• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

OTV-Portal-corona
ପୁଣି କମିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ପୁଣି ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୨୫

  • Wednesday, 14 July 2021
corona
୨୪ ଘଣ୍ଟାରେ ୬୨ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ର  ବା କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ ଥିବା ଜଣାପଡିଛି

  • Wednesday, 14 July 2021
corona-11111
୨୪ ଘଣ୍ଟାରେ ୬୫ ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ୍ ସଂଖ୍ୟା ୬୩

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ପରେ ବି ଡର ଛାଡୁନାହିଁ। କାରଣ ଦେଶର ଅନେକ ରାଜ୍ୟରେ ପୁଣି ଥରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବି ବଢିଛି। କିନ୍ତୁ ରାଜ୍ୟରେ କରୋନା ସ୍ଥିତି ଏତେଟା ଉଦବେଗଜନକ ନାହିଁ। ଗତ ୨୪ ଘଂଟାରେ ରାଜ୍ୟରେ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୩୫ ଜଣ ଓ […]

  • Wednesday, 14 July 2021
ramdev
ପୂରା ତଥ୍ୟ ଓ ପ୍ରମାଣ ସହ ତିଆରି କରିଛୁ କରୋନା ଔଷଧ:ରାମ ଦେବ

କରୋନା ମହାମାରୀକୁ ନେଇ ଏବେ ସାରା ଦେଶରେ ଭୟ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କରୋନା ଭ୍ୟାକ୍ସିନ୍‌ ଦିଆଯାଇଛି। କରୋନା ଯୋଦ୍ଧାଙ୍କ ସମେତ ଅନେକ ଲୋକ ଏହି ଟିକା ମଧ୍ୟ ନେଲେଣି।

  • Wednesday, 14 July 2021
Corona-KO
ପୁଣି ମୁଣ୍ଡ ନେଉଛି କରୋନା, ୨୪ ଘଣ୍ଟାରେ ୫୩ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଥରେ ୧୦୦ ତଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

corona
୧୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା , ଏବେ ବି ଛାଡୁନି ଡ଼ର

ରାଜ୍ୟରେ ୨୪ ଘଣ୍ଟାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ମୋଟ୍ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। 

  • Wednesday, 14 July 2021
covid restrictions
କଟକଣା ମୁକ୍ତ ହେବ କି ସାରା ରାଜ୍ୟ ? ନା ପୁଣିଥରେ ଲାଗୁ ହେବ ଆଂଶିକ କଟକଣା ?

ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ କଟକଣା ଅବଧି। ତେବେ ଜୁଲାଇ ୧୬ ପରେ କଟକଣାମୁକ୍ତ ହେବ କି ରାଜ୍ୟ ? ସମ୍ପୂର୍ଣ୍ଣ ଅନ୍‌ଲକ୍‌ ନା କାଟାଗୋରୀ A, B ଫର୍ମୁଲାରେ ଜାରି ରହିବ କଟକଣା ? ଏହା ଉପରେ ସମସ୍ତଙ୍କ ନଜର ରହିିଛି।

corona
ସଂଖ୍ୟା କମୁଛି କିନ୍ତୁ ଚିନ୍ତା କମୁନି: ୨୪ ଘଣ୍ଟାରେ ୧୦୮ ଆକ୍ରାନ୍ତ ହେଲେଣି ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି

  • Wednesday, 14 July 2021
harshabardhan
ଡ୍ରାଏରନର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମହାଭ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜେ ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସ୍ଥିତି ସମୀକ୍ଷା କରିଛନ୍ତି।ମିଳିଥିବା ସୂଚନା ଅନୁସାରେ,  ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

  • Wednesday, 14 July 2021
covid
ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଉ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡର ୭, ଖୋର୍ଦ୍ଧାର ୫, ଭଦ୍ରକର ୩, ବାଲେଶ୍ୱର ୨ଜଣ ଅଛନ୍ତି। ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି। Another 17 COVID cases have recovered and tested negative for #COVID19. They are being discharged. The cases include: 7 cases of Sundergarh 5 cases of Khordha 3 cases of […]

  • Wednesday, 14 July 2021
airport
ଭୁବନେଶ୍ୱର ଏୟାରପୋର୍ଟ ହେବ ନନ୍ ଟଚ୍ ବିମାନ ବନ୍ଦର

ଭୁବନେଶ୍ୱର: ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଲକଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଲକଡାଉନ୍ ଉଠିବା ପରେ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ୱାଭାବିକ ହୋଇପାରେ ବିମାନ ଯାତ୍ରା। ହେଲେ ଏବେଠୁ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ […]

  • Wednesday, 14 July 2021
train-fack
ଟ୍ରେନ ଅଟକାଇ ଖସିଗଲେ ପ୍ରବାସୀ ! ୭ ଜଣଙ୍କୁ ଧରି କ୍ୱାରେଣ୍ଟାଇନ ନେଲା ପ୍ରଶାସନ

ଅନୁଗୁଳ: ଅହମ୍ମଦବାଦରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଟ୍ରେନ୍‌ରେ ଅଭାବନୀୟ ଘଟଣା। ଟ୍ରେନ୍‌କୁ ଅଟକାଇ ପ୍ରବାସୀଙ୍କ ଖସିଯିବାକୁ ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୁଳ ମଝିକା ନିକଟରେ। ଚେନ ପୁଲିଂ କରି ଖସି ଯିବାକୁ ଟ୍ରେନ ଅଟକାଇଥିବା ଅଭିଯୋଗ ହୋଇଛି। ତେବେ ୭ ଜଣଙ୍କୁ ଅଟକ ରଖି କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଲା ପ୍ରଶାସନ। ଏମାନେ ଅହମ୍ମଦାବାଦରୁ  ଓଡ଼ିଶା ଆସୁଥିଲେ। ଅନୁଗୁଳ ମଝିକା ନିକଟରେ ୭ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି […]

  • Wednesday, 14 July 2021
death
କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଆଉ ଘରକୁ ଫେରିଲାନି ରୋଜଗାରିଆ ପୁଅ

ଗଞ୍ଜାମ: ସରକାରୀ ସହାୟତା ଅପେକ୍ଷାରେ ଗଞ୍ଜାମ ପୋଲସରା ବ୍ଲକ ବୁଢାପଙ୍କା ସଙ୍ଗରୋଧ କେନ୍ଦ୍ରରେ ଥାଇ ପ୍ରାଣ ହରାଇଥିବା ପ୍ରଫୁଲଙ୍କ ବେହେରାଙ୍କ ପରିବାର ଲୋକେ। ଗତ ୬ ତାରିଖରେ ଅନ୍ୟ ୬୯ ଜଣଙ୍କ ସହ ସୁରତରୁ ଫେରି ପୋଲସରା ବ୍ଲକ୍ ମଧୁପାଲି ଗାଁର ପ୍ରଫୁଲ କ୍ୱାରେଣ୍ଟିନରେ ଥିଲେ। ତେବେ ସେହିଠାରେ ହିଁ ତାଙ୍କର ଅଚାନକ ଦେହାନ୍ତ ହୋଇଥିଲା। ଘରେ ପ୍ରଫୁଲଙ୍କର ୪ ଝିଅ, ବିଧବା ସ୍ତ୍ରୀ ଓ ବୁଢୀ ମା। ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି […]

  • Wednesday, 14 July 2021
shut
୨ଟି ପଞ୍ଚାୟତକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ: ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ। ଗଞ୍ଜାମ ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ଏହି କ୍ଷମତା ଆଧାରରେ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତକୁ ସଟଡାଉନ୍‌ ଘୋଷଣା କରାଯାଇଛି। ଗତକାଲି ଗଞ୍ଜାମ ବୁଗୁଡ଼ାର ମାଣିତରା ପଞ୍ଚାୟତକୁ ସଟଡାଉନ କରିଥିଲେ ସରପଞ୍ଚ।

  • Wednesday, 14 July 2021
corona
ପୁଣି ୧୫ ପଜିଟିଭ ଚିହ୍ନଟ, ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର: ଆଉ ୧୫ କରୋନା ପଜିଟିଭ ଚିହ୍ନଟ। ସେଥିମଧ୍ୟରୁ ବୌଦ୍ଧରେ ୩ଜଣ, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ପୁରୀରେ ମଧ୍ୟ ୨ ଜଣ, ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା କରୋନା ଛୁଇଁଛି। ଏହାସହ ୨୧ଟି ଜିଲ୍ଲାକୁ କରୋନା ଛୁଇଁଛି। ଏହି ନୂଆ ଆକ୍ରାନ୍ତ ପରେ ଅନୁଗୁଳରେ ସଂକ୍ରମିତଙ୍କ ସଂଖ୍ୟା ୧୫, ଯାଜପୁରରେ ୬୦, ପୁରୀରେ ୩, ଗଞ୍ଜାମରେ ୧୨୫କୁ ବୃଦ୍ଧି ପାଇଛି। ପୁରୀରେ ନୂଆ ୨ […]

  • Wednesday, 14 July 2021
bhubaneswar
ବାହାର ରାଜ୍ୟରୁ ଭୁବନେଶ୍ୱରକୁ ଫେରିଲେ କଣ ରହିବ ବିଏମ୍‌ସିର ପଦକ୍ଷେପ?

ଭୁବନେଶ୍ୱର: ରାଜ୍ୟ ବାହାରୁ ଭୁବନେଶ୍ୱର ଫେରୁଥିବା ବ୍ୟକ୍ତିଙ୍କ ପାଇଁ ଵିଏମ୍‌ସି ପକ୍ଷରୁ ହୋଇଛି ୩ଟି ସ୍କ୍ରିନିଂ ସେଣ୍ଟର। ସହରର ତିନିଟି ପ୍ରବେଶ ପଥରେ ଏହି ସ୍କ୍ରିନିଂ ସେଣ୍ଟର କରାଯାଇଛି। ବାହାର ରାଜ୍ୟରୁ ସହର ଭିତରକୁ ଆସୁଥିବା ବ୍ୟକ୍ତି ଏଠାରେ ପହଞ୍ଚିବା ପରେ ସେମାନେ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ସେମାନେ ପଞ୍ଜୀକରଣ କରିବେ। ଏହାପରେ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ହୋମ କ୍ୱାରେଣ୍ଟିନ୍ କିମ୍ବା ସରକାରୀ କ୍ୱାରେଣ୍ଟିନ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବେ ସେ […]

  • Wednesday, 14 July 2021
speaker
କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ

ଗଞ୍ଜାମ ଗଂଜାମ ଜିଲ୍ଲା କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ  ସ୍ଥିତି ସମୀକ୍ଷା ପରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ପରିବାର ଲୋକେ ସେମାନଙ୍କୁ ବୁଝାଇବା ସହ କ୍ୱାରେଣ୍ଟିନ ସେଣ୍ଟରରେ ରହିବାକୁ ପରାମର୍ଶ ଦିଅନ୍ତୁ। ସରକାରୀ ଗାଉଡ୍ ଲାଇନ ମାନିବାକୁ ମଧ୍ୟ ପରିବାର ଲୋକେ କୁହନ୍ତୁ ବୋଲି ବାଚସ୍ପତି କହିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାପାଳ […]

  • Wednesday, 14 July 2021
sura
ପ୍ରବାସୀ ଓଡ଼ିଆଙ୍କୁ କଳିଙ୍ଗ ଷ୍ଟାଡିୟମରେ ରଖିବାକୁ କହିଲେ ସୁର

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଆଉ ଏଥିପାଇଁ ରାଜ୍ୟରେ ସ୍ଥିତି ଭୟାନକ ହେଉଛି। ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ, ବାରମ୍ବାର ଦାବି କରିବା ସତ୍ୱେ କିଛି ପଦକ୍ଷେପ ସରକାର ନେଇ ନାହାନ୍ତି ବୋଲି କ୍ଷୁବ୍ଧ ହୋଇ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେମାନେ ଆସିବା ପରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସେମାନଙ୍କୁ  କଳିଙ୍ଗ ଷ୍ଟାଡିଅମରେ ସରକାର ରଖନ୍ତୁ ବୋଲି କହିଛନ୍ତି ସୁରେଶ […]

  • Wednesday, 14 July 2021
fake
ଓଟିଭି ଲୋଗୋ ଲଗାଇ ଫେକ୍ ନ୍ୟୁଜ ଭାଇରାଲ

ଭୁବନେଶ୍ୱର: ଓଟିଭି ଲୋଗୋ ବ୍ୟବହାର କରି ପୁଣି ସୋସିଆଲ ମିଡିଆରେ ପ୍ରସାର କରାଯାଉଛି ଫେକ୍ ନ୍ୟୁଜ। କଟକ ଜିଲ୍ଲାରେ ଚତୁର୍ଥ ପଜିଟିଭ ବାହାରିବା ନେଇ ମିଛ ଖବରକୁ ଓଟିଭିର ଗ୍ରାଫିକ୍ସ ଓ ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ପ୍ରସାରଣ କରାଯାଉଛି। କଟକ ଜିଲ୍ଲାରେ ହାଇଆଲର୍ଟ ଖବର ମଧ୍ୟ ସଂପୂର୍ଣ୍ଣ ମିଥ୍ୟା।  ଏଭଳି କୌଣସି ଖବର ଓଟିଭିରେ ପ୍ରସାରଣ ହୋଇନାହିଁ। ତେଣୁ ଏହି ଖବରକୁ ବିଶ୍ୱାସ କରନ୍ତୁ ନାହିଁ। ପୂର୍ବରୁ ମଧ୍ୟ ଓଟିଭି ଲୋଗୋ ବ୍ୟବହାର କରି […]

  • Wednesday, 14 July 2021
corona
ଆଉ ୧୦ ପଜିଟିଭ ଚିହ୍ନଟ, ରେଡ୍‌ ଜୋନ୍‌ରେ ବିଗିଡୁଛି ସ୍ଥିତି

ଭୁବନେଶ୍ୱର: ଆଉ ୧୦ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍‌ ଜୋନ୍‌ର। ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ କେଶ ରହିଛି। ସେହିପରି ଭଦ୍ରକରେ ୧୨ ଜଣ ସୁସ୍ଥ […]

  • Wednesday, 14 July 2021
run
ଭୋକିଲା ପେଟରେ ମାଇଲ ମାଇଲ ବାଟ ଚାଲୁଛନ୍ତି ଖଟିଖିଆ, ତଥାପି ଯିବାକୁ ଅଛି ଅନେକ ଦୂର

ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଲକଡାଉନ୍‌ ପରଠୁ ଦେଶବ୍ୟାପୀ ବନ୍ଦ ହୋଇଯାଇଛି କାମଧନ୍ଦା। ଫଳରେ ରାଜ୍ୟ ବାହାରକୁ ଦାଦନ ଯାଇଥିବା ଶ୍ରମିକଙ୍କୁ ଘରଭଡ଼ା ତ ଦୂରର କଥା, ଖାଇବାକୁ ବି ଠିକ୍‌ରେ ମିଳୁନି। ଭୟଙ୍କର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ସେମାନେ। ତେଣୁ ଏବେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଶହ ଶହ ମାଇଲ୍ ବାଟ ଚାଲୁଛନ୍ତି ଖଟିଖିଆ ମଣିଷମାନେ। ସେପଟେ ଔରଙ୍ଗାବାଦ ଟ୍ରେନ୍ ଟ୍ରାଜେଡି ଭଳି ବେଦନାଦାୟକ ଘଟଣାର ଯେପରି ପୁନରାବୃତ୍ତି […]

  • Wednesday, 14 July 2021
subrat-mig
ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ

ଭୁବନେଶ୍ୱର: ପ୍ରେସମିଟ୍‌ରେ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ ୨୦ କୋଟି ପ୍ରବାସୀ କାମ କରୁଛନ୍ତି। ୨୦୧୧ରେ ଏହି ପ୍ରବାସୀଙ୍କ ସଂଖ୍ୟା ୧୪ କୋଟି ଥିଲା। ବର୍ତ୍ତମାନ ଏହି ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ଆମର ୧୨ ଲକ୍ଷ ୭୦ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ […]

  • Wednesday, 14 July 2021
rathw
ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର ହେବ କୋଭିଡ ଟେଷ୍ଟ

ପୁରୀ: ଘୋଷଯାତ୍ରାର ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ଏପରିକି ସେମାନଙ୍କର ପରିବାର ସଦସ୍ୟଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି। ତା ସହିତ ସେବାୟତଙ୍କୁ ନିୟମିତ ସଚେତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ସ୍ୱାସ୍ଥ୍ୟ ଅଧିକାରୀମାନେ ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସଚେତନ କରିବେ। ଏଥିପାଇଁ ପୁରୀ ADMOଙ୍କ ନେତୃତ୍ୱରେ ୪ଟି ଟିମ୍ […]

  • Wednesday, 14 July 2021
ganjam
ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏମାନେ ସମସ୍ତେ ଗଂଜାମ ଜିଲ୍ଲାର। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ  ୧୬ ବର୍ଷରୁ ୪୫ ବର୍ଷ ବୟସର। ଏମାନେ ସମସ୍ତେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି।  ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଜଣ ଚିହ୍ନଟ ହେଲେଣି। ତେବେ ସବୁଠାରୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ଏହି ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା […]

  • Wednesday, 14 July 2021
guide
କରୋନା ରୋଗୀଙ୍କ ହସ୍ପିଟାଲ ଡିସଚାର୍ଜକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦେଶରେ କୋଭିଡ ରୋଗୀଙ୍କ ପାଇଁ ହସ୍ପିଟାଲ ଡିସଚାର୍ଜ ଗାଇଡଲାଇନରେ ପରିବର୍ତ୍ତନ। ଏଣିକି ଜଣେ କରୋନା ରୋଗୀ ୧୦ ଦିନରେ ବି ଡିସଚାର୍ଜ ହୋଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରିବର୍ତ୍ତିତ ଡିସଚାର୍ଜ ଗାଇଡଲାଇନରେ ଏହି ସୂଚନା ଦିଆଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ ସାମାନ୍ୟ, ଅତି ସାମାନ୍ୟ କିମ୍ବା ଲକ୍ଷଣ ନଥିବା କରୋନା ପଜିଟିଭ ଏବେ ୧୦ଦିନରେ ଡିସଚାର୍ଜ ହୋଇପାରିବେ। ଲଗାତାର ୩ ଦିନ ତାଙ୍କ ଦେହରେ ଜ୍ୱର ନହେଲେ, ସେମାନେ ଡିସଚାର୍ଜ ହୋଇପାରିବେ। ଏହା ଆଗରୁ […]

  • Wednesday, 14 July 2021