍ୱେ ପଶ୍ଚିମବଙ୍ଗରୁ କେମିତି ଆସିଲେ ଶ୍ରମିକ?

ଭୁବନେଶ୍ୱର: ଓଡ଼ିଶାରେ ଆଜି ନୂଆ ୧୩ ପଜିଟିଭଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏମାନଙ୍କ ଭିତରୁ ମୋଟ୍ ୨୪ ଜଣ ଅର୍ଥାତ୍ ପ୍ରାୟ ଏକ ତୃତୀୟାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍। ଏମାନେ ହୁଏତ ପଶ୍ଚିମବଙ୍ଗରୁ ଫେରିଛନ୍ତି କିମ୍ବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେ ଭିତରୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର […]

  • Wednesday, 14 July 2021
featured
ଖୋର୍ଦ୍ଧା ପରେ ଆଉ ୨ ଜିଲ୍ଲାରେ ନିଦ ହଜାଇଲା 'କରୋନା'

ଭୁବନେଶ୍ୱର: ରାଜ୍ୟରେ ଥମିଯାଇଥିବା କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲା। ୨୪ ଘଣ୍ଟାରେ ୧୩ କରୋନା ରୋଗୀଙ୍କ ଚିହ୍ନଟ ପରେ ୭୪ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ସକାଳେ ୭, ଅପରାହ୍ନରେ ୬  ଗୋଟିଏ ଦିନରେ ରାଜ୍ୟରୁ ୧୩ ନୂଆ କରୋନା ରୋଗୀ ଚିହ୍ନଟର ଖବର। ଏବେ ନିଦ ହଜାଇଲାଣି ଭଦ୍ରକ ଓ ଯାଜପୁରରେ ସଂକ୍ରମଣର ସ୍ଥିତି। ଭଦ୍ରକରେ ୩ ଆକ୍ରାନ୍ତ ଚିହ୍ନଟ ହେବାର ପାଖାପାଖି ୧୬ ଦିନ ପରେ ଆଜି ଆଉ ୫ ଜଣଙ୍କ ଠାରେ ଠାବ […]

  • Wednesday, 14 July 2021
doctors
ଦେଶରେ କରୋନାର ଦ୍ଵିତୀୟ ଲହର ନେଲାଣି ୪୦୦ରୁ ଅଧିକ ଡାକ୍ତରଙ୍କ ଜୀବନ, ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୪,୧୯୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା କବଳରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାନ୍ତି। କରୋନା କବଳରେ ପଡ଼ି ଡାକ୍ତରମାନେ ମଧ୍ୟ ଜୀବନ ହରାଇବାରେ ଲାଗିଛନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। […]