ନୂଆଦିଲ୍ଲୀ: ଟୀକା ଏବଂ ଔଷଧ ହିଁ କରୋନାକୁ ମାତ୍ ଦେଇପାରିବ। ଆଉ ଏହା ପାଇଁ ଦେଶର ୩୦ଟି ସଂଗଠନ କାମ କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ୍। ଦେଶର ବଡ଼ ବଡ଼ କମ୍ପାନି, ସଂଗଠନ, ବୈଜ୍ଞାନିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏଦିଗରେ ଅହରହ କାମ କରୁଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଭାରତ ଆଣିପାରେ କରୋନା ଭ୍ୟାକ୍ସିନ। ଏବେ ପ୍ରିକ୍ଲିନିକାଲ ଷ୍ଟେଜରେ ଅଛି। ଆସନ୍ତା ଅକ୍ଟୋବ ସୁଦ୍ଧା ପ୍ରିକ୍ଲିକାଲ […]
ଭୁବନେଶ୍ୱର: ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସ୍ଓପି ଅନୁସାରେ, ୫ ଦିନ ଭିତରେ ପ୍ରବାସ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ହେବା କଥା କିନ୍ତୁ ୨ ସପ୍ତାହ ଧରି କ୍ୱାରେଣ୍ଟିନ ସେଣ୍ଟରରେ ରହିବା ପରେ ବି ପ୍ରବାସୀଙ୍କ କରୋନା ପରୀକ୍ଷା ହେଉନି ଏବଂ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ତେଣୁ ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ଅବ୍ୟବସ୍ଥାକୁ ନେଇ ଏହିଭଳି ଢଙ୍ଗରେ ରାଜ୍ୟ […]
ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଯାଜପୁରରୁ ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ଼ ଓ କେନ୍ଦ୍ରପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାଛଡ଼ା କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି […]
ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବା ପରେ ପୋଲିସ କର୍ମଚାରୀଙ୍କୁ ଭବ୍ୟ ସ୍ୱାଗତ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ପ୍ରଥମ କରୋନା ଆକ୍ରାନ୍ତ ଜଣେ କନଷ୍ଟେବଳ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଆଜି ପୋଲିସ ସେବା ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି। ଟ୍ୱିନସିଟି ପୋଲିସ କମିଶନର ତାଙ୍କୁ ଫୁଲତୋଡା ପ୍ରଦାନ କରିଥିବା ବେଳେ ଡ଼ିସିପି ଓ ସାଥି ପୋଲିସ କର୍ମୀ ତାଳି ମାରି ସ୍ୱାଗତ କରିଥିଲେ। ସୁସ୍ଥ ହୋଇଥିବା ପୋଲିସ କର୍ମୀ ଜଣକ ଏବେ ୧୪ଦିନ କ୍ୱାରେଣ୍ଟିନରେ […]
ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ। କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି। ଏନେଇ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ସେ କେନ୍ଦ୍ରାପଡାର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ। ତେବେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛି, ତାହା ଜଣାପଡ଼ିନି। ଆଜି ରାଜ୍ୟରେ […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂପର୍କରେ ୧୫ ଦିନ ଧରି କରାଯିବ ବ୍ୟାପକ ସଚେତନତା। ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ନୂଆ ଗାଇଡଲାଇନ୍ ଅନୁସାରେ ପଞ୍ଚାୟତ ସ୍ତରରେ ଗ୍ରୀନ୍, ରେଡ୍ ଓ ଅରେଂଜ ଜୋନ୍ ଚିହ୍ନଟ ହେବ। ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟିନ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଯାଏଁ ଲକ୍ଷେ ଲୋକ ସଫଳତାର […]
କଟକ: ବଜ୍ରକାପ୍ତାର କରାଯିବ କରୋନା ଟେଷ୍ଟ। କ୍ୱାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବାରୁ ଟେଷ୍ଟ ହେବ। ସ୍ୱାବ ନମୁନା ନିଆଯାଇ ଲ୍ୟାବ୍କୁ ଟେଷ୍ଟ ପାଇଁ ପଠାଯିବ, ଟେଷ୍ଟ ଓଡ଼ିଶାରେ ହିଁ ହେବ। କରୋନା ପରୀକ୍ଷା ନେଇ ଆଠଗଡ଼ ଡିଏଫ୍ଓ ଦେଲେ ସୂଚନା। ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଏକ କ୍ଵାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ। ଆଠଗଡ ଡିଏଫ୍ଓଙ୍କ ସୂଚନା ମୁତାବକ, […]
ନୂଆଦିଲ୍ଲୀ: ଭାରତରେ ଉଦବେଗଜନକ ଭାବେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ ୬ହଜାର ୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାରରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି। ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଦେଶରେ ୭୭ ହଜାର ୧୦୩ ଜଣ ଆକ୍ଟିଭ କେସ […]
ବ୍ରାଜିଲ: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ଦକ୍ଷିଣ ଆମେରିକାର ସର୍ବବୃହତ ରାଷ୍ଟ୍ର ବ୍ରାଜିଲ ପାଇଁ କାଳ ହେଲା କି ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ବୃଥା ଅସ୍ଫାଳନ? ବ୍ରାଜିଲରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଓ ଏହାର ଗରମ ଜଳବାୟୁ ହେତୁ କରୋନା ଇଟାଲୀ ଭଳି ସ୍ଥିତି ସୃଷ୍ଟି କରିପାରିବନି ବୋଲି ଦମ୍ଭୋକ୍ତି ଦେଖାଇଥିଲେ ରାଷ୍ଟ୍ରପତି ବୋଲସୋନାରୋ। ମାର୍ଚ୍ଚ ୨୪ ଯେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଲକଡାଉନ ଘୋଷଣା କରୁଥିଲେ। ସେତେବେଳେ କରୋନାକୁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ବାଲେଶ୍ୱରରୁ ୩୪, ଗଞ୍ଜାମରୁ ୧୫, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ପୁରୀରୁ ୧୦, ଭଦ୍ରକରୁ ୯, ନୟାଗଡ଼ରୁ ୩, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୬୪୯ ଜଣ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରେ ସମୁଦାୟ ୧୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୪୨ ଆକ୍ଟିଭ କେଶ ରହିଛି। […]
ଭୁବନେଶ୍ୱର: ଅନଲାଇନ୍ ମଦ ବିକ୍ରିରେ କେଁ। ସରକାରଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି କଟକ ଓ ଖୋର୍ଦ୍ଧା ମଦ ବ୍ୟବସାୟୀ ସଂଘ। ଅନଲାଇନ୍ ସହ ଅଫଲାଇନ୍ ମଦ ବିକ୍ରି ପାଇଁ କଟକ ସଂଘ ଦାବି କରିଥିବା ବେଳେ ଖୋର୍ଦ୍ଧା ସଂଘ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦାବି କରିଛି। ଆଜିଠାରୁ ମଦ ଅନଲାଇନରେ ବିକ୍ରି ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି ସଂଘ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହା ସମ୍ଭବ ହୋଇପାରିନି। ସେପଟେ […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ଦ୍ୱିତୀୟ ଲହର ଏତେ ଭୟାନକ ହୋଇଯାଇଛି ଯେ ମାସ୍କ, ସାମାଜିକ ଦୂରତା ଏବଂ ହାଇଜିନକୁ ବଜାୟ ରଖିବା ଜରୁରୀ ହୋଇପଡିଛି। କରୋନାର ଏହି ସଂକଟ କାଳରେ ଯଦି ବି ଆପଣ ଟିକେ ବି ନିଜକୁ ଅସ୍ୱାସ୍ଥ୍ୟକର ଅନୁଭବ କରୁଛନ୍ତି ତେବେ ଘରେ ରହି ନିଜର ଯତ୍ନ ନିଅନ୍ତୁ। ଏମିତିରେ ତ ସାମାନ୍ୟ କାଶରୁ କରୋନା ଚିହ୍ନଟ କରିବା କଷ୍ଟକର। କିନ୍ତୁ ଯଦି ଆପଣ କିଛି ବିଶେଷ ତଥ୍ୟ ଉପରେ ନଜର ଦେବେ ତେବେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏଯାବତ ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏବେ ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ହେଉଛି ୭୭୮। ବର୍ତ୍ତମାନ ଗଞ୍ଜାମରେ ୩୪୯ ସଂକ୍ରମିତଙ୍କ ମଧ୍ୟରୁ ୨୩୩ ଜଣ […]
ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ଆଉ ଏକ ସହଯୋଗର ହାତ ବଢାଇଲେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାଓ୍ୱତ। ସେ ପିଏମ୍ କେୟାର୍ସ ଫଣ୍ଡକୁ ଆସନ୍ତା ୧୨ ମାସ ଯାଏଁ ନିଜ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ଦାନ କରୁଛନ୍ତି। ମାର୍ଚ୍ଚ ମାସରେ ତାଙ୍କ ଦରମାରୁ ୫୦ ହଜାର ଟଙ୍କା କାଟିବା ପାଇଁ ସେ ସରକାରଙ୍କୁ ଚିଠି ଲେଖିଥିଲେ। ଚିଠି ଲେଖିବା ପରେ ଏପ୍ରିଲ୍ ମାସରୁ ୫୦ ହଜାର ଟଙ୍କା ଲେଖାଏଁ […]
ଭୁବନେଶ୍ୱର: ୨୮ ଦିନରୁ ପୁଣି ୧୪ ଦିନକୁ କ୍ୱାରେଣ୍ଟିନ୍ ଅବଧି ହ୍ରାସ କଲେ ରାଜ୍ୟ ସରକାର। ଗ୍ରାମାଞ୍ଚଳରେ ସପ୍ତାହେ କ୍ୱାରେଣ୍ଟିନ ସେଣ୍ଟର ଓ ସପ୍ତାହେ ହୋମ୍ କ୍ୱାରେଣ୍ଟିନରେ ପ୍ରବାସ ଫେରନ୍ତା ରହିବାକୁ ଥିବା ବେଳେ, ସହରାଞ୍ଚଳରେ ୨ ସପ୍ତାହ ହୋମ୍ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କେନ୍ଦ୍ରର ଗାଇଡଲାଇନ ଅନୁସାରେ, ସଂଗରୋଧ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଥିବା କହିଥିବା ବେଳେ, କ୍ୱାରେଣ୍ଟିନ ସେଣ୍ଟର ଅବ୍ୟବସ୍ଥାର ଭିଡିଓ ସାମ୍ନାକୁ ଆସିବା ଜାରି ରହିଛି। ତେବେ ପ୍ରଶ୍ନ […]
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ଅଛନ୍ତି। ନିକଟରେ ସମସ୍ତେ ମହାରାଷ୍ଟ୍ରରୁ ଫେରଥିଲେ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ଏହାସହ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ୨୩ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୦ଟି ଆକ୍ଟିଭ କେଶ ରହିଛି। ରାଜ୍ୟରେ ନୂଆ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ […]
ଭୁବନେଶ୍ୱର: ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ ହୋଇନି। ଆଗରୁ ଆମ ରାଜ୍ୟରେ ସ୍ଥିତି ଭଲ ଥିଲା। ହେଲେ ଏବେ ପ୍ରବାସ ଫେରନ୍ତାଙ୍କ ଦ୍ୱାରା କିଛି କରୋନା ପଜିଟିଭ ସଂଖ୍ୟା ବଢିଛି। ହେଲେ ସ୍ଥିତି ଏତେ ଖରାପ ହୋଇଥିବା କହିହେବନି, ଏହା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା। ICMR ଗାଇଡଲାଇନ୍ସ ଅନୁଯାୟୀ, ଏଣିକି କେବଳ ଲକ୍ଷଣ ଥିବା ଲୋକଙ୍କର ଟେଷ୍ଟ ହେବ ବୋଲି ସେ କହିଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଲା କରୋନା। ଗୋଟିଏ ପଟେ ହଜାରେ ଟପିଲା, ଅନ୍ୟପଟେ ଜଣଙ୍କ ଜୀବନ ନେଲା। ପୁଣି ଆଉ ଜଣଙ୍କ ଜାବନ ନେଲା କରୋନା। ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଏହି ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ଏହାଛଡ଼ା ରାଜ୍ୟରେ […]
ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିଡ୍-19 ଟିକା ଦୁନିଆରେ ଭଲଭାବେ ଚାଲୁଥିବା ଟିକା ମଧ୍ୟରେ ଗୋଟିଏ। ବହୁତ ଦୃତ ଗତିରେ ଆଶା ସଞ୍ଚାର କରୁଥିବା ଏହି ଟିକା କିନ୍ତୁ ଏବେ ଯୁବବର୍ଗଙ୍କ ପାଇଁ ବିପଦର କାରଣ ହୋଇପଡିଛି। ଟିକାକରଣ ଓ ପ୍ରତିଷେଧନ ପାଇଁ ନିର୍ମିତ ବ୍ରିଟେନର ଜଏଣ୍ଟ କମିଟି ବୁଧବାର ଏହା କହିଛି ଯେ, ବ୍ଲଡ କ୍ଲଟିଂ ଭଳି ସାମାନ୍ୟ ସାଇଟ ଇଫେକ୍ଟ ଯୋଗୁ 30 ବର୍ଷରୁ କମ ଯୁବକ ଏହି ଟିକା ନ ନେବା ଉଚିତ। ବ୍ରିଟେନ […]
ଭୁବନେଶ୍ୱର: ଜଗତସିଂହପୁରରେ ଆଉ ୨୦ ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲା କରୋନାମୁକ୍ତ ହେବାର କିଛି ଘଣ୍ଟା ନଯାଉଣୁ ଏକାଥରକେ ୨୦ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇଛି। ଏମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୯ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟିନ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। […]
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଏବେ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି l ଭାଇରସ୍ ବିରୋଧରେ ଲଢେଇ ଜୋରଦାର୍ ଚାଲିଥିବା ବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। କିନ୍ତୁ ପରିତାପର ବିଷୟ ଯେ ଟିକା ନେବାପରେ ମଧ୍ୟ ଲୋକେ କରୋନା ସଂକ୍ରମଣ ହେଉଥିବା ସୂଚନା ମିଳୁଛି। ଏହା ସରକାରର ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ସରକାର ଉପାୟ ଖୋଜିବାରେ ଲାଗିପଡିଛନ୍ତି। ବର୍ତ୍ତମାନ କୋଭିଡ୍ ଟେଷ୍ଟର ଫର୍ମରେ ନୂଆ ସ୍ତମ୍ବ ଯୋଡାଯିବା ଜଣାଯାଇଛି। […]
ଭୁବନେଶ୍ୱର: ପୁରୀରେ ବିଚାରଧିନ କଏଦୀଙ୍କ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଚିନ୍ତାରେ ପ୍ରଶାସନ। ବିଚାରଧୀନ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଥାନା, ଡାକ୍ତରଖାନା, କୋର୍ଟ ଏବଂ ଜେଲ୍ କର୍ମଚାରୀଙ୍କ ଚିନ୍ତା ବଢାଇଛି। କୁମ୍ଭାରପଡ଼ା ପୋଲିସ ଓ ପୁରୀ ଜେଲ୍ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ଏହା ସହ କୋର୍ଟରେ ବେଲ୍ ପିଟିସନ୍ ବେଳେ କଏଦୀଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସେହିପରି କଏଦୀଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ […]
ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲାର। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି। ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ଚିହ୍ନଟ। ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍ରେ ଥିଲେ। ଅନ୍ୟ ଆକ୍ରାନ୍ତ ଜଣଙ୍କ କୁମ୍ଭାରପଡ଼ା ପୋଲିସ ଦ୍ୱାରା ଗିରଫ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ତାହା […]