ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ। ଆଜି ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି। The untiring efforts of our Covid Warriors has led to an all time high recovery of 237 Covid patients in a day! We salute the dauntless spirit of our […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୫୩ ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୨୦୦ରେ ପହଞ୍ଚିଛି। କେଉଁ ଜିଲ୍ଲାରୁ କେତେ ସୁସ୍ଥ:- କଟକରୁ ସର୍ବାଧିକ ୪୩ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳ ୧୮, ଖୋର୍ଦ୍ଧା ୧୨, ଭଦ୍ରକ ୧୧, ଗଜପତିରୁ ୯ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୭, ବାଲେଶ୍ୱର, ଦେବଗଡ଼, ଗଂଜାମ, ମୟୂରଭଂଜ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୫ ନୂଆ ପଜିଟିଭ ଚିହ୍ନଟ। ୫ ପଜିଟିଭ ଚିହ୍ନଟ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଲା ବିଏମ୍ସି। ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର ୩୬ ବର୍ଷର ପୁରୁଷ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଅନ୍ୟ ଜଣେ ଆକ୍ରାନ୍ତ ଜୟଦେବ ବିହାର ନିରଙ୍କାରୀ ନଗରର ୨୨ ବର୍ଷର ଯୁବକ।ସେ ଆଇଟି କମ୍ପାନୀରେ କାମ କରନ୍ତି। ସେ ନିକଟରୁ ଦିଲ୍ଲୀରୁ ଫେରିଥିଲେ। Update on newly detected #COVID19 cases in the last […]
ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ସଂଗୀନ ହେଉଛି ପରିସ୍ଥିତି। ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି। ଏଥିପାଇଁ ଦିଲ୍ଲୀରେ ଘନଘନ ବୈଠକ। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦୁଇ ଥର ବୈଠକ ଡାକିଥିବାବେଳେ ଆଜି ପୁଣି ଥରେ ଦିଲ୍ଲୀର ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛିନ୍ତି। ବୈଠକରେ ସବୁଦଳ ପକ୍ଷରୁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ ପାଇଁ ମତ ପ୍ରକାଶ ପାଇଥିଲା। ଦିଲ୍ଲୀରେ ସମସ୍ତଙ୍କ କରୋନା ନମୁନା ପରୀକ୍ଷା ପାଇଁ ଦାବି କରିଛି କଂଗ୍ରେସ। […]
ଭୁବନେଶ୍ୱର: କାଲିଠୁ ଘର ବୁଲିବେ ଆଶା ଦିଦି। ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ଯାଇ ସର୍ଭେ କରିବେ। କାହାର କରୋନା ଲକ୍ଷଣ ଅଛି କି ନାହିଁ ଯାଞ୍ଚ କରିବେ ବୋଲି କହିଛନ୍ତି NHM ନିର୍ଦ୍ଦେଶିକା। ଆଜି ପ୍ରେସ୍ମିଟ୍ରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଘରକୁ ଘର ବୁଲି ଆଶା ଦିଦି ସର୍ଭେ କରିବେ। ଆଶା କର୍ମୀ ଏବଂ ANM କର୍ମୀ ଘର ଘର ବୁଲି କରୋନା ସର୍ଭେ […]
ଭୁବନେଶ୍ୱର: ଆଗାମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ସାମ୍ପଲ ଟେଷ୍ଟ। ରାଜ୍ୟରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ ବୋଲି କହିଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ଆଜି ପ୍ରେସ୍ମିଟରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ, ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ୨ ମାସ ସମୟ ଲାଗିଥିଲା। ଏବେ ପ୍ରତି ୨ ସପ୍ତାହରେ ୫୦ ହଜାର ଟେଷ୍ଟ […]
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ୨୬, ଖୋର୍ଦ୍ଧାରୁ ୨୩, ଗଂଜାମରୁ ୧୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଂଜରୁ ୧୩, ଗଜପତିରୁ ୧୨, ଭଦ୍ରକଓ ବଲାଙ୍ଗିରରୁ ୧୧ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 146 #Covid19 patients have recovered and are being discharged on 15.6.2020. 26 from Cuttack 23 from Khurdha 18 from Ganjam […]
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୧୪। ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଆରୋଗ୍ୟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୦, ଖୋର୍ଦ୍ଧାରୁ ୨୩, ଗଞ୍ଜାମରୁ ୧୭, କଟକରୁ ୧୧ ଓ ମୟୂରଭଞ୍ଜରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୮, ବରଗଡ଼ର ୫, ନୟାଗଡ଼ର ୪, ବଲାଙ୍ଗିରର ୩ ଏବଂ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ […]
ପୁରୀ: ଲୁଟେରା ପଜିଟିଭ୍ ଚିହ୍ନଟ ପରେ କ୍ୱାରେଣ୍ଟିନ୍ରେ ଯିବେ ୯ ପୋଲିସ କର୍ମଚାରୀ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାର ୯ ଜଣ ପୋଲିସ କର୍ମଚାରୀ କ୍ୱାରେଣ୍ଟିନ୍ରେ ଯିବେ। ଗତ ୯ରେ କୃଷ୍ଣପ୍ରସାଦ ବ୍ଲକ ମୀର୍ଜାପୁର ଗାଁରୁ ଜଣେ ଲୁଟେରା ଧରାପଡ଼ିଥିଲ। ୧୧ରେ ଲୁଟେରାର ସାମ୍ପଲ୍ ଯାଇଥିଲା, ଆଜି ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏହା ପରେ ଆକ୍ରାନ୍ତ ଲୁଟେରାଙ୍କ ସଂସ୍ପର୍ଶରେ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ୭ ଦିନ କ୍ୱାରେଣ୍ଟିନ୍ ପରେ ଏହି ୯ ପୋଲିସ କର୍ମଚାରୀଙ୍କ କରୋନା […]
ନୂଆଦିଲ୍ଲୀ: କରୋନାର ନୂଆ ଲକ୍ଷଣ। ଯଦି ହଠାତ ଜଣେ ଗନ୍ଧ କିମ୍ବା ସ୍ୱାଦ ବାରି ପାରୁନାହାନ୍ତି, ତାହେଲେ ତାହା କରୋନାର ଲକ୍ଷଣ ବୋଲି ଧରାଯିବ। କରୋନାର ୮ଟି ଲକ୍ଷଣ ଭିତରୁ ଏହା ବି ଏକ ଲକ୍ଷଣ ଭାବେ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଡକ୍ୟୁମେଣ୍ଟରେ ସାମିଲ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏପଟେ ଦେଶରେ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୧ ହଜାର ୪୫୮ ନୂଆ ଆକ୍ରାନ୍ତ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ ୩୩ ଜଣ ସୁସ୍ଥ ହୋଇଛନ୍ତି। ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ ୭, କଟକରୁ ୪, ଯାଜପୁର, ନୟାଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 120 #COVID19 patients have recovered and are being discharged […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ବ୍ଲକ୍ରୁ ଚିହ୍ନଟ ହେଲେ ୨୬ ପଜିଟିଭ। କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ରୁ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ କ୍ୱାରେଣ୍ଟିନ୍ ସେଣ୍ଟର, ୪ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏନେଇ ବିଡିଓ କର୍ଣ୍ଣଦେବ ସମାଦ୍ଦାରଙ୍କ ସୂଚନା ଦେଇଛନ୍ତି। ଆଜି ଦିନକରେ ୧୩୮ ପଜିଟିଭ ଚିହ୍ନଟ ହେଲେଣି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨୪କୁ ବୃଦ୍ଧି ପାଇଛି। […]
ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ। ବଜାରରେ ଭିଡ଼ ଜମୁଥିବା ସହ ପ୍ରବଳ ଲୋକଙ୍କ ଗହଳି ଜମୁଥିଲା। ଏହି ସମୟରେ ସାମାଜିକ ଦୂରତା ସହ କୋଭିଡ୍ ନିୟମ ଉଲ୍ଲଘଂନ ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ BMCର ଜୋନାଲ ଡେପୁଟି କମିଶନର ମାର୍କେଟକୁ ସିଲ୍ କରିଛନ୍ତି। ଆଜି ରଜ କିଣାବିକା ନେଇ ରାତ୍ରୀକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରିଥିଲେ ରାଜ୍ୟ ସରକାର। […]
ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲାରୁ ସବୁଠୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଠି ୩୦ ଜଣ ସୁସ୍ଥ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। Another 120 #Covid19 patients have recovered and are being discharged on 12.6.2020. 30 from Ganjam 19 from Khurda 14 from […]
ଭୁବନେଶ୍ୱର: ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। COVID-19 REPORT FOR 7th JUNE New cases: 138 In quarantine: 125 Local contacts: 13 (Details of local contacts will be shared by […]
ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଦେଶର ରାଜଧାନୀରେ ଥିବା ସରକାରୀ ହସ୍ପିଟାଲ ଓ କିଛି ଘରୋଇ ହସ୍ପିଟାଲରେ ୧୦ ହଜାର୍ ବେଡ୍ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ବେଡ୍ ଅଭାବ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦିଲ୍ଲୀର ସୀମା ସିଲ୍ ଖୋଲିବାକୁ କହିଛନ୍ତି। ପୂର୍ବରୁ ଦିଲ୍ଲୀକୁ ଚିକିତ୍ସା ପାଇଁ ପଶି ଆସୁଥିବାରୁ ସୀମା ସିଲ୍ କରାଯାଇଥିଲା ହେଲେ ଏହି ନିର୍ଦ୍ଦେଶକୁ […]
ମେକ୍ସିକୋ: ବିଶ୍ୱରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ଏବେସୁଦ୍ଧା ୪ ଲକ୍ଷ ୨ ହଜାର ୯୪ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ମେକ୍ସିକୋରେ ୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ହଜାର ୫୯୩ଟି ନୂଆ ମାମଲା ସାମନାକୁ ଆସିଛି। ସେହିପରି ବ୍ରାଜିଲରେ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୮୭ ଜଣ। ଏଠାରେ ଦିନକରେ ୨୯୦୭ ନୂଆ ମାମଲା ସାମ୍ନାକୁ ଆସିଛି। ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଛୁଇଁବାକୁ […]
ରାଉଲକେଲା: ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା। ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି। ତେବେ ୧୮ ପଜିଟିଭଙ୍କ ଭିତରୁ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ପ୍ରବାସ ଫେରନ୍ତା ଅଛନ୍ତି। ପ୍ରକାଶଥାଉକି, ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୯୯ ଜଣ କରୋନାରେ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୬,୯୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୭୮ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟାରେ ଇଟାଲୀକୁ ଅତିକ୍ରମ କରି ଭାରତ ଷଷ୍ଠ ସ୍ଥାନରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୯୩ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେଶ ୧ ଲକ୍ଷ […]
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ୍। ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଜଣେ କୋଭିଡ୍ ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପ୍ରଶାସନ ନେଲା ପଦକ୍ଷେପ। ୩ ବିଭାଗକୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ ଅଫିସ ନଆସିବାକୁ ବାରଣ କରାଯାଇଛି। ପ୍ରକାଶଥାଉକି ବାଣୀବିହାର କ୍ୟାମ୍ପସରେ ରହୁଥିବା ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜଣାପଡ଼ିବା ପରେ ଆଜି ୩ଟି ବିଭାଗକୁ ସିଲ୍ କରାଯାଇଛି। ଇଂରାଜୀ, ଦର୍ଶନ ଓ […]
ଭୁବନେଶ୍ୱର: ମହାମାରୀ କରୋନା ବେଳେ ବେଡ୍ର ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲଗୁଡ଼ିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ। ହସ୍ପିଟାଲରେ ବେଡ୍ ନଥିବା କହି ରୋଗୀଙ୍କୁ ଫେରାଇ ଦେଉଥିବା ଜଣାପଡ଼ିଲେ, ସଂପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀ ଲୋକଙ୍କ ସେବା ପାଇଁ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଭଳି ମହାମାରୀ ସମୟରେ ହସ୍ପିଟାଲ ଗୁଡ଼ିକ ସେବା ଯୋଗାଇବା ଜରୁରୀ। ଯଦି କୌଣସି ହସ୍ପିଟାଲ ନିୟମର ଉଲ୍ଲଙ୍ଘନ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ୱର: ସୋମବାରଠୁ ଆରମ୍ଭ ହେବ OSRTC ବସ୍ ସେବା। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍ରେ ବସ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍ରେ ବସ୍ ସେବା ଆରମ୍ଭ ହେବ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ CMD ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି। ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ହିଁ ଯାଇପାରିବେ। କୌଣସି ଯାତ୍ରୀ ଠିଆ ହୋଇ ବସ୍ରେ ଯାଇପାରିବେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ବିଦେଶ ଫେରନ୍ତାଙ୍କ ପାଇଁ କଠୋର ହେଲା ସ୍ୱାସ୍ଥ୍ୟ ବିଭାଗ। ଏଣିକି ବିଦେଶ ଫେରନ୍ତା ଫୋନ୍ ସ୍ୱିଚ୍ ଅଫ୍ ରଖିଲେ କିମ୍ବା କଲ ନଉଠାଇଲେ ଏହାକୁ ହୋମ୍ କ୍ୱାରେଣ୍ଟିନ ନିୟର ଉଲ୍ଲଂଘନ ବୋଲି ଧରାଯିବ। ଏହାସହ ସେମାନଙ୍କୁ ଆଇନ ମୁତାବକ ଦଣ୍ଡ ବିଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି। ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତି ସହଯୋଗ କରିବା ସହ ୧୦୪ କିମ୍ବା ରାଜ୍ୟ କଲ ସେଣ୍ଟରରେ ନମ୍ବର ପଞ୍ଜୀକରଣ […]
ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଓଡ଼ିଶାରେ ବି ଉଦବେଗଜନକ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସେ ଭିତରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୨୩ ଜଣ। ଯାହାକୁ ନେଇ ଚିନ୍ତା ବଢ଼ିଛି। […]
ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୫ ପଜିଟିଭ। ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ସୂଚନା ଦେଇଛି। ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର। ସେ ଲୋକାଲ କେସ୍ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬ ଆକ୍ରାନ୍ତ ବାହାରିଲେଣି। ଏହା ମଧ୍ୟରେ ଆକ୍ଟିଭ କେସ୍ ରହିଛି ୩୨। Update on newly detected #COVIDー19 cases […]