ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତେ ରେଡ୍ ଜୋନ୍ରୁ ଚିହ୍ନଟ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରର ୪ଜଣ ଓ ଯାଜପୁରର ଜଣେ ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ରାଜ୍ୟରେ ଏବେବି ୨୧୯ ଆକ୍ଟିଭ କେଶ ରହିଛନ୍ତି । ଏମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ନୟାଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନା ସଂକ୍ରମିତ ଜିଲ୍ଲାରେ ସାମିଲ ହୋଇଛି କରୋନା। ଆକ୍ରାନ୍ତ ଜଣକ ୪୦ ବର୍ଷ ବୟସର ଯୁବକ। ସେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଆଉ ଜମେ ଗଞ୍ଜାମରୁ ଚିହ୍ନଟ ହେଇଛନ୍ତି। ସେ ଗଂଜାମ ଜିଲ୍ଲାର ୨୬ ବର୍ଷିୟ ଯୁବକ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ […]
କେନ୍ଦ୍ରାପଡା: କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇବାକୁ ସରକାର ଦାୟିତ୍ୱ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ବେଡ୍, ସାନିଟାଇଜ, ପାନୀୟଜଳ ଓ ଆଲୋକର ସୁବବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସବୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ଆଉ ପାଦେ ଆଗକୁ ଯାଇଛନ୍ତି ଜଣେ ସରପଞ୍ଚ। ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବାରୁଣା ପଂଚାୟତର ସରପଞ୍ଚ ଉତ୍ତମ କୁମାର ସେନାପତି। କାନ୍ଧରେ ହ୍ୟାଣ୍ଡ […]
କର୍ଣ୍ଣାଟକ: କର୍ଣ୍ଣାଟକର ମେଙ୍ଗାଲୁରୁରେ ଓଡ଼ିଶାର ୩ ଶହରୁ ଅଧିକ ମତ୍ସ୍ୟଜୀବୀ। ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକର ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି। ମାର୍ଚ୍ଚରେ ଲକଡାଉନ ଆରମ୍ଭ ପରଠାରୁ ମାଛ ମରା ବନ୍ଦ ରହିଛି। ପାଖରେ ଯାହା ଟଙ୍କା ପଇସା ଥିଲା, ଖାଇବା ପିଇବାରେ ସବୁ ସରିଗଲାଣି। ଏଣୁ ଏବେ ସମସ୍ୟାରେ ପଡ଼ିଛନ୍ତି ଫସି ରହିଥିବା ମତ୍ସ୍ୟଜୀବୀ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତିସୁନାପୁର, ରାମେୟପାଟଣା ସମେତ ଆଖାପାଖ ୧୦ଟି ଗାଁର ୧୫୦ରୁ ଅଧିକ ମତ୍ସ୍ୟଜୀବୀ ସେଠାରେ ଅଛନ୍ତି। ଅନ୍ୟ […]
ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ଅନୁମତି ଦେଉନାହାନ୍ତି ପଶ୍ଚିମବଂଗ ସରକାର। ଏନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର। ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଦୁଇ ଲକ୍ଷରୁ ଅଧିକ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଉଛି କିନ୍ତୁ ଏନେଇ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁ ନଥିବା କେନ୍ଦ୍ରମନ୍ତ୍ରୀ […]
ନ୍ୟୁୟର୍କ: ସାରା ବିଶ୍ୱରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ବିଶ୍ୱରେ କରୋନା ପଜିଟିଭ ସଂଖ୍ୟା ୪୦ ଲକ୍ଷ ୬ହଜାରରୁ ଅଧିକ ରହିଛି। ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କରିଛି ମାରାତ୍ମକ କରୋନା। ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୨ ଲକ୍ଷ ୭୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷ ୩୭ ହଜାରରୁ ଅଧିକ ଆକ୍ରାନ୍ତ। ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି […]
ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆର ଏକ ବିମାନ ଆବୁଧାବିରୁ ଭାରତୀୟଙ୍କୁ ଆଣୁଛି। ଏୟାର ଇଣ୍ଡିଆର IX-452 ବିମାନ ୪ ଜଣ ଶିଶୁଙ୍କ ସମେତ ୧୭୭ ଜଣ ଭାରତୀୟଙ୍କୁ ଧରି ଆବୁଧାବି ଛାଡିଥିଲା। Great to see the #VandeBharatMission Abu Dhabi Kochi special flight IX452 taking off from the @AUH Thanks all […]
ଭୁବନେଶ୍ୱର: ଆଗାମୀ ଦିନରେ ଦେଶରେ କରୋନା ହଟ୍ସ୍ପଟ ହେବାକୁ ଯାଉଛି ଓଡ଼ିଶା। ଆଜି ଏହି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶକୁ ବାହାର ରାଜ୍ୟରୁ ପ୍ରଚୁର ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ଆଗାମୀ ଦିନରେ ଏହି ତିନି ରାଜ୍ୟ ଭାରତର ପ୍ରମୁଖ କରୋନା ହଟସ୍ପଟ୍ ବନିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତିନି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସ ବେଳେ ସ୍ଥିତି ସମୀକ୍ଷା କରିବା ସହ କେନ୍ଦ୍ର […]
ସୁରତ: ସୁରତରୁ ଏବେ ଆସିବନି ଟ୍ରେନ୍। ସୁରତରୁ ଆସନ୍ତାକାଲି ଆସିବାକୁ ଥିବା ୩ଟି ଟ୍ରେନ୍କୁ ବାତିଲ କରାଯାଇଛି। ସୁରତରୁ ଆସନ୍ତାକାଲି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍କୁ ବାତିଲ କରିଛନ୍ତି ଓଡ଼ିଶା ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ। ଟ୍ରେନ୍ର ଆସିବାକୁ ଥିବା ଯାତ୍ରୀଙ୍କୁ ଏନେଇ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍ ବାତିଲ କରିଛନ୍ତି। ତେବେ ପ୍ରବାସ ଫେରନ୍ତାଙ୍କ […]
ଭୁବନେଶ୍ୱର: ଏବେ ରାଜ୍ୟରେ ଦିନକୁ ହେଉଛି ୩ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ୍। ୮ଟି ଲ୍ୟାବ୍ରେ ଦିନକୁ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି NHM ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ସେ କହିଛନ୍ତି, ୨ ମାସ ତଳେ କେବଳ ଭୁବନେଶ୍ୱର ସ୍ଥିତ RMRCରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସେ ତଳେ ୨୫୦ ଓ ୧୫ ଦିନ ତଳେ ଏହି ସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଥିଲା। ତେବେ ବର୍ତ୍ତମାନ ଦିନକୁ ୩ […]
ଜରୁରୀକାଳୀନ ଉପଯୋଗ ପାଇଁ DCGI ନିକଟରେ ଆବେଦନ କରିଛନ୍ତି ତିନି ତିନିଟି ସମ୍ଭାବ୍ୟ କରୋନା ଟିକା- ଫାଇଜର, କୋଭିସିଲ୍ଡ ଓ କୋଭାକ୍ସିନ । ତେବେ ପ୍ରଥମେ କାହାକୁ କରୋନା ଟିକା ମିଳିବ ଭାରତରେ?
ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ । ଲୋକମାନଙ୍କୁ ଦିଆଯାଉଛି ଫାଇଜର ପ୍ରସ୍ତୁତ ଟିକା । ପ୍ରଥମେ ଟିକା ନେଲେ ଜଣେ ୯୦ ବର୍ଷର ବୃଦ୍ଧା । କୋଭେଣ୍ଟ୍ରି ମେଡିକାଲରେ ଟିକା ନେଲେ ୯୦ ବର୍ଷୀୟା ମାର୍ଗାରେଟ କିନାନ । ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା ବ୍ରିଟେନ
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୭୧ ଜଣଙ୍କ ମୁଣ୍ଡ ନେଇଛି କରେ।ନା । Covid-19 Report For 5th December New Positive Cases: 393 In quarantine: 229 Local contacts: 164 (Details of local contacts will be shared by […]
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୯୩ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୨୯ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି । ଅନୁଗୁଳ ୧୫, ବାଲେଶ୍ୱର ୧୧, ବରଗଡ ୯ ,ଭଦ୍ରକ ୯, ବଲାଙ୍ଗୀର ୨୩, କଟକ ୨୫, ଦେଓଗଡ ୧୭, ଢେଙ୍କାନାଳ ୬, ଗଜପତି ୧, […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୩ ଜଣ ଓ ଗଞ୍ଜାମର ୭ ଜଣ। ଭୁବନେଶ୍ୱର ବାହାରିଥିବା ୩ ପଜିଟିଭଙ୍କ ଘର ଭିଏସ୍ଏସ୍ ନଗର, ମଞ୍ଚେଶ୍ୱର ଓ ସୂର୍ଯ୍ୟନଗର ଅଞ୍ଚଳର। ଏମାନେ ସମସ୍ତେ ପୁରୁଷ। ସେହିପରି ଗଞ୍ଜାମରେ ଆଜି ସକାଳେ ଏକାଥରକେ ୧୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। 5th Health Update, 7th May 7 new cases in […]
ଭୁବନେଶ୍ୱର: ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଜଗସିଂହପୁରର ଓ ଅନ୍ୟ ୨ଜଣ ବାଲେଶ୍ୱରର। ଜଗତସିଂହପୁରର ପଶ୍ଚିମବଙ୍ଗ ଫେରନ୍ତା, ବୟସ ୭୦ ବର୍ଷର ବୃଦ୍ଧ। ବାଲେଶ୍ୱରର ୨ଜଣ ସୁରତ ଫେରନ୍ତା। ସମସ୍ତେ କ୍ୱାରେଣ୍ଟାଇନ୍ ଥିଲେ। ଏହାକୁ ମିଶାଇ ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୫ ଓ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା। ଦିନକରେ ରାଜ୍ୟରେ ନୂଆ ୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି। […]
ଭୁବନେଶ୍ୱର: ଦେଶରେ କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପ, ଆଗକୁ ନିଆଯିବାକୁ ଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ସମ୍ପର୍କରେ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରେଡ୍ ଜୋନ୍ ଘୋଷଣା ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ। ଓଡ଼ିଶାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସମେତ ଅନ୍ୟ ରେଡ୍ ଜୋନ୍ ଘୋଷଣା ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କ SOPରେ ଉଲ୍ଲେଖ ରହିଥିବା ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ […]
ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ସବୁ ପଞ୍ଚାୟତରେ ବ୍ୟବସ୍ଥା ହୋଇଛି। ପ୍ରତି ପଞ୍ଚାୟତରେ ୧୨ ହଜାର ଅସ୍ଥାୟୀ ମେଡିକାଲ ସହ ୫ ଲକ୍ଷ ବେଡ୍ର ପ୍ରସ୍ତୁତ କରାଯାଇଥିବା କହିଛନ୍ତି ପଞ୍ଚାୟତିରାଜ ସଚିବ ଡିକେ ସିଂହ। ସେ ଆହୁରି କହିଛନ୍ତି ଯେ, କ୍ୱାରେଣ୍ଟିନରେ ରହୁଥିବା ସମସ୍ତଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦିଆଯାଇଛି। କ୍ୱାରେଣ୍ଟିନ ପରିଚାଳନା ପାଇଁ ସରପଞ୍ଚଙ୍କ ଅଧିନରେ ୫ ଜଣିଆ କମିଟି ହୋଇଛି। ବ୍ଲକ ସ୍ତରରେ ସୁପରିଚାଳନା ପାଇଁ ଷ୍ଟିୟରିଂ କମିଟି ହୋଇଛି। ଏହାର ମୁଖ୍ୟ […]
ଭୁବନେଶ୍ୱର: ସଂକ୍ରମଣ ରୋକିବାକୁ ଯଥେଷ୍ଟ ନୁହେଁ କି ୧୪ ଦିନିଆ କ୍ୱାରେଣ୍ଟିନ। ଓଡ଼ିଶାକୁ ବାହାର ରାଜ୍ୟରୁ ଫେରିବାର ୪୦ ଦିନ ପରେ ବି ବହୁ ଆକ୍ରାନ୍ତଙ୍କ ଠାରେ ନଥିଲା କରୋନା ଲକ୍ଷଣ। ସେମାନେ ବିନା ଲକ୍ଷଣରେ ମାସାଧିକ କାଳ କ୍ୱାରେଣ୍ଟିନରେ ରହିବା ସତ୍ତ୍ୱେ, କୋଭିଡ୍ ଟେଷ୍ଟ୍ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ କରୋନା ଲକ୍ଷଣ ପ୍ରକାଶ ପାଇବାର ନିର୍ଦ୍ଦିଷ୍ଟ ସମୟସୀମା କେତେ ସେନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଅନ୍ୟପଟେ ଡାକ୍ତର କହିଛନ୍ତି ରାଜ୍ୟରେ ଏଭଳି […]
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା କୌଣସି ବସ୍ ଡ୍ରାଇଭର ଯଦି ତାଙ୍କୁ ଅଧାରେ ଛାଡ଼ିଦେବେ, ତାହେଲେ ସଂପୃକ୍ତ ବସ୍ ଡ୍ରାଇଭରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଳ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ନେବାକୁ ବସ୍ ପାଇଁ ଏକ ଗାଇଡଲାଇନ୍ ଜାରି କରିବା ସହ ବସ୍ ଡ୍ରାଇଭର କୌଣସି ଲୋକଙ୍କୁ ଓହ୍ଲାଇବେନି କି କାହାକୁ ରାସ୍ତାରୁ ବସ୍ରେ ଚଢ଼ାଇବେନି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିରେ […]
ବେଙ୍ଗାଲୁରୁ: ଲକଡାଉନ୍ ପ୍ରଭାବିତଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଲକଡାଉନ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି ଡ୍ରାଇଭର, ଧୋବା ଏବଂ ବାରିକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଲକଡାଉନ ଭଳି କଠିନ ସମୟରେ ଏହ ବର୍ଗର ବ୍ୟକ୍ତିଙ୍କୁ ସହାୟତା ଦେବାକୁ ୟେଦୁରପ୍ପା ସରକାର ୧୬ଶହ ୧୦ କୋଟି ଟଙ୍କାର ଆର୍ଥିକ ସହଯୋଗ ଘୋଷଣା କରିଛନ୍ତି। ସରକାରଙ୍କ […]
ଭୁବନେଶ୍ୱର: ଆଉ ୫ କରୋନା ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲାକୁ ବ୍ୟାପିଲା କରୋନା। ଏଠାରେ ୪ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସୁରତରୁ ଫେରିଛନ୍ତି। ସେମାନଙ୍କ ବୟସ ୨୬, ୩୨, ୩୦, ୪୭। ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର। ଏମାନେ ନାଉଗାଁ ବ୍ଲକ୍ର ବୋଲି ପରି ଜଣାପଡିଛି। ଆଉ ଜଣେ କେନ୍ଦ୍ରାପଡାରୁ ଚିହ୍ନଟ ହୋଇଛନ୍ତି। ସେ ନିକଟରେ କୋଲକାତାରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟର କଟକଣା ସଂପର୍କରେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ ହେବନି ସେହିପରି କଲ୍ ସେଣ୍ଟର ଭଳି ଆଇଟି ସେବା ପ୍ରଦାନକାରୀ କାର୍ଯ୍ୟାଳୟ, ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଅଫିସ, ମିଡିଆ ଓ ଇଲେକ୍ଟ୍ରିସିଟି, ପାଣି ଯୋଗାଣ ଭଳି […]
ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁରେ ନୂଆ ରେକର୍ଡ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୦୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି। ତେବେ ଦିନକରେ ୧ହଜାର ୨୦ ଜଣ ସୁସ୍ଥ ବି ହୋଇଛନ୍ତି। କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ସୁପର୍ ସ୍ପ୍ରେଡର୍ ପରିବା ମାର୍କେଟ। ତାମିଲନାଡ଼ୁ କୋଏମ୍ବାଡୁ ମାର୍କେଟ ଏବେ ପୁରା ତାମିଲନାଡ଼ୁ ପାଇଁ ପାଲଟିଛି ସୁପର୍ ସ୍ପ୍ରେଡର୍। କାରଣ ଏହି ବଜାରରୁ କରୋନା ଏବେ ମାଡ଼ିଛି ତାମିଲନାଡ଼ୁର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ। ରାଜ୍ୟର ପ୍ରାୟ ୮୫ ପ୍ରତିଶତ କରୋନା ଆକ୍ରାନ୍ତ ଏହି ବଜାରକୁ ଆସିଛନ୍ତି କିମ୍ବା ଏଠୁ ଆସିଥିବା ଲୋକଙ୍କ ସମ୍ପର୍କକୁ ଆସିଥିବା ଜଣାପଡ଼ିଛି। ଏହାପରେ ପୁରା ବଜାରକୁ ସିଲ୍ କରିଦିଆଯାଇଛି। ଗୋଟି ଗୋଟି ଦୋକାନକୁ ସାନିଟାଇଜ୍ କରିବା ସହ ଯେପରି ଏଠି […]